ଭଗ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
Vulvodynia
ବିଭାଗGynecology

ଭଗ ଯନ୍ତ୍ରଣା ବା ଭଲଭୋଡିନିଆ ରୋଗରେ ଦୀର୍ଘକାଳ ଧରି ଭଗରେ ଯନ୍ତ୍ରଣା ହୁଏ ଯାହାର କୌଣସି ଚିହ୍ନଟକାରୀ କାରଣ ମିଳେନି । [୧] ଲକ୍ଷଣଗୁଡ଼ିକ ସାଧାରଣତଃ ଯୋନିରେ ଜଳାପୋଡ଼ା ଅନୁଭବ ହୁଏ । [୨] ଏହି ରୋଗ ନିର୍ଣ୍ଣୟ କରିବା ପାଇଁ ଅତି କମ୍‌ରେ ତିନି ମାସ ଧରି ଯନ୍ତ୍ରଣା ହେଉଥିବା ଆବଶ୍ୟକ । [୩]

ଏହି ରୋଗର ପ୍ରକୃତ କାରଣ ଜଣା ପଡ଼ିନାହିଁ କିନ୍ତୁ ଜେନେଟିକ୍ସ, ଇମ୍ୟୁନୋଲୋଜି ଏବଂ ସମ୍ଭବତଃ ଖାଦ୍ୟ ସହିତ ଅନେକ କାରଣ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । [୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏଥି ନିମନ୍ତେ ହୁଏତଃ ସେହି ଅଞ୍ଚଳର ଜୀବତନ୍ତୁ ପରୀକ୍ଷା ବାୟୋପ୍ସି କରିବା ଆବଶ୍ୟକ ହୋଇପାରେ ବା ନ ହୋଇପାରେ ।

ଏହି ରୋଗରେ ଅନେକ ପ୍ରକାରର ଚିକିତ୍ସା ପଦକ୍ଷେପ ଗ୍ରହଣ କରାଯାଇପାରେ; ତଥାପି କୌଣସିଟି ବିଶ୍ୱ ସ୍ତରୀୟ ପ୍ରଭାବଶାଳୀ ନୁହେଁ, ଏବଂ ସେମାନଙ୍କର ଫଳାଫଳକୁ ସମର୍ଥନ କରିବାର ପ୍ରମାଣ ପ୍ରାୟତଃ ଉପ‌ଯୁକ୍ତ ନୁହେଁ ।[୨] ଏଥିମଧ୍ୟରୁ କେତେକରେ ଉନ୍ନତ ଭଗ ଯତ୍ନ, ଖାଦ୍ୟପେୟ ପରିବର୍ତ୍ତନ, ଜ୍ୱଳନ କମେଇବା ଔଷଧ, ପରାମର୍ଶ, ଏବଂ ଯଦି ରକ୍ଷଣଶୀଳ ଚିକିତ୍ସା ପ୍ରଭାବଶାଳୀ ନହୁଏ ତେବେ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ । ଏହା ୧୬% ମହିଳାଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି ।

ଚିହ୍ନ ଏବଂ ଲକ୍ଷଣ[ସମ୍ପାଦନା]

ଯନ୍ତ୍ରଣା ହେଉଛି ଭଲଭୋଡିନିଆର ସବୁଠାରୁ ଉଲ୍ଲେଖନୀୟ ଲକ୍ଷଣ, ଏବଂ ଏହା ଏକ ଜଳିବା, ଦାଗ, ଉତ୍ତେଜନା କିମ୍ବା ତୀବ୍ର ଯନ୍ତ୍ରଣା ଭାବରେ ବର୍ଣ୍ଣିତ ହୋଇପାରେ ଯାହା ଭଗ/ ଭଲଭା ଏବଂ ଯୋନୀ ପ୍ରବେଶ ଦ୍ୱାରରେ ଦେଖାଯାଏ | ଏହି ଯନ୍ତ୍ରଣା ସ୍ଥିର ରହିପାରେ, ମଝିରେ ମଝିରେ ହୋଇପାରେ କିମ୍ବା ଭଗ ସ୍ପର୍ଶରେ ହିଁ ହୋଇପାରେ, କିନ୍ତୁ ଭଲଭୋଡିନିଆ ସାଧାରଣତଃ ଏକ ଦୀର୍ଘ ଅବଧିର ରୋଗ ହୋଇଥାଏ ।

ଗୋଟିଏ ସ୍ଥାନରେ କିମ୍ବା ସମଗ୍ର ଯୋନି ଅଞ୍ଚଳରେ ଲକ୍ଷଣ ଦେଖା ଯାଇପାରେ । ଯୌନ‌କ୍ରିୟା ସମୟରେ କିମ୍ବା ପରେ, ଟ୍ୟାମ୍ପନ୍ ଭର୍ତ୍ତି କରିବା ସମୟରେ କିମ୍ବା ବସିବା, ବାଇକ୍ ଚଲାଇବା ଓ ଘୋଡ଼ା ଚଢ଼ିବା ସମୟରେ ଯୋନି ଉପରେ ଦୀର୍ଘ ସମୟ ଚାପ ପଡ଼ିବା ଯୋଗୁ ହୁଏ । [୪] କେତେକ ଭଲଭୋଡିନିଆ ରୋଗ ଇଡିଓପାଥିକ୍ ବା କାରଣ ବିହୀନ ଥାଏ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ କାରଣ ନିର୍ଣ୍ଣୟ କରାଯାଇପାରିବ ନାହିଁ ।

ଭଲଭାର୍ ଭେଷ୍ଟିବୁଲାଇଟିସ୍[ସମ୍ପାଦନା]

ଭଲଭାର୍ ଭେଷ୍ଟିବୁଲାଇଟିସ୍ ସିଣ୍ଡ୍ରୋମ (ଭିଭିଏସ୍), ଭେଷ୍ଟିବୁଲୋଡିନିଆ, କିମ୍ବା କେବଳ ଭଲଭାର୍ ଭେଷ୍ଟିବୁଲାଇଟିସ୍ କିମ୍ବା “ସ୍ଥାନୀୟ (ଭେଷ୍ଟିବ୍ୟୁଲ୍) ଉତ୍ତେଜକ ଭଲଭୋଡିନିଆ”[୫] ଇତ୍ୟାଦି ଭେଷ୍ଟିବୁଲାର ଅଞ୍ଚଳରେ ସ୍ଥାନିତ ଯନ୍ତ୍ରଣାକୁ ବୁଝାଏ । ଏହା ଏକ ଉଚ୍ଚ ଆଞ୍ଚଳିକ "ଜ୍ୱଳନ" କିମ୍ବା "କାଟିବା" ପ୍ରକାର ଯନ୍ତ୍ରଣା ସହିତ ଜଡ଼ିତ ହେବାକୁ ଲାଗେ । ଭଲଭୋଡିନିଆର ଯନ୍ତ୍ରଣା କ୍ଲିଟୋରିସକୁ ବିସ୍ତାର ହୋଇପାରେ; ଏହାକୁ କ୍ଲିଟୋରୋଡାଇନିଆ କୁହାଯାଏ ।

ଭଲଭାର୍ ଭେଷ୍ଟିବୁଲାଇଟିସ୍ ସିଣ୍ଡ୍ରୋମ୍ ହେଉଛି ଭଲଭୋଡିନିଆର ସବୁଠାରୁ ସାଧାରଣ ଉପପ୍ରକାର ଯାହା ପ୍ରିମେନୋପଜାଲ୍ ମହିଳାଙ୍କୁ ପ୍ରଭାବିତ କରିଥାଏ - ସ୍ତ୍ରୀ ରୋଗର ଯତ୍ନ ନେବାକୁ ଚାହୁଁଥିବା ପ୍ରାୟ ୧0%ରୁ ୧୫% ମହିଳାଙ୍କୁ ଏହି ସିଣ୍ଡ୍ରୋମ୍ ହେବା ଦେଖାଯାଏ ।[୬] [୭]

କାରଣ[ସମ୍ପାଦନା]

ଅଧୁନା ଭଲଭୋଡିନିଆ ପାଇଁ ବିଭିନ୍ନ ପ୍ରକାରର ସମ୍ଭାବ୍ୟ କାରଣ ଏବଂ ଚିକିତ୍ସାମାନଙ୍କର ଅନୁସନ୍ଧାନ କରାଯାଉଛି | ଅଧିକନ୍ତୁ, ଭଲଭୋଡାଇନିଆର ବୋଧହୁଏ ଅନେକ କାରଣ ଅଛି, ଏବଂ କେତେକ ରୋଗୀ ପାଇଁ ଏହା ବ୍ୟକ୍ତିଗତ ହୋଇପାରେ ।

ସମ୍ଭାବ୍ୟ କାରଣଗୁଡିକ ମଧ୍ୟରେ Sjögren syndrome ଅନ୍ତର୍ଭୁକ୍ତ, ଯାହାର ଲକ୍ଷଣ କ୍ରନିକ୍ ଯୋନୀ ଶୁଷ୍କତା ବା ଭଗ ଶୁଷ୍କତା ଯୋଗୁ ହୁଏ । ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ଜେନେଟିକ ପ୍ରଦାହ ପ୍ରତି ଅନୁକୂଳ ଥାଇପାରେ,[୮] ଆଲର୍ଜି ପ୍ରତିକ୍ରିୟା ବା ଅନ୍ୟ ସମ୍ବେଦନଶୀଳତା (ଉଦାହରଣ ପାଇଁ: ପରିସ୍ରାରେ ଅକ୍ସାଲେଟ ଉପସ୍ଥିତି), ଲୁପସ ଏରିଦେମାଟସ ବା ଏକଜିମା ଭଳି ଏକ autoimmune ବିକୃତି ହୋଇପାରେ, କିମ୍ବା ଲାଇଚେନ ସ୍କ୍ଲେରୋସିସ ରୋଗ, ସଂକ୍ରମଣ (ଯେପରିକି ଇଷ୍ଟ/ ଖମୀର ସଂକ୍ରମଣ, ଜୀବାଣୁ ଭାଜିନୋସିସ/ vaginosis, HPV, HSV ), ଆଘାତ, ଏବଂ ସ୍ନାୟୁ ରୋଗରେ ଯୋନୀ ଅଞ୍ଚଳରେ ଅଧିକ ସଂଖ୍ୟକ ସ୍ନାୟୁ ଅଗ୍ରଭାଗ ଥିବା ଯୋଗୁ ହୋଇପାରେ । କେତେକ ମାମଲା ଜେନିଟାଲ୍ ସର୍ଜରୀର ନକାରାତ୍ମକ ଫଳାଫଳ ପରି ଦେଖାଯାଏ, ଯେପରିକି ଲାବିଓପ୍ଲାଷ୍ଟି । ୧୬ ବର୍ଷ ବୟସ ପୂର୍ବରୁ ମହିଳାଙ୍କର ଲୋ-ଡୋଜ୍ ଇଷ୍ଟ୍ରୋଜେନ୍ ଥିବା ହରମୋନାଲ ଗର୍ଭନିରୋଧକ ଔଷଧର ଆରମ୍ଭ କଲେ ଭଲଭାର୍ ଭେଷ୍ଟିବୁଲାଇଟିସ୍ ସିଣ୍ଡ୍ରୋମ ହେବାର ସମ୍ଭାବନା ଥାଏ । ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳାଙ୍କର ଯଥେଷ୍ଟ କମ୍ ଯନ୍ତ୍ରଣା ସୀମା ଥିବା ପୋଷ୍ଟିରିଅର ଭେସ୍ଟିବୁଲମ ବିଶେଷତଃ ଭଲଭାର୍ ଭେଷ୍ଟିବୁଲାଇଟିସ୍ ସିଣ୍ଡ୍ରୋମ ନଥିବା ମହିଳାମାନଙ୍କରେ ହରମୋନ୍ ସହିତ ଜଡ଼ିତ ଥାଏ ।[୯] ଶ୍ରୋଣୀ (pelvis) ଅକ୍ଷମତା କେତେକ ମହିଳାଙ୍କ ଯନ୍ତ୍ରଣାର ମୂଳ କାରଣ ହୋଇପାରେ । [୧୦]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଭଗର ଅନ୍ୟାନ୍ୟ ଭଲଭୋଭାଜିନାଲ୍ ସମସ୍ୟାକୁ ଏଡ଼ାଇ ଦେବା ପରେ ଏହି ନିର୍ଣ୍ଣୟ କରିବ ଉଚିତ୍ । ରୋଗୀର ସାଧାରଣ ଅଭିଯୋଗ, ସାଧାରଣ ସାଧାରଣ ଶାରୀରିକ ଅବସ୍ଥା ଏବଂ ଚିହ୍ନଟ ଯୋଗ୍ୟ କାରଣଗୁଡିକର ଅନୁପସ୍ଥିତି ଉପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ସାଧାରଣ ତଥା ସ୍ଥାନୀୟ ଯନ୍ତ୍ରଣାକୁ ପୃଥକ କରିବା ଏବଂ ଯନ୍ତ୍ରଣାର ସ୍ଥାନଗୁଡିକୁ ପୃଥକ କରିବା ଏବଂ ସେମାନଙ୍କର ଗମ୍ଭୀରତାକୁ ଶ୍ରେଣୀଭୁକ୍ତ କରିବା ପାଇଁ ତୁଳା ସ୍ୱାବ୍ ପରୀକ୍ଷଣ କରାଯାଏ । ରୋଗୀମାନେ ତାଙ୍କର ଭଗକୁ ପ୍ରାୟତଃ ଏକ ତୁଳା ବଲ୍ ଭଳି ନରମ ପଦାର୍ଥ ସ୍ପର୍ଶ କଲେ ଛୁରୀର ସ୍କ୍ରାପିଂ ପରି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରନ୍ତି । ଯନ୍ତ୍ରଣା ସ୍ଥାନର ଏକ ଚିତ୍ର ସମୟ ସହିତ ଯନ୍ତ୍ରଣାକୁ ଆକଳନ କରିବାରେ ସହାୟକ ହୋଇପାରେ । ଯୋନୀକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ, ଏବଂ ଓଦା ମାଉଣ୍ଟ, ଯୋନୀ ପିଏଚ (pH), ଫିମ୍ପି ବା ଫଙ୍ଗସ କଲଚର ଏବଂ ଗ୍ରାମ ସ୍ଟେନ ପରୀକ୍ଷା କରାଯିବା ଉଚିତ । ଫଙ୍ଗଲ୍ କଲଚର ସାହାଯ୍ୟରେ ପ୍ରତିରୋଧକ ଷ୍ଟ୍ରେନ୍ ଚିହ୍ନଟ ହୋଇପାରେ । [୧୧]

ଅନୁମାନ କରାଯାଏ ଯେ ପୀଡ଼ିତଙ୍କ ମଧ୍ୟରେ କେବଳ ଅର୍ଦ୍ଧେକ ରୋଗୀ ଡାକ୍ତରୀ ସାହାଯ୍ୟ ଲୋଡ଼ିବେ, ଏମାନଙ୍କ ମଧ୍ୟରରୁ ଅନେକ ରୋଗୀ ସଠିକ୍ ନିରାକରଣ ପୂର୍ବରୁ ଏକାଧିକ ଡାକ୍ତରଙ୍କୁ ଦେଖାନ୍ତି । ସାହାଯ୍ୟ ମାଗୁଥିବା ଲୋକଙ୍କ ମଧ୍ୟରୁ କେବଳ ୨% ରୋଗୀଙ୍କର ନିର୍ଣ୍ଣୟ ହାସଲ ହୁଏ । [୧୨] ଅନେକ ସ୍ତ୍ରୀ ରୋଗ ବିଶେଷଜ୍ଞ ଏହି ରୋଗ ପରିବାର ସହିତ ପରିଚିତ ନୁହଁନ୍ତି, କିନ୍ତୁ ସମୟକ୍ରମେ ଏହି ସଚେତନତା ବିସ୍ତାର ହୋଇଛି । କ୍ରନିକ୍ ଭଲଭାର୍ ଯନ୍ତ୍ରଣାର ଚିକିତ୍ସା ପାଇଁ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ପ୍ରାୟତଃ ଦ୍ୱିଧାବୋଧ କରନ୍ତି, ବିଶେଷତଃ ଅନେକ ମହିଳା ଯୌନ ସକ୍ରିୟ ହେବା ସମୟରେ ଲକ୍ଷଣ ଆରମ୍ଭ ହେଉଥିବାରୁ ଦ୍ୱିଧା ବୋଧ କରନ୍ତି । ଅଧିକନ୍ତୁ, କୌଣସି ଦୃଶ୍ୟମାନ ଲକ୍ଷଣର ଅନୁପସ୍ଥିତି ଯୋଗୁ ଅନେକ ରୋଗୀଙ୍କୁ ଯନ୍ତ୍ରଣା ସେମାନଙ୍କ ମୁଣ୍ଡରେ ଅଛି ବୋଲି କୁହାଯାଏ । [୧୩]

ଭେଦାତ୍ମକ ରୋଗ ନିର୍ଣ୍ଣୟ[ସମ୍ପାଦନା]

  1. ସଂକ୍ରମଣ: କ୍ୟାଣ୍ଡିଡିଆସିସ୍, ହର୍ପସ୍, HPV ।
  2. ପ୍ରଦାହ: ଲାଇଚେନ ପ୍ଲାନସ୍ ।
  3. ନିଓପ୍ଲାଜମ୍: ପେଜେଟ୍ ରୋଗ, ଭଲଭାର୍ କର୍କଟ ରୋଗ ।
  4. ସ୍ନାୟୁବିଜ୍ଞାନ ବ୍ୟାଧି: ହର୍ପିସ୍ ଭୁତାଣୁ ଯୋଗୁ ସ୍ନାୟୁପୀଡ଼ା ଓ ମେରୁଦଣ୍ଡୀୟ ସ୍ନାୟୁ ଆଘାତ |[ଆଧାର ଲୋଡ଼ା]

ଚିକିତ୍ସା[ସମ୍ପାଦନା]

ଅନେକ ଧରଣର ସମ୍ଭାବ୍ୟ ଚିକିତ୍ସା ଅଛି ଯାହା କୌଣସିମତେ ସମାନ ଭାବରେ ପ୍ରଭାବଶାଳୀ ନୁହେଁ ।[୨] ବିଭିନ୍ନ ଚିକିତ୍ସା ନିମ୍ନରେ ପ୍ରଦତ୍ତ ହେଲା ।

ଜୀବନ‌ଚର୍ଯ୍ୟା[ସମ୍ପାଦନା]

ଅନେକ ପ୍ରକାର ପରିବର୍ତ୍ତିତ ଜୀବନଶୈଳୀକୁ ସୁପାରିଶ କରାଯାଏ, ଯେପରିକି ସୂତା ଅନ୍ତଃବସ୍ତ୍ର ବ୍ୟବହାର, ଉତ୍ତେଜକ ପଦାର୍ଥକୁ ବ୍ୟବ‌ହାର ନ କରିବା ଏବଂ ଯୌନ ସମ୍ପର୍କ ସମୟରେ ଚିକ୍କଣାକାରୀ/ ଲୁବ୍ରିକାଣ୍ଟ ବ୍ୟବହାର କରିବାକୁ ସୁପାରିଦ କରାଯାଏ । [୨] ବିକଳ୍ପ ଔଷଧର ବ୍ୟବହାର ସୁପାରିଶ କରିବା ପାଇଁ ଯଥେଷ୍ଟ ଅଧ୍ୟୟନ କରାଯାଇ ନାହିଁ ।

ପରାମର୍ଶ[ସମ୍ପାଦନା]

  1. ଭେଷ୍ଟିବୁଲୋଡିନିଆ ବିଷୟରେ ଶିକ୍ଷା ଏବଂ ସଠିକ୍ ସୂଚନା: ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନେତୃତ୍ୱାଧୀନ ଶିକ୍ଷାଗତ ସେମିନାରଗୁଡିକ ଗୋଷ୍ଠୀ ଭାବରେ ପ୍ରସାରଣ କଲେ ମାନସିକ ଲକ୍ଷଣ ଏବଂ ଯୌନ କାର୍ଯ୍ୟକଳାପ ଉପରେ ଗୁରୁତ୍ୱପୂର୍ଣ ଯୁକ୍ତାତ୍ମକ ପ୍ରଭାବ ପକାଇଥାଏ, ଯେଉଁମାନେ ସ୍ପର୍ଶ କିମ୍ବା ଯୌନ କାର୍ଯ୍ୟକଳାପ କାରଣରୁ ଭେଷ୍ଟିବୁଲୋଡିନିଆରେ ପୀଡ଼ିତ ହୋଇଥାଆନ୍ତି । [୧୪] ଉତ୍ତେଜନାକୃତ ଭେଷ୍ଟିବୁଲୋଡିନିଆ କେତେକ କ୍ଷେତ୍ରରେ ଭଲଭୋଡିନିଆ ଭଳି ସମାନ ଜଣାଯାଏ କିନ୍ତୁ ଏହା ଏକ ଭିନ୍ନ ପ୍ରସଙ୍ଗ ।
  2. ବାୟୋଫିଡବ୍ୟାକ୍, ଫିଜିକାଲ୍ ଥେରାପି ଏବଂ ଶିଥିଳତା: ଶାରୀରିକ ଥେରାପିଷ୍ଟମାନଙ୍କଦ୍ୱାରା କରାଯାଇଥିବା ବାୟୋଫିଡବ୍ୟାକ୍‌ରେ ପ୍ରାୟତଃ ଏକ ଯୌନ ସେନ୍ସର ବ୍ୟବ‌ହାର କରାଯାଏ ଯାହା ମାଂସପେଶୀର ଶକ୍ତି ଅନୁଭବ କରିବା ପାଇଁ ଏବଂ ଏକ ରୋଗୀକୁ ସଂକୋଚନ ଏବଂ ଆରାମ ମଧ୍ୟରେ ପାର୍ଥକ୍ୟ ଅନୁଭବ କରି ମାଂସପେଶୀ ଉପରେ ଅଧିକ ନିୟନ୍ତ୍ରଣ ପାଇବାରେ ସାହାଯ୍ୟ କରି ସଙ୍କୋଚନ ଓ ଶିଥିଳତା ମଧ୍ୟରେ ପାର୍ଥକ୍ୟ ଅନୁଭବ କରାଇଥାଏ । ଘରୋଇ ଭାବରେ ପ୍ରାୟତଃ କେଗେଲ ବ୍ୟାୟାମ (ଯେପରିକି ୯ ସେକେଣ୍ଡ ପାଇଁ ସଙ୍କୋରନ ରଖନ୍ତୁ, ୩୦ ସେକେଣ୍ଡ ପାଇଁ[ ଉଦ୍ଧୃତ ଆବଶ୍ୟକ ] ଆରାମ କରନ୍ତୁ, ଏହିଭଳି ୧୦-୧୫ ଥର କରନ୍ତୁ ) ଏବଂ ଶିଥିଳ ହେବାକୁ ଶିକ୍ଷା ଦିଆଯାଏ ।[ଆଧାର ଲୋଡ଼ା]

ଔଷଧ[ସମ୍ପାଦନା]

ଭଲଭୋଡିନିଆର ଚିକିତ୍ସା ପାଇଁ ଅନେକ ରକମର ଔଷଧ ବ୍ୟବହୃତ ହୋଇଛି । [୨] ତଥାପି ସେମାନଙ୍କର ବ୍ୟବହାରକୁ ସମର୍ଥନ କରିବାର ପ୍ରମାଣ ପ୍ରାୟତଃ ଖରାପ । ଏଥିରେ ଲିଡୋକେନ୍, ଇଷ୍ଟ୍ରୋଜେନ୍ କିମ୍ବା ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଥିବା କ୍ରିମ୍ ଏବଂ ମଲମ ଅନ୍ତର୍ଭୁକ୍ତ । ବଟିକା ଫର୍ମରେ ଥିବା ଆଣ୍ଟିଡିପ୍ରେସାଣ୍ଟ ଏବଂ ଆଣ୍ଟିକୋନ୍ଭୁଲ୍‌ସାଣ୍ଟଗୁଡିକ ବେଳେବେଳେ ଚେଷ୍ଟା କରାଯାଏ କିନ୍ତୁ ଏହାର ଉପ‌ଯୁକ୍ତ ଅଧ୍ୟୟନ କରାଯାଇ ନାହିଁ । ଇଞ୍ଜେକ୍ସନ ଦିଆଯାଉଥିବା ଔଷଧ ମଧ୍ୟରେ ଷ୍ଟେରଏଡ ଏବଂ ବଟୁଲିନମ୍ ଟକ୍ସିନ୍ ସୀମିତ ସଫଳତା ସହିତ ଚେଷ୍ଟା କରାଯାଇଛି ।

ଅସ୍ତ୍ରୋପଚାର[ସମ୍ପାଦନା]

ଯଦି ଅନ୍ୟାନ୍ୟ ଚିକିତ୍ସା ଫଳପ୍ରଦ ନହୁଏ ତେବେଭେଷ୍ଟିବୁଲେକ୍ଟୋମି ଅପରେଶନ କରି ଏହି ଅଞ୍ଚଳର ସ୍ନାୟୁ ତନ୍ତୁ କାଟିଦେବାକୁ ପରାମର୍ଶ ଦିଆଯାଇପାରେ ।[୨] ଅସ୍ତ୍ରୋପଚାରକୁ ଚିକିତ୍ସା ଭାବରେ ଦେଖୁଥିବାର କୌଣସି ଉଚ୍ଚମାନର ଅଧ୍ୟୟନ ହୋଇନାହିଁ । ଏଥିରେ ୬୦%ରୁ ୯୦%ରେ ଉନ୍ନତି ଲକ୍ଷ କରାଯାଇଛି, କିନ୍ତୁ ଯେଉଁମାନେ ଅସ୍ତ୍ରୋପଚାର ବିନା ଚିକିତ୍ସିତ ହୋଇଥିଲେ ତାଙ୍କର ୪୦ରୁ ୮୦% କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା ।

ରୋଗାନୁଶୀଳନ[ସମ୍ପାଦନା]

ଶତକଡ଼ା କେତେ ମହିଳା ପ୍ରଭାବିତ ହୁଅନ୍ତି ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଆକଳନ ୧୬% ପର୍ଯ୍ୟନ୍ତ ହୋଇପାରେ ।[୨] ଏହା ସହିତ ପ୍ରକୃତରେ ଭଲଭୋଡିନିଆ ହୋଇନଥିବା (ଭଲଭର୍ ଯନ୍ତ୍ରଣାର ଅନ୍ୟାନ୍ୟ କାରଣକୁ ନିର୍ଣ୍ଣୟ କରି ରୋଗ ନିର୍ଣ୍ଣୟ କରାଯାଏ) ଅନ୍ୟାନ୍ୟ ଅବସ୍ଥା ଦ୍ୱନ୍ଦ୍ୱରେ ପଡ଼ିପାରେ । ମହିଳା ସ୍ୱାସ୍ଥ୍ୟ କ୍ଲିନିକରେ ଭଲଭାର୍ ଯନ୍ତ୍ରଣା ଏକ ପୁନଃପୌନିକ ଅଭିଯୋଗ ଥାଏ । ଭଲଭୋଡିନିଆ ଡାକ୍ତରୀ ସାହିତ୍ୟର ଏକ ନୂତନ ଶବ୍ଦ ।[ଆଧାର ଲୋଡ଼ା]

ବାହ୍ୟ ଲିଙ୍କ୍ |[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ


ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Feldhaus-Dahir, M (2011). "The causes and prevalence of vestibulodynia: A vulvar pain disorder". Urologic Nursing. 31 (1): 51–4. doi:10.7257/1053-816X.2012.31.1.51. PMID 21542444.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Stockdale, C. K.; Lawson, H. W. (2014). "2013 Vulvodynia Guideline update". Journal of Lower Genital Tract Disease. 18 (2): 93–100. doi:10.1097/LGT.0000000000000021. PMID 24633161.
  3. Bornstein J, Goldstein AT, Stockdale CK, Bergeron S, Pukall C, Zolnoun D, Coady D (Apr 2016). "ISSVD, ISSWSH, and IPPS Consensus Terminology and Classification of Persistent Vulvar Pain and Vulvodynia". J Sex Med. 13 (4): 607–12. doi:10.1016/j.jsxm.2016.02.167. PMID 27045260.{{cite journal}}: CS1 maint: multiple names: authors list (link)
  4. National Research Center for Women and Families (October 2007). "Vulvodynia and Genital Pain". Archived from the original on 25 July 2011. Retrieved 2009-08-27.
  5. Moyal-Barracco, M; Lynch, P. J. (2004). "2003 ISSVD terminology and classification of vulvodynia: A historical perspective". The Journal of Reproductive Medicine. 49 (10): 772–7. PMID 15568398.
  6. Bergeron, Sophie; Binik, Yitzchak M.; Khalifé, Samir; Meana, Marta; Berkley, Karen J.; Pagidas, Kelly (1997). "The treatment of vulvar vestibulitis syndrome: Towards a multimodal approach". Sexual and Marital Therapy. 12 (4): 305–311. doi:10.1080/02674659708408174.
  7. Bergeron, Sophie; Binik, Yitzchak M.; Khalifé, Samir; Pagidas, Kelly (1997). "Vulvar Vestibulitis Syndrome: A Critical Review". The Clinical Journal of Pain. 13 (1): 27–42. doi:10.1097/00002508-199703000-00006. PMID 9084950.
  8. Gerber, Stefan; Bongiovanni, Ann Marie; Ledger, William J.; Witkin, Steven S. (2003). "Interleukin-1β gene polymorphism in women with vulvar vestibulitis syndrome". European Journal of Obstetrics & Gynecology and Reproductive Biology. 107 (1): 74–77. doi:10.1016/S0301-2115(02)00276-2. PMID 12593899.
  9. Basson, Rosemary; Weijmar Schultz, Willibrord (2007). "Sexual sequelae of general medical disorders". The Lancet. 369 (9559): 409–424. doi:10.1016/S0140-6736(07)60197-4. PMID 17276781.
  10. Kellogg-Spadt, S (October 2003). "Differential Diagnosis of Pelvic Floor Dysfunction and Vulvar Pain". Retrieved 2012-09-11.
  11. Haefner, H. K.; Collins, M. E.; Davis, G. D.; Edwards, L; Foster, D. C.; Hartmann, E. D.; Kaufman, R. H.; Lynch, P. J.; Margesson, L. J. (2005). "The vulvodynia guideline". Journal of Lower Genital Tract Disease. 9 (1): 40–51. doi:10.1097/00128360-200501000-00009. PMID 15870521.
  12. Reed, Barbara Diane; Harlow, Siobán Denise; Sen, Ananda; Legocki, Laurie Jo; Edwards, Rayna Monique; Arato, Nora; Haefner, Hope Katharine (February 2012). "Prevalence and demographic characteristics of vulvodynia in a population-based sample". American Journal of Obstetrics and Gynecology (in ଇଂରାଜୀ). 206 (2): 170.e1–170.e9. doi:10.1016/j.ajog.2011.08.012. PMC 3779055. PMID 21963307.
  13. Shallcross, Rebekah; Dickson, Joanne M.; Nunns, David; Taylor, Kate; Kiemle, Gundi (2019-04-01). "Women's Experiences of Vulvodynia: An Interpretative Phenomenological Analysis of the Journey Toward Diagnosis". Archives of Sexual Behavior (in ଇଂରାଜୀ). 48 (3): 961–974. doi:10.1007/s10508-018-1246-z. ISSN 1573-2800. PMC 6418055. PMID 30047005.
  14. Brotto, L. A.; Sadownik, L; Thomson, S (2010). "Impact of educational seminars on women with provoked vestibulodynia". Journal of Obstetrics and Gynaecology Canada. 32 (2): 132–8. doi:10.1016/s1701-2163(16)34427-9. PMID 20181314.