ଯକୃତ ଅର୍ବୁଦ

ଉଇକିପିଡ଼ିଆ‌ରୁ
Liver tumor
Hepatic tumor
Left lobe liver tumor in 50-year-old man
ବିଭାଗOncololgy
ଲକ୍ଷଣNone, enlarged liver, abdominal pain, yellowish skin and eyes, vomiting, itchiness[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, tissue biopsy[୧]
ଚିକିତ୍ସାDepends on the type[୧]

ଯକୃତ ଅର୍ବୁଦ ରୋଗରେ ଯକୃତ ମଧ୍ୟରେ କିଛି ଅସ୍ୱାଭାବିକ ବୃଦ୍ଧି ହେବା ଦେଖାଯାଏ | [୧] ସେମାନେ ହୁଏତ ମୃଦୁ (benign) କିମ୍ବା କ୍ଷତିକାରକ ( ଯକୃତ କର୍କଟ ) ହୋଇପାରନ୍ତି । [୨] ଲକ୍ଷଣଗୁଡ଼ିକରେ କିଛି ନ ଥିବାଠାରୁ ଅନେକ କିଛି ଭିନ୍ନ ଲକ୍ଷଣ ହୋଇପାରେ ଯେପରିକି ଯକୃତର ବୃଦ୍ଧି, ପେଟ ଯନ୍ତ୍ରଣା, ହଳଦିଆ ଚର୍ମ ଏବଂ ଆଖି, ବାନ୍ତି ଏବଂ ଗଲୁ ହୋଇପାରେ | [୧]

ବିନାଇନ ବା ମୃଦୁ ଅର୍ବୁଦରେ ହେମାଞ୍ଜିଓମା, ଯକୃତ ସିଷ୍ଟ, ହେପାଟିକ୍ ଗ୍ରାନୁଲୋମାସ୍ ଏବଂ ହେପାଟୋସେଲ୍ୟୁଲାର ଆଡେନୋମା (en:hepatocellular adenomas) ଅନ୍ତର୍ଭୁକ୍ତ | [୨] ଯକୃତ ମଧ୍ୟରେ କ୍ଷତିକାରକ ଟ୍ୟୁମର ସୃଷ୍ଟି ହୋଇପାରେ କିମ୍ବା ଶରୀରର ଅନ୍ୟ ସ୍ଥାନରୁ ବିସ୍ତାର ହୋଇପାରେ (ମେଟାଷ୍ଟାସିସ୍)। [୨] ଯକୃତ ମଧ୍ୟରେ ଅଧିକାଂଶ ସମୟରେ ହେପାଟୋସେଲ୍ୟୁଲାର କର୍କଟ , ଏହା ସହିତ ପିତ୍ତନଳି କର୍କଟ ଏବଂ ହେପାଟୋବ୍ଲାସ୍ଟୋମା ହୋଇପାରେ । [୧] [୩] ସେଗୁଡିକ ମେଡିକାଲ ଇମେଜିଙ୍ଗରେ ଆବିଷ୍କୃତ ହୋଇପାରେ ଏବଂ ତନ୍ତୁ ବାୟୋପ୍ସିଦ୍ୱାରା ସୁନିଶ୍ଚିତ କରାଯାଇପାରେ | [୧]

ଅର୍ବୁଦର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ ଯେଉଁଥିରେ କେମୋଥେରାପି, ଅପରେଶନ ଏବଂ ଯକୃତ ପ୍ରତିରୋପଣ କରାଯାଇପାରେ ବା କିଛି ଆବଶ୍ୟକ ହୁଏନି | [୧] ଯକୃତର ବିନାଇନ ଅର୍ବୁଦ ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [୧] ଯକୃତର କର୍କଟ ରୋଗ ସବୁଠାରୁ ସାଧାରଣତଃ ମେଟାସ୍ଟାଟିକ ଅଟେ। [୧] ଯକୃତ ଟ୍ୟୁମର ପାଇଁ ଅସ୍ତ୍ରୋପଚାରର ପ୍ରଥମ ବର୍ଣ୍ଣନା ୧୮00 ଶତକର ଶେଷ ଭାଗରୁ ଆରମ୍ଭ ହୋଇଥିଲା ଓ ସନ ୧୯୭୦ ଦଶକ ପରେ ହିଁ ପ୍ରମୁଖ ଅଗ୍ରଗତି ହୋଇଥିଲା | [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Liver Tumors". www.hopkinsmedicine.org (in ଇଂରାଜୀ). Retrieved 27 February 2021.
  2. ୨.୦ ୨.୧ ୨.୨ "Overview of Liver Tumors - Liver and Gallbladder Disorders". Merck Manuals Consumer Version. Retrieved 23 February 2021.
  3. "Cancerous tumours of the liver - Canadian Cancer Society". www.cancer.ca (in ଇଂରାଜୀ). Retrieved 27 February 2021.
  4. Jarnagin, William R. (2012). Blumgart's Surgery of the Liver, Pancreas and Biliary Tract E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 12. ISBN 978-1-4557-4606-4.