ବିଛଣା ମୂତ୍ରତ୍ୟାଗ

ଉଇକିପିଡ଼ିଆ‌ରୁ
Bedwetting
Nighttime urinary incontinence, sleepwetting, nocturnal enuresis
Urine mark on bedding caused by a nocturnal enuresis episode.
ବିଭାଗPediatrics
ଲକ୍ଷଣInvoluntary loss of urine while asleep[୧]
ଆକ୍ରାନ୍ତ ସମୟ> 5 years old[୧]
ବିପଦ କାରକFamily history, urinary tract infections, constipation, ADHD, diabetes, stress, obstructive sleep apnea[୨][୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୧]
ଚିକିତ୍ସାRestricting fluids before bed, voiding before bed, bedwetting alarms, desmopressin[୧]
ପୁନଃପୌନିକCommon[୨]

ବିଛଣା ମୂତ୍ରତ୍ୟାଗ (ଇଂରାଜୀ ଭାଷାରେ Bedwetting ବା nocturnal enuresis କୁହାଯାଏ) ରୋଗରେ ନିଦ୍ରାଗତ ସମୟରେ ବାରମ୍ବାର ଅନିଚ୍ଛାକୃତ ମୂତ୍ରତ୍ୟାଗ ହୁଏ ଯେଉଁ ବୟସରେ ମୂତ୍ରତ୍ୟାଗ ଉପରେ ନିୟନ୍ତ୍ରଣ ଆସିଥାଏ । [୧] ପିଲା ଏବଂ ବୟସ୍କମାନଙ୍କ ମଧ୍ୟରେ ଶୋଇବା ସମୟରେ ଭାବପ୍ରବଣ ଚାପ କିମ୍ବା ଶାରୀରିକ ନିର୍ଯାତନା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ | [୨] [୧] ବେଳେବେଳେ ଦିବା ସମୟରେ ପରିସ୍ରା କ୍ଷୟ ହୋଇପାରେ କିମ୍ବା ଅନ୍ୟାନ୍ୟ ମୂତ୍ର ଲକ୍ଷଣ ଉପସ୍ଥିତ ଥାଇପାରେ | [୧] ରୋଗଜଟିଳ ହେଲେ ମୂତ୍ରନଳୀ ସଂକ୍ରମଣ ହୋଇପାରେ | [୨]

ଅଧିକାଂଶ ବିଛଣା ମୂତ୍ରତ୍ୟାଗ ଧୀର ଶାରୀରିକ ବିକାଶ ଯୋଗୁ କିମ୍ବା ଭାବପ୍ରବଣ କିମ୍ବା ଶାରୀରିକ ସମସ୍ୟା ନଥାଇ ଅତ୍ୟଧିକ ମୂତ୍ର ତିଆରି ଯୋଗୁ ହୁଏ | [୪] ଯେଉଁମାନଙ୍କ ପିତାମାତା ପ୍ରଭାବିତ ହୋଇଥିଲେ ସେମାନଙ୍କଠାରେ ସାଧାରଣତଃ ଏହି ରୋଗ ହୁଏ | [୨] ଅନ୍ୟାନ୍ୟ କାରଣ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, କୋଷ୍ଠକାଠିନ୍ୟ, ଏଡିଏଚଡି (ADHD), ମଧୁମେହ, ଚାପ, ସ୍ପାଇନା ବାଇଫିଡା ଏବଂ ସୁପ୍ତ ଅବସ୍ଥାରେ ଶ୍ୱାସକ୍ରିୟା ବନ୍ଦ ରୋଗ ((OSA)) ଯୋଗୁ ହୋଇପାରେ | [୨] [୪] [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଭାସୋପ୍ରେସିନ୍ ଅଭାବ, ମୂତ୍ରାଶୟ ଅସ୍ଥିରତା କିମ୍ବା ମୂତ୍ରାଶୟରୁ ସଙ୍କେତ ଆସିଲେ ମଧ୍ୟ ଉଠିବାର ଅକ୍ଷମତା ଯୋଗୁ ହୋଇପାରେ | [୫] ବିଛଣା ମୂତ୍ରତ୍ୟାଗ ଦୁଇ ପ୍ରକାର ହୁଏ; ପ୍ରାଥମିକ ଶ୍ରେଣୀରେ ଶିଶୁ ଦୀର୍ଘ ସମୟ ଶୁଖିଲା ଥାଏ ଏବଂ ମାଧ୍ୟମିକ ଶ୍ରେଣୀରେ ଅତି କମ୍‌ରେ ଛଅ ମାସ ଶୁଖିଲା ରହିବା ପରେ ବିଛଣା ଓଦା ଆରମ୍ଭ ହୁଏ | [୨]

ମୂଳ କାରଣ ଏବଂ ସମ୍ଭାବ୍ୟ ସ‌ହ‌ଯୋଗୀ ବ୍ୟାଧି ଉପରେ ଚିକିତ୍ସା ଆଧାରିତ ହୁଏ | [୧] ଶୋଇବାକୁ ଯିବାର ୨ରୁ ୪ ଘଣ୍ଟା ପୂର୍ବରୁ ତରଳ ପଦାର୍ଥ ଦେବା ସୀମିତ ରଖିବା ରଖିବା ଏବଂ ଶୋଇବା ପୂର୍ବରୁ ମୂତ୍ରତ୍ୟାଗ କରି ଶୋଇବାକୁ ଉପଦେଶ ଦିଆ ଯାଇପାରେ | [୧] ଏଥିରେ ଡେସମୋପ୍ରେସିନ୍ ଔଷଧ ଦିଆଯାଏ ଓ ବିଛଣା ମୂତ୍ରତ୍ୟାଗ ସମୟରେ ଏକ ଆଲାର୍ମ ବାଜିବା ବ୍ୟବସ୍ଥା କରାଯାଇପାରେ | [୧] ଅନ୍ୟାନ୍ୟ ପ୍ରୟାସରେ କୋଷ୍ଠକାଠିନ୍ୟର ଚିକିତ୍ସା କରାଯାଏ | [୧] ଯେଉଁମାନେ ଓଏସଏ (OSA)ରେ ଅଛନ୍ତି, ତାଙ୍କର ଟନ୍ସିଲେକ୍ଟୋମି ଅସ୍ତ୍ରୋପଚାର କରି ଏହି ବ୍ୟାଧିର ସମାଧାନ କରାଯାଇପାରେ | [୧] ସମୟ କ୍ରମେ ଏହି ଅବସ୍ଥାର ସାଧାରଣତଃ ସମାଧାନ ହୋଇଯାଏ | [୧] ଶିଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ସଠିକ ପରାମର୍ଶ ଦିଆଯିବା ସହିତ ଦଣ୍ଡର କୌଣସି ଭୂମିକା ରଖାଯାଏ ନାହିଁ । [୧]

୫ ବର୍ଷ ବୟସରେ ୧୭ %, ୬ ବର୍ଷ ବୟସରେ ୧୩ %, ୭ ବର୍ଷ ବୟସରେ ୧୦% ଏବଂ ୧୫ ବର୍ଷ ବୟସରେ ୧.୫% ପିଲାମାନଙ୍କଠାରେ ବିଛଣା ମୂତ୍ରତ୍ୟାଗ ଏକ ସାଧାରଣ କଥା ଅଟେ। [୨] ବାଳିକାମାନଙ୍କ ଅପେକ୍ଷା ପୁଅମାନେ ଅଧିକ ପ୍ରଭାବିତ ହୁଅନ୍ତି; ଯଦିଓ ୧୦ ବର୍ଷ ବୟସ ପରେ ଏହି ପାର୍ଥକ୍ୟ କମ୍ ହୋଇଯାଏ | [୧] [୨] ପ୍ରାଚୀନ ମିଶରୀୟମାନଙ୍କ ସମୟରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି। [୬] ଗ୍ରୀକ୍ ଭାଷାରେ ଏନୁରେସିସ ("enuresis") ଶବ୍ଦର ଅର୍ଥରୁ "ମୂତ୍ରତ୍ୟାଗ କରିବା" ଅଟେ | [୭]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Gomez Rincon, M; Leslie, SW; Lotfollahzadeh, S (January 2020). "Nocturnal Enuresis". PMID 31424765. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Definition & Facts for Bladder Control Problems & Bedwetting in Children". National Institute of Diabetes and Digestive and Kidney Diseases. September 2017. Archived from the original on 25 October 2017. Retrieved 25 October 2017.
  3. "Symptoms & Causes of Bladder Control Problems & Bedwetting in Children | NIDDK". National Institute of Diabetes and Digestive and Kidney Diseases. Retrieved 19 November 2020.
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2017Sym ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Butler RJ, Holland P (August 2000). "The three systems: a conceptual way of understanding nocturnal enuresis". Scandinavian Journal of Urology and Nephrology. 34 (4): 270–7. doi:10.1080/003655900750042022. PMID 11095087.
  6. Encyclopedia of Sleep (in ଇଂରାଜୀ). Academic Press. 2012. p. 154. ISBN 978-0-12-378611-1.
  7. Urogynecology and pelvic reconstructive surgery (First ed.). New Delhi. 2016. p. 147. ISBN 9789385891984.{{cite book}}: CS1 maint: location missing publisher (link)