ମେରି କମ (୨୦୧୪ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମେରି କମ
ନିର୍ଦ୍ଦେଶକଓମୁଙ୍ଗ କୁମାର
ପ୍ରଯୋଜକଅଜିତ ଅନ୍ଧାରେ, ସଞ୍ଜୟ ଲୀଳା ଭଂସାଲୀ
ମୂଳ ଆଧାରମେରି କମଙ୍କ ଜୀବନୀ
କଳାକାରପ୍ରିୟଙ୍କା ଚୋପ୍ରା, [ଦର୍ଶନ କୁମାର]], ସୁନିଲ ଥାପା
ସଙ୍ଗୀତଶଶୀ ସୁମନ୍-ଶିବମ୍
ଚିତ୍ରଗ୍ରହଣକିକୋ ନାକାହାରା
ସମ୍ପାଦକରାଜେଶ ଜି ପାଣ୍ଡେ
ବିତରକଭାୟାକମ୍ ୧୮ ମୋସନ ପିକ୍ଚରସ
ମୁକ୍ତିଲାଭ ତାରିଖ
୫ ସେପ୍ଟେମ୍ବର ୨୦୧୪
କଥାଚିତ୍ରର ସମୟ
୧୨୨ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ


ମେରି କମ ହେଉଛି ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର ।[୧] କଥାଚିତ୍ରଟି ମେରି କମ ନାମ୍ନୀ କୁସ୍ତି-ଖେଳାଳୀଙ୍କ ଜୀବନୀ ଉପରେ ଆଧାରିତ । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ଓମୁଙ୍ଗ କୁମାର ଏବଂ ପ୍ରଯୋଜକ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀ ଓ ଅଜିତ ଅନ୍ଧାରେ । ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ପ୍ରିୟଙ୍କା ଚୋପ୍ରା [୨]। ଅନ୍ୟାନ୍ୟ ସହ କଳାକାରମାନେ ହେଲେ ଦର୍ଶନ କୁମାର, ସୁନୀଲ ଥାପା, ଇତ୍ୟାଦି । କଥାଚିତ୍ରରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଏକ ଗୀତରେ ନିଜର କଣ୍ଠ ଦାନ କରିଛନ୍ତି । ପ୍ରିୟଙ୍କା ଏଥିପାଇଁ ପ୍ରାୟ ତିନିମାସ ଶାରୀରିକ ବ୍ୟାୟାମ ଏବଂ ତାଲିମ ହାସଲ ପୂର୍ବକ ମେରି କମଙ୍କ କୁସ୍ତି କୌଶଳ ବିଷୟରେ ଆବଶ୍ୟକ ଜ୍ଞାନ ହାସଲ କରିଥିଲେ ।

କାହାଣୀ[ସମ୍ପାଦନା]

କଥାଚିତ୍ରର କାହାଣୀ ମେରି କମଙ୍କ ଜୀବନୀ ଉପରେ ଆଧାରିତ ।ମେରି କମଙ୍କ ଜନ୍ମ ମଣିପୁରର ଚୁରାଚାଂଦପୁର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଲୋକଟକ ଖ୍ରୀଷ୍ଟିୟାନ ମଡେଲ ସ୍କୁଲ ଏବଂ ସେଣ୍ଟ ଜାଭିୟର ସ୍କୁଲରେ ସମାପ୍ତ କଲେ । ପରବର୍ତ୍ତୀ ଶିକ୍ଷା ପାଇଁ ସେ ଆଦିମଜାତି ହାଇସ୍କୁଲ, ଇମ୍ଫାଲ ଗଲେ । ହେଲେ ପରୀକ୍ଷାରେ ଫେଲ ହୋଇଯିବାରୁ ସେ ସ୍କୁଲ ଛାଡ଼ି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଲେ । ମେରି କମଙ୍କ ବିବାହ ଓନଲର କମଙ୍କ ସହିତ ହୋଇଛି ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି । ମେରି କମଙ୍କ (ମୂଳ ନାମ ମାଙ୍ଗତେ ଚୁଙ୍ଗେଇଜାଙ୍ଗ କମ) ପିଲାଟି ଦିନରୁ ବକ୍‌ସିଙ୍ଗ ପ୍ରତି ଆକର୍ଷଣ ରହିଥିଲା । ପିତାଙ୍କ ବିରୋଧ ସତ୍ତ୍ୱେ ସେ ଏଥିରୁ ଦୁରେଇପାରି ନ ଥିଲେ । ବକ୍‌ସିଙ୍ଗ ପ୍ରତି ତାଙ୍କର ଏହି ଦୁର୍ବଳତା ତାଙ୍କୁ ନରଜିତ ସିଂ ( ବକ୍‌ସିଙ୍ଗ କୋଚ୍) ସହ କରାଇଥିଲା । ନରଜିତ ଯେ ତତ୍କାଳୀନ ଏସିଆନ ବକ୍‌ସିଙ୍ଗ ଚମ୍ପିୟନଙ୍କ କୋଚ ଏକଥା ଜାଣିବା ପରେ ମେରି ବକ୍‌ସିଙ୍ଗ ଶିକ୍ଷିବା ପାଇଁ ତାଙ୍କର ଅଭିଳାଷ ପ୍ରକାଶ କଲେ । କମଙ୍କର ବକ୍‌ସିଙ୍ଗ ପ୍ରତି ନିଷ୍ଠା ଦେଖିବା ପରେ ନରଜିତ କୋମଙ୍କୁ ତାଲିମ ଦେବା ଆରମ୍ଭ କଲେ । ଇତି ମଧ୍ୟରେ ସେ ତାଙ୍କ ନାମ ବଦଳାଇ ମେରି କମ ରଖିଲେ ।

କଥାଚିତ୍ରର କାହାଣୀକୁ ସଜାଇଥିଲେ ଲେଖକ ସଆଇୱାନ କ୍ୱାଡ୍ରାସ, ଯିଏକି ଓମୁଙ୍ଗ କୁମାରଙ୍କୁ ଏହି କାହାଣୀକୁ ନେଇ କଥାଚିତ୍ର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳେ ମେରି କମ ମୁଷ୍ଟିଯୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ଅନେକ କିଛି ସମ୍ମାନ ହାସଲ କରିଥିଲେ ବି ଭାରତ ତଥା ଭାରତ ବାହାରେ ଏତେଟା ଲୋକପ୍ରିୟ ହୋଇ ନ ଥିଲେ । କୁମାର ଏଥିରେ ସମ୍ମତି ଜଣାଇ ମେରି କମଙ୍କୁ ମିଶିଲେ ଏବଂ କଥାଚିତ୍ରଟି ପାଇଁ ଅନୁମତି ହାସଲ କଲେ ।

ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍) ମୁଷ୍ଟି ଯୁଦ୍ଧରେ 5 ଥରର ବିଶ୍ୱ ଚ୍ୟାମ୍ପିୟାନ ଅଟନ୍ତି । ସେ ହେଉଛନ୍ତି ଏକ ମାତ୍ର ମହିଳା ଯେ କି ୬ ଥର ଯାକ ହୋଇଥିବା ବିଶ୍ୱ ଚ୍ୟାମ୍ପିୟନସିପରେ ପଦକ ଜିତିଛନ୍ତି । "ମ୍ୟାଗନିଫିସେନ୍ଟ୍ ମେରି" ବୋଲାଉଥିବା ମେରି ହେଉଛନ୍ତି ଏକ ମାତ୍ର ଭାରତୀୟ ମହିଳା ଯେ କି ୨୦୧୨ ଲଣ୍ଡନ ଓଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ବର୍ଗ (୫୧ କି. ଗ୍ରା.)ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ। ମେରି ମଧ୍ୟ ଇମ୍ଫାଲରେ କେବଳ ମହିଳାମାନଙ୍କ ପାଇଁ ଏକ ଯୁଦ୍ଧ ଆଖଡ଼ା (fight club) ଆରମ୍ଭ କରିଛନ୍ତି, ଯେଉଁଠି ଝିଅମାନଙ୍କୁ ଯୌନ ହିଂସାକୁ ପ୍ରତିରୋଧ କରିବାପାଇଁ ତାଲିମ ଦିଆଯାଏ ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ଜିଦଦୀ ଦିଲ ବିଶାଲ ଦଦଲାନୀ ୪ ମିନିଟ୍ ୪୬ସେକେଣ୍ଡ
ସୁକୂନ ମିଲା ଅରିଜିତ ସିଂ ୩ ମିନିଟ୍ ୧୯ ସେକେଣ୍ଡ
ଅଧୂରେ ସୁନିଧୀ ଚୋଉହାନ ୩ ମିନିଟ୍ ୪୯ ସେକେଣ୍ଡ
ତେରୀ ବାରି ମୋହିତ ଚୋଉହାନ ୩ ମିନିଟ୍ ୦୭ ସେକେଣ୍ଡ
ସୌଦେବାଜୀ ଅରିଜିତ ସିଂ ୩ ମିନିଟ୍ ୨୭ ସେକେଣ୍ଡ
ସଲାମ ଇଣ୍ଡିଆ ସଲିମ ମରଚାଣ୍ଟ, ବିଶାଲ ଦଦଲାନୀ ୩ ମିନିଟ୍ ୫୪ସେକେଣ୍ଡ
ଚାଓରୋ (ଲୋରି) ପ୍ରିୟଙ୍କା ଚୋପ୍ରା ୨ମିନିଟ୍ ୩୩ ସେକେଣ୍ଡ

ସମ୍ମାନ[ସମ୍ପାଦନା]

  • ୨୦୧୪---ଦାଦାସାହେବ ଅକାଦମୀ ଆୱାର୍ଡ
  • ୨୦୧୪---ବିଗ ଷ୍ଟାର ଏଣ୍ଟେରଟେନ୍‌ମେଣ୍ଟ ଆୱାର୍ଡ[୩]
  • ୨୦୧୫---ଫିଲ୍ମଫେୟାର ଆୱାର୍ଡ
  • ୨୦୧୫---ଆରବ ଇଣ୍ଡୋ ବଲିଉଡ ଆୱାର୍ଡ
  • ୨୦୧୪---ଷ୍ଟାରଡଷ୍ଟ ଆୱାର୍ଡ
  • ୨୦୧୫ ---ଷ୍ଟାର ଗିଲଡ ଆୱାର୍ଡ
  • ୨୦୧୫ --ସ୍କ୍ରୀନ ଆୱାର୍ଡ

ଆଧାର[ସମ୍ପାଦନା]

  1. "Mary Kom (2014)". Retrieved 22 May 2018.
  2. "Priyanka Chopra to play Mary Kom in Sanjay Leela Bhansali's biopic". Archived from the original on 10 October 2014. Retrieved 22 May 2018.
  3. "Nomination List". Archived from the original on 16 December 2015. Retrieved 22 May 2018.