ନିମୋକୋକାଲ ଟିକା

ଉଇକିପିଡ଼ିଆ‌ରୁ
ନିମୋକୋକାଲ ଟିକା
Clinical data
ATC code
Legal status
Legal status
  • ℞ (Prescription only)
Identifiers
ChemSpider
  • none

ନିମୋକାକାଲ ଟିକା ଏକ ପ୍ରକାର ଟିକା ଯାହା ସ୍ଟ୍ରେପ୍ଟୋକୋକସ୍ ନିମୋନି ବିରୁଦ୍ଧରେ କାମ କରେ ।[୧] ଏହାର ବ୍ୟବ‌ହାରଦ୍ୱାରା କେତେକ ନିମୋନିଆ, ମେନିଞ୍ଜାଇଟିସସେପ୍ସିସ ରୋଗ ପ୍ରତିରୋଧ ହୁଏ । ଦୁଇ ପ୍ରକାର ଟିକା ମିଳୁଛି: ନିମୋକୋକାଲ କଞ୍ଜୁଗେଟ ଟିକାନିମୋକୋକାଲ ପଲିସାକାରାଇଡ ଟିକା । ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଇଞ୍ଜେକସନ ଆକାରରେ ଦିଆଯାଏ । [୧]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ରୁଟିନ ଟିକାକରଣ ସମୟରେ କଞ୍ଜୁଗେଟ ଟିକା ଦେବାକୁ ସୁପାରିସ କରିଛି । ଏହ ମଧ୍ୟରେ ଏଚାଆଇଭି/ଏଆଇଡିଏସ ଅନ୍ତର୍ଭୁକ୍ତ । ତିନିରୁ ଚାରି ଡୋଜ୍ ଦେଲେ ସାଂଘାତିକ ରୋଗମାନଙ୍କରୁ ୭୧ରୁ ୯୩ % ସୁରକ୍ଷା ମିଳେ ।ସୁସ୍ଥ ଲୋକଙ୍କୁ ପଲିସାକାରାଇଡ ଦେଲେ କାର୍ଯ୍ୟକ୍ଷମ ହୁଏ କିନ୍ତୁ ଇମ୍ମ୍ୟୁନିଟି ଅଭାବ ଥିବା ଲୋକ ବା ୨ ବର୍ଷ ବୟସରୁ କମ ପିଲାଙ୍କ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୁଏନି । [୧]

ସାଧାରଣତଃ ଏହା ଏକ ନିରାପଦ ଟିକା । ପ୍ରାୟ ୧୦ % ପିଲାଙ୍କର ଇଞ୍ଜେକସନ ନେବା ସ୍ଥାନ ଲାଲ ଦେଖାଯାଏ, ଜ୍ୱର ହୁଏ ଓ ନିଦରେ ପରିବର୍ତ୍ତନ ହୁଏ । ଅତ୍ୟଧିକ ଆଲର୍ଜି କ୍ୱଚିତ ହୁଏ ।[୧]

ସନ ୧୯୮୦ରେ ପ୍ରଥମ ନିମୋକୋକାଲ ଟିକା ପ୍ରସ୍ତୁତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୧୭ ଆମେରିକୀୟ ଡଲାର ଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ରୁ ୧୦୦ ଡଲାର । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Pneumococcal vaccines WHO position paper--2012" (PDF). Wkly Epidemiol Rec. 87 (14): 129-44. 2012 Apr 6. PMID 24340399. {{cite journal}}: Check date values in: |date= (help)
  2. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  3. "Vaccine, Pneumococcal". International Drug Price Indicator Guide. Retrieved 6 December 2015.[permanent dead link]
  4. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 316. ISBN 9781284057560.