ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ଉଇକିପିଡ଼ିଆ‌ରୁ
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ସଂଶ୍ଳିଷ୍ଟ ରାଷ୍ଟ୍ରସମୂହ (ଘନନୀଳ ରଙ୍ଗରେ ଚିହ୍ନିତ ରାଷ୍ଟ୍ରମାନେ ସକ୍ରିୟ ପ୍ରତିଭାଗୀ ଏବଂ ନୀଳ ଚିହ୍ନିତମାନେ ଦର୍ଶକ ରାଷ୍ଟ୍ର)

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ଅନ୍ତର୍ଜାତୀୟ ରାଷ୍ଟ୍ରମାନଙ୍କର ସଙ୍ଘ ଅଟେ, ଯେଉଁମାନେ ଶୀତଳ ଯୁଦ୍ଧ ଅନ୍ତର୍ଗତ କୌଣସି ଶକ୍ତି ପ୍ରଦର୍ଶନକାରୀ ରାଷ୍ଟ୍ରମାନଙ୍କର ଅନୁଗାମୀ ନୁହଁନ୍ତି ।[୧] ଯୁକ୍ତରାଷ୍ଟ୍ର ଆମେରିକା ପରେ ୧୨୦ଟି ରାଷ୍ଟ୍ରବିଶିଷ୍ଟ ଏହି ଗୋଷ୍ଠୀ ବିଶ୍ୱରେ ଦ୍ୱିତୀୟ ବୃହତ ଗୋଷ୍ଠୀ ଅଟେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଉଭୟ ସାମ୍ୟବାଦୀ ରାଷ୍ଟ୍ର ସୋଭିଏତ ରୁଷ ଓ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାଙ୍କ ପ୍ରତି ନିରପେକ୍ଷ ଥିବା ରାଷ୍ଟ୍ରଙ୍କୁ ନେଇ ତୃତୀୟ ବିଶ୍ୱର ପରିକଳ୍ପନା ହୋଇଥିଲା ।

ଇଣ୍ଡୋନେସିଆର ବାନ୍ଦୁଙ୍ଗଠାରେ ଅନୁଷ୍ଠିତ ଆଫ୍ରିକୀୟ ଏବଂ ଏସୀୟ ରାଷ୍ଟ୍ରମାନଙ୍କର ସମ୍ମିଳନୀ (୧୯୫୫)ରେ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଦ୍ୱାରା ଆନ୍ଦୋଳନଟିର ସୂତ୍ରପାତ ହୋଇଥିଲା ଏବଂ ପର୍ଯ୍ୟାୟକ୍ରମେ ୧୯୬୧ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରାରମ୍ଭ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. Fidel Castro speech to the UN in his position as chairman of the nonaligned countries movement 12 अक्टूबर 1979 Archived 2011-06-11 at the Wayback Machine.; Pakistan & Non-Aligned Movement, Board of Investment - Government of Pakistan, 2003
  2. Nehru, Jawaharlal (2004). Jawaharlal Nehru. : an autobiography. Penguin Books. ISBN 9780143031048. OCLC 909343858.