ମାକାଓ

ଉଇକିପିଡ଼ିଆ‌ରୁ

ମାକାଓ ବା ମାକାଉ ଦକ୍ଷିଣ ଚୀନ ସାଗରର ପଶ୍ଚିମ ପର୍ଲ୍ ନଦୀ ତ୍ରିକୋଣଭୁମିରେସ୍ଥିତ ଏକ ସହର ଏବଂ ଚୀନ ଅଧୀନସ୍ତ ଏକ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ । ଏଠାକାର ଜନସଂଖ୍ୟା ୬୫୦,୦୦୦ ଏବଂ କ୍ଷେତ୍ରଫଳ ୩୨.୯ ବର୍ଗ କିଲୋମିଟର (୧୨.୭ ବର୍ଗ ମାଇଲ) ।

ଭୂଗୋଳ[ସମ୍ପାଦନା]

ମାକାଉ ଚୀନର ଦକ୍ଷିଣ ଉପକୂଳରେ, ହଂକଂର ୬୦ କିଲୋମିଟର (୩୭ ମାଇଲ) ପଶ୍ଚିମରେ, ପର୍ଲ୍ ନଦୀ କୂଳର ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ଏହା ପୂର୍ବ ଏବଂ ଦକ୍ଷିଣରେ ଦକ୍ଷିଣ ଚୀନ ସାଗରଦ୍ୱାରା ଘେରି ରହିଛି ଏବଂ ପଶ୍ଚିମ ଏବଂ ଉତ୍ତରରେ ଜୁଆହାଇର ଗୁଆଙ୍ଗଡଙ୍ଗ ସହରର ପଡୋଶୀ ଅଟେ । ଏହି ଅଞ୍ଚଳ ମାକାଉ ଉପଦ୍ୱୀପ, ତାଇପା ଏବଂ କୋଲୋଏନ ଦ୍ୱୀପକୁ ନେଇ ଗଠିତ | ପଡୋଶୀ ହେଙ୍ଗକିନ୍ ଦ୍ୱୀପରେ ୧ ବର୍ଗ କିଲୋମିଟର (୦.୩୯ ବର୍ଗ ମାଇଲ) ଜମି ଯାହା ଉପରେ ମାକାଉ ବିଶ୍ୱବିଦ୍ୟାଳୟ ଅବସ୍ଥିତ ,ତାହା ମଧ୍ୟ ଆଞ୍ଚଳିକ ସରକାରଙ୍କ ଅଧୀନରେ ଅଛି। ଏହି କ୍ଷେତ୍ରର ସର୍ବୋଚ୍ଚ ବିନ୍ଦୁ ହେଉଛି କୋଲୋଏନ୍ ଆଲ୍ଟୋ, ଯାହାକି ସମୁଦ୍ର ପତ୍ତନଠାରୁ ୧୭୦.୬ ମିଟର (୫୬୦ ଫୁଟ) ଉଚ୍ଚ ।[୧]

ମାକାଉର ଜଳବାୟୁ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ । ଏଠାରେ ଦୁଇଟି ଋତୁର ପ୍ରାଧାନ୍ୟ ଅନୁଭୂତ ହୁଏ - ଗ୍ରୀଷ୍ମ (ମେରୁ ସେପ୍ଟେମ୍ବର) ଏବଂ ଶୀତ (ନଭେମ୍ବରରୁ ଫେବୃଆରୀ) ସବୁଠାରୁ ଲମ୍ବା ଋତୁ ହୋଇଥିବାବେଳେ ବସନ୍ତ (ମାର୍ଚ୍ଚ ଏବଂ ଏପ୍ରିଲ୍) ଏବଂ ଶରତ (ଅକ୍ଟୋବର) ଅପେକ୍ଷାକୃତ ସ୍ୱଳ୍ପ ସମୟ ପାଇଁ ରହେ | ଗ୍ରୀଷ୍ମ ମୋୖସୁମୀ ସମୁଦ୍ରରୁ ଉଷ୍ମ ଏବଂ ଆର୍ଦ୍ର ବାୟୁ ଆଣିଥାଏ, ଯାହାଦ୍ୱାରା ଏହି ଋତୁରେ ବାରମ୍ବାର ବର୍ଷା ହୁଏ ଓ ଅନେକ ସମୟରେ ସାମୁଦ୍ରିକ ଝଡ଼ (ଟାଇଫୁନ୍) ମଧ୍ୟ ଘଟେ | ଶୀତଦିନେ, ଉତ୍ତର ଦିଗର ସ୍ଥଳଭାଗରୁ ଶୁଷ୍କ ବାୟୁ ବହିଥାଏ ଏବଂ ଏହାଦ୍ୱାରା ବହୁତ କମ୍ ବର୍ଷା ହୁଏ । [୨]

ଶାସନ[ସମ୍ପାଦନା]

ମାକାଓ ବିଧାନ ସଭା ଗୃହ

ମାକାଉ ଚୀନ‌ ଅଧୀନସ୍ତ ଏକ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ଅଟେ । ଯେଉଁଥିରେ କାର୍ଯ୍ୟନିର୍ବାହୀ, ବିଧାନ ସଭା ଏବଂ ନ୍ୟାୟିକ କ୍ଷମତା ଜାତୀୟ ସରକାରଙ୍କଠାରୁ ସ୍ଥାନୀୟ ସରକାରକୁ ହସ୍ତାନ୍ତରିତ ହୋଇଛି ।୧୯୮୭ର ସିନୋ-ପର୍ତ୍ତୁଗୀଜ୍ ମିଳିତ ଘୋଷଣାନାମାଦ୍ୱାରା ମାକାଓର ସାର୍ବଭୌମତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି ଘୋଷଣାନାମା ଅନୁସାରେ "ଗୋଟିଏ ଦେଶ, ଦୁଇଟି ପ୍ରଣାଳୀ" ନୀତି ଅନୁଯାୟୀ ମାକାଓ ଶସିତ ହୁଏ। ମାକାଓର ମୋୖଳିକ ଆଇନ ଆଞ୍ଚଳିକ ସମ୍ବିଧାନ ଅନୁସାରେ ପରିଚାଳିତ ହୁଏ । [୩] ଚାଇନାର ଜାତୀୟ ଆଇନ ସାଧାରଣତଃ ମାକାଉରେ ଲାଗୁ ହୁଏନାହିଁ। ମାକାଉକୁ ଏକ ପୃଥକ ଆଇନଗତ ଅଞ୍ଚଳ ଭାବରେ ଗ୍ରହଣ କରାଯାଏ। ଏହାର ନ୍ୟାୟିକ ବ୍ୟବସ୍ଥା ପର୍ତ୍ତୁଗୀଜ୍ ଆଇନ ଉପରେ ଆଧାରିତ । ଚୀନର ରାଷ୍ଟ୍ରୀୟ ସଂସଦର ସ୍ଥାୟୀ କମିଟିଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଆଞ୍ଚଳିକ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ୍ରମଣ କରିପାରେ ।[୪]

ଅର୍ଥନୀତି[ସମ୍ପାଦନା]

ମାକାଉର ଆଞ୍ଚଳିକ ଅର୍ଥନୀତି ଜୁଆ ଖେଳ ଓ କାସିନୋ ଓ ଉପରେ ନିର୍ଭରଶୀଳ । ସରକାରୀ ଆୟର ଅଧିକାଂଶ ଅଂଶ (ମୋଟ ଟିକସ ରାଜସ୍ୱର ୭୯.୬ %) ଏହିଠାରୁ ଆସିଥାଏ । ଜୁଆ ଖେଳ ମୋଟ ଅର୍ଥନୈତିକ ଉତ୍ପାଦନର ୪୯.୧% । [୫] ଚାଷ ପାଇଁ ଉପଲବ୍ଧ ଜମିର ଅଭାବ ହେତୁ ଅର୍ଥନୀତିରେ କୃଷି ଗୁରୁତ୍ୱପୂର୍ଣ୍ଣ ନୁହେଁ | ଖାଦ୍ୟ ଦ୍ରବ୍ୟ କେବଳ ଆମଦାନୀଦ୍ୱାରା ଯୋଗା ହୋଇଥାଏ ।

ଆଧାର[ସମ୍ପାଦନା]

  1. Huang, Jinliang; Ho, Manhim; Du, Pengfei (2010-02-09). "Assessment of temporal and spatial variation of coastal water quality and source identification along Macau peninsula". Stochastic Environmental Research and Risk Assessment. Springer Science and Business Media LLC. 25 (3): 353–361. doi:10.1007/s00477-010-0373-4. ISSN 1436-3240.
  2. Mok, K. M.; Hoi, K. I. (2005). "Effects of meteorological conditions on PM10 concentrations - A study in Macau". Environmental Monitoring and Assessment. Springer Science and Business Media LLC. 102 (1–3): 201–223. doi:10.1007/s10661-005-6022-6. ISSN 0167-6369.
  3. Castellucci, Ignazio (2012-11-08). "Legal Hybridity in Hong Kong and Macau". Symposium: Mixed Jurisdictions. Consortium Erudit. 57 (4): 665–720. doi:10.7202/1013028ar. ISSN 1920-6356.
  4. Chan, Ming K. (2003). "Different Roads to Home: The retrocession of Hong Kong and Macau to Chinese sovereignty". Journal of Contemporary China. Informa UK Limited. 12 (36): 493–518. doi:10.1080/10670560305473. ISSN 1067-0564.
  5. Sheng, Mingjie; Gu, Chaolin (2018). "Economic growth and development in Macau (1999–2016): The role of the booming gaming industry". Cities. Elsevier BV. 75: 72–80. doi:10.1016/j.cities.2018.01.003. ISSN 0264-2751.