ଭୂମିଜ ଜାତି

ଉଇକିପିଡ଼ିଆ‌ରୁ
ଭୂମିଜ
ସମୁଦାୟ ଜନସଂଖ୍ୟା
୮୦୦,୦୦୦
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
              ପଶ୍ଚିମ ବଙ୍ଗ୩୩୬,୪୩୬
              ଓଡ଼ିଶା୨୪୦,୦୦୦
              ଝାଡ଼ଖଣ୍ଡ୧୬୦,୦୦୦
ଭାଷାସମୂହ
ଭୂମିଜ
ଧର୍ମ
ସାରନା ଧର୍ମ
ହିନ୍ଦୁ ଧର୍ମ
ସମ୍ବନ୍ଧିତ ସମ୍ପ୍ରଦାୟ
ମୁଣ୍ଡା  • ସାନ୍ତାଳ  • କୋହ୍ଲ  • ହୋ

ଭୂମିଜ, ଭାରତୀୟ ରାଜ୍ୟ ଆସାମ , ଓଡ଼ିଶା ପଶ୍ଚିମ ବଙ୍ଗ ଓ ଝାରଖଣ୍ଡରେ ମୁଖ୍ଯତଃ ରହୁଥିବା ଆଦିବାସୀ ଜନଜାତିର ଲୋକ । ସେମାନେ ଆଉସ୍ତ୍ରୋସିୟ ମୁଣ୍ଡରୀ  ଭାଷାରେ କଥା ବାରତା ହୁଅନ୍ତି । ଏହି ଭାଷାରେ କିଛି ବଙ୍ଗାଳୀ ମଧ୍ୟ ମିଶ୍ରିତ ହେଇଥାଏ ।

୨୦୦୧ ମସିହା ଜନଗଣନା ଅନୁସାରେ ପଶ୍ଚିମ ବଙ୍ଗରେ ସେମାନଙ୍କ ସଂଖ୍ୟା ୩,୩୬,୪୩୬ ରହିଥିଲା । [୧] ଓଡ଼ିଶା ରାଜ୍ୟରେ ସେମାନଙ୍କ ସଂଖ୍ୟା ୨,୪୮,୧୪୪ରୁ ୩,୨୧,୫୯୨ମଧ୍ୟରେ ଥିଲା ।[୨] ଝାଡ଼ଖଣ୍ଡରେ ଭୂମିଜମାନେ ଜନଜାତି ମଧ୍ୟରେ ଅଷ୍ଟମ ସ୍ଥାନରେ ଥିଲେ ଓ ତାହା ୧୬୪,୦୨୨ରୁ ୧୯୨,୦୨୪ ମଧ୍ୟରେ ଥିଲା ।[୩] ଭୂମିଜମାନଙ୍କ ସଂଖ୍ୟା ଆସାମରେ ୧୫୦୦୦୦ ଥିଲା ।ଭୂମିଜମାନେ ଭୂମିପୁତ୍ର ଥିଲେ ଓ ସେମାନେ ହିନ୍ଦୁତ୍ୱକୁ ବରଣ କରିଥିଲେ । [୪] କୋଳ ଜାତିର ଭୂମିଜମାନେ "ସିଂହ" ଉପନାମ ଗ୍ରହଣ କରିଥାନ୍ତି।[୫]

ପଶ୍ଚିମ ବଙ୍ଗର ଭୂମିଜ [ସମ୍ପାଦନା]

ପଶ୍ଚିମ ବଙ୍ଗର ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଭୂମିଜମାନେ ରହନ୍ତି । ଯଦିଓ ଆଦିବାସୀ ମାନଙ୍କ ମଧ୍ୟରେ ଭୂମିଜ ଜାତୀୟ ଆଦିବାସୀଙ୍କ ସଂଖ୍ୟା ସେଠାରେ ତୃତୀୟ ସ୍ଥାନରେ ତ5ଅଥାପି ତାଙ୍କ ସଂଖ୍ୟା ଉଲ୍ଲେଖନୀୟ । ସେମାନେ ବର୍ତ୍ତମାନ ଧଳା ଭୂମ , ବାର ଭୂମା ଓ ବାଘମୁଣ୍ଡି ଅଞ୍ଚଳରେ ରହନ୍ତି । [୬]

ଛୋଟନାଗପୁର ମାଳ ଅଞ୍ଚଳରେ ରହୁଥିବା ଭୂମିଜମାନେ ମାନ୍ଦାରୀ ଭାଷା କହିଥାନ୍ତି । କିନ୍ତୁ ଭିତର ଅଞ୍ଚଳରେ ବଙ୍ଗାଳୀ ଭାଷାର ପ୍ରାଧାନ୍ୟ ଦେଖାଯାଏ । ଅନେକ ଭୂମିଜ ଉନ୍ନତି କଳା ପରେ ନିଜକୁ କ୍ଷ୍ଯାତ୍ରିୟ ବୋଲି ପରିଚୟ ଦିଅନ୍ତି । .[୬]

ଆଧାର [ସମ୍ପାଦନା]

  1. "West Bengal: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
  2. "Orissa: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
  3. "Jharkhand: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
  4. "Bhumij Adivasi". Retrieved 2009-08-30.
  5. "Bhumij Kols". Retrieved 2009-08-30.
  6. ୬.୦ ୬.୧ Ghosh, Binoy, Paschim Banger Sanskriti, (in Bengali), part I, 1976 edition, pp. 423-434, Prakash Bhaban