ମେମ୍ବ୍ରେନସ ନେଫ୍ରୋପାଥି

ଉଇକିପିଡ଼ିଆ‌ରୁ
Membranous glomerulonephritis[୧]
Micrograph of membranous nephropathy showing prominent glomerular basement membrane spikes. Jones' stain.
ବିଭାଗNephrology
ଲକ୍ଷଣFoamy urine, swelling[୧][୨]
ଆକ୍ରାନ୍ତ ସମୟ40 to 60 years old[୨]
କାରଣUnknown, lupus, hepatitis B, hepatitis C, cancer[୧]
ରୋଗ ନିର୍ଣ୍ଣୟ ପଦ୍ଧତିConfirmed by kidney biopsy[୧]
ସଠିକ ରୋଗ ନିର୍ଣ୍ଣୟMembranoproliferative glomerulonephritis, diabetic nephropathy, focal segmental glomerulosclerosis, minimal change disease[୨]
ଚିକିତ୍ସାCorticosteroids, ACE inhibitors, ARBs [୧]
ପୁନଃପୌନିକ1 in 100,000 people per year[୨]

ମେମ୍ବ୍ରେନସ ନେଫ୍ରୋପାଥି, ପୂର୍ବ ନାମ ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ, ଏକ ପ୍ରକାର ବୃକ୍‌କ ରୋଗ ଯେଉଁଥିରେ ଫେଣ‌ଯୁକ୍ତ ପରିସ୍ରା ହୁଏ ଓ ଫୁଲିଯାଏ । [୧] [୨] ବିଗତ ଅନେକ ଦଶନ୍ଧି ମଧ୍ୟରେ ବୃକ୍‌କ ବିଫଳତା ପ୍ରାୟ ୩୦% ରୋଗୀଙ୍କର ହୋଇଥାଏ । [୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଏବଂ ରକ୍ତ ଜମାଟ ବାନ୍ଧିବା ସମସ୍ୟା ରହିପାରେ । [୧] [୨]

ଭିଡିଓ ବ୍ୟାଖ୍ୟା

ପ୍ରାୟ ୭୫% କ୍ଷେତ୍ରରେ ଏହାର କାରଣ ଜଣା ପଡ଼ିନଥିବା ବେଳେ ଅନ୍ୟ ୨୫% କ୍ଷେତ୍ରରେ ଏହା ଲୁପସ୍, ହେପାଟାଇଟିସ ବି, ହେପାଟାଇଟିସ ସି, କିଛି ଔଷଧ କିମ୍ବା କର୍କଟ ରୋଗ ଏହାର କାରଣ ହୋଇଥାଏ । [୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ବୃକ୍‌କରେ ଆଇଜିଜି (IgG) ଓ କମ୍ପ୍ଲିମେଣ୍ଟ ସି୩ର (C) ଭୂମିକା ଥିବା ସନ୍ଦେହ କରାଯାଏ । [୧] ଏହା ଏକ ପ୍ରକାର ଗ୍ଲୋମେରୁଲାର ରୋଗ । [୨] ମୂତ୍ରରେ ପ୍ରଚୁର ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ବୃକ୍‌କ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ ।[୧]

ଏହି ରୋଗକୁ କିପରି ଭଲ ଭାବରେ ଚିକିତ୍ସା କରାଯିବ ତାହା ଅସ୍ପଷ୍ଟ ଅଛି । [୧] କର୍ଟିକୋଷ୍ଟିରଏଡ, ଏସିଇ ଇନହିବିଟର ବା ଏଆରବି (ARB) ବ୍ୟବହାର କରାଯାଇପାରେ | [୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ କମ୍ ଲୁଣ ଖାଇବା ଓ ରକ୍ତ ପତଳାକାରୀ ଦ୍ରବ୍ୟ ଉପ‌ଯୁକ୍ତ ହୋଇପାରେ । [୨] ପ୍ରାୟ ୨୦ ଲୋକ ବିନା ଚିକିତ୍ସାରେ ସୁସ୍ଥ ହୁଅନ୍ତି। [୧] ବୃକକ୍ ବିଫଳତା ବିକଶିତ ହେଲେ ଡାଏଲିସିସ ବା ବୃକ୍‌କ ପ୍ରତିରୋପଣ ଆବଶ୍ୟକ ହୋଇପାରେ। [୨]

ମେମ୍ବେନସ ନେଫ୍ରୋପାଥି ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧ଜଣଙ୍କୁ ପ୍ରଭାବିତ କରିଥାଏ | [୨] ୪୦ରୁ ୬୦ ବର୍ଷ ମଧ୍ୟରେ ଏହି ରୋଗ ଆରମ୍ଭ ହେବା ସାଧାରଣତଃ ଦେଖାଯାଏ। [୨] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। [୨] ନେଫ୍ରୋଟିକ ସିଣ୍ଡ୍ରୋମର ଏହା ଦ୍ୱିତୀୟ ସବୁଠାରୁ ସାଧାରଣ କାରଣ, ପ୍ରଥମଟି ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗ[୧] ପ୍ରଥମେ ଏହି ଅବସ୍ଥା ବେଲଦ୍ୱାରା ୧୯୪୬ରେ ବର୍ଣ୍ଣନା କରାଯାଇଥିଲା [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Glomerular Diseases | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Alok, A; Yadav, A (January 2020). "Membranous Nephropathy". PMID 32644595. {{cite journal}}: Cite journal requires |journal= (help)
  3. Liu, Wenbin; Gao, Chang; Dai, Haoran; Zheng, Yang; Dong, Zhaocheng; Gao, Yu; Liu, Fei; Zhang, Zihan; Liu, Zhiyuan (6 August 2019). "Immunological Pathogenesis of Membranous Nephropathy: Focus on PLA2R1 and Its Role". Frontiers in Immunology. 10: 1809. doi:10.3389/fimmu.2019.01809.{{cite journal}}: CS1 maint: unflagged free DOI (link)