ରଥଯାତ୍ରା (ବହୁବିକଳ୍ପ)

ଉଇକିପିଡ଼ିଆ‌ରୁ

ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ତିନିମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ତିନି ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହୁଏ ।


  1. ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଭୁବନେଶ୍ୱରଠାରେ ଚୈତ୍ର ମାସରେ ଅନୁଷ୍ଠିତ ହୁଏ ।
  2. ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ବା ପତିତପାବନ ଯାତ୍ରା ପୁରୀଠାରେ ଆଷାଢ଼ ମାସରେ ଅନୁଷ୍ଠିତ ହୁଏ ।
  3. ବିରଜାଙ୍କର ବିରଜା ରଥଯାତ୍ରା ଯାଜପୁରଠାରେ ମାଘ ମାସରେ ଅନୁଷ୍ଠିତ ହୁଏ ।
  4. ସୂର୍ଯ୍ୟ ଦେବତାଙ୍କ ସୂର୍ଯ୍ୟ ରଥଯାତ୍ରା କୋଣାର୍କଠାରେ ମାଘ ମାସରେ ଅନୁଷ୍ଠିତ ହୁଏ ।