Jump to content

ବସନ୍ତ ରୋଗ

ଉଇକିପିଡ଼ିଆ‌ରୁ
ବସନ୍ତ ରୋଗ
ଭାରିଓଲା (Variola),[] ଭାରିଓଲା ଭେରା (variola vera),[] ପକ୍ସ (pox),[] ରେଡ ପ୍ଲେଗ (red plague)[]
ସନ ୧୯୭୩ରେ ବାଙ୍ଗଲାଦେଶର (Bangladesh) ଏକ ବସନ୍ତ ରୋଗ‌ଗ୍ରସ୍ତ ପିଲାର ଛବି । ଲକ୍ଷ କରନ୍ତ ତରଳ ପଦାର୍ଥ ଭରା ଫୁଲାର ମଧ୍ୟ ଭାଗରେ ଗୋଟିଏ କ୍ଷୁଦ୍ର ଗର୍ତ୍ତ ଅଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣପ୍ରାରମ୍ଭରେ: ଜ୍ୱର, ବାନ୍ତି (vomiting), ପାଟି ଘାଆ []
ପରବର୍ତ୍ତୀ: ତରଳ ପଦାର୍ଥ ଭରା ଫୋଟିକା (blisters) ଯାହା ଶୁଖି ଆସିଲା ବେଳେ ତା ଉପରେ ସ୍କାବ ହୋଇଯାଏ (scab) []
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୧ରୁ ୩ ସପ୍ତାହ ମଧ୍ୟରେ ।[]
ଅବଧିପ୍ରାୟ ୪ ସପ୍ତାହ []
କାରଣଭୁତାଣୁ (Variola major, Variola minor) ଡିଆଁ ରୋଗ [][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ପିସିଆର (PCR) ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ । []
ସଠିକ ରୋଗ ନିର୍ଣ୍ଣୟହାଡ଼ଫୁଟି, ଇମ୍ପେଟିଗୋ (impetigo, ମୋଲୁସ୍କମ କୋଣ୍ଟାଜିଓସମ, ମଙ୍କିପକ୍ସ []
ପ୍ରତିକାରବସନ୍ତ ଟିକା Smallpox vaccine[]
ଚିକିତ୍ସାସ‌ହାୟକ ଯତ୍ନ (Supportive care)[୧୦]
Prognosisମୃତ୍ୟୁ ସଙ୍କଟ ପ୍ରାୟ ୩୦% []
ପୁନଃପୌନିକନିର୍ମୁଳିତ ସଂକ୍ରାମକ ରୋଗ (Eradicated
Patient UKବସନ୍ତ ରୋଗ

ବସନ୍ତ (ଇଂରାଜୀ ଭାଷାରେ smallpox) ଏକ ସଂକ୍ରମକ ରୋଗ (infectious disease) ଏକ ଭୁତାଣୁର ଦୁଇ ପ୍ରକାର ଭାରିଆଣ୍ଟ ଭାରିଓଲା ମେଜର ଓ ଭାରିଓଲା ମାଇନର (Variola major and Variola minor) ଯୋଗୁ ସଂଘଟିତ ହୁଏ ।[] ବସନ୍ତ ରୋଗ ଏକ ନିର୍ମୁଳିତ ସଂକ୍ରାମକ ରୋଗ (Eradicated) ଓ ଏହାର ଶେଷ ରୋଗୀ ୧୯୭୭ରେ ଚିହ୍ନଟ ହୋଇଥିଲା ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ସନ ୧୯୮୦ରେ ଏହି ସାର୍ଟିଫିକେଟ ଦେଇଥିଲେ ।[୧୦] ପିଲାମାନେ ସଂକ୍ରମିତ ହେବା ପରେ ମୃତ୍ୟୁ ସଙ୍କଟ ପ୍ରାୟ ୩୦% ରହୁଥିଲା ।[][୧୧] ବଞ୍ଚିଯାଉଥିବା ରୋଗୀର ଚର୍ମରେ କ୍ଷତଦାଗ ରହିଯାଉଥିଲା ଓ ଅନ୍ଧ (blind) ହେବା ସମ୍ଭାବନା ରହୁଥିଲା ।[]

ବସନ୍ତର ପ୍ରାଥମିକ ଲକ୍ଷଣ ଜ୍ୱର ଓ ବାନ୍ତିରୁ ଆରମ୍ଭ ହୁଏ ।[] ଏହା ପରେ ପାଟି ଘାଆ (sores) ଓ ଚର୍ମ ରାସ (skin rash) ଦେଖାଯାଏ ।[] କିଛି ଦିନ ମଧ୍ୟରେ ରାସ ପରିବର୍ତ୍ତିତ ହୋଇ ଫୋଟକାରେ (bumps) ପରିଣତ ହୁଏ ଯାହାର ମଝିରେ ଗୋଟିଏ କ୍ଷୁଦ୍ର ଗାତ ଥାଏ ।[] ଏହା ପରେ ଘାଆ ଶୁଖିବାକୁ ଆରମ୍ଭ କରି ସ୍କାବ (scabbed) ମାଡ଼ିଯାଏ ଓ ପରେ ଏହା ବାହାରି ଯାଇ ଚମରେ ସ୍କାର (scars) ରହିଯାଏ ।[] ଏହି ରୋଗ ମାନବରୁ ମାନବକୁ ବା ସଂକ୍ରମିତ ପଦାର୍ଥ ସଂସ୍ପର୍ଶ ହେଲେ ବ୍ୟାପିଯାଏ ।[][୧୨] ବସନ୍ତ ଟିକା (smallpox vaccine) ସାହାଯ୍ୟରେ ଏହା ପ୍ରତିଷେଧ କରାଯାଏ ।[] ରୋଗ ଥରେ ଆରମ୍ଭ ହୋଇଗଲେ କେତେକ ଭୁତାଣୁ ବିରୋଧୀ ଔଷଧ (antiviral medication) ସାହାଯ୍ୟ କରିପାରେ ।[]

ଏହି ରୋଗ କେବେ ଆରମ୍ଭ ହେଲା, ସେ ବିଷୟ ଅନ୍ଧକାରରେ ଅଛି ।[୧୩] ପ୍ରଥମ ତ‌ଥ୍ୟ ଖ୍ରୀ:ପୂ: ୩ୟ ଶତାବ୍ଦୀରେ ମିଶରୀୟ ମମିଙ୍କ (Egyptian mummies) ଦେହରେ ଥିବା ଦେଖାଯାଇଛି ।[୧୩] ଏହା ପୂର୍ବରୁ ମଡ଼କ ଆକାରରେ ଆବିର୍ଭାବ ହେଉଥିଲା ।[୧୦] ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ଏହି ରୋଗରେ ପ୍ରାୟ ଚାରି ଲକ୍ଷ ଲୋଗ ପ୍ରାଣତ୍ୟାଗ କରିଥିଲା ଓ ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଅନ୍ଧ ହୋଇଯାଇଥିଲେ ।[୧୦][୧୪] ଏହି ମୃତକମାନଙ୍କ ମଧ୍ୟରେ ଅତି କମ୍‌ରେ ୫ ଜଣ ସମ୍ରାଟ (monarch) ଥିଲେ ।[୧୦][୧୪] ବିଂଶ ଶତାବ୍ଦୀରେ ପ୍ରାୟ ୩୦୦-୫୦୦ ବ୍ୟକ୍ତି ମରିଥିଲେ ।[୧୨][୧୫] ସନ ୧୯୬୭ରେ ପ୍ରାୟ ୧୫ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । [୧୦]

ସନ ୧୭୯୮ରେ ଏଡ‌ୱାର୍ଡ଼ ଜେନର (Edward Jenner) ପ୍ରଥମେ ବସନ୍ତ ଟିକା (vaccination) ଆବିଷ୍କାର କରିଥିଲେ ।[୧୦] ସନ ୧୯୬୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ବସନ୍ତ ରୋଗକୁ ସନିର୍ମୁଳେ ବିନାସ କରିବାକୁ ପ୍ରୟାସ ଆରମ୍ଭ କରେ ।[୧୦] ବସନ୍ତ ଓ ରିଣ୍ଡରପେସ୍ଟ ନାମକ ଆଉ ଏକ ସଂକ୍ରାମକ ରୋଗ ସନ ୨୦୧୧ରେ ଧରାପୃଷ୍ଠରୁ ନିର୍ମୁଳ କରାଯାଇଥିଲା ।[୧୬][୧୭] ଇଂଲଣ୍ଡରେ ସିଫିଲିସ ରୋଗକୁ ପୂର୍ବରୁ ଗ୍ରେଟପକ୍ସ ନାମ ଦିଆଯାଉଥିଲା ଓ ବସନ୍ତ ରୋଗକୁ ୧୫ଶ ଶତାବ୍ଦୀରେ ଏହାଠାରୁ ପୃଥକ୍ କରିବା ନିମନ୍ତେ ସ୍ମଲପକ୍ସ (ବସନ୍ତ) ନାମ ଦିଆଯାଇଥିଲା ।[୧୮] ଏହାର ଅନ୍ୟାନ୍ୟ ଐତିହାସିକ ନାମ ଯଥାକ୍ରମେ ପକ୍ସ, ସ୍ପେକ୍‌ଲ୍ଡ ମନସ୍ଟର ଓ ରେଡ ପ୍ଲେଗ ଦିଆଯାଇଥିଲା ।[][][୧୮]

  1. Barton, Leslie L.; Friedman, Neil R. (2008). The Neurological Manifestations of Pediatric Infectious Diseases and Immunodeficiency Syndromes (in ଇଂରାଜୀ). Springer Science & Business Media. p. 151. ISBN 9781597453912.
  2. Schaller, Karl F. (2012). Colour Atlas of Tropical Dermatology and Venerology (in ଇଂରାଜୀ). Springer Science & Business Media. p. Chapter 1. ISBN 9783642762000.
  3. 1 2 Fenner, F. (1988). "The History of Smallpox and its Spread Around the World". Smallpox and its eradication (PDF). Geneva: World Health Organization. pp. 209–244. ISBN 9789241561105. Retrieved 14 December 2017.
  4. 1 2 Medicine: The Definitive Illustrated History (in ଇଂରାଜୀ). Penguin. 2016. p. 100. ISBN 9781465458933.
  5. 1 2 3 4 5 6 7 8 9 "Signs and Symptoms". CDC (in ଆମେରିକୀୟ ଇଂରାଜୀ). 7 June 2016. Retrieved 14 December 2017.
  6. 1 2 3 4 "What is Smallpox?". CDC (in ଆମେରିକୀୟ ଇଂରାଜୀ). 7 June 2016. Retrieved 14 December 2017.
  7. 1 2 Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. pp. 525–8. ISBN 0-8385-8529-9.
  8. 1 2 "Diagnosis & Evaluation". CDC (in ଆମେରିକୀୟ ଇଂରାଜୀ). 25 July 2017. Retrieved 14 December 2017.
  9. 1 2 3 "Prevention and Treatment". CDC (in ଆମେରିକୀୟ ଇଂରାଜୀ). 13 December 2017. Retrieved 14 December 2017.
  10. 1 2 3 4 5 6 7 8 "Smallpox". WHO Factsheet. Archived from the original on 21 September 2007.
  11. Riedel, S (January 2005). "Edward Jenner and the history of smallpox and vaccination". Proceedings (Baylor University. Medical Center). 18 (1): 21–5. doi:10.1080/08998280.2005.11928028. PMC 1200696. PMID 16200144.
  12. 1 2 Lebwohl, Mark G.; Heymann, Warren R.; Berth-Jones, John; Coulson, Ian (2013). Treatment of Skin Disease E-Book: Comprehensive Therapeutic Strategies (in ଇଂରାଜୀ). Elsevier Health Sciences. p. 89. ISBN 9780702052361.
  13. 1 2 "History of Smallpox". CDC (in ଆମେରିକୀୟ ଇଂରାଜୀ). 25 July 2017. Retrieved 14 December 2017.
  14. 1 2 Hays, J. N. (2005). Epidemics and Pandemics: Their Impacts on Human History (in ଇଂରାଜୀ). ABC-CLIO. pp. 151–152. ISBN 9781851096589.
  15. Lawson, Stephanie (2015). Theories of International Relations: Contending Approaches to World Politics (in ଇଂରାଜୀ). John Wiley & Sons. p. PT19. ISBN 9780745695136.
  16. Guidotti, Tee L. (2015). Health and Sustainability: An Introduction (in ଇଂରାଜୀ). Oxford University Press. p. T290. ISBN 9780199325689.
  17. Roossinck, Marilyn J. (2016). Virus: An Illustrated Guide to 101 Incredible Microbes (in ଇଂରାଜୀ). Princeton University Press. p. 126. ISBN 9781400883257.
  18. 1 2 Barquet N, Domingo P (15 October 1997). "Smallpox: the triumph over the most terrible of the ministers of death". Annals of Internal Medicine. 127 (8 Pt 1): 635–42. doi:10.7326/0003-4819-127-8_Part_1-199710150-00010. PMID 9341063.