ରାଧାଗୋବିନ୍ଦ ପଟ୍ଟନାୟକ
ରାଧାଗୋବିନ୍ଦ ପଟ୍ଟନାୟକ (୨୮ ଡିସେମ୍ବର ୧୯୨୯–୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ପ୍ରଛଦପଟ୍ଟ ଗାୟକ ଥିଲେ । ତାଙ୍କ ଗୀତସବୁ ମୁଖ୍ୟତଃ ଆକାଶବାଣୀ କଟକ ଏବଂ ରେକର୍ଡ଼ ଜରିଆରେ ପ୍ରସାରିତ ହୋଇଥିଲା । ସେ ହିନ୍ଦୀ ଚଳଚ୍ଚିତ୍ର ସଂଗୀତକାର ଚିତ୍ରଗୁପ୍ତଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିଥିବା ପ୍ରଥମ ଓଡ଼ିଆ ଗାୟକ ଥିଲେ ।
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]୧୯୨୯ ମସିହା ଡିସେମ୍ବର ୨୮ ତାରିଖରେ ରାଧାଗୋବିନ୍ଦ ପଟ୍ଟନାୟକ କଟକ ଜିଲ୍ଲାର ନରସିଂହପୁରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲର । ପିତା ନଟବର ପଟ୍ଟନାୟକ ଥିଲେ ଡେପୁଟି ମାଜିଷ୍ଟ୍ରେଟ୍ । ରାଧାଗୋବିନ୍ଦ ରେଭେନ୍ସା କଲେଜିଏଟ ସ୍କୁଲରେ ପଢ଼ିଥିଲେ । ତେବେ ପାଠ ଅପେକ୍ଷା ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶୀ ଆଗ୍ରହୀ ଥିଲେ । ୧୯୪୪ରେ ମାଟ୍ରିକ୍ ପାସ୍ କରି କଲେଜ ଯାଇଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୪୬ରେ ସେ କୌଣସି ସଂପର୍କୀୟଙ୍କ ମାଧ୍ୟମରେ ସେ ବମ୍ବେରେ ପହଞ୍ଚିଥିଲେ । ସେତେବେଳେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତରୁଣମାନେ ଯୋଗଦେଇଥିଲେ । ସେଠାର ସଂଗୀତ ନିର୍ଦ୍ଦେଶକମାନଙ୍କୁ ଭେଟିବାକୁ ଚେଷ୍ଟାକରିଥିଲର । ସେ ଦୁଇ ଜଣ ସଂଗୀତ ନିର୍ଦ୍ଦେଶକ ସି ରାମଚନ୍ଦ୍ର ଓ ଚିତ୍ରଗୁପ୍ତଙ୍କ ସହ ଭେଟିଥିଲେ । ସେ ଚିତ୍ରଗୁପ୍ତଙ୍କ ସଂଗୀତ ନିର୍ଦ୍ଦେଶନାରେ ଜାଦୁଇ ରତନ (୧୯୪୭) ଚଳଚ୍ଚିତ୍ରରେ ଗାଇଥିଲେ । ଗୀତା ଦତ୍ତଙ୍କ ସହ ସେ "ମେରା ନହ୍ନା ସା ଦିଲ୍" ଓ "ନୈନୋଁ ମେଁ ଆନା" ନାମରେ ଦୁଇଟି ଡୁଏଟ ଗାଇଥିଲେ । ପରେ ବାପାଙ୍କ ମୃତ୍ୟୁ ଖବର ପାଇ ସେ ୧୯୫୨ରେ କଟକ ଫେରିଥିଲେ । ପରେ ସେ କଟକ ରେଡ଼ିଓ ଷ୍ଟେସନରେ ସ୍ୱୀକୃତିପ୍ରାପ୍ତ ଗାୟକ ହିସାବରେ ଗାଇବା ଆରମ୍ଭ କଲେ । ପରେ ଚୌଦ୍ୱାରରେ ସେ କଳିଙ୍ଗ ଟ୍ୟୁବ୍ସରେ ଚାକିରୀରେ ଯୋଗଦେଲେ । ଭୁବନେଶ୍ବର ମିଶ୍ର ଓ ବାଳକୃଷ୍ଣ ଦାଶଙ୍କ ଯୁଗ୍ମ ସଂଗୀତ ନିର୍ଦ୍ଦେଶନାରେ ସେ କାଳୀଚରଣ ପଟ୍ଟନାୟକଙ୍କ "ଧିର ସମୀରେ କୁଞ୍ଜବନେ" ଗୀତଟି ଗାଇଥିଲେ ।
ଶେଷ ଜୀବନ
[ସମ୍ପାଦନା]ପ୍ରାୟ ୨୫ ବର୍ଷ ଚାକିରୀ କଲାପରେ ସତୁରୀ ଦଶକର ମଧ୍ୟଭାଗରେ ସେ କଳିଙ୍ଗ ଟ୍ୟୁବ୍ସର ଚିଫ୍ କଣ୍ଟ୍ରୋଲର୍ ଅଫ୍ ଷ୍ଟୋର୍ସ ପଦରୁ ଅବସର ନେଇଥିଲେ । ୧୯୯୪ ମସିହାରେ ୬୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । [୧]
ଗୀତ ତାଲିକା
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]କ୍ରମ | ଗୀତ | ଗୀତିକାର | ସଙ୍ଗୀତ ନିର୍ଦ୍ଦେଶକ | କଥାଚିତ୍ର | ମନ୍ତବ୍ୟ/ଆଧାର |
---|---|---|---|---|---|
୧ | ଧିର ସମୀରେ କୁଞ୍ଜବନେ | କାଳୀଚରଣ ପଟ୍ଟନାୟକ | ଭୁବନେଶ୍ବର ମିଶ୍ର ଓ ବାଳକୃଷ୍ଣ ଦାଶ | କେଦାର ଗୌରୀ (୧୯୫୪) | [୨][୩] |
ଅନ୍ୟାନ୍ୟ
[ସମ୍ପାଦନା]କ୍ରମ | ଗୀତ | ଗୀତିକାର | ମନ୍ତବ୍ୟ/ଆଧାର |
---|---|---|---|
୧ | ବହୁ ଦୂରେ ମୋର ପ୍ରିୟାର | ବୃନ୍ଦାବନ ଜେନା | |
୨ | ରାତିର ମୁଲକେ ଯେବେ | ବୃନ୍ଦାବନ ଜେନା | |
୩ | ଏ ବୁକୁର ମୂକ ଭାଷା ତଳେ | ମାଧବ ଚରଣ ମହାନ୍ତି |
ଆଧାର
[ସମ୍ପାଦନା]- ↑ "Sambad Epaper". sambadepaper.com. 2024-10-04.
- ↑ Radha Gobinda Pattanayak sings "Dhira Samire Kunja Bane" in Odia Movie Kedar Gouri(1954), retrieved 2023-12-02
- ↑ Dhire Samire, retrieved 2023-12-02
- ↑ Delhi, Publications Division (India),New (1960-02-21). AKASHVANI: Vol. XXV. No. 8. ( 21 FEBRUARY, 1960 ) (in ଇଂରାଜୀ). Publications Division (India),New Delhi.
{{cite book}}
: CS1 maint: multiple names: authors list (link) - ↑ Delhi, All India Radio (AIR), New (1964-12-06). AKASHVANI: Vol. XXIX. No. 49 ( 6 DECEMBER, 1964 ) (in ଇଂରାଜୀ). All India Radio (AIR),New Delhi.
{{cite book}}
: CS1 maint: multiple names: authors list (link)