Jump to content

ମଙ୍କିପକ୍ସ

ଉଇକିପିଡ଼ିଆ‌ରୁ
ମଙ୍କିପକ୍ସ
ମଙ୍କିପକ୍ସ ରାସ୍ (The rash of monkeypox)
ବିଭାଗସଂକ୍ରାମକ ରୋଗ (Infectious disease
ଲକ୍ଷଣଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫୋଟକା ଯୁକ୍ତ ରାସ୍, ଫୁଲା ଲସିକା ଗ୍ରନ୍ଥି []
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୫-୨୧ ଦିନ ପରେ []
ଅବଧି୨ରୁ ୫ ସପ୍ତାହ []
କାରଣମଙ୍କିପକ୍ସ ଭୂତାଣୁ (Monkeypox virus)[]
ରୋଗ ନିର୍ଣ୍ଣୟ ପଦ୍ଧତିଭୂତାଣୁ ଡିଏନଏ ପରୀକ୍ଷା କରି ନିର୍ଣ୍ଣୟ କରାଯାଏ । []
ସଠିକ ରୋଗ ନିର୍ଣ୍ଣୟହାଡ଼ଫୁଟି, ବସନ୍ତ (smallpox)[]
ପ୍ରତିକାରଗୋବୀଜ ଟିକା (Smallpox vaccine)[]
ଔଷଧସିଡୋଫୋଭିର (Cidofovir)[]
ପୁନଃପୌନିକକ୍ୱଚିତ[]
ମୃତ୍ୟୁ ସାନ୍ଦ୍ରତାପ୍ରାୟ ୧୦[]

ମଙ୍କିପକ୍ସ (ଇଂରାଜୀ ଭାଷାରେ monkeypox) ଏକ ମଙ୍କିପକ୍ସ ଭୂତାଣୁ (monkeypox virus) ଜନିତ ସଂକ୍ରାମକ ରୋଗ (infectious disease) ।[] ଏହି ରୋଗରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫୋଟକା ଯୁକ୍ତ ରାସ୍, ଥକ୍କା ଅନୁଭବ ଓ ଫୁଲା ଲସିକା ଗ୍ରନ୍ଥି (swollen lymph nodes) ଆଦି ଲକ୍ଷଣ ଓ ଚିହ୍ନ ଦେଖାଯାଏ ।[] ପରେ ପରେ ରାସ୍, ଫୋଟକା (blisters) ଓ ତା ଉପରେ କ୍ରସ୍ଟ ତିଆରି ହୋଇଯାଏ । ହୁଏ । [] ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ ।[] ଲକ୍ଷଣ ସବୁ ୨-୫ ଦିନ ପର୍ଯ୍ୟନ୍ତ ରହେ ।[]

ରୋଗୀର ଦେହ ତରଳ ପଦାର୍ଥ, ପଶୁ କାମୁଡ଼ା ବା ରାମ୍ପୁଡ଼ା, ବୁସ ମାଂସ (bush meat) ସ୍ପର୍ଶ ତ‌ଥା ବ୍ୟବ‌ହାର, ଓ ସଂକ୍ରମିତ ଲୋକ ସଂସ୍ପର୍ଶରେ ଆସିଲେ ଏହି ମଙ୍କିପକ୍ସ ରୋଗ ସଂକ୍ରମଣ ହୁଏ ।[] ଆଫ୍ରିକାର କେତେକ ମୂଷା ଜାତୀୟ ପ୍ରାଣୀମାନଙ୍କଦ୍ୱାରା (rodent) ଏହି ଭୂତାଣୁ ବ୍ୟାପେ ।[] ରୋଗ‌ଗ୍ରସ୍ତ ସ୍ଥାନରୁ କିଛି ପଦାର୍ଥ ନେଇ ଭୂତାଣୁ ଡିଏନଏ (DNA) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [] ହାଡ଼ଫୁଟି ଭଳି ଏହି ରୋଗ ଦେଖାଯାଏ ।[]

ଗୋବୀଜ ଟିକା (smallpox vaccine) ଏହାର ପ୍ରତିଷଧ ଭାବରେ କାମ କରୁଥିବା ବିଶ୍ୱାସ କରାଯାଏ ।[] ସିଡୋଫୋଭିର (Cidofovir) ଔଷଧ ଦେଇ ଚିକିତ୍ସା କରାଯାଏ ।[] ସଂକ୍ରମିତ ରୋଗଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ ।[]

ମଧ୍ୟ (Central) ଓ ପଶ୍ଚିମ ଆଫ୍ରିକାରେ (West Africa) ସାଧାରଣଃ ଏହି ରୋଗ ଦେଖାଯାଏ ।[] ସନ ୧୯୫୮ରେ ପରୀକ୍ଷାଗାର ମାଙ୍କଡ଼ (monkey) ଦେହରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା । [] ସନ ୧୯୭୦ରେ କଙ୍ଗୋ ଦେଶରେ (Democratic Republic of the Congo) ପ୍ରଥମେ ମଣିଷ ଦେହରେ ଏ ରୋଗ ଦେଖାଯାଇଥିଲା ।[] ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମହାମାରୀ ହୋଇଥିଲା ଯାହା ଏକ ପୋଷା ପଶୁ ବିକ୍ରୟ କରୁଥିବା ଓ ଗାମ୍ବିଆନ (Gambian) ରୋଡେଣ୍ଟ ଆମଦାନୀ କରି ବିକୁଥିବା ଦୋକାନରୁ ବ୍ୟାପିଥିବା ଜଣାଗଲା ।[]

  1. 1 2 3 4 5 6 7 8 9 "Signs and Symptoms Monkeypox". CDC (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 15 October 2017. Retrieved 15 October 2017.
  2. 1 2 3 "About Monkeypox". CDC (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 15 October 2017. Retrieved 15 October 2017.
  3. 1 2 3 4 5 "2003 U.S. Outbreak Monkeypox". CDC (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 15 October 2017. Retrieved 15 October 2017.
  4. 1 2 3 4 McCollum, AM; Damon, IK (January 2014). "Human monkeypox". Clinical Infectious Diseases. 58 (2): 260–7. doi:10.1093/cid/cit703. PMID 24158414.
  5. 1 2 "Transmission Monkeypox". CDC (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 15 October 2017. Retrieved 15 October 2017.
  6. 1 2 3 "Monkeypox". CDC (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 15 October 2017. Retrieved 15 October 2017.
[ସମ୍ପାଦନା]
ଶ୍ରେଣୀବିଭାଗ