Jump to content

ବାଳଗୋପାଳ ମିଶ୍ର

ଉଇକିପିଡ଼ିଆ‌ରୁ
(ବାଲଗୋପାଲ ମିଶ୍ରରୁ ଲେଉଟି ଆସିଛି)
ବାଲଗୋପାଲ ମିଶ୍ର
ସାଂସଦ: ୯ମ ଲୋକ ସଭା
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୧୧ଶ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫  ୨୦୦୪
ପୂର୍ବ ଅଧିକାରୀନରସିଂହ ମିଶ୍ର
ପର ଅଧିକାରୀନରସିଂହ ମିଶ୍ର
ନିର୍ବାଚନ ମଣ୍ଡଳୀଲୋଇସିଂହା
ବିଧାୟକ: ୮ମ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦  ୧୯୯୦
ପୂର୍ବ ଅଧିକାରୀରାମପ୍ରସାଦ ମିଶ୍ର
ପର ଅଧିକାରୀନରସିଂହ ମିଶ୍ର
ନିର୍ବାଚନ ମଣ୍ଡଳୀଲୋଇସିଂହା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1941-11-05) ୫ ନଭେମ୍ବର ୧୯୪୧ (ବୟସ ୮୪)
ଟିଟଲାଗଡ଼, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରମୋଦିନୀ ମିଶ୍ର

ବାଲଗୋପାଲ ମିଶ୍ର (ଜନ୍ମ: ୫ ନଭେମ୍ବର ୧୯୪୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନର ୮ମ, ୯ମ, ୧୧ଶ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଜନତା ଦଳର ପ୍ରତିନିଧି ଭାବରେ ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[][][][]

ଜନ୍ମ ଓ ପରିବାର

[ସମ୍ପାଦନା]

ବାଲୋଗୋପାଲ ମିଶ୍ର ୧୯୪୧ ମସିହାର ନଭେମ୍ବର ମାସ ୫ ତାରିଖରେ ଓଡ଼ିଶାବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ଠାରେ ଜନ୍ମ ହୋଇଥିଲେ ।[] ତାଙ୍କ ପିତା ହେଉଛନ୍ତି କେ.ପି. ମିଶ୍ର । ସେ ପ୍ରମୋଦିନୀ ମିଶ୍ରଙ୍କୁ ବିବାହ କରିଥିଲେ । ସେ ବିଜ୍ଞାନରେ ସ୍ନାତକୋତ୍ତର କରିବାପରେ ଓକିଲାତି ପଢ଼ିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ବାଲଗୋପାଲ ୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭା୮ମ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରତିନିଧି ଭାବରେ ଲୋକ ସଭା୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[]

ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ପରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବାଲଗୋପାଲ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

  1. My Neta
  2. Electorate sick of lying politicians in Bolangir
  3. Where families stand divided
  4. BJP legislator spearheads Koshal slogan
  5. 1 2 3 4 5 6 "Shri Bal Gopal Mishra". odishaassembly.nic.in. Odisha Assembly. Retrieved 10 February 2019.
  6. ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. ୨୪୩. Retrieved 10 February 2019.