ବସନ୍ତ ଟିକା

ଉଇକିପିଡ଼ିଆ‌ରୁ
ବସନ୍ତ ଟିକା
Smallpox vaccine diluent in a syringe alongside a vial of dried Dryvax smallpox vaccine and bifurcated needle.
Vaccine description
Type?
Clinical data
Trade namesACAM2000, Imvanex, Jynneos, others
SynonymsMonkeypox vaccine
AHFS/Drugs.comACAM2000 monograph
MVA-BN monograph
data
Pregnancy
category
Routes of
administration
Subcutaneous
Legal status
Legal status

ବସନ୍ତ ଟିକା ହେଉଛି ଏକ ପ୍ରକାର ଟିକା ଯାହା ବସନ୍ତ ରୋଗ ଏବଂ ମାଙ୍କଡପକ୍ସକୁ ରୋକିଥାଏ ।[୩] [୨] ବସନ୍ତ ପାଇଁ ଏହା ୩ରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୯୫% ପ୍ରଭାବଶାଳୀ ଥିଲା । [୩] ମାଙ୍କଡପକ୍ସ ପାଇଁ ଏହା ଅତି କମରେ ୮୫% ପ୍ରଭାବଶାଳୀ ହୋଇଛି ।[୪] ବସନ୍ତକୁ ରୋକିବା ପାଇଁ ଏହା ଅଧୁନା ନିୟମିତ ଭାବରେ ଦିଆଯାଉ ନଥିବାବେଳେ ଏହା ସମ୍ଭାବ୍ୟ ସଂକ୍ରମଣ ପାଇଁ ଉପଲବ୍ଧ ଥାଏ ।[୫] ୨୦୨୨ ମସିହାରେ, ଏହି ରୋଗ ଆଶଙ୍କା ଥିବା ଲୋକଙ୍କ ପାଇଁ ଏହା ସୁପାରିଶ କରାଯାଇଥିଲା ।[୪] ପୁରାତନ ଟିକା ସ୍କାରିଫିକେସନ (ଅତି ଛୋର କଟା ଦାଗରେ ଟିକା)ଦ୍ୱାରା ଦିଆଯାଏ ଏବଂ ନୂତନ ଟିକାଗୁଡ଼ିକ ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧] [୨]

ସାମ୍ପ୍ରତିକ ଟିକାକରଣରେ ଏସିଏଏମ ୨୦୦୦ ଅନ୍ତର୍ଭୁକ୍ତ, ଯାହା ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ଏବଂ ଏମ‌ଭିଏ-ବିଏନ ଟିକା ଯାହାକି ୨୦୧୯ରେ ଅନୁମୋଦିତ ହୋଇଥିଲା। [୨][୧] ଏସିଏଏମ ୨୦୦୦ ଏକ ଜୀବନ୍ତ ଟିକା ଯାହା ନିଜକୁ ନକଲ କରିପାରିବ କିନ୍ତୁ ଏମ‌ଭିଏ-ବିଏନ ଟିକା ନିଜକୁ ନ‌କଲ କରିପାରିବ ନାହିଁ ।[୪] ଅନ୍ୟ ପ୍ରକାରର ଟିକା ପାଇଁ ଅନୁସନ୍ଧାନ ଚାଲିଛି। [୫]

ଏସିଏଏମ ୨୦୦୦ ଟିକାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲିମ୍ପାଡେନୋପାଥି, ଥକ୍କା, ଜ୍ୱର, ଏବଂ ଇଞ୍ଜେକସନ ଦେଇଥିବା ସ୍ଥାନ ଲାଲ ଦେଖାଯାଏ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ମାୟୋକାର୍ଡାଇଟିସ, ଏକଜିମା ଭାକ୍ସିନାଟମ ଏବଂ ଏନସେଫାଲାଇଟିସ୍ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୧] ଏମ‌ଭିଏ-ବିଏନ ଟିକାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ଥକ୍କା, ମାଂସପେଶୀ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ହୋଇପାରେ । [୨] ଗର୍ଭଧାରଣ ସମୟରେ କିମ୍ବା ଏକଜିମା ଥିଲେ କିଛି ବିପଦ ହେବାର କୌଣସି ପ୍ରମାଣ ନାହିଁ । [୨]

୧୭୯୬ ମସିହାରେ ବସନ୍ତ ଟିକା ପ୍ରଥମେ ବୈଜ୍ଞାନିକ ପଦ୍ଧତିରେ ପ୍ରୟୋଗ କରାଯାଇଥିଲା, ଯେତେବେଳେ ଏଡୱାର୍ଡ ଜେନର ଦର୍ଶାଇଥିଲେ ଯେ ମଣିଷକୁ ଅପେକ୍ଷାକୃତ ମୃଦୁ ଗାଈବସନ୍ତ ସଂକ୍ରମଣ କରେଇ ଦେଲେ ବସନ୍ତରୁ ସୁରକ୍ଷା ମିଳିଥାଏ। [୬] ଗାଈ ବସନ୍ତ ଅବଶ୍ୟ ଏହା ପୂର୍ବରୁ ୧୭୭୪ ମସିହାରେ ବେଞ୍ଜାମିନ୍ ଜେଷ୍ଟି ଏବଂ ୧୭୦୦ ଦଶକରେ ଅନ୍ୟ ଚିକିତ୍ସକମାନଙ୍କଦ୍ୱାରା ବ୍ୟବହୃତ ହୋଇଥିଲା, କିନ୍ତୁ ସମାନ ସ୍ତରରେ ଆଦର ପାଇ ନଥିଲା । [୬] ୧୮୦୦ ମସିହା ସୁଦ୍ଧା ୟୁରୋପରେ ଟିକାକରଣ ଅଭ୍ୟାସ ସାଧାରଣ ହୋଇଗଲା ।[୬] ୧୯୬୬ ମସିହାରୁ ୧୯୭୭ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଟିକାକରଣ ଅଭିଯାନ ଚଳାଇଲେ ଯାହାଦ୍ୱାରା ବସନ୍ତ ରୋଗ ସମୂଳେ ଦୂର ହୋଇଯାଇଥିଲା । [୬] [୭] ୨୦୦୦ ଦଶକରେ ଟିକା ପ୍ରତିକୃତିର ମୂଲ୍ୟ ପ୍ରାୟ ୫ ଡଲାର ଥିଲାବେଳେ ଅଣପ୍ରତିକୃତି ଟିକା ମୂଲ୍ୟ ପ୍ରାୟ ୨୯ ଡଲାର ଥିଲା। [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "DailyMed - ACAM2000 (smallpox- vaccinia vaccine, live injection, powder, lyophilized, for solution". dailymed.nlm.nih.gov. Archived from the original on 24 May 2022. Retrieved 26 July 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - JYNNEOS- vaccinia virus modified strain ankara-bavarian nordic non-replicating antigen injection, suspension". dailymed.nlm.nih.gov. Archived from the original on 27 May 2022. Retrieved 26 July 2022.
  3. ୩.୦ ୩.୧ "Vaccine Basics | Smallpox | CDC". www.cdc.gov (in ଆମେରିକୀୟ ଇଂରାଜୀ). 15 February 2019. Archived from the original on 20 May 2022. Retrieved 26 July 2022.
  4. ୪.୦ ୪.୧ ୪.୨ "Monkeypox and Smallpox Vaccine Guidance | Monkeypox | Poxvirus | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 July 2022. Archived from the original on 19 May 2022. Retrieved 26 July 2022.
  5. ୫.୦ ୫.୧ Bonville, Cynthia; Domachowske, Joseph (2021). "28. Smallpox". In Domachowske, Joseph; Suryadevara, Manika (eds.). Vaccines: A Clinical Overview and Practical Guide (in ଇଂରାଜୀ). Switzerland: Springer. pp. 337–342. ISBN 978-3-030-58416-0. Archived from the original on 3 June 2022. Retrieved 11 June 2022.
  6. ୬.୦ ୬.୧ ୬.୨ ୬.୩ Riedel, S (January 2005). "Edward Jenner and the history of smallpox and vaccination". Proceedings (Baylor University. Medical Center). 18 (1): 21–5. doi:10.1080/08998280.2005.11928028. PMID 16200144.
  7. "Smallpox vaccines". www.who.int (in ଇଂରାଜୀ). Archived from the original on 13 June 2020. Retrieved 26 July 2022.
  8. Lambert de Rouvroit, Axel; Heegaard, Erik D. (January 2016). "Total costs associated with replicating and non-replicating smallpox vaccines". Global Security: Health, Science and Policy. 1 (1): 3–9. doi:10.1080/23793406.2016.1171944.