ଭୁଇଁ କଦମ୍ବ

ଉଇକିପିଡ଼ିଆ ରୁ
Jump to navigation Jump to search
ଭୁଇଁ କଦମ୍ବ
Sphaeranthus indicus.jpg
ଭୁଇଁ କଦମ୍ବ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Asterales
କୁଳ: Asteraceae
ପ୍ରଜାତି: Sphaeranthus
Linnaeus
Type species
Sphaeranthus indicus
Linnaeus

ସୋମରାଜ୍ୟାଦି ବର୍ଗର କଷାୟ ଶାକଗୁଳ୍ମ, ପାଟଫୁଲିଆ ଏକ ଗୁଳ୍ମଜାତୀୟ ଉଦ୍ଭିଦ । ପତ୍ରଗୁଡ଼ିକ ଅଳ୍ପକେ କୋଇଲିଖିଆ ପତ୍ର ପରି ଦିଶିଥାଏ, କିନ୍ତୁ ଆକାରରେ ଛୋଟ ଓ ଓସାରରେ ଟିକେ ବେଶୀ ହୋଇଥାଏ । ଏହାର ଫୁଲ ପାଟଫୁଲ ପରି ଦିଶୁଥିବାରୁ ଏହାକୁ ପାଟଫୁଲିଆ କହନ୍ତି । ଏହାର ଫୁଲ ଗୋଲାପି ଓ ପାଟନାଲି, ଦୁଇପ୍ରକାରର ହୋଇଥାଏ। ଫୁଲଗୁଡ଼ିକ ଟାଉଁସିଆ ଓ ଖରାରେ ଶୀଘ୍ର ମଉଳି ଯାଏନାହିଁ। ଏହା ଘାସଜମି, ସାଧାରଣ ପଡ଼ିଆରେ ଜନ୍ମିଥିବାର ଦେଖାଯାଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପାଟଫୁଲିଆ, ବାଟୁଆଗୋଡ଼ି, ମଣ୍ଡାଖିଆ[୧] ବଣ କଦମ୍ବ, ମୁଣ୍ଡୀ, ମୁଣ୍ଡିତିକା, ମୁଣ୍ଡିତିରିକା ଓ ଗୋରଖମୁଣ୍ଡା, ମହାମୁଣ୍ଡୀ, ତୁର୍କଦମ୍ବ
ସଂସ୍କୃତ ମୁଣ୍ଡିତିକା, କଦମ୍ବିପୁଷ୍ପିକା, ଶରଣୀକା, ଶ୍ରାବଣୀ, ପଳଙ୍କସା, ଅଳମ୍ବୁଷା, ଭୁତଘ୍ନୀ, କୁନ୍ତଲା, ଭିକ୍ଷ, ଅରୁଣୀ, ଅବଥା, ତପୋଧନା, ଶ୍ରାବଣର୍ଷକ, ଭୁକଦ୍ରମିକା
ହିନ୍ଦୀ ଗୋରଖମୁଣ୍ଡୀ गोरखमुण्डी
ତେଲୁଗୁ ବେଡଚେଟ୍ଟୁ బేడచేట్టు
ବଙ୍ଗଳା ଗୋରଖମୁଣ୍ଡୀ ହାଇଲମୂଲୀ েগারখমুণ্িড হাইলমূলী

ବାଇନୋମିଆଲ ନାମ : Sphaeranthus Indicus

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁଯୁକ୍ତ ମଧୁରରସ, ଉଷ୍ଣବୀର୍ଯ୍ୟ, ଲଘୁବିପାକ, ମେଧା ଓ କାନ୍ତି ବର୍ଦ୍ଧକ, ମଳଭେଦକର। କାଶ, ଶ୍ୱାସ, ଅର୍ଶ, ଅତିସାର, ପିତ୍ତଦୋଷ, ପ୍ଳୀହା, ଗୁଳ୍ମ, ଯକୃତ, ଶୋଥ, ବମନ ଅରୁଚି, ପାଣ୍ଡୁ, ଶ୍ଳୀପଦ, ଅପସ୍ମାର, ବିସୂଚିକା, ଗଳଗଣ୍ଡ, ଗଣ୍ଡମାଳ, ଅମ୍ଳପିତ୍ତ, ହସ୍ତକ୍ଷତ, ବିଷଦୋଷ, ଅପଚୀ, ଯୋନିକ୍ଷତ, ଯୋନିଶୋଥ, କୃମି, ମୂତ୍ରଯନ୍ତ୍ର ପୀଡ଼ା, ମୂତ୍ରାଶୟ ଗୋଳମାଳ, ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଶିରପୀଡ଼ା, ବାତପୀଡ଼ା ଓ ମେହ ଆଦି ରୋଗର ନିବାରକ ଅଟେ। ମାତ୍ରା ଏକଅଣାରୁ ଆଠଅଣା।

ବ୍ୟବହାର[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଅଧକପାଳୀ ବିନ୍ଧା ଓ ତାଳୁବ୍ୟଥାରେ ଏହାର ସର୍ବାଙ୍ଗର ରସକୁ ଗୋଲମରିଚ ଗୁଣ୍ଡ ଓ ମହୁ ସହିତ ସେବନ କରାଯାଏ।
  • ଗଳଗଣ୍ଡ, ଗଣ୍ଡମାଳା, ଅପଚୀ, ଶିରପୀଡ଼ା, ଯାବତୀୟ ପ୍ରକାର କ୍ଷତ, ମେଦବୃଦ୍ଧି ଆଦି ରୋଗରେ ଏହାର ଫୁଲ ରସକୁ ମହୁ ସହିତ ମିଶାଇ ସେବନ କଲେ ଉପକାର ମିଳେ।
  • ହଇଜା ଝାଡା ଓ ମୂତ୍ରରୋଧରେ ପାଟଫୁଲିଆ ଗଛ ଓ ଅପାମାର୍ଗ ମୂଳର ସିଝା ଜଳକୁ ମିଶ୍ରି ସହିତ ସେବନ କଲେ ଲାଭ ମିଳେ।
  • ଅତିସାର, ବାନ୍ତି, ହଇଜା, ମୂତ୍ରରୋଧ ଆଦିରେ ପାଟଫୁଲିଆଗଛର ସର୍ବାଙ୍ଗ ଓ ଶୁଣ୍ଠିକୁ ଜଳରେ ଏକତ୍ର ସିଝାଇ, ସେହି ଜଳକୁ ବାରମ୍ବାର ପିଇଲେ ଉପକାର ମିଳେ।
  • ପିଲାମାନଙ୍କ କୃମିରେ ଏହାର ମଞ୍ଜି ଚୂର୍ଣ୍ଣକୁ ମହୁ ସହିତ ଖାଇବାକୁ ଦିଆଯାଏ।
  • ଏହାକୁ ହଳଦୀ ସହିତ ବାଟି ଲଗାଇଲେ ଚର୍ମରୋଗ ଦୂରହୁଏ।
  • ବାତ ଓ ପିତ୍ତ ପ୍ରକୋପରେ ଏହାର ରସକୁ ଶିରରେ ଲେପନ କଲେ ଲାଭ ମିଳେ।

ଅନ୍ୟାନ୍ୟ[ସମ୍ପାଦନା]

  • ଭୁଇଁ କଦମ୍ବ ଗଛକୁ ଫୁଲସହିତ ଆଣି ଘରେ ଟାଙ୍ଗିଲେ ଘରେ ସମସ୍ତଙ୍କର ଦେହ ଭଲ ରହେ ବୋଲି ସାଧାରଣ ମାନ୍ୟତା ରହିଅଛି।

ଆଧାର[ସମ୍ପାଦନା]

  1. S. Sahoo (2001). Conservation and Utilization of Medicinal and Aromatic Plants. Allied Publishers. pp. 365–. ISBN 978-81-7764-221-6.

ବାହାର ଆଧାର[ସମ୍ପାଦନା]

  • ପୂର୍ଣ୍ଣଚନ୍ଦ୍ର ଭାଷାକୋଷ - ଶ୍ରୀ ଗୋପାଳ ପ୍ରହରାଜ
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।