ମେକ୍ଲୋଫେନାମିକ ଏସିଡ

ଉଇକିପିଡ଼ିଆ‌ରୁ
ମେକ୍ଲୋଫେନାମିକ ଏସିଡ
Clinical data
Trade namesMeclomen, Ponstel, other
SynonymsMeclofenamate, meclofenamate sodium
AHFS/Drugs.commonograph
Routes of
administration
By mouth
Identifiers
  • 2-[(2,6-dichloro-3-methylphenyl)amino]benzoic acid
ECHA InfoCard100.010.382 Edit this at Wikidata
Chemical and physical data
FormulaC14H11Cl2NO2
Molar mass୨୯୬.୧୫ g·mol−1

ମେକ୍ଲୋଫେନାମିକ ଏସିଡ (ଇଂରାଜୀ ଭାଷାରେ Meclofenamic acid), ମେକ୍ଲୋଫେନାମେଟ ଏହାର ଏକ ବେପାର ନାମ, ହେଉଛି ଏକ ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ (NSAIDs) ଯାହା ଯନ୍ତ୍ରଣା ଓ ପ୍ରଦାହର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୧] ଏମାନଙ୍କ ମଧ୍ୟରେ ରତୁଶୂଳ, ଓଷ୍ଟିଓଆର୍ଥ୍ରାଇଟିସ ଏବଂ ରିଉମାଟଏଡ ଆର୍ଥ୍ରାଇଟିସଉଲ୍ଲେଖ‌ଯୋଗ୍ୟ । ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଇ, ପେଟ ଯନ୍ତ୍ରଣା ଏବଂ ରାସ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଖାଦ୍ୟନଳୀ ରକ୍ତସ୍ରାବ, ଫୁଲା, ଆଲର୍ଜି ପ୍ରତିକ୍ରିୟା, ଜଠରାନ୍ତ୍ର ଛିଦ୍ର ଏବଂ ଷ୍ଟ୍ରୋକ ହୋଇପାରେ ।| [୧] ଗର୍ଭାବସ୍ଥାର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ସିଓଏକ୍ସ-୧ ଏବଂ ସିଓଏକ୍ସ-୨କୁ ( COX-1 ଏବଂ COX-2) ଅବରୋଧ କରି ପ୍ରୋଷ୍ଟାଗ୍ଲାଣ୍ଡିନ୍ ଗଠନକୁ ହ୍ରାସ କରେ ।[୧]

୧୯୮୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମେକ୍ଲୋଫେନାମିକ ଏସିଡ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ୨୫୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ପ୍ରାୟ ୪୬ ଡଲାର ।[୨] ଏହା ଅନ୍ୟମାନଙ୍କ ମଧ୍ୟରେ ମେକଲୋମେନ ନାମରେ ବିକ୍ରି ହୁଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Meclofenamate Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 15 November 2021.
  2. ୨.୦ ୨.୧ ୨.୨ "Mefenamic Acid Prices, Coupons & Savings Tips - GoodRx". GoodRx. Archived from the original on 9 October 2021. Retrieved 15 November 2021.