Jump to content

ଭୂମିଜ ଜାତି

ଉଇକିପିଡ଼ିଆ‌ରୁ
ଭୂମିଜ
ସମୁଦାୟ ଜନସଂଖ୍ୟା
୮୦୦,୦୦୦
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
              ପଶ୍ଚିମ ବଙ୍ଗ୩୩୬,୪୩୬
              ଓଡ଼ିଶା୨୪୦,୦୦୦
              ଝାଡ଼ଖଣ୍ଡ୧୬୦,୦୦୦
ଭାଷାସମୂହ
ଭୂମିଜ
ଧର୍ମ
ସାରନା ଧର୍ମ
ହିନ୍ଦୁ ଧର୍ମ
ସମ୍ବନ୍ଧିତ ସମ୍ପ୍ରଦାୟ
ମୁଣ୍ଡା   ସାନ୍ତାଳ   କୋହ୍ଲ   ହୋ

ଭୂମିଜ, ଭାରତୀୟ ରାଜ୍ୟ ଆସାମ , ଓଡ଼ିଶା ପଶ୍ଚିମ ବଙ୍ଗ ଓ ଝାରଖଣ୍ଡରେ ମୁଖ୍ଯତଃ ରହୁଥିବା ଆଦିବାସୀ ଜନଜାତିର ଲୋକ । ସେମାନେ ଆଉସ୍ତ୍ରୋସିୟ ମୁଣ୍ଡରୀ ଭାଷାରେ କଥା ବାର୍ତ୍ତା ହୁଅନ୍ତି । ଏହି ଭାଷାରେ କିଛି ବଙ୍ଗାଳୀ ମଧ୍ୟ ମିଶ୍ରିତ ହେଇଥାଏ ।

୨୦୦୧ ମସିହା ଜନଗଣନା ଅନୁସାରେ ପଶ୍ଚିମ ବଙ୍ଗରେ ସେମାନଙ୍କ ସଂଖ୍ୟା ୩,୩୬,୪୩୬ ରହିଥିଲା । [] ଓଡ଼ିଶା ରାଜ୍ୟରେ ସେମାନଙ୍କ ସଂଖ୍ୟା ୨,୪୮,୧୪୪ରୁ ୩,୨୧,୫୯୨ମଧ୍ୟରେ ଥିଲା ।[] ଝାଡ଼ଖଣ୍ଡରେ ଭୂମିଜମାନେ ଜନଜାତି ମଧ୍ୟରେ ଅଷ୍ଟମ ସ୍ଥାନରେ ଥିଲେ ଓ ତାହା ୧୬୪,୦୨୨ରୁ ୧୯୨,୦୨୪ ମଧ୍ୟରେ ଥିଲା ।[] ଭୂମିଜମାନଙ୍କ ସଂଖ୍ୟା ଆସାମରେ ୧୫୦୦୦୦ ଥିଲା ।ଭୂମିଜମାନେ ଭୂମିପୁତ୍ର ଥିଲେ ଓ ସେମାନେ ହିନ୍ଦୁତ୍ୱକୁ ବରଣ କରିଥିଲେ । [] କୋଳ ଜାତିର ଭୂମିଜମାନେ "ସିଂହ" ଉପନାମ ଗ୍ରହଣ କରିଥାନ୍ତି।[] ସେମାନେ ଓଡ଼ିଶାରେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାରେ ରୁହନ୍ତି ।

ପଶ୍ଚିମ ବଙ୍ଗର ଭୂମିଜ 

[ସମ୍ପାଦନା]

ପଶ୍ଚିମ ବଙ୍ଗର ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଭୂମିଜମାନେ ରହନ୍ତି । ଯଦିଓ ଆଦିବାସୀ ମାନଙ୍କ ମଧ୍ୟରେ ଭୂମିଜ ଜାତୀୟ ଆଦିବାସୀଙ୍କ ସଂଖ୍ୟା ସେଠାରେ ତୃତୀୟ ସ୍ଥାନରେ ତ5ଅଥାପି ତାଙ୍କ ସଂଖ୍ୟା ଉଲ୍ଲେଖନୀୟ । ସେମାନେ ବର୍ତ୍ତମାନ ଧଳା ଭୂମ , ବାର ଭୂମା ଓ ବାଘମୁଣ୍ଡି ଅଞ୍ଚଳରେ ରହନ୍ତି । []

ଛୋଟନାଗପୁର ମାଳ ଅଞ୍ଚଳରେ ରହୁଥିବା ଭୂମିଜମାନେ ମାନ୍ଦାରୀ ଭାଷା କହିଥାନ୍ତି । କିନ୍ତୁ ଭିତର ଅଞ୍ଚଳରେ ବଙ୍ଗାଳୀ ଭାଷାର ପ୍ରାଧାନ୍ୟ ଦେଖାଯାଏ । ଅନେକ ଭୂମିଜ ଉନ୍ନତି କଳା ପରେ ନିଜକୁ କ୍ଷ୍ଯାତ୍ରିୟ ବୋଲି ପରିଚୟ ଦିଅନ୍ତି । .[]

ଆଧାର 

[ସମ୍ପାଦନା]
  1. "West Bengal: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
  2. "Orissa: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
  3. "Jharkhand: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
  4. "Bhumij Adivasi". Retrieved 2009-08-30.
  5. "Bhumij Kols". Retrieved 2009-08-30.
  6. 1 2 Ghosh, Binoy, Paschim Banger Sanskriti, (in Bengali), part I, 1976 edition, pp. 423-434, Prakash Bhaban