Jump to content

ବ୍ୟବହାରକାରୀ:Ssgapu22/ଅର୍ଦ୍ଧେନ୍ଦୁ ସାହୁ

ଉଇକିପିଡ଼ିଆ‌ରୁ
ଅର୍ଦ୍ଧେନ୍ଦୁ ସାହୁ
ଜନ୍ମ
ଅର୍ଦ୍ଧେନ୍ଦୁ ସାହୁ

ପେଷାଓଡ଼ିଆ କଥାଚିତ୍ର ଅଭିନେତା
କାର୍ଯ୍ୟକାଳ୨୦୧୫-ଏବେଯାଏଁ

ଅର୍ଦ୍ଧେନ୍ଦୁ ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଅର୍ଦ୍ଧେନ୍ଦୁ ଓଡ଼ିଆ କଥାଚିତ୍ର ଅ ଆ ହର୍ଷେଇ ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧][୨] ଏହାପରେ ସେ ୨୦୧୭ ମସିହାରେ ଟପୋରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୧୮ରେ ତାଙ୍କ ଅଭିନୀତ କଥାଚିତ୍ର ବ୍ଲାକ୍‌ମେଲ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ଅଭିନୟ ଜୀବନ

[ସମ୍ପାଦନା]

ଅର୍ଦ୍ଧେନ୍ଦୁ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅ ଆ ହର୍ଷେଇ କଥାଚିତ୍ର ଜରିଆରେ ପ୍ରବେଶ କରିଥିଲେ ।[୧] ଏହି କଥାଚିତ୍ରରେ ଦୁଇଜଣ ନାୟିକା ବବ୍‌ଲି ଏବଂ ଶ୍ରୀଜଳା ଅଭିନୟ କରିଥିଲେ । ଅର୍ଦ୍ଧେନ୍ଦୁଙ୍କର ଏହି ପ୍ରଥମ କଥାଚିତ୍ରଟିର ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।[୩] କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏନ୍. ପାଢ଼ୀ ।[୪][୫] ଏହି କଥାଚିତ୍ରଟିରେ ପ୍ରୀତିରାଜ ଶତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ମୌସୁମୀ ଶାହା, ଶୁଭ, ପ୍ରିୟଙ୍କା, ରୋହନ ଭଟ୍ଟାଚାର୍ଯ୍ୟ ଆଦି କଳାକାରମାନେ ଅଭିନୟ କରିଥିଲେ ।

ଏହାପରେ ସେ ଓଡ଼ିଆ କଥାଚିତ୍ର ଟପୋରିରେ ଅଭିନୟ କରିଥିଲେ ।[୬] ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ପଣ୍ଡା ।[୭][୮][୯][୨] ଅର୍ଦ୍ଧେନ୍ଦୁଙ୍କ ସ‌ହ ଏହି କଥାଚିତ୍ରଟିରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅନ୍ୱେଷା ।[୧୦] ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୧]

ଅର୍ଦ୍ଧେନ୍ଦୁଙ୍କର ଆଗାମୀ ଚଳଚ୍ଚିତ୍ର ବ୍ଲାକ୍‌ମେଲ୍‌ ମୁକ୍ତିଲାଭ କରିବାକୁ ଅଛି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମିତ ନାୟକ ।[୨] ଏହି କଥାଚିତ୍ରଟିର ଅର୍ଦ୍ଧେନ୍ଦୁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନାୟିକା ଭୂମିକାରେ ତମନ୍ନା ଏବଂ ଆହାନା ଅଭିନୟ କରିଥିଲେ ।[୧୨]ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୩][୧୪]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୫ଅ ଆ ହର୍ଷେଇପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୭ଟପୋରି
୨୦୧୮ବ୍ଲାକ୍‌ମେଲ୍ମୁକ୍ତିଲାଭ ଅପେକ୍ଷାରେ
  1. 1 2 "ଅର୍ଦ୍ଧେନ୍ଦୁଙ୍କ ଆତ୍ମ‌ବିଶ୍ୱାସ". ସମାଜ. 11 March 2018. Retrieved 12 March 2018.
  2. 1 2 3 "ଆହାନା ଏବଂ ତମନ୍ନାଙ୍କ ସହ ଅଭିନୟ କରି ଭଲ ଲାଗିଲା, ସେମାନେ ଖୁବ୍‌ କୋପରେଟିଭ୍‌ : ଅର୍ଦ୍ଧେନ୍ଦୁ". sambad.in. 5 March 2018. Retrieved 8 April 2018.
  3. ↑ "Padhi tries his hand at bilingual film". The Telegraph. Retrieved 20 July 2016.
  4. ↑ "Year 2015: A Aa Harshei". Odiamoviedatabase. Retrieved 5 February 2015.
  5. ↑ http://odishareporter.in/ollywood-2015-round-up/
  6. ↑ "Tapori". Odia Movie Database. Retrieved 13 April 2017.
  7. ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  8. ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  9. ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  10. ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  11. ↑ Jena, Manjit. "Tapori Odia Film Of Ardhendu Cast, Crew, Wallpapers, Songs And Videos". OdiaInfo.in. Retrieved 13 April 2017.
  12. ↑ "'ବ୍ଲାକ୍ ମେଲ୍‌ର ନାୟିକା'". ସମାଜ. 12 November 2017. Retrieved 12 November 2017.
  13. ↑ "ଆହାନାଙ୍କ ଆଶା". ସମାଜ. 5 November 2017. Retrieved 5 November 2017.
  14. ↑ "ଆସୁଛନ୍ତି ଅର୍ଦ୍ଧେନ୍ଦୁ". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.

ବାହାର ଆଧାର

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ Ssgapu22/ଅର୍ଦ୍ଧେନ୍ଦୁ ସାହୁ