ମନ୍ଦାର
ଦେଖଣା
| ମନ୍ଦାର | |
|---|---|
| ମନ୍ଦାର ଫୁଲ ଓ ପତ୍ର | |
| Scientific classification | |
| Kingdom: | |
| (unranked): | Angiosperms
|
| (unranked): | Eudicots
|
| (unranked): | Rosids
|
| Order: | Malvales
|
| Family: | Malvaceae
|
| Genus: | Hibiscus
|
| Species: | H. rosa-sinensis
|
| Binomial name | |
| Hibiscus rosa-sinensis | |
ଏହା ସାଧାରଣତଃ ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳେ । ଏହା ମୁଖ୍ୟତଃ ହିନ୍ଦୁ ଦେବଦେବୀମାନଙ୍କର ପୁଜାରେ ଲାଗିଥାଏ । ଏହା ସବୁ ଋତୁରେ ଫୁଟିଥାଏ। ଏହି ଗଛ ସାଧାରଣତଃ ଝଙ୍କାଳିଆ ହୋଇଥାଏ । ଏହାର ପତ୍ରଗୁଡ଼ିକ ଅଳ୍ପ କଟାକଟା ହୋଇଥାଏ। ଏହି ଗଛ ବହୁତ ବର୍ଷ ବଞ୍ଚିଥାଏ । ଏହା ମୁଖ୍ୟତଃ ପୂର୍ବ ଏସିଆରେ ମିଳିଥାଏ । ଏହି ଫୁଲରେ ଔଷଧୀୟ ଗୁଣ ଥାଏ । ମନ୍ଦାର ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ମଧ୍ୟ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ କୁଞ୍ଚୁ-କୁଞ୍ଚିଆ। ଫୁଲ ଗୁଡ଼ିକ ଗୋଟିକିଆ ହୋଇ ଫୁଟେ। ଏହାର କଢ଼ି ସକାଳୁ ଟିକେ ଟିକେ ଖୋଲିବାକୁ ଆରମ୍ଭ କରେ ଓ ବାୟୁମଣ୍ଡଳର ତାପମାତ୍ରା ବଢିବା ସହିତ ଏହା ପୂରା ଖୋଲି ଯାଏ।
ବିବିଧ ଭାଷାରେ ନାମ
[ସମ୍ପାଦନା]| ଭାଷା | ନାମ |
|---|---|
| ଓଡ଼ିଆ | ମନ୍ଦାର |
| ସଂସ୍କୃତ | ଜପା |
| ହିନ୍ଦୀ | Jasut |
| ଗୁଜରାଟୀ | Jasuva |
| ତାମିଲ | Semparuthi |
| ତେଲୁଗୁ | Java pushpanudasam |
| ବଙ୍ଗଳା | Joba |
| ମରାଠି | Dasindacha phula |
| ମାଲୟାଲମ | Chembarathi |
| ବର୍ମିଜ | Hkaung-yarn ban |
| English | Hibiscus |
ବ୍ୟବହାର
[ସମ୍ପାଦନା]ଔଷଧୀୟ
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ।
- ଥଣ୍ଡା ସର୍ଦ୍ଦିରେ (ମୂଳର ଅର୍କ)
- ମୃଦୁ ବିରେଚକ (ପତ୍ର)
- ଦରଜ ଦୂରକାରୀ
- ଆନ୍ତରିକ ଓ ବାହ୍ୟ କ୍ଷତ ଭଲକରେ (ଫୁଲ)।
- ଖାଦ୍ୟନଳୀର ରୋଗ ଦୂରକରେ (ଫୁଲ)।
- ଦେହର ତାପମାତ୍ରାକୁ କମାଏ।
- ପ୍ରମେହ, ପ୍ରଦର ଆଦି ଦୂର କରେ (କଢ଼)।
ଅନ୍ୟାନ୍ୟ
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- Plants That Heal by Dr. J C Kurian, Oriental Watchman Publishing House, Pune, India
- ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା
ଗ୍ୟାଲେରି
[ସମ୍ପାଦନା]Cultivars with flowers of many colours are used as ornamental plants: