ଲତିକା ପ୍ରଧାନ
ଲତିକା ପ୍ରଧାନ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଭି. ସୁଜ୍ଞାନ କୁମାରୀ ଦେଓ |
ପର ଅଧିକାରୀ | ପ୍ରତାପ ଚନ୍ଦ୍ର ନାୟକ |
ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଅପ୍ରେଲ ୧୯୭୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଶକ୍ତିପ୍ରସାଦ ପ୍ରଧାନ |
ବାପା/ବୋଉ | ନିତ୍ୟାନନ୍ଦ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଲତିକା ପ୍ରଧାନ (ଜନ୍ମ: ୨୫ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞା । ଲତିକା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲତିକା ପ୍ରଧାନ ୧୯୭୫ ମସିହାର ଅପ୍ରେଲ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିତ୍ୟାନନ୍ଦ ପ୍ରଧାନ ଏବଂ ପତିଙ୍କ ନାମ ଶକ୍ତିପ୍ରସାଦ ପ୍ରଧାନ ।[୧] ଲତିକାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଲତିକା ପ୍ରଧାନ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଲତିକା ପ୍ରଧାନ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ୨୦୨୪ ଯାଏଁ କାର୍ଯ୍ୟ କରିଛନ୍ତି ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୦,୮୨୨ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ପ୍ରତାପ ଚନ୍ଦ୍ର ନାୟକଙ୍କ ଠାରୁ ୩୦,୧୭୩ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Smt. Latika Pradhan". odishaassembly.nic.in. Odisha Assembly. Retrieved 3 February 2020.
- ↑ "General Election to Assembly Constituencies 2024: Kabisuryanagar (Odisha)". Election Commission of India. Retrieved 27 June 2024.