ବାହାରିନ

ଉଇକିପିଡ଼ିଆ ରୁ
Jump to navigation Jump to search

ବାହାରିନ ( ଆରବୀୟ: al-Baḥrayn) , ପାରସ୍ୟ ଉପସାଗରରେ ଏକ ସାର୍ବଭୌମ ରାଷ୍ଟ୍ର | ଏହା ୪୦ଟି ପ୍ରାକୃତିକ ଦ୍ୱୀପ ଏବଂ ୫୧ଟି କୃତ୍ରିମ ଦ୍ୱୀପପୁଞ୍ଜରେ ଗଠିତ । ଦେଶର ପ୍ରାୟ ୮୩ ପ୍ରତିଶତ ସ୍ଥଳଭୂମି ବାହାରିନ ଦ୍ୱୀପକୁ କେନ୍ଦ୍ର କରି ସ୍ଥିତ| ଏହି ଦେଶ କାତାରୀ ଉପଦ୍ୱୀପ ଏବଂ ସାଉଦି ଆରବର ଉତ୍ତର ପୂର୍ବ ଉପକୂଳ ମଧ୍ୟରେ ଅବସ୍ଥିତ । ଏହା ୨୫ କିଲୋମିଟର (୧୬ ମାଇଲ) ଲମ୍ବ ରାଜା ଫାହଡ ସେତୁଦ୍ୱାରା ଆରବୀୟ ଉପଦ୍ୱୀପ ସହ ସଂଯୁକ୍ତ | ୨୦୧୦ ଜନଗଣନା ଅନୁଯାୟୀ, ବହାରେନର ଜନସଂଖ୍ୟା ୧.୨ ନିୟୁତରୁ ଅଧିକ, ଯେଉଁଥିରୁ ଅଧାଅଧି ଅଣ-ନାଗରିକ । ଏହାର କ୍ଷେତ୍ରଫଳ ୭୮୦ ବର୍ଗ କିଲୋମିଟର (୩୦୦ ବର୍ଗ ମାଇଲ) ଓ ଆକାରରେ ମାଳଦ୍ୱିପ ଏବଂ ସିଙ୍ଗାପୁର ପରେ ଏହା ଏସିଆର ତୃତୀୟ କ୍ଷୁଦ୍ର ଦେଶ ଅଟେ | ଏହାର ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ମାନାମା |

ବାହାରିନ ହେଉଛି ପ୍ରାଚୀନ ଦିଲମୁନ୍ ସଭ୍ୟତାର ଉତ୍ପତି ସ୍ଥଳ । ପ୍ରାଚୀନ କାଳରୁ ଏହା ମୋତି ଚାଷ ପାଇଁ ପ୍ରସିଦ୍ଧ ଥିଲା, ଯାହା ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱର ସର୍ବୋତ୍ତମ ବିବେଚିତ ହେଉଥିଲା | ୬୨୮ ଖ୍ରୀଷ୍ଟାବ୍ଦରେ ବାହାରିନରେ ଇସଲାମ ଧର୍ମର ପ୍ରସାର ହୋଇଥିଲ । ଆରବ ଶାସନର ଏକ ଅବଧି ପରେ, ବାହାରିନ ପର୍ତ୍ତୁଗୀଜ୍ ସାମ୍ରାଜ୍ୟଦ୍ୱାରା ୧୫୨୧ରୁ ୧୬୦୨ ପର୍ଯ୍ୟନ୍ତ ଶାସିତ ହୋଇଥିଲା। ପର୍ତ୍ତୁଗୀଜ୍ ଶାସନ ପାରସ୍ୟ ସାମ୍ରାଜ୍ୟ ଅଧୀନରେ ଥିବା ସାଫାଭିଦ୍ ରାଜବଂଶର ଶାହା ଅବ୍ବାସଙ୍କଦ୍ୱାରା ପରାଜିତ ହେବା ପର୍ଯ୍ୟନ୍ତ ଚାଲିଥିଲା । ୧୭୮୩ ମସିହାରେ, ବାନି ଉତବା ବଂଶ ନାସ୍ର ଅଲ-ମାଧକୁରରୁ ବହାରେନକୁ କାବୁ କରିଥିଲା ଏବଂ ଏହା ପରେ ଅଲ ଖଲିଫା ରାଜ ପରିବାରଦ୍ୱାରା ଶାସିତ ହୋଇଥିଲା ଏବଂ ଅହମ୍ମଦ ଅଲ ଫତେହ ବହାରେନର ପ୍ରଥମ ହାକିମ ଭାବରେ କାର୍ଯ୍ୟ କରିଥିଲେ |

ଇତିହାସ[ସମ୍ପାଦନା]

ବାହାରିନ ଦୁର୍ଗ

ବାହାରିନ ପ୍ରାଚୀନ ଦିଲମୁନ୍ ସଭ୍ୟତାର କେନ୍ଦ୍ର ଥିଲା | ପାରସ୍ୟ ଉପସାଗରରେ ବହାରେନର ଅବସ୍ଥାନ ଯୋଗୁ ଏହା ବିଭିନ୍ନ ସମୟରେ ପାରସ୍ୟ, ସୁମେରୀୟ, ଆସୁରୀୟ, ବାବିଲୋନୀୟ, ପର୍ତ୍ତୁଗୀଜ୍, ଆରବ ଏବଂ ବ୍ରିଟିଶ ସାମ୍ରାଜ୍ୟର ଭଗ ରହି ଆସିଛି। [୧]

ପ୍ରାଚୀନ କାଳରୁ ଏହା ମୋତି ଚାଷ ପାଇଁ ପ୍ରସିଦ୍ଧ ଥିଲା, ଯାହା ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱର ସର୍ବୋତ୍ତମ ବିବେଚିତ ହେଉଥିଲା | ୬୨୮ ଖ୍ରୀଷ୍ଟାବ୍ଦରେ ବାହାରିନରେ ଇସଲାମ ଧର୍ମର ପ୍ରସାର ହୋଇଥିଲ । ଆରବ ଶାସନର ଏକ ଅବଧି ପରେ, ବାହାରିନ ପର୍ତ୍ତୁଗୀଜ୍ ସାମ୍ରାଜ୍ୟଦ୍ୱାରା ୧୫୨୧ରୁ ୧୬୦୨ ପର୍ଯ୍ୟନ୍ତ ଶାସିତ ହୋଇଥିଲା। ପର୍ତ୍ତୁଗୀଜ୍ ଶାସନ ପାରସ୍ୟ ସାମ୍ରାଜ୍ୟ ଅଧୀନରେ ଥିବା ସାଫାଭିଦ୍ ରାଜବଂଶର ଶାହା ଅବ୍ବାସଙ୍କଦ୍ୱାରା ପରାଜିତ ହେବା ପର୍ଯ୍ୟନ୍ତ ଚାଲିଥିଲା । ୧୭୮୩ ମସିହାରେ, ବାନି ଉତବା ବଂଶ ନାସ୍ର ଅଲ-ମାଧକୁରରୁ ବହାରେନକୁ କାବୁ କରିଥିଲା ଏବଂ ଏହା ପରେ ଅଲ ଖଲିଫା ରାଜ ପରିବାରଦ୍ୱାରା ଶାସିତ ହୋଇଥିଲା ଏବଂ ଅହମ୍ମଦ ଅଲ ଫତେହ ବହାରେନର ପ୍ରଥମ ହାକିମ ଭାବରେ କାର୍ଯ୍ୟ କରିଥିଲେ |[୨]

୧୮୦୦ ଦଶକର ଶେଷ ଭାଗରେ, ବ୍ରିଟିଶମାନଙ୍କ ସହିତ ଚୁକ୍ତିନାମା ଯୋଗୁ, ବହାରେନ ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷାରେ ରହିଲା | ୧୯୭୧ରେ, ଏହା ସ୍ୱାଧୀନତା ଘୋଷଣା କଲା।

ଭୂଗୋଳ[ସମ୍ପାଦନା]

ବାହାରିନ ୪୦ଟି ପ୍ରାକୃତିକ ଦ୍ୱୀପ ଏବଂ ୫୧ଟି କୃତ୍ରିମ ଦ୍ୱୀପପୁଞ୍ଜରେ ଗଠିତ । ଦେଶର ପ୍ରାୟ ୮୩ ପ୍ରତିଶତ ସ୍ଥଳଭୂମି ବାହାରିନ ଦ୍ୱୀପକୁ କେନ୍ଦ୍ର କରି ସ୍ଥିତ| ଏହି ଦେଶ କାତାରୀ ଉପଦ୍ୱୀପ ଏବଂ ସାଉଦି ଆରବର ଉତ୍ତର ପୂର୍ବ ଉପକୂଳ ମଧ୍ୟରେ ଅବସ୍ଥିତ । । ଏହି ଦ୍ୱୀପପୁଞ୍ଜ ସାଉଦି ଆରବର ପୂର୍ବ ଉପକୂଳଠାରୁ ପ୍ରାୟ ୨୪ କିଲୋମିଟର ଏବଂ କାତାର ଠାରୁ ୨୮ କିଲୋମିଟର ଦୂରରେ ଅବସ୍ଥିତ। ଦେଶର ସମୁଦାୟ କ୍ଷେତ୍ର ପ୍ରାୟ ୬୯୪ ବର୍ଗ କିଲୋମିଟର (୨୬୮ ବର୍ଗ ମାଇଲ)|

୬୦୪ ବର୍ଗ କିଲୋମିଟର (୨୩୩ ବର୍ଗ ମାଇଲ) କ୍ଷେତ୍ରଫଳ ବିଶିଷ୍ଠ ବାହାରିନ ଦ୍ୱୀପ ଦେଶର ପ୍ରାୟ ତିନି ଚତୁର୍ଥାଂଶରୁ ଅଧିକ | ଏହା ଲମ୍ବ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ୪୮ କିଲୋମିଟର (୩୦ ମାଇଲ୍) ଏବଂ ପ୍ରସ୍ତ ପୂର୍ବଠାରୁ ପଶ୍ଚିମ ପର୍ଯ୍ୟନ୍ତ ୧୬ କିଲୋମିଟର (୧୦ ମାଇଲ୍) | ଏହି ଦ୍ୱୀପ ମଧ୍ୟ ପୂର୍ବର ଅନେକ ବୃହତ ଖଣିଜତୈଳ ଉତ୍ପାଦନ କ୍ଷେତ୍ରଦ୍ୱାରା ଘେରି ରହିଛି । ଏହା ପାରସ୍ୟ ଉପସାଗରର ଜାହାଜ ଚଳାଚଳର ଏକ ମୁଖ୍ୟ ସମୁଦ୍ରପଥ | ବାହାରିନର ପାଣିପାଗ ଅପେକ୍ଷ୍ୟାକୃତ ଉଷ୍ମ। ଶୀତ ଋତୁରେ ଅଳ୍ପ ଶୀତ ଏବଂ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଓ ଆର୍ଦ୍ରତା ଅନୁଭୁତ ହୁଏ । ଦେଶର ପ୍ରାକୃତିକ ସମ୍ପଦରେ ଖଣିଜତୈଳ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସମୁଦ୍ରମତ୍ସ୍ୟ ଅନ୍ତର୍ଭୁକ୍ତ | ଚାଷ ଜମି ସମୁଦାୟ କ୍ଷେତ୍ରର ମାତ୍ର ୨.୮୨% ଏବଂ ପ୍ରାୟ ୯୨% ଭାଗ ମରୁଭୂମି|[୩]

ରାଜନୀତି[ସମ୍ପାଦନା]

ହମାଦ ବିନ୍ ଇସା ଅଲ ଖଲିଫାଙ୍କ ରାଜ୍ୟାଭିଷେକ, ୧୯୩୩

ଏହା ଏକ ସାମ୍ବିଧାନିକ ରାଜତନ୍ତ୍ର । ରାଜା , ଶେଖ ହମାଦ ବିନ୍ ଇସା ଅଲ ଖଲିଫା ବ୍ୟାପକ କାର୍ଯ୍ୟନିର୍ବାହୀ କ୍ଷମତା ଉପଭୋଗ କରନ୍ତି । ରାଜାଙ୍କ ହାତରେ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ନିଯୁକ୍ତି, ସେନାକୁ ନିର୍ଦ୍ଦେଶ ଦେବା, ଉଚ୍ଚ ନ୍ୟାୟିକ ପରିଷଦର ଅଧ୍ୟକ୍ଷତା କରିବା, ସଂସଦର ଉପର ଗୃହ ନିଯୁକ୍ତ କରିବା ଏବଂ ଏହାର ନିର୍ବାଚିତ ନିମ୍ନ ଗୃହକୁ ଭଙ୍ଗ କରିବା କ୍ଷ୍ୟମତା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନିର୍ବାଚିତ ହୁଅନ୍ତି। ୨୦୧୦ରେ,ସରକାରର ଅର୍ଧେକ ସଦସ୍ୟ ଅଲ ଖଲିଫା ପରିବାରର ସଦସ୍ୟ ଥିଲେ।

ବାହାରିନର ଜାତୀୟ ସଂସଦ(ଅଲ-ଜାମିୟା ଅଲ-ୱାଟାନି) ଦୁଇଟି ଗୃହ ବିଶିଷ୍ଠ । ୪୦ଟି ସିଟ୍ ବିଶିଷ୍ଟ ଶୁରା ପରିଷଦ (ମଜଲିସ୍ ଅଲ-ଶୁରା) ଏବଂ ୪୦ଟି ସିଟ୍ ବିଶିଷ୍ଟ ପ୍ରତିନିଧୀ ପରିଷଦ । ଶୁରା ପରିଷଦର ଚାଳିଶ ଜଣ ସଦସ୍ୟ ରାଜାଙ୍କଦ୍ୱାରା ନିଯୁକ୍ତ | ପ୍ରତିନିଧୀ ପରିଷଦରେ, ୪୦ ଜଣ ସଦସ୍ୟ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ଏକକ-ସଦସ୍ୟ ନିର୍ବାଚନ ମଣ୍ଡଳୀରୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତାଦ୍ୱାରା ନିର୍ବାଚିତ ହୁଅନ୍ତି ।[୩]

ଜନସାଧାରଣ[ସମ୍ପାଦନା]

ବାହାରିନରେ ଆନୁଷ୍ଠାନିକ ଧର୍ମ ହେଉଛି ଇସଲାମ ଏବଂ ଅଧିକାଂଶ ବାହାରିନ ନାଗରିକ ମୁସଲମାନ। ବାହାରିନରେ ମୁସଲମାନମାନଙ୍କ ମଧ୍ୟରୁ ଅଧିକାଂଶ ଶିଆ ଅଟନ୍ତି ଓ ସୁନ୍ନି ମନେ ସଂଖ୍ୟାଲଘୁ ।

ବାହାରିନରେ ବିବିଧ ଜାତୀୟ ଓ ସମ୍ପ୍ରଦାୟର ଲୋକ ବସବାସ କରନ୍ତି | ସିଆ ବାହାରିନବାସୀ ଦୁଇଟି ମୁଖ୍ୟ ଗୋଷ୍ଠୀରେ ବିଭକ୍ତ କରାଯାଇଛି: ବାହାର୍ନା ଏବଂ ଅଜାମ | ବାହାର୍ନା ମାନେ ଆରବ ମୂଳର ଏବଂ ଅଜାମ ପାରସ୍ୟ ମୂଳର ଅଟନ୍ତି | ମାନାମା ଏବଂ ମୁହରକ୍ରେ ସହରରେ ବଡ଼ ସମ୍ପ୍ରଦାୟ ସିଆ ପ୍ରାଧାନ୍ୟ | ଅଲ-ହାସାର ଜାତିର ହାସାୱି ଏକ ସଂଖ୍ୟାଲଘୁ ସିଆ ସମୁଦାୟ |

ସୁନ୍ନି ବାହାରିନବାସୀ ମୁଖ୍ୟତଃ ଦୁଇଟି ମୁଖ୍ୟ ଗୋଷ୍ଠୀରେ ବିଭକ୍ତ: ଆରବୀୟ ଏବଂ ହୁୱାଲା | ବାହାରିନରେ ସୁନ୍ନି ଆରବମାନେ ଏକ ପ୍ରଭାବଶାଳୀ ଗୋଷ୍ଠୀ । ସେମାନେ ଅଧିକାଂଶ ସରକାରୀ ପଦବୀରେ ରହିଛନ୍ତି ଏବଂ ବାହାରିନ ରାଜତନ୍ତ୍ର ହେଉଛି ସୁନ୍ନି ଆରବ। ସୁନ୍ନି ଆରବମାନେ ପାରମ୍ପରିକ ଭାବରେ ଜାଲାକ୍, ମୁହରକ୍, ରିଫା ଏବଂ ହାୱାର ଦ୍ୱୀପପୁଞ୍ଜରେ ବାସ କରିଆସୁଛନ୍ତି। ହୁୱାଲା ସୁନ୍ନି ଇରାନୀୟ ମୂଳର; ସେମାନଙ୍କ ମଧ୍ୟରୁ କେତେକ ହେଉଛନ୍ତି ପାରସ୍ୟ ସୁନ୍ନି, ଏବଂ ଅନ୍ୟମାନେ ସୁନ୍ନି ଆରବ। କିଛି ବାଲୁଚ ମୂଳର ସୁନ୍ନିମାନେ ମଧ୍ୟ ଏଠାରେ ବାସକରନ୍ତି| ଅଧିକାଂଶ ଆଫ୍ରିକୀୟ ବହାରେନବାସୀ ପୂର୍ବ ଆଫ୍ରିକାରୁ ଆସି ପାରମ୍ପରିକ ଭାବରେ ମୁହାରାକ୍ ଦ୍ୱୀପ ଏବଂ ରିଫାରେ ରହିଆସୁଛନ୍ତି।[୩]

ଆଧାର[ସମ୍ପାଦନା]

  1. Oman: The Lost Land Archived 6 October 2014 at the Wayback Machine.. Saudi Aramco World. Retrieved on 7 November 2016.
  2. Clarke, A. (1986). Bahrain, a heritage explored. MEED Books. p. 49. ISBN 978-0-946510-30-6. Retrieved 2020-11-10.
  3. ୩.୦ ୩.୧ ୩.୨ "Bahrain". Britannica Online Encyclopedia. Retrieved 29 June 2012.