ମାଷ୍ଟୋଡନ (ସଫ୍ଟଓଏର)

ଉଇକିପିଡ଼ିଆ‌ରୁ
ମାଷ୍ଟୋଡନ
ଡେଭେଲପରଇଉଜିନ ରଚକୋ, ଆଦି
ପ୍ରଥମ ରିଲିଜ୍16 ମାର୍ଚ୍ଚ 2016; 7 years ago (2016-୦୩-16)[୧]
ଷ୍ଟେବଲ୍ ରିଲିଜ୍4.2.7, 4.2.8 / ଫେବୃଆରୀ ୧୬, ୨୦୨୪
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ରୁବି ଅନ ରେଲ୍ସ, ଜାଭାସ୍କ୍ରିପ୍ଟ (React.js, ରେଡକ୍ସ)
Operating systemୟୁନିକ୍ସ, ଲିନକ୍ସ, ବିଏସଡି
ପ୍ଲାଟଫର୍ମୱେବ, iOS, ଅପରେଟିଂ, ଲିନକ୍ସ ଏବଂ ପ୍ୟୁରଓଏସ, BSD, Sailfish OS, macOS, ଉଇଣ୍ଡୋଜ
ଉପଲବ୍ଧ ଭାଷାଆଲବେନିଆନ, ଆରବୀ, ଆରମେନିଆନ, ଆଷ୍ଟୁରିଆନ, ବାସ୍କ, ବଙ୍ଗଳା, ବ୍ରେଟନ, ବୁଲଗାରିଆନ, କାଟାଲାନ, ଚାଇନିଜ, କୋର୍ସିକାନ, କ୍ରୋଏସିଆନ, ଚେକ, ଡାନିସ, ଡଚ, ଇଂରାଜୀ, ଏଷ୍ଟୋନିଆନ, ଫିନିସ, ଫରାସୀ, ଗାଲିସିଆନ, ଜର୍ମାନ, ଗ୍ରୀକ, ଗାଲେକୋ, ହଙ୍ଗାରିଆନ, ଆଇସଲାଣ୍ଡିକ, ଇଡ଼ୋ, ଇଟାଲୀୟ, ଇଣ୍ଡୋନେସୀୟ, ଲାଟଭିଆନ, ଲିଥୁଏନିଆନ, ନରୱେଜିଆନ, ଅସିଟାନ, ପର୍ତ୍ତୁଗୀଜ, ପାରସୀ, ପୋଲିସ, ରୋମାନିଆନ, ଋଷୀୟ, ସର୍ବୀୟ, ସ୍ପାନିସ, ସ୍ଲୋଭାକ, ସ୍ଲୋଭେନିଆନ, ସୁଇଡ଼ିସ, ୟୁକ୍ରେନିଆନ, କାଜାଖ, କୋରିଆନ, ଜାପାନୀ, ମାଳୟ, ତାମିଲ, ତେଲୁଗୁ, ଥାଇ, ହିବ୍ରୁ, ତୁର୍କିସ, ୱେଲ୍ସ
ପ୍ରକାରମାଇକ୍ରୋବ୍ଲଗିଂ
ଲାଇସେନ୍ସGNU ଆଫେରୋ ଜେନେରାଲ ପବ୍ଲିକ ଲାଇସେନ୍ସ
ୱେବସାଇଟjoinmastodon.org

ମାଷ୍ଟୋଡନ ଏକ ଖୋଲା ଓ ଓପନ-ସୋର୍ସ ସେଲ୍ଫ-ହୋଷ୍ଟ ହୋଇଥିବା ସୋସିଆଲ ନେଟୱାର୍କିଂ ସର୍ଭିସ । ଏହା ସଭିଙ୍କୁ ନେଟୱାର୍କରେ ତାଙ୍କ ନିଜ ସର୍ଭର ନୋଡ଼ ହୋଷ୍ଟ କରିବାର ସୁବିଧା ଦେଇଥାଏ ଏବଂ ଏହାର ବିଭିନ୍ନ ଅଲଗା ଅଲଗା ୟୁଜର ବେସଗୁଡ଼ିକ ଫେଡ଼େରେଟେଡ଼ ହୋଇ ଭିନ୍ନ ଭିନ୍ନ ସର୍ଭରରେ ରହିଥାଏ । ଏହି ସର୍ଭରଗୁଡ଼ିକ ଫେଡ଼େରେଟେଡ଼ ସୋସିଆଲ ନେଟୱାର୍କ ଭାବେ ସଂଯୁକ୍ତ ହୋଇଥାନ୍ତି ଫଳରେ ଭିନ୍ନ ଭିନ୍ନ ସର୍ଭରରେ ଥିବା ବ୍ୟବହାରକାରୀମାନେ ଅବାଧରେ ପରସ୍ପର ସହ ସମ୍ପର୍କ ରଖିପାରନ୍ତି । ମାଷ୍ଟୋଡନ ଏକ ବିଶାଳ ଫେଡ଼ିଭର୍ସର ଅଂଶ ଓ ଏହା ତା'ର ବ୍ୟବହାରକାରୀମାନଙ୍କୁ ପିଅରଟ୍ୟୁବଫ୍ରେଣ୍ଡିକା ଭଳି ସମାନ ପ୍ରୋଟୋକଲ ଥିବା ଅଲଗା ଅଲଗା ଓପନ ପ୍ଲାଟଫର୍ମର ବ୍ୟବହାରକାରୀମାନଙ୍କ ସଙ୍ଗେ ସମ୍ପର୍କ ରଖିବାର ଅନୁମତି ଦେଇଥାଏ [୨]

ମାଷ୍ଟୋଡନର ଟୁଇଟର ବା ଉଇବୋ ଭଳି ଏକ ମାଇକ୍ରୋବ୍ଲଗିଂ ସୁବିଧା ରହିଛି । ତେବେ ଏହା ସେସବୁଠୁ ଅଲଗା ଏବଂ ଏକ ମାମୁଲି ସଫ୍ଟଓଏର ଆଜ ଏ ସର୍ଭିସ ପ୍ଲାଟଫର୍ମ ଭଳି ଏହା କେନ୍ଦ୍ର ହୋଇ ହୋଷ୍ଟ ହୋଇନଥାଏ । ପ୍ରତି ସଭ୍ୟ ଏକ ନିର୍ଦ୍ଦିଷ୍ଟ ସ୍ୱାଧୀନଭାବେ ପରିଚାଳିଚ ସର୍ଭରର ସଦସ୍ୟ । ସଭ୍ୟମାନେ (ଆପେଆପେ[୩]) "ଟୁଟ" ନାମ ଛୋଟ ମେସେଜ ପୋଷ୍ଟକରନ୍ତି ଓ ନିଜ ନିଜର ପୋଷ୍ଟର ଗୋପନୀୟତା ସେଟିଂ ବଦଳାଇପାରନ୍ତି । ସାଇଟଗୁଡ଼ିକ ଭିତରେ ନିର୍ଦ୍ଦିଷ୍ଟ ପ୍ରାଇଭେସି ବିକଳ୍ପଗୁଡ଼ିକ ଅଲଗା ଅଲଗା ଥିଲେ ହେଁ ସାଧାରଣତଃ ଡାଇରେକ୍ଟ ମେସେଜିଂ, କେବଳ ଫଲୋଅର, ସର୍ବସାଧାରଣ କିନ୍ତୁ ସର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇନଥିବା ଓ ର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇଥିବା ସର୍ବସାଧାରଣ ପୋଷ୍ଟ ସମ୍ଭବ । ମାଷ୍ଟୋଡନ ମାସ୍କଟ ଏକ ବାଦାମୀ ବା ଧୂଷର ଉଲି ମାମଥ ଓ କେବେ କେବେ ଏକ ଟ୍ୟାବଲେଟ ବା ସ୍ମାର୍ଟଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥାଏ ।

ଆଧାର[ସମ୍ପାଦନା]

  1. "v0.1.0". 16 Mar 2016. Retrieved 18 July 2019 – via GitHub.
  2. "Mastodon launches their ActivityPub support, and a new CR!". ActivityPub.rocks. Retrieved 20 January 2019.
  3. ବିଭିନ୍ନ ସର୍ଭର ବଡ଼ ଅକ୍ଷର ସଂଖ୍ୟା ସୀମା ରଖିଥାନ୍ତି ।

ବାହାର ଲିଙ୍କ[ସମ୍ପାଦନା]