ବୃକ୍କ ବିଫଳତା
ବୃକ୍କ ବିଫଳତା/କିଡନି ଫେଲ୍ୟୁର (Kidney failure) | |
---|---|
Renal failure, end-stage renal disease (ESRD) | |
ବିଭାଗ | ମୂତ୍ରରୋଗ ବିଜ୍ଞାନ (Nephrology) |
ଲକ୍ଷଣ | ପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ଦ୍ୱନ୍ଦ୍ୱ [୧] |
କାରଣ | ଆକ୍ୟୁଟ: ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome).[୨] କ୍ରନିକ: ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଆକ୍ୟୁଟ: ଓଲିଗୁରିଆ (Decreased urine production), ଅଧିକ ସେରମ କ୍ରିଏଟିନିନ (serum creatinine)[୩] କ୍ରନିକ:କମ୍ ଜିଏଫଆର (Glomerular filtration rate) (GFR) <୧୫[୪] |
ଚିକିତ୍ସା | ଆକ୍ୟୁଟ: କାରଣ ଅନୁସାରେ[୫] କ୍ରନିକ: ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant)[୧] |
ପୁନଃପୌନିକ | ଆକ୍ୟୁଟ: ବାର୍ଷିକ ୧,୦୦୦ରେ ୩ ଜଣ [୬] କ୍ରନିକ:୧,୦୦୦ରେ ଜଣେ (US)[୪] |
ବୃକ୍କ ବିଫଳତା (ଇଂରାଜୀ ଭାଷାରେ Kidney failure, ଅନ୍ୟ ନାମ end-stage kidney disease) ଏକ ବେମାରୀ ଯେଉଁଥିରେ ବୃକ୍କ ବା କିଡନି ତାର କାମ କରିବାକୁ ଅକ୍ଷମ ହୋଇଯାଏ ।[୧] ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ କିଡନି ଫେଲ୍ୟୁର (acute kidney failure) ଯାହା ବହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ ହୋଇଯାଏ ଓ କ୍ରନିକ କିଡନି ଫେଲ୍ୟୁର (chronic kidney failure) ଯେଉଁଥିରେ ଦୀର୍ଘ ସମୟ ଧରି ରୋଗ ରହେ ।[୨] ପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ବାନ୍ତି (vomiting) ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[୧] ଆକ୍ୟୁଟ କେଶ୍ ଜଟିଳ ହେଲେ ଆକ୍ୟୁଟ: ଯୁରିମିଆ (Uremia), ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଜାତ ହୁଏ[୩]ଓ କ୍ରନିକ କେଶ୍ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ ବା ଆନିମିଆ ଜାତ ହୁଏ । [୭][୮]
ଆକ୍ୟୁଟ ରୋଗର କାରଣ ମଧ୍ୟରେ ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome) ରୋଗମାନଙ୍କ ନାମ ଉଲ୍ଲେଖନୀୟ ।[୨] କ୍ରନିକ କେଶ୍ରେ ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease) ନାମ ନିଆଯାଏ ।[୨] ଓଲିଗୁରିଆ (Decreased urine production) ଓ ଅଧିକ ସେରମ କ୍ରିଏଟିନିନ (serum creatinine) ଥିଲେ ଆକ୍ୟୁଟ ବୃକ୍କ ବିଫଳତା ନିର୍ଣ୍ଣୟ କରାଯାଏ । [୩] ଜିଏଫଆର (Glomerular filtration rate) (GFR) ୧୫ରୁ କମ୍ ଥିଲେ ଓ ରେନାଲ ରିପ୍ଲେସମେଣ୍ଟ ଥେରାପିର ଆବଶ୍ୟକତା ଥିଲେ କ୍ରନିକ ବୃକ୍କ ବିଫଳତା ନିର୍ଣ୍ଣୟ କରାଯାଏ ।[୪] ଏହା କ୍ରନିକ ବୃକ୍କ ରୋଗର ସ୍ଟେଜ ୫ ସହ ସମକକ୍ଷ ।[୪]
ଆକ୍ୟୁଟ ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[୫] କ୍ରନିକ ରୋଗର ଚିକିତ୍ସାରେ ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant) ଇତ୍ୟାଦି କରାଯାଏ ।[୧] ରକ୍ତକୁ ଫିଲଟର କରି ବିଶୁଦ୍ଧ କରିବା ନିମନ୍ତେ ଶରୀର ବାହାରେ ହେମୋଡାଏଲିସିସ ଯନ୍ତ୍ର ବ୍ୟବହାର କରାଯାଏ ।[୧] ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।[୧] ବୃକ୍କ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଅନ୍ୟ ଏକ ଦାତାଠାରୁ ଏକ ବୃକ୍କ ଆଣି ପ୍ରତିସ୍ଥାପନ କରାଯାଏ ଓ ରିଜେକସନ (rejection) ନହେବା ନିମନ୍ତେ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ଦିଆଯାଏ ।[୧] କ୍ରନିକ କେଶ୍ରେ ଖାଦ୍ୟ ପରିବର୍ତ୍ତନ ଓ ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ । [୧]
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ୧,୦୦୦ ଲୋକରେ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[୬] ପ୍ରତି ୧,୦୦୦ରେ ଜଣକୁ କ୍ରନିକ ରୋଗ ଥିଲା ବେଳେ ପ୍ରତି ୧୯,୦୦୦ ଲୋକରେ ୩ ଜଣକୁ ସଦ୍ୟ ଆକ୍ରମଣ ହୁଏ ।[୪][୯] ଆକ୍ୟୁଟ ରୋଗ ଉପଶମ ହୋଇ ଭଲ ହୁଏ କିନ୍ତୁ କ୍ରନିକ ରୋଗ ଭଲ ହୁଏନି ।[୨] କ୍ରନିକ ରୋଗୀ ଉପଯୁକ୍ତ ଚିକିତ୍ସାରେ ରହିଲେ କାର୍ଯ୍ୟକ୍ଷମ ରହନ୍ତି । [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Kidney Failure". National Institute of Diabetes and Digestive and Kidney Diseases. Retrieved 11 November 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "What is renal failure?". Johns Hopkins Medicine (in ଇଂରାଜୀ). Retrieved 18 December 2017.
- ↑ ୩.୦ ୩.୧ ୩.୨ Blakeley, Sara (2010). Renal Failure and Replacement Therapies (in ଇଂରାଜୀ). Springer Science & Business Media. p. 19. ISBN 9781846289378.
- ↑ ୪.୦ ୪.୧ ୪.୨ ୪.୩ ୪.୪ Cheung, Alfred K. (2005). Primer on Kidney Diseases (in ଇଂରାଜୀ). Elsevier Health Sciences. p. 457. ISBN 1416023127.
- ↑ ୫.୦ ୫.୧ Clatworthy, Menna (2010). Nephrology: Clinical Cases Uncovered (in ଇଂରାଜୀ). John Wiley & Sons. p. 28. ISBN 9781405189903.
- ↑ ୬.୦ ୬.୧ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 37. ISBN 9780323529570.
- ↑ Liao, Min-Tser; Sung, Chih-Chien; Hung, Kuo-Chin; Wu, Chia-Chao; Lo, Lan; Lu, Kuo-Cheng (2012). "Insulin Resistance in Patients with Chronic Kidney Disease". Journal of Biomedicine and Biotechnology. 2012: 1–5. doi:10.1155/2012/691369. PMC 3420350. PMID 22919275.
{{cite journal}}
: CS1 maint: unflagged free DOI (link) - ↑ "Kidney Failure". MedlinePlus (in ଇଂରାଜୀ). Retrieved 11 November 2017.
- ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 294. ISBN 9780323529570.