ଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)

ଉଇକିପିଡ଼ିଆ‌ରୁ
ଭାରତର ବିଭିନ୍ନ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳ

୧୯୪୭ ମସିହା ଅଗଷ୍ଟ ମାସ ପଞ୍ଚଦଶ ଦିବସରେ ଭାରତ ସ୍ୱାଧୀନତା ପ୍ରାପ୍ତ କଲା ଏବଂ ଏଥି ସହ ଏକ ନୂତନ ଇତିହାସର ଆରମ୍ଭ ହେଲା । ବ୍ରିଟିଶ ଶାସନର ପରିସମାପ୍ତି ସହ ଧର୍ମାଧାରରେ ଭାରତର ଦ୍ୱିବିଭାଜନ ହେଲା, ଫଳରେ ଏକ ହିନ୍ଦୁ ବହୁଳ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଭାରତ ଏବଂ ଏକ ମୁସଲମାନ ବହୁଳ ଇସଲାମୀୟ ରାଷ୍ଟ୍ର ରୂପେ ପାକିସ୍ଥାନର ସ୍ଥାପନ ହେଲା । ମୁସଲିମ ଲିଗର ଦାବି ଅନୁସାରେ ତତ୍କାଳୀନ ଭାରତର ମୁସଲମାନ ବହୁଳ ଉତ୍ତର-ପଶ୍ଚିମାଞ୍ଚଳ ଓ ପୂର୍ବ ବଙ୍ଗକୁ ନେଇ ପାକିସ୍ଥାନ ସ୍ଥାପନ କରାଗଲା ।[୧] ଏହି ବିଭାଜନ ଯୋଗୁଁ ପ୍ରାୟ ଦଶ ନିୟୁତ ଲୋକଙ୍କର ଗଣସ୍ଥାନାନ୍ତରଣ ଏବଂ ଏକ ନିୟୁତ ଲୋକଙ୍କର ମୃତ୍ଯୁ ହୋଇଥିଲା । ତତ୍କାଳୀନ ପ୍ରତିଷ୍ଠିତ ନେତା ପଣ୍ଡିତ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ, କିନ୍ତୁ ସ୍ୱାଧୀନତା ସଂଗ୍ରାମର ମୁଖ୍ଯ ପୁରୋଧା ମହାତ୍ମା ଗାନ୍ଧୀ କୌଣସି ସରକାରୀ ପଦବୀ ସ୍ୱୀକାର କଲେ ନାହିଁ । ୧୯୫୦ ମସିହାରେ ପ୍ରଣୟିତ ସମ୍ବିଧାନ, ଭାରତକୁ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କଲା, ଯାହା ଏବେ ମଧ୍ଯ ବଳବତ୍ତର ରହିଛି ।

ଭାରତ ଏପର୍ଯ୍ୟନ୍ତ ବିଭିନ୍ନ ସମୟରେ ସାମ୍ପ୍ରଦାୟିକ ହିଂସା, ଜାତିପ୍ରଥା, ନକ୍ସଲବାଦ, ଆତଙ୍କବାଦ ତଥା ଆଞ୍ଚଳିକ ପୃଥକବାଦୀ ବିଦ୍ରୋହ ଆଦିର ସମ୍ମୁଖୀନ ହୋଇଛି । ଭାରତର ଚୀନ ସହ ଅସମାଧିତ କ୍ଷେତ୍ରୀୟ ବିବାଦ ରହିଆସିଛି, ଯାହା ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧରେ ପରିଣତ ହୋଇଥିଲା । ସ୍ୱାଧୀନତା ପରଠାରୁ ଭାରତ ଓ ପାକିସ୍ଥାନ ମଧ୍ଯରେ ବିବାଦ ଲାଗିରହିଥିଲା, ଫଳରେ ୧୯୪୭, ୧୯୬୫, ୧୯୭୧ ଓ ୧୯୯୯ ମସିହାରେ ଚାରିଥର ଯୁଦ୍ଧ ହୋଇଥିଲା । ଶୀତଳ ଯୁଦ୍ଧ ସମୟରେ ଭାରତ ନିରପେକ୍ଷ ରହିଥିଲା, ଏବଂ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ବ ନେଇଥିଲା । ଏହା ସହ ଯେତେବେଳେ ପାକିସ୍ଥାନର ଯୁକ୍ତରାଷ୍ଟ୍ରଚୀନ ସହ ସମ୍ପର୍କ ବଢିଲା, ସେତେବେଳେ ଭାରତ ସୋଭିଏତ ସଙ୍ଘ ସହିତ ଘନିଷ୍ଠତା ବଢାଇଥିଲା ।

ଭାରତ ଏକ ଆଣବିକ ଶସ୍ତ୍ର ବିଶିଷ୍ଟ ରାଷ୍ଟ୍ର । ଏହା ନିଜର ପ୍ରଥମ ଆଣବିକ ପରୀକ୍ଷଣ ୧୯୭୪ ମସିହାରେ କରିଥିଲା, ପରେ ୧୯୯୮ ମସିହାରେ ଆଉ ପାଞ୍ଚଟି ପରୀକ୍ଷଣ କରିଥିଲା । ୧୯୫୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଭାରତ ସମାଜବାଦୀ ନୀତି ଅନୁସରଣ କରିଥିଲା । ଭାରତର ଅର୍ଥନୀତି ଅତ୍ୟଧିକ ନିୟନ୍ତ୍ରଣ, ସୁରକ୍ଷାକରଣ ଓ ସାଧାରଣ ମାଲିକାନାର ପ୍ରଭାବରେ ପ୍ରଭାବିତ ହୋଇଥିଲା, ଫଳରେ ଦେଶରେ ପ୍ରସାରବାଦୀ ଦୁର୍ନୀତିର ସୂତ୍ରପାତ ହେଲା ଏବଂ ଅର୍ଥନୀତିର ଧୀର ଅଭିବୃଦ୍ଧି ହେଲା । ୧୯୯୧ ମସିହାରେ ଆରମ୍ଭ ହୋଇଥିବା ନୂଆ-ଉଦାରବାଦୀ ଅର୍ଥନୈତିକ ସଂସ୍କାର ଯୋଗୁଁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଏବଂ ଦୃତ ଅଭିବୃଦ୍ଧି ବିଶିଷ୍ଟ ଅର୍ଥନୀତିରେ ପରିଣତ ହେଲା ।

ଭାରତର ବୃହତ୍ତମ ଓ ବିକାଶଶୀଳ ଅର୍ଥନୀତି, ସୈନ୍ୟବାହିନୀ ତଥା ଜନସଂଖ୍ୟା ଯୋଗୁଁ, ବେଳେବେଳେ ଏହାକୁ ଏକ ମହାଶକ୍ତି ଏବଂ ସମ୍ଭାବ୍ୟ ବିଶ୍ୱଶକ୍ତି ବୋଲି ବିବେଚନା କରାଯାଏ ।[୨][୩][୪][୫][୬][୭]

୧୯୪୭–୧୯୫୦: ଭାରତୀୟ ଅଧିରାଜ୍ଯ[ସମ୍ପାଦନା]

ସ୍ୱାଧୀନ ଭାରତର ପ୍ରାଥମିକ ବର୍ଷଗୁଡ଼ିକରେ କେତେକ ଅଶାନ୍ତି ପୂର୍ଣ୍ଣ ପରିସ୍ଥିତି ଉପସ୍ଥିତ ହୋଇଥିଲା, ଯଥା - ପାକିସ୍ଥାନ ସହ ଏକ ବିଶାଳ ଜନସମୂହର ସ୍ଥାନାନ୍ତରୀକରଣ, ୧୯୪୭ର ଭାରତ-ପାକିସ୍ଥାନ ଯୁଦ୍ଧ ଏବଂ ୫୦୦ରୁ ଅଧିକ ଦେଶୀୟ ରାଜ୍ଯମାନଙ୍କର ଭାରତରେ ସମ୍ମିଶ୍ରଣ, ଇତ୍ୟାଦି । ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଭାରତର ରାଜନୈତିକ ସମ୍ମିଶ୍ରଣର ପୁରୋଧା ସାଜିଥିଲେ[୮] ଏବଂ ସ୍ୱାଧୀନତା ପରେ ସେ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ନେହେରୁଙ୍କ ସହ ମିଶି ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ପରିଣତ କରିଥିଲେ ।[୯]

ଭାରତର ବିଭାଜନ[ସମ୍ପାଦନା]

ମୁଁ ଇତିହାସରେ ଏପରି କୌଣସି ସମାନ୍ତରାଳ ଘଟଣା ପାଉନାହିଁ ଯେଉଁଥିରେ ଧର୍ମ ପରିବର୍ତ୍ତନ କରିଥିବା ଲୋକମାନେ ଓ ସେମାନଙ୍କ ବଂଶଜମାନେ ମୂଳ ଜାତୀୟତାରୁ ଭିନ୍ନ ଏକ ଜାତୀୟତା ଦାବି କରୁଥିବେ ।

ଇସଲାମୀୟ ପାକିସ୍ଥାନରେ ଅତ୍ୟାଚାରର ଭୟରେ ପଶ୍ଚିମ ପଞ୍ଜାବ, ଉତ୍ତର-ପଶ୍ଚିମ ସୀମାନ୍ତବର୍ତ୍ତୀ ପ୍ରାନ୍ତ, ବଲୁଚିସ୍ତାନ, ପୂର୍ବ ବଙ୍ଗ ଏବଂ ସିନ୍ଧୁପ୍ରଦେଶ ଆଦିରେ ରହୁଥିବା ପ୍ରାୟ ୩.୫ ନିୟୁତ[୧୧] ହିନ୍ଦୁଶିଖ ଧର୍ମାବଲମ୍ବୀମାନେ ଭାରତକୁ ପରିବ୍ରଜନ କରିଗଲେ । ସାମ୍ପ୍ରଦାୟିକ ଦଙ୍ଗାଦ୍ୱାରା ପ୍ରାୟ ଏକ ନିୟୁତ ହିନ୍ଦୁ, ମୁସଲମାନ ତଥା ଶିଖ ଧର୍ମାବଲମ୍ବୀମାନଙ୍କର ହତ୍ଯା କରିଦିଆଗଲା । ତାଛଡା ପଞ୍ଜାବ ଓ ବଙ୍ଗଳା ସୀମାରେ ଏବଂ ଦିଲ୍ଲୀ, କଲିକତା ଓ ଲାହୋର ଆଦି ସହରରେ ଉଭୟ ଅଧିରାଜ୍ଯର ମୂଳଦୁଆ ଦହଲିଗଲା । ଦିଲ୍ଲୀ ଓ କଲିକତାରେ ମହାତ୍ମା ଗାନ୍ଧୀ ଏହି ଦଙ୍ଗାକୁ ରୋକିବା ପାଇଁ ଆମରଣ ଅନଶନ ଆରମ୍ଭ କଲେ । ଏହା ସହ ସେପ୍ଟେମ୍ବର ମାସର ଆରମ୍ଭରେ ଉଭୟ ଭାରତ ଓ ପାକିସ୍ଥାନର ମିଳିତ ପ୍ରୟାସ ଯୋଗୁଁ ଦଙ୍ଗାର ପରିସମାପ୍ତି ଘଟିଲା । ଉଭୟ ଦେଶର ସରକାର ବଡ଼ ବଡ଼ ଶରଣାର୍ଥୀ କ୍ଯାମ୍ପ ସ୍ଥାପନ କଲେ ।

୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ ଦିନ ଜଣେ ଜାତୀୟତାବାଦୀ ନାଥୁରାମ ବିନାୟକ ଗୋଡସେ,ଭାରତର ବିଭାଜନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ଦୋଷୀ ମନେକରି ତାଙ୍କର ହତ୍ଯା କରିଥିଲେ । ପ୍ରାୟ ଏକ ନିୟୁତରୁ ଅଧିକ ଲୋକ ଦିଲ୍ଲୀର ରାଜରାସ୍ତାରେ ଆସି ଗାନ୍ଧୀଙ୍କର ଅନ୍ତିମ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ଓ ଶୋକ ପ୍ରକାଶ କରିଥିଲେ ।

୧୯୪୯ ମସିହାରେ, ସାମ୍ପ୍ରଦାୟିକ ଦଙ୍ଗା, ମୁସଲିମ ଅଧିକାରଙ୍କ ହାତରେ ଅତ୍ୟାଚାର ଓ ଦମନର ଭୟରେ ଭୟଭୀତ ପ୍ରାୟ ଏକ ନିୟୁତ ହିନ୍ଦୁ ଶରଣାର୍ଥୀ ପାକିସ୍ଥାନରୁ ପଶ୍ଚିମ ବଙ୍ଗ ଓ ଅନ୍ଯାନ୍ଯ ରାଜ୍ଯମାନଙ୍କୁ ପଳାୟନ କଲେ । ଶରଣାର୍ଥୀମାନଙ୍କ ଦୟନୀୟ ଅବସ୍ଥାରେ ହିନ୍ଦୁ ଓ ଭାରତୀୟ ଜାତୀୟତାବାଦୀମାନେ କ୍ରୋଧାନ୍ବିତ ହେଲେ, ତାଛଡା ଶରଣାର୍ଥୀ ସମସ୍ୟା ଭାରତୀୟ ରାଜ୍ଯମାନଙ୍କ ଉପରେ ବୋଝ ଲଦିଦେଲା । ଏହି ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ନେହେରୁ ଓ ସର୍ଦ୍ଦାର ପଟେଲ ଲିଆକତ ଅଲି ଖାଁଙ୍କୁ ଦିଲ୍ଲୀ କଥାବାର୍ତ୍ତା ପାଇଁ ଡକାଇଲେ । ନେହେରୁ ଓ ଲିଆକତ ଅଲି ଖାଁ ଉଭୟ ଦେଶର ସଂଖ୍ଯାଲଘୁମାନଙ୍କର ସୁରକ୍ଷା କରିବାର ଦାୟିତ୍ୱ ନେଲେ ।

ଦେଶୀୟ ରାଜ୍ଯମାନଙ୍କର ମିଶ୍ରଣ[ସମ୍ପାଦନା]

ଗୃହ ଏବଂ ରାଜ୍ଯ ବ୍ଯାପାର ପାଇଁ ମନ୍ତ୍ରୀ ରୂପେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦାୟିତ୍ୱ ଥିଲା ଯେ ସେ ବ୍ରିଟିଶ ଭାରତୀୟ ପ୍ରାନ୍ତ ଓ ଦେଶୀୟ ରାଜ୍ଯମାନଙ୍କର ମିଶ୍ରଣରେ ଏକ ଅଖଣ୍ଡ ଭାରତର ସ୍ଥାପନ କରିବେ ।
ସିକନ୍ଦରାବାଦରେ ମେଜର ଜେନେରାଲ (ପରେ ଜେନେରାଲ ଓ ସେନାମୁଖ୍ୟ) ଜୋୟାନ୍ତୋ ନାଥ ଚୌଧୁରୀଙ୍କ ନିକଟରେ ହାଇଦ୍ରାବାଦ ରାଜ୍ଯର ସୈନ୍ଯବାହିନୀ ସହ ଆତ୍ମସମର୍ପଣ କରୁଥିବା ଜେନେରାଲ ଏଲ ଏଡ୍ରୋସ (ଡାହାଣରେ) ।
ତ୍ରିପୁରା ରାଜ୍ଯର ରାଣୀ କଞ୍ଚନପ୍ରଭା ଦେବୀ, ଭାରତରେ ମିଶ୍ରଣ ପାଇଁ ମିଳନ ପତ୍ର ଦସ୍ତଖତ କଲେ । ତ୍ରିପୁରା ରାଜ୍ଯରେ ବିଭାଜନ ଜନିତ ଦଙ୍ଗା ଓ ଶରଣାର୍ଥୀ ସମସ୍ୟାର ସମାଧାନ ପାଇଁ ଏକ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ ।
ମହାରାଜା ହରି ସିଂହଙ୍କ ଭାରତ ସହ ମିଳନ ପତ୍ରରେ ଦସ୍ତଖତ କରିବା ପରେ ଶେଖ ମୋହମ୍ମେଦ ଅବ୍ଦୁଲାଃ (ଡାହାଣ)ଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ ନେବାପାଇଁ ବଛାଯାଇଥିଲା ।

୧୭ଟି ପ୍ରାନ୍ତ ଓ ୫୬୫ଟି ଦେଶୀୟରାଜ୍ୟକୁ ନେଇ ବ୍ରିଟିଶ ଇଣ୍ଡିଆ ଗଠିତ ହୋଇଥିଲା । ପ୍ରାନ୍ତଗୁଡ଼ିକୁ, (ପଞ୍ଜାବ ଓ ବଙ୍ଗଳା କ୍ଷେତ୍ରରେ) ଆବଶ୍ୟକସ୍ଥଳେ ବିଭାଜନ କରି ଭାରତ କିମ୍ବା ପାକିସ୍ଥାନକୁ ଦିଆଗଲା । କିନ୍ତୁ ଦେଶୀୟରାଜ୍ୟର ରାଜାମାନଙ୍କୁ ସ୍ୱାଧୀନ ରହିବା କିମ୍ବା ଯେକୌଣସି ଅଧିରାଜ୍ଯ ସହ ମିଶିବାର ଅଧିକାର ଦିଆଗଲା । ତେଣୁ ଭାରତର ନେତୃବର୍ଗମାନଙ୍କୁ ବିଭିନ୍ନ ସ୍ୱାଧୀନ ପ୍ରାନ୍ତ ଓ ରାଜ୍ଯମାନଙ୍କରେ ଖଣ୍ଡବିଖଣ୍ଡିତ ଏକ ରାଷ୍ଟ୍ରର ସମ୍ଭାବନା ଜଳଜଳ ଦେଖାଗଲା । କେନ୍ଦ୍ରୀୟ ସରକାରର ପ୍ରଧାନତା ଓ ସମ୍ବିଧାନର ନିର୍ମାଣ ହେତୁ ସର୍ଦ୍ଦାର ପଟେଲଙ୍କ ନେତୃତ୍ବରେ, ନବ ସ୍ଥାପିତ ଭାରତୀୟ ଅଧିରାଜ୍ଯର ପ୍ରଶାସନ, ବିଭିନ୍ନ ରାଜନୈତିକ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ସର୍ଦ୍ଦାର ପଟେଲ ଓ ଭି. ପି. ମେନନ, ଭାରତୀୟ ସୀମା ସଂଲଗ୍ନ ରାଜ୍ଯମାନଙ୍କୁ ଭାରତରେ ମିଳନ ପାଇଁ ପ୍ରବର୍ତ୍ତାଇଲେ । ଏଥିପାଇଁ ସେମାନେ ରାଜାମାନଙ୍କୁ ମିଳୁଥିବା ବ୍ୟକ୍ତିଗତ ସମ୍ପତ୍ତି ଓ ରାଜକୀୟ ଭତ୍ତାର ସୁନିଶ୍ଚିତତା କଲେ । କେତେକଙ୍କୁ ନବ ସ୍ଥାପିତ ମିଳିତ ରାଜ୍ଯମାନଙ୍କର ରାଜପ୍ରମୁଖ ଓ ଉପରାଜପ୍ରମୁଖ ଭାବେ ନିଯୁକ୍ତି ଦିଆଗଲା । ଅନେକ କ୍ଷୁଦ୍ର ଦେଶୀୟରାଜ୍ୟମାନଙ୍କୁ ମିଶାଇ ପ୍ରଶାସନିକ ଯୋଗ୍ୟ ରାଜ୍ୟ ଗଠନ କରାଗଲା, ଯେପରିକି - ସୌରାଷ୍ଟ୍ର, ପପୂପରା, ବିନ୍ଧ୍ୟପ୍ରଦେଶମଧ୍ଯଭାରତ । କେତେକ ଦେଶୀୟରାଜ୍ୟ ଯଥା ତ୍ରିପୁରାମଣିପୁର ପରେ ୧୯୪୯ ମସିହାରେ ମିଳନ କଲେ ।

ତିନୋଟି ରାଜ୍ଯର ମିଶ୍ରଣରେ କଠିନତା ଦେଖାଦେଇଥିଲା; ଯଥା -

  1. ଜୁନାଗଡ଼ (ମୁସଲିମ ନବାବ ଅଧୀନରେ ଏକ ହିନ୍ଦୁ ବହୁଳ ରାଜ୍ଯ) – ଜନସଂଖ୍ୟାର ଏକ ବହୁଭାଗ ହିନ୍ଦୁ ଥିଲେ ତଥା ପାକିସ୍ଥାନ ସୀମା ସଂଲଗ୍ନ ନ ହୋଇଥିଲେ ମଧ୍ଯ ନବାବ ପାକିସ୍ଥାନ ସହ ମିଶ୍ରଣର ଇଚ୍ଛା ରଖିଥିଲେ । କିନ୍ତୁ ୧୯୪୭ ଡିସେମ୍ବରରେ ହୋଇଥିବା ଏକ ଗଣଭୋଟ ଅନୁସାରେ ଏହାର ୯୯% ମତ[୧୨] ଭାରତ ସହ ମିଳନ ସପକ୍ଷରେ ଥିଲା । ଫଳରେ ଏହା ଭାରତ ସହ ମିଶିଥିଲା ।
  2. ହାଇଦ୍ରାବାଦ (ମୁସଲିମ ନିଜାମ ଥିବା ଏକ ହିନ୍ଦ ବହୁଳ ରାଜ୍ଯ)– ୧୯୪୮ ମସିହା ସେପ୍ଟେମ୍ବର ୧୩-୨୯ ତାରିଖ ମଧ୍ଯରେ, ସମସ୍ତ ବୁଝାମଣାର ବିଫଳ ପରେ, ପଟେଲ ଭାରତୀୟ ସୈନ୍ଯବାହିନୀକୁ ନିଜାମଙ୍କ ସରକାରକୁ ବିସ୍ଥାପିତ କରିବା ପାଇଁ ଆଦେଶ ଦେଲେ । ଏହାର ଗୁପ୍ତନାମ ଅପରେଶନ ପୋଲୋ ରଖାଗଲା ।
  3. ଭାରତୀୟ ଉପମହାଦେଶର ଉତ୍ତରରେ ଅବସ୍ଥିତ କାଶ୍ମୀର ଅଞ୍ଚଳ ଦୁଇ ଦେଶ ମଧ୍ଯରେ ବିବାଦର କାରଣ ସାଜିଲା, ଯାହା ପରେ ପ୍ରଥମ ଭାରତ ପାକିସ୍ଥାନ ଯୁଦ୍ଧରେ ପରିଣତ ହେଲା ।

ଆଧାର[ସମ୍ପାଦନା]

  1. "India | History, Map, Population, Economy, & Facts". Encyclopedia Britannica (in ଇଂରାଜୀ). Retrieved 2020-04-03.
  2. Strategic Vision: America & the Crisis of Global Power by Zbigniew Brzezinski, pp. 43–45. Published 2012.
  3. Malik, Mohan (2011). China and India: Great Power Rivals. United States: FirstForumPress. ISBN 978-1935049418.
  4. "NIC Global Trend". Archived from the original on 16 June 2012. Retrieved 22 December 2019.
  5. "USATODAY.com - Prediction: India, China will be economic giants". Retrieved 11 September 2015.
  6. "Lowy Institute paper - The Next Economic Giant" (PDF). Archived from the original (PDF) on 25 June 2020. Retrieved 22 December 2019.
  7. "India: Asia's Other Superpower Breaks Out - Newsweek: World News - MSNBC.com". 28 March 2006. Archived from the original on 28 March 2006. Retrieved 22 December 2019.
  8. The Indian Journal of Political Science, Vol. 28, No. 4 (October–December 1967), pp. 236–241
  9. "Patel vs. Gandhi?". The Hindu. Archived from the original on 19 November 2014. Retrieved 15 August 2018.
  10. Prof. Prasoon (1 January 2010). My Letters.... M.K.Gandhi. Pustak Mahal. p. 120. ISBN 978-81-223-1109-9.
  11. Pakistan Archived 2009-10-28 at the Wayback Machine., Encarta. 2009-10-31.
  12. Gandhi, Rajmohan (1919). Patel: A Life. India: Navajivan. p. 292. ASIN B0006EYQ0A.