ବିବୁ ଦାସ

ଉଇକିପିଡ଼ିଆ‌ରୁ
ବିବୁ ଦାସ
ଜନ୍ମ
ବିବୁ ଦାସ

(1958-02-02) ୨ ଫେବୃଆରୀ ୧୯୫୮ (ବୟସ ୬୬)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ପିତାମାତା(s)କୃଷ୍ଣମୋହନ ଦାସ, କୃଷ୍ଣାସୁନ୍ଦରୀ ଦାସ

ବିବୁ ଦାସ (ଜନ୍ମ: ୨ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ । ସେ ୩୮ଟି ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ କଣ୍ଠଦାନ କରିଛନ୍ତି ।

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବିବୁ ଦାସ ୧୯୫୮ ମସିହାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଛଣଗିରିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣମୋହନ ଦାସ ଜଣେ ସରକାରୀ ଅଧିକାରୀ ଥିଲେ ଓ ପୁରୀ ଜିଲ୍ଲାର ସବକଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା କୃଷ୍ଣାସୁନ୍ଦରୀ ଦାସ । ସେ ପରିବାରର ଛଅ ପୁଅଙ୍କ ମଧ୍ୟରେ ଚତୁର୍ଥ ଥିଲେ । ତାଙ୍କ ଶୈଶବ ପୁରୀରେ କଟିଥିଲା । ତାଙ୍କ ବଡ଼ ଭାଇ ସମରେନ୍ଦ୍ର ଦାସ, ଗୁରୁ ରାଧାରାଣୀ ମହାପାତ୍ରଙ୍କଠାରୁ ଗୀତ ଶିଖୁଥିଲେ । ବିବୁଙ୍କର ସଙ୍ଗୀତ ପ୍ରତି ଆକର୍ଷଣ ଦେଖି ତାଙ୍କ ମା ତାଙ୍କୁ ମଧ୍ୟ ରାଧାରାଣୀ ମହାପାତ୍ରଙ୍କ ପାଖରେ ସଙ୍ଗୀତ ଶିଖାଇବା ଆରମ୍ଭ କରିଥିଲେ ।

ସଙ୍ଗୀତଜ୍ଞ ଜୀବନ[ସମ୍ପାଦନା]

ସେ କଟକସ୍ଥିତ ଷ୍ଟୁଆର୍ଟ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷାଗ୍ରହଣ କରୁଥିବା ସମୟରେ କଲେଜର ଡ୍ରାମାଟିକ ସେକ୍ରେଟେରୀ ଥିଲେ । ୧୯୭୬ ମସିହାରେ କଲେଜର ଏକ କାର୍ଯ୍ୟକ୍ରମରେ ଅକ୍ଷୟ ମହାନ୍ତି ତାଙ୍କୁ ନିଜ ଅର୍କେଷ୍ଟ୍ରା ସହ ପରିବେଷଣ କରିବାକୁ ସୁଯୋଗ ଦେବା ଅବସରରେ ତାଙ୍କ ପ୍ରତିଭା ବିଷୟରେ ଅବଗତ ହୋଇଥିଲେ ଓ ପରେ ବ୍ୟକ୍ତିଗତ ଭାବରେ ସଙ୍ଗୀତ ଶିକ୍ଷା ଦେଇଥିଲେ । ୧୯୮୮ର ପାପପୁଣ୍ୟ ଚଳଚ୍ଚିତ୍ରରେ ଅକ୍ଷୟ ମହାନ୍ତି ବିବୁଙ୍କୁ ପ୍ରଥମଥର ଗୀତ ଗାଇବାର ସୁଯୋଗ ଦେଇଥିଲେ । ଏହା ପରେ ସେ ପ୍ରାୟ ୩୮ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ତହିଁରୁ ୨୦ଟି ଚଳଚ୍ଚିତ୍ରରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

କଣ୍ଠଦାନ କରିଥିବା କଥାଚିତ୍ର[ସମ୍ପାଦନା]

ଲୋକପ୍ରିୟ ଗୀତ[ସମ୍ପାଦନା]

  • ଏକଇ ମନ୍ଦିରେ ଦୀପ ଜାଳୁଥିଲେ ଦୁହେଁ ତ ଦୁହିଁଙ୍କ ପାଇଁ
  • କୁଆଁରୀ ଆଖିର ପାହାନ୍ତି ନିଦରେ ଅନେକ ସପନ ଦିଏ
  • ଇସ୍ - ଭାରୀ ସୁନ୍ଦରୀ ତୁମେ[୧]

ଆଧାର[ସମ୍ପାଦନା]

  1. "ଗୀତ ଗବାକ୍ଷ". No. ସମ୍ବାଦ ରବିବାର ୦୮/୦୫/୨୦୨୨ ପୃଷ୍ଠା ୧୪. ଇଷ୍ଟର୍ଣ୍ଣ ମିଡ଼ିଆ. 10 May 2022. Archived from the original on 10 May 2022. Retrieved 10 May 2022.

ଅଧିକ ତଥ୍ୟ[ସମ୍ପାଦନା]