Jump to content

ମେରି କମ

ଉଇକିପିଡ଼ିଆ‌ରୁ
ମେରି କମ
Kom speaking at the British High Commission in Delhi, 2011
ବ୍ୟକ୍ତିଗତ ତଥ୍ୟ
ପୂରା ନାମMangte Chungneijang Mary Kom
ଡାକନାମMagnificent Mary
ଜାତୀୟତାIndian
ଜନ୍ମ (1983-03-01) ୧ ମାର୍ଚ୍ଚ ୧୯୮୩ (ବୟସ ୪୩)
Kangathei, Manipur, India
ଘରImphal, Manipur, India
ଉଚ୍ଚତା୧.୫୮ m (୫ ft 2 in)
ଓଜନ51 kg (112 lb)
ପତି/ପତ୍ନୀK (Karung) Onkholer Kom
Sport
ଦେଶIndia
କ୍ରୀଡ଼ାBoxing (Rated at 46kg, 48kg, 51kg)
Coached byM. Narjit Singh, Charles Atkinson
Medal record
Competitor for  ଭାରତ
Women's boxing
Summer Olympics
Bronze2012 LondonFlyweight (51kg)
Women's World Amateur Boxing Championships
Gold2010 Bridgetown48 kg
Gold2008 Ningbo City46 kg
Gold2006 New Delhi46 kg
Gold2005 Podolsk46 kg
Gold2002 Antalya45 kg
Silver2001 Scranton45 kg
Asian Women's Boxing Championship
Gold2012 UlaanbaatarFlyweight
Gold2010 AstanaFlyweight
Silver2008 GuwahatiPinweight
Gold2005 KaohsiungPinweight
Gold2003 HissarPinweight
Asian Games
Gold2014 IncheonFlyweight (51kg)
Bronze2010 GuangzhouFlyweight (51kg)
Indoor Asian Games
Gold2009 HanoiPinweight
Asian Cup Women's Boxing Tournament
Gold2011 Haikou48 kg
Witch Cup
Gold2002 PécsPinweight

ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍)(ଜନ୍ମ ‍‌୧ ମାର୍ଚ୍ଚ ୧୯୮୩) ଯାହାଙ୍କୁ ମେରି କମ୍ ନାମରେ ମଧ୍ୟ ଜଣାଯାଏ, ଜଣେ ଭାରତୀୟ ମହିଳା ମୁଷ୍ଟି ଯୋଦ୍ଧା ଅଟନ୍ତି । ସେ ମୁଷ୍ଟି ଯୁଦ୍ଧରେ 5 ଥରର ବିଶ୍ୱ ଚ୍ୟାମ୍ପିୟାନ ଅଟନ୍ତି। ସେ ହେଉଛନ୍ତି ଏକ ମାତ୍ର ମହିଳା ଯେ କି ୬ ଥର ଯାକ ହୋଇଥିବା ବିଶ୍ୱ ଚ୍ୟାମ୍ପିୟନସିପରେ ପଦକ ଜିତିଛନ୍ତି । "ମ୍ୟାଗନିଫିସେନ୍ଟ୍ ମେରି" ବୋଲାଉଥିବା ମେରି ହେଉଛନ୍ତି ଏକ ମାତ୍ର ଭାରତୀୟ ମହିଳା ଯେ କି ୨୦୧୨ ଲଣ୍ଡନ ଓଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ବର୍ଗ (୫୧ କି. ଗ୍ରା.)ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ। ମେରିଙ୍କର ଆତ୍ମଜୀବନୀ “Unbreakable”କୁ ପ୍ରିୟଙ୍କା ଚୋପ୍ରା ତାଙ୍କ ଚଳଚ୍ଚିତ୍ର ମେରି କମରେ ଚିତ୍ରଣ କରିଛନ୍ତି । ମେରି ମଧ୍ୟ ଇମ୍ଫାଲରେ କେବଳ ମହିଳାମାନଙ୍କ ପାଇଁ ଏକ ଯୁଦ୍ଧ ଆଖଡ଼ା (fight club) ଆରମ୍ଭ କରିଛନ୍ତି, ଯେଉଁଠି ଝିଅମାନଙ୍କୁ ଯୌନ ହିଂସାକୁ ପ୍ରତିରୋଧ କରିବାପାଇଁ ତାଲିମ ଦିଆଯିବ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମେରି କମଙ୍କ ଜନ୍ମ ମଣିପୁରର ଚୁରାଚାଂଦପୁର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଲୋକଟକ ଖ୍ରୀଷ୍ଟିୟାନ ମଡେଲ ସ୍କୁଲ ଏବଂ ସେଣ୍ଟ ଜାଭିୟର ସ୍କୁଲରେ ସମାପ୍ତ କଲେ। ପରବର୍ତ୍ତୀ ଶିକ୍ଷା ପାଇଁ ସେ ଆଦିମଜାତି ହାଇ ସ୍କୁଲ, ଇମ୍ଫାଲ ଗଲେ । ହେଲେ ପରୀକ୍ଷାରେ ଫେଲ ହୋଇଯିବାରୁ ସେ ସ୍କୁଲ ଛାଡ଼ି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଲେ । ମେରି କମଙ୍କ ବିବାହ ଓନଲର କମଙ୍କ ସହିତ ହୋଇଛି ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି ।

ସମ୍ମାନ

[ସମ୍ପାଦନା]

ମେରି କମ୍ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ବକ୍ସିଂ ଚ୍ୟାମ୍ପିୟନସିପ୍ ଜିତିଥିଲେ ଏବଂ ସେ ଏବେ ପର୍ଯ୍ୟନ୍ତ ୧୦ ଥର ଜିତି ସାରିଛନ୍ତି। ବକ୍ସିଂରେ ଦେଶର ନାମ ଉଜ୍ୱଳ କରିଥିବା ହେତୁ ଭାରତ ସରକାର ୨୦୦୩ ମସିହାରେ ମେରି କମଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ ତଥା ଜୁଲାଇ ୨୯, ୨୦୦୯ରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପ୍ରଦାନ କରିଥିଲେ।