ଜାଭାସ୍କ୍ରିପ୍ଟ

ଉଇକିପିଡ଼ିଆ‌ରୁ
JavaScript
ପାରାଡ଼ିଜିମ୍‌Multi-paradigm: event-driven, functional, imperative, object-oriented programming
ପ୍ରଥମେ ଦେଖାଯାଇଥିଲାଡିସେମ୍ବର 4, 1995; 28 years ago (1995-୧୨-04)[୧]
ଡିଜାଇନ କରିଥିଲେBrendan Eich of Netscape initially; others have also contributed to the ECMAScript standard
ସ୍ଥାୟୀ ରିଲିଜECMAScript 2023[୨] Edit this on Wikidata (ଜୁନ 2023; Error: first parameter cannot be parsed as a date or time. (ଜୁନ 2023))
ପୂର୍ବାଲୋକନ ରିଲିଜECMAScript 2025[୩] Edit this on Wikidata (28 ଫେବୃଆରୀ 2024; Error: first parameter cannot be parsed as a date or time. (28 ଫେବୃଆରୀ 2024))
ଟାଇପିଂ ପଦ୍ଧତିDynamic, weak, duck
ପ୍ରମୁଖ ବ୍ୟବହାରV8, JavaScriptCore, SpiderMonkey, Chakra
ଏହାକୁ ପ୍ରଭାବିତ କରିଛନ୍ତିJava,[୪][୫] Scheme,[୫] Self,[୬] AWK,[୭] HyperTalk[୮]
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତିActionScript, AssemblyScript, CoffeeScript, Dart, Haxe, JS++, Objective-J, Opa, TypeScript
ୱେବସାଇଟwww.ecma-international.org/publications-and-standards/standards/ecma-262/

ଜାଭାସ୍କ୍ରିପ୍ଟ (ଇଂରାଜୀ: JavaScript, ସଂକ୍ଷେପରେ JS ବୋଲି ମଧ୍ୟ ଲେଖାଯାଏ) ଏକ ପ୍ରୋଗ୍ରାମିଂ ଭାଷା । ଏହା HTML, CSS ସମେତ ୱାର୍ଲ୍ଡ ୱାଇଡ଼ ୱେବର ଏକ ମୁଖ୍ୟ ଅଂଶ ।[୯] ୯୭%ରୁ ଅଧିକ ୱେବସାଇଟ ୱେବପୃଷ୍ଠାର କାର୍ଯ୍ୟକଳାପ ପାଇଁ କ୍ଲାଏଣ୍ଟ ଭାଗରେ ଜାଭାସ୍କ୍ରିପ୍ଟ ବ୍ୟବହାର କରନ୍ତି [୧୦] ଓ ସେସବୁ ପ୍ରାୟତଃ ତୃତୀୟ-ପକ୍ଷର ଲାଇବ୍ରେରୀ ଅନ୍ତର୍ଭୁକ୍ତ କରିଥାନ୍ତି ।[୧୧] ସମସ୍ତ ପ୍ରମୁଖ ୱେବ ବ୍ରାଉଜର ବ୍ୟବହାରକାରୀଙ୍କ ଡିଭାଇସରେ କୋଡ୍ କାର୍ଯ୍ୟକାରୀ କରିବା ପାଇଁ ଏକ ଉତ୍ସର୍ଗୀକୃତ ଜାଭାସ୍କ୍ରିପ୍ଟ ଇଞ୍ଜିନ ରହିଛି ।

ଜାଭାସ୍କ୍ରିପ୍ଟ ECMAscript ମାନକକୁ ଅନୁକରଣ କରିଥାଏ । ଜାଭାସ୍କ୍ରିପ୍ଟରେ ସଫ୍ଟୱେର୍ ଇଞ୍ଜିନ୍ ଆଗୁଆ କେବଳ ୱେବ ପୃଷ୍ଠାରେ ବ୍ୟବହୃତ ହେଉଥିଲା, ଏବେ କିନ୍ତୁ ଏହା ସର୍ଭର ଓ ଆପ୍ଲିକେସନ୍ ପ୍ରୋଗ୍ରାମରେ ମଧ୍ୟ ବ୍ୟବହାର ହେଲାଣି । ଜାଭା (Java) ଓ ଜାଭାସ୍କ୍ରିପ୍ଟ (JavaScript) ଦୁଇଟି ଭିନ୍ନ ପ୍ରୋଗ୍ରାମିଂ ଭାଷା ଅଟନ୍ତି ।

ଇତିହାସ[ସମ୍ପାଦନା]

ନେଟସ୍କେପ୍ କଂପାନୀରେ ଉତ୍ପତ୍ତି[ସମ୍ପାଦନା]

୧୯୯୩ ମସିହାରେ ପ୍ରଥମେ Mosaic ବ୍ରାଉଜର୍କୁ ତିଆରି କରାଯାଇଥିଲ। ଯେଉଁଥିରେ GUI ( graphical user interface ) ରହିଥିଲା । ଏହା ସାଧାରଣ ଲୋକଙ୍କଦ୍ୱାରା ବ୍ୟବହାର ପାଇଁ ସହଜ ହୋଇଥିବାରୁ ୱେବ ଆହୁରି ଆଦୃତ ହେଲା । Mosaic ବ୍ରାଉଜର୍ ମୁୁଖ୍ୟ ଇଞ୍ଜିନିୟର‌ମାନେ ମଶି Netscape Corporation ତିଆରି କରିଥିଲେ ଏବଂ ଏହି କଂପାନୀ Netscape navigator ନାମକ ଆଉ ଏକ ବ୍ରାଉଜର୍ ତିଆରି କରିଥିଲେ ।

ମାଇକ୍ରୋସଫ୍ଟର ବ୍ରାଉଜରରେ ବ୍ୟବହାର[ସମ୍ପାଦନା]

୧୯୯୫ ମସିହାରେ ମାଇକ୍ରୋସଫ୍ଟ ଇନ୍ଟରନେଟ୍ ଏକ୍ସପ୍ଲୋରର୍ ( Internet Explorer ) ବ୍ରାଉଜର୍ ଯେତେବେଳେ ବଜାରକୁ ଛାଡିଲା ତାହା ସିଧାସଳଖ Netscape navigator ସହ ପ୍ରତିଯୋଗିତା କଲା | Netscape navigatorରେ ଥିବା ଜାଭାସ୍କ୍ରିପ୍ଟ

ଇଞ୍ଜିନ୍କୁ ବିଶ୍ଳେଷଣ କରି ନିଜର ଏକ ନୂଆ ଜେସ୍କ୍ରିପ୍ଟ (Jscript) ବାହାର କରିଥିଲା | ଜେସ୍କ୍ରିପ୍ଟ ୧୯୯୬ ମସିହାରେ ଆସିଲା, ଏବଂ CSS ଓ HTMLକୁ ଏହା ଚଲେଇବା ପାଇଁ ଏଥିରେ ବିଶେଷ ସୁବିଧା ଦିଆଯାଇଥିଲା | ଯେହେତୁ Netscape navigatorରେ ଥିବା ଜାଭାସ୍କ୍ରିପ୍ଟ ଏହା ଅଲଗା ଥିଲା ତେଣୁ ୱେବସାଇଟ ତିଆରି କଲାବେଳେ ବହୁତ ଅସୁବିଧା ହେଉଥିଲା| ତେଣୁ ୱେବସାଇଟଗୁଡ଼ିକ ଏହିପରି "best viewed in Netscape" and "best viewed in Internet Explorer" ଲୋଗୋ ବ୍ୟବହାର କରୁଥିଲେ |

ଜେସ୍କ୍ରିପ୍ଟର ପ୍ରାଧାନ୍ୟ[ସମ୍ପାଦନା]

ନେଟସ୍କେପ୍ ୧୯୯୬ ମସିହାରେ ଜାଭାସ୍କ୍ରିପ୍ଟକୁ ECMA International[୧୨] ପ୍ରଦାନ କରିଥିଲା , ଯାହାଦ୍ୱାରା ଏକ ମାନକ ପ୍ରସ୍ତୁତ କରାଯାଇପାରିବ ଏବଂ ଏହାକୁ ସବୁ ବ୍ରାଉଜର୍ ତିଆରି କରୁଥିବା କଂପାନୀମାନେ ଅନୁସରଣ କରିପାରିବେ | ଏହା ପରେ ୧୯୯୭ ମସିହାରେ ECMA ସ୍କ୍ରିପ୍ଟ ଭାଷାର ନିର୍ଦ୍ଦିଷ୍ଟକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଏହି କାମ କିଛି ବର୍ଷ ଚାଲିଲା ପରେ ୧୯୯୮ରେ ECMAScript2 ଓ ୧୯୯୯ରେ ECMAScript3 ମାନକ ପ୍ରସ୍ତୁତ କରାଯାଇଥିଲା | ୨୦୦୦ ମସିହାରେ ECMAScript4ର କାମ ମଧ୍ୟ ଚାଲିଥିଲା |

୨୦୦୦ ମସିହା ବେଳକୁ ମାଇକ୍ରୋସଫ୍ଟ ବ୍ରାଉଜର୍ ବଜାରରେ ୯୫% ଭାଗ କବ୍ଜା କରିଥିଲା | ଏହାର ଅର୍ଥ ଏଥିରେ ବ୍ୟବହୃତ ଜେସ୍କ୍ରିପ୍ଟ କ୍ଲାଏଣ୍ଟ ଭାଗରେ ବ୍ୟବହାର ହେବା ପାଇଁ ଏକ ପ୍ରକାର ମାନକ ହୋଇସାରିଥିଲା| ପ୍ରାରମ୍ଭରୁ ମାଇକ୍ରୋସଫ୍ଟ ECMA ମାନକ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କିଛିଟା ପ୍ରସ୍ତାବକୁ ନିଜ ବ୍ରାଉଜର୍ରେ କାର୍ଯ୍ୟକାରୀ କରିଥିଲା କିନ୍ତୁ ପରେ ସେ ଏଥିରୁ ଓହରିଯାଇଥିଲା ଯାହାଫଳରେ ECMAScript4ର ଏହା ଅଟକିଯାଇଥିଲା |

ଆଧାର[ସମ୍ପାଦନା]

  1. Press release announcing JavaScript, "Netscape and Sun announce JavaScript", PR Newswire, December 4, 1995
  2. "ECMAScript® 2023 Language Specification". ଜୁନ 2023. Retrieved 2 ମାର୍ଚ୍ଚ 2024.
  3. "ECMAScript® 2025 Language Specification". 28 ଫେବୃଆରୀ 2024. Retrieved 2 ମାର୍ଚ୍ଚ 2024.
  4. Seibel, Peter (September 16, 2009). Coders at Work: Reflections on the Craft of Programming. ISBN 9781430219484. Archived from the original on December 24, 2020. Retrieved December 25, 2018. Eich: The immediate concern at Netscape was it must look like Java.
  5. ୫.୦ ୫.୧ "Chapter 4. How JavaScript Was Created". speakingjs.com. Archived from the original on 2020-02-27. Retrieved 2017-11-21.
  6. "Popularity – Brendan Eich".
  7. "Brendan Eich: An Introduction to JavaScript, JSConf 2010". YouTube. p. 22m. Archived from the original on August 29, 2020. Retrieved November 25, 2019. Eich: "function", eight letters, I was influenced by AWK.
  8. Eich, Brendan (1998). "Foreword". In Goodman, Danny (ed.). JavaScript Bible (3rd ed.). John Wiley & Sons. ISBN 0-7645-3188-3. LCCN 97078208. OCLC 38888873. OL 712205M.
  9. Flanagan, David. JavaScript – The definitive guide (6 ed.). p. 1. JavaScript is part of the triad of technologies that all Web developers must learn: HTML to specify the content of web pages, CSS to specify the presentation of web pages and JavaScript to specify the behaviour of web pages.
  10. "Usage statistics of JavaScript as client-side programming language on websites". w3techs.com. Archived from the original on 2021-08-13. Retrieved 2021-04-09.
  11. "Usage statistics of JavaScript libraries for websites". w3techs.com. Archived from the original on 2018-09-23. Retrieved 2021-04-09.
  12. "Home". Ecma International (in ଆମେରିକୀୟ ଇଂରାଜୀ). Retrieved 2022-01-25.