ବୁବୋନିକ୍ ପ୍ଲେଗ୍
ବୁବୋନିକ୍ ପ୍ଲେଗ୍ | |
---|---|
ବିଭାଗ | Infectious disease |
ଆଇସିଡ଼ି-୧୦ | A20.0 |
ଆଇସିଡ଼ି-୯-ସିଏମ୍ | 020.0 |
ରୋଗ ଡାଟାବେସ | 14226 |
ମେଡ଼ିସିନ-ପ୍ଲସ | 000596 |
ବୁବୋନିକ୍ ପ୍ଲେଗ୍ ରୋଗ ଏକ ପ୍ରକାର ଜୀବାଣୁ ସଂକ୍ରମଣ ଯାହା ୟେର୍ସିନିଆ ପେସ୍ଟିସ୍ ଜୀବାଣୁ ଯୋଗୁ ହେଉଥିବା ତିନି ପ୍ରକାର ସଂକ୍ରମଣ ମଧ୍ୟରୁ ଗୋଟିଏ ।[୧] ଏହି ଜୀବାଣୁ ସଂସ୍ପର୍ଶରେ ଆସିବାର ୩ରୁ ୭ ଦିନ ପରେ ଫ୍ଲୁ ରୋଗ ଲକ୍ଷଣ ଭଳି ଲକ୍ଷଣ ପ୍ରକାଶ ପାଏ । ଏଥିରେ ଜ୍ୱର, ମୁଣ୍ଡବଥା ଓ ବାନ୍ତି ହୁଏ ।[୧] ଚର୍ମର ଯେଉଁ ସ୍ଥାନରେ ଜୀବାଣୁ ପ୍ରବେଶ କରିଥାଆନ୍ତି ସେହି ସ୍ଥାନର ପାଖାପାଖି ସ୍ଥାନରେ ଥିବା ଲସିକା ଗ୍ରନ୍ଥି ଫୁଲିଯାଇ ଯନ୍ତ୍ରଣା ହୁଏ । [୨] ବେଳେବେଳେ ଏହି ଫୁଲିଥିବା ଲସିକା ଗ୍ରନ୍ଥି ଫାଟି ମେଲା ହୋଇଯାଏ । [୧]
ସଂକ୍ରମଣ ପଥ ଅନୁସାରେ ତିନି ପ୍ରକାର ପ୍ଲେଗ୍ ହୁଏ ଯଥା:- ବୁବୋନିକ୍ ପ୍ଲେଗ୍, ସେପ୍ଟିସେମିକ ପ୍ଲେଗ୍ ଓ ନିମୋନିକ ପ୍ଲେଗ୍ । ବୁବୋନିକ୍ ପ୍ଲେଗ୍ ମୁଖ୍ୟତଃ ସଂକ୍ରମିତ ଫ୍ଲି(ରକ୍ତଶୋଷି କୀଟ)ଦ୍ୱାରା ବିସ୍ତର ଲାଭ କରେ ଓ ଏହା ଛୋଟ ପ୍ରାଣୀ ମଧ୍ୟମରେ ସାଧିତ ହୁଏ ।[୧] ପ୍ଲେଗ୍ ରୋଗଦ୍ୱାରା ମୃତ ପ୍ରାଣୀଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ହୁଏ । [୩] ଫ୍ଲି କାମୁଡ଼ା ସ୍ଥାନରେ ଦେହ ମଧ୍ୟକୁ ଜୀବାଣୁ ପ୍ରବେଶ କରି ଲସିକାରେ ପ୍ରବାହିତ ହୋଇ ଲସିକା ଗ୍ରନ୍ଥିରେ ପ୍ରବେଶ କରେ ଓ ଏହାଦ୍ୱାରା ଗ୍ରନ୍ଥି ଫୁଲିଯାଏ ଓ ବୁବୋନିକ୍ ପ୍ଲେଗ୍ ହୁଏ । ରକ୍ତ, ଖଙ୍କାର ଓ ଲସିକା ଗ୍ରନ୍ଥିରୁ ତରଳ ପଦାର୍ଥ ନେଇ ପରୀକ୍ଷା କରାଯାଏ ଓ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ । [୧]
ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟରେ ପ୍ଲେଗ୍ ପ୍ରବଣ ଇଲାକାରେ ମୃତ ପ୍ରାଣୀଙ୍କୁ ସାଧାରଣ ଲୋକ ନ ଧରିଲେ ଏହି ରୋଗ ପ୍ରତିରୋଧ ହୋଇପାରିବ । ପ୍ଲେଗ୍ ନିମନ୍ତେ ଟିକା ଉପାଦେୟ ନ ଥିବା ଜଣାଯାଏ ।[୧] ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ ବା ଡକ୍ସିସାଇକ୍ଲିନ ଭଳି କେତେକ ଆଣ୍ଟବାୟୋଟିକ୍ ଅତି ଫଳପ୍ରଦ ହୁଅନ୍ତି ।[୪][୫] ଚିକିତ୍ସିତ ନ ହେଲେ ୩୦ %ରୁ ୯୦ % ଲୋକ ମୃତ୍ୟୁ ବରଣ କରନ୍ତି ।[୧][୪] ମୃତ୍ୟୁ ହେଲେ ସାଧାରଣତଃ ୧୦ ଦିନ ଭିତରେ ହୁଏ ।[୬] ଚିକିତ୍ସା ସତ୍ତ୍ୱେ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ ।[୪] ସନ ୨୦୧୩ରେ ୭୫୦ ରୋଗୀ ମଧ୍ୟରୁ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲେ ।[୧] ଏହି ରୋଗ ଦକ୍ଷିଣ ଆଫ୍ରକାରେ ଅତି ସାଧାରଣ । [୧]
ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ରୋଗ କଳା ମୃତ୍ୟୁ ନାମରେ ପରିଚିତ ଥିଲା ଯାହା ଏସିଆ, ୟୁରୋପ ଓ ଆଫ୍ରିକାରେ ୫୦ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ଥିଲା ।[୧][୭] କର୍ମଜୀବି ଲୋକଙ୍କ ମୃତ୍ୟୁ ଫଳରେ ସେତେବେଳେ ଶ୍ରମିକ ଅଭାବ ଯୋଗୁ ସେମାନଙ୍କର ମଜୂରି ବହୁତ ବଢ଼ିଯାଇଥିଲା । ଐତିହାସିକମାନଙ୍କ ମତରେ ଏହା ୟୁରୋପରେ ଏକ ଅର୍ଥନୈତିକ ବିକାଶରେ ଏକ ମୋଡ଼ ଆଣିଥିଲା ।[୭] ବୁବୋନିକ୍ ପ୍ଲେଗ୍ ଶବ୍ଦଟି ଏକ ଗ୍ରୀସ ଭାଷାର ଶବ୍ଦ (βουβών) ଯାହାର ଅର୍ଥ ଉରୁମୂଳ (Groin) ।[୮]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ World Health Organization (November 2014). "Plague Fact sheet N°267". Retrieved 10 May 2015.
- ↑ "Plague Symptoms". Jun 13, 2012. Retrieved Aug 21,15.
{{cite web}}
: Check date values in:|accessdate=
(help) - ↑ "Plague Ecology and Transmission". Jun 13, 2012. Retrieved Aug 21,15.
{{cite web}}
: Check date values in:|accessdate=
(help) - ↑ ୪.୦ ୪.୧ ୪.୨ "Plague". Lancet. 369 (9568): 1196–207. 2007. doi:10.1016/S0140-6736(07)60566-2. PMID 17416264.
{{cite journal}}
: Cite uses deprecated parameter|authors=
(help) - ↑ "Plague Resources for Clinicians". Jun 13, 2012. Retrieved Aug 21,15.
{{cite web}}
: Check date values in:|accessdate=
(help) - ↑ Keyes, Daniel C. (2005). Medical response to terrorism : preparedness and clinical practice. Philadelphia [u.a.]: Lippincott Williams & Wilkins. p. 74. ISBN 9780781749862.
- ↑ ୭.୦ ୭.୧ "Plague History". Jun 13, 2012. Retrieved Aug 21,15.
{{cite web}}
: Check date values in:|accessdate=
(help) - ↑ LeRoux, Neil (2007). Martin Luther As Comforter: Writings on Death Volume 133 of Studies in the History of Christian Traditions. BRILL. p. 247. ISBN 9789004158801.