ବ୍ୟବହାରକାରୀଙ୍କ ଆଲୋଚନା:Lemiel Silvamillion Clover

Page contents not supported in other languages.
ଉଇକିପିଡ଼ିଆ‌ରୁ
ନମସ୍କାର Lemiel Silvamillion Clover, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Lemiel Silvamillion Clover, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୨୩, ୨୪ ଡିସେମ୍ବର ୨୦୨୦ (IST)[reply]

ଆପଣଙ୍କ ନିକଟର ସମ୍ପାଦନା[ସମ୍ପାଦନା]

ଆଦରର {{}}, ଆପଣ ନିକଟରେ କରିଥିବା କିଛି ସମ୍ପାଦନା ବାବଦରେ ଆପଣଙ୍କୁ ଏଠାରେ ଜଣାଇବାକୁ ଚାହୁଁଛି:

  • ଆପଣ ଅନେକ ଦେଶ ପାଇଁ ବ୍ୟବହୃତ ଛାଞ୍ଚ ତିଆରି କରିଛନ୍ତି । ଏଭଳି ଛାଞ୍ଚ କରିବା ଆଗରୁ ଦୟାକରି ଇଂରାଜୀ ଛାଞ୍ଚ ପୃଷ୍ଠାର ବାମ ପଟେ ଥିବା "Languages" ବିଭାଗ ତଳେ ଓଡ଼ିଆ ଅଛି କି ନାହିଁ ଦେଖନ୍ତୁ । ଯଦି ନାହିଁ ଉଇକିପିଡ଼ିଆ:ଆଲୋଚନା ସଭାରେ ଏକ ତାଲିକା କରି ଅନୁରୋଧ କରିପାରିବେ । ଜଣେ ପରିଚାଳକ ସେ କାମଟି କରିପାରିବେ । ଆପଣ ବୋଧେ ଏବେ ସିଧା ଇଂରାଜୀ ଉଇକିପିଡ଼ିଆରୁ କପି କରୁଛନ୍ତି । ତାହା ଠିକ ବାଟ ନୁହେଁ ।
  • ଓଡ଼ିଆ ଉଇକିପିଡ଼ିଆରେ ନିହାତି ଆବଶ୍ୟକ ନ ଥିଲେ ଉଭୟ ଇଂରାଜୀ-ଓଡ଼ିଆ ମିଶା ନାମ ବ୍ୟବହାର କରାଯାଏ ନାହିଁ । ତେଣୁ ଦୟାକରି ଆଗକୁ "ଛାଞ୍ଚ:Country data ସଂଯୁକ୍ତ ରାଜ୍ଯ" ଭଳି ଉଭୟ ଇଂରାଜୀ ଓ ଓଡ଼ିଆ ନାମ ମିଶାଇ ରଖନ୍ତୁ ନାହିଁ ।
  • ଆଉ ଓଡ଼ିଆରେ କେଉଁଠି "ସଂଯୁକ୍ତ ରାଜ୍ୟ" ବୋଲି ଲେଖାଯାଏ ନାହିଁ । ତେଣୁ ଅନ୍ୟ ଭାଷାରେ ବ୍ୟବହୃତ ନାମ ବିଶେଷ କରି ଛାଞ୍ଚ ନାମରେ ରଖିବା ଆବଶ୍ୟକ ନାହିଁ ।

--ସୁଭ (ଆଳାପ) ୦୯:୩୧, ୨୩ ଫେବୃଆରୀ ୨୦୨୧ (IST)[reply]

ବଛା ଲେଖା[ସମ୍ପାଦନା]

ନମସ୍କାର ଆପଣ ଆରମ୍ଭ କରିଥିବା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରସଙ୍ଗଟି ଏଇ ମାସର ବଛା ଲେଖା ଭାବେ ରଖାଗଲା । ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । କିଛି ଦିନ ହେଲାଣି ଆପଣଙ୍କ ଦେଖା ନାହିଁ ଉଇକିରେ । ଆଶାକରେ ସବୁ ଠିକ ଠାକ ଥିବ ଏବଂ ଆପଣ ପୁଣିଥରେ ଅବଦାନ ଆରମ୍ବ କରିବେ । କିଛି ଅସୁବିଧା ଥିଲେ ଜଣେଇବେ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୦୪, ୩ ସେପ୍ଟେମ୍ବର ୨୦୨୧ (IST)[reply]