ବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟ
Clinical data | |
---|---|
Trade names | Qvar, Beconase AQ, others |
AHFS/Drugs.com | monograph |
MedlinePlus | a681047 |
Pregnancy category |
|
Routes of administration | Oral inhalation, nasal inhalation, topical |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Converted to beclometasone-17-monopropionate (17-BMP) during absorption |
Protein binding | 87% of 17-BMP to albumin and transcortin |
Metabolism | By esterase enzymes found in most tissues |
Elimination half-life | 2.8 hours |
Excretion | Biliary (60%), renal (12%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.024.442 |
Chemical and physical data | |
Formula | C28H37ClO7 |
Molar mass | 521.042 g/mol |
3D model (JSmol) | |
| |
| |
(what is this?) (verify) |
ବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟ ବା ବେକ୍ଲୋମେଥାଜୋନ ଡାଇପ୍ରୋପିଓନେଟ ଏକ ସ୍ଟିରଏଡ ଔଷଧ ।[୧] ଏହା ଇନହେଲର, କ୍ରିମ, ପିଲ ଓ ନାକ ସ୍ଟ୍ରେ ଆକାରରେ ମିଳେ ।[୨]ଆଜ୍ମା ରୋଗର ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[୧] ଡର୍ମାଟାଇଟିସ ଓ ସୋରିଆସିସ ରୋଗରେ ଏହା କ୍ରିମ ଆକାରରେ ବ୍ୟବହାର କରାଯାଏ ।[୩] ଅଲସରେଟିଭ କୋଲାଇଟିସ ରୋଗରେ ପିଲ ଦିଆଯାଏ ।[୪] ଆରର୍ଜିକ ରାଇନାଇଟିସ ଓ ନାଜାଲ ପଲିପ ଥିଲେ ନାକ ସ୍ପ୍ରେ ଦିଆଯାଏ ।[୫]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା: ଅନ୍ତଶୋଷକ ଯୋଗୁ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବଥା ଓ ତଣ୍ଟି ପ୍ରଦାହ ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ପରଳ, କୁସିଙ୍ଗ ସିଣ୍ଡ୍ରୋମ ଓ ଆନାଫାଇଲାକ୍ସିସଇତ୍ୟାଦି ହୋଇପାରେ । [୧] ପିଲର ଦୀର୍ଘକାଳୀନ ବ୍ୟବହାର ଯୋଗୁ ଆଡ୍ରେନାଲ ଅଭାବ ଦେଖାଯାଏ ।[୪] ଏହା ବ୍ୟତୀତ ମନୋଭାବ ଓ ବ୍ୟକ୍ତିତ୍ୱ ପରିବର୍ତ୍ତନ ହୋଇପାରେ ।[୪] ଗର୍ଭାବସ୍ଥାରେ ଅନ୍ତଶୋଷକ ସାଧାରଣତଃ ନିରାପଦ ଥାଏ ।[୬] ବେକ୍ଲୋମେଟାଜୋନ ଏକ ପ୍ରକାର ଗ୍ଲୁକୋକର୍ଟିକଏଡ ।[୧]
ସନ ୧୯୬୨ରେ ବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟ ପ୍ରଥମେ ପେଟେଣ୍ଟ ହୋଇ ସନ ୧୯୭୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଲା ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହାର ନିମନ୍ତେ ଏହା ସନ ୧୯୭୬ରେ ଅନୁମୋଦିତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ୨୦୦ ଡୋଜ ଥିବା ଇନହେଲର ମୂଲ୍ୟ ସନ ୨୦୧୪ରେ ପ୍ରାୟ ୩.୨୦ ଆମେରିକୀୟ ଡଲାର ଥିଲା ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସ ବ୍ୟବହାର ନିମନ୍ତେ ୫୦ରୁ ୧୦୦ ଡଲାର ମୂଲ୍ୟ ଦେବାକୁ ହୁଏ ।[୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Beclomethasone Dipropionate". The American Society of Health-System Pharmacists. Retrieved Dec 2, 2015.
- ↑ "List of products: BECLOMETASONE DIPROPIONATE". MHRA. Retrieved 6 December 2015.
- ↑ "Beclometasone dipropionate 0.25 mg/g Cream" (PDF). MHRA. Archived from the original (PDF) on 8 December 2015. Retrieved 6 December 2015.
- ↑ ୪.୦ ୪.୧ ୪.୨ "Clipper" (PDF). MHRA. Archived from the original (PDF) on 8 December 2015. Retrieved 6 December 2015.
- ↑ "Beclomethasone Dipropionate eent". The American Society of Health-System Pharmacists. Retrieved Dec 2, 2015.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 349. ISBN 9781284057560.
- ↑ McPherson, Edwin M. (2007). Pharmaceutical Manufacturing Encyclopedia (3rd ed.). Burlington: Elsevier. p. 539. ISBN 9780815518563.
- ↑ "WHO Model List of Essential Medicines" (PDF). Apps.WHO.int. World Health Organization. October 2013. Retrieved 22 April 2014.
- ↑ "Beclometasone". International Drug Price Indicator Guide. Retrieved 6 December 2015.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 451. ISBN 9781284057560.