ବଳରାମ ମିଶ୍ର
ଦେଖଣା
ବଳରାମ ମିଶ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୨ ଅକ୍ଟୋବର ୧୯୩୨ ରାୟଗଡ଼ା |
| ମୃତ୍ୟୁ | ୨୨ ଜାନୁଆରୀ ୧୯୭୬ (ବୟସ ୪୩) ରାୟଗଡ଼ା |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ଶୈଳୀ | ସାହିତ୍ୟିକ |
| ସାହିତ୍ୟ କୃତି | ନାଟକ |
| ପିତାମାତା | ଅଗାଧୁ ମିଶ୍ର (ବାପା) କିଶୋରୀ ଦେବୀ (ମାଆ) |
ବଳରାମ ମିଶ୍ର (୨୨ ଅକ୍ଟୋବର ୧୯୩୨–୨୨ ଜୁଲାଇ ୧୯୭୬) ଜଣେ ଭାରତୀୟ କବି, ଔପନ୍ୟାସିକ, ନାଟ୍ୟକାର ଥିଲେ । ତାଙ୍କର ଦୁଇଟି ନାଟକ "ଶଙ୍ଖ ମହୁରୀ" ଓ "ରକ୍ତ ଗୋଲାପ" ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଥିଲା ।
ଜୀବନୀ
[ସମ୍ପାଦନା]ବଳରାମ ମିଶ୍ର ୧୯୩୨ ମସିହା ଅକ୍ଟୋବର ୨୨ ତାରିଖରେ ଓଡ଼ିଶାର ରାୟଗଡ଼ାଠାରେ ଜନ୍ମ ନେଇଥିଲେ । ତାଙ୍କ ମାତାଙ୍କ ନାମ ଥିଲା କିଶୋରୀ ଦେବୀ ଓ ପିତାଙ୍କ ନାମ ଥିଲା ଅଗାଧୁ ମିଶ୍ର ।
୧୯୭୬ ଜୁଲାଇ ୨୨ ତାରିଖରେ ମାନ୍ଦ୍ରାଜଠାରେ (ଆଧୁନିକ ଚେନ୍ନାଇ) ତାଙ୍କର ଦେହାନ୍ତ ହୋଇଥିଲା ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- କୁଆଁ କୁଆଁ
- ବନଫୁଲ
- ବେପାରୀ ପୁଅ
ଉପନ୍ୟାସ
[ସମ୍ପାଦନା]- ଅର୍ଦ୍ଧାଙ୍ଗିନୀ
- ହୀରା
- ରାହୁ
- ଛନ୍ଦା
- ମାୟା ଓ ମମତା
ନାଟକ
[ସମ୍ପାଦନା]- ବନ୍ଦିତା[୧]
- ଜୀବନର ଝଡ଼
- ଶଙ୍ଖ ମହୁରୀ
- ଡୁମ୍ବା
- ସଂକଳ୍ପ
- ତୁଣ୍ଡ ବାଇଦ
- ବିଷ ପୀୟୂଷ
- ବାସିଫୁଲ
- ମୋ ବୋଉ
- ସୂର୍ଯ୍ୟ ପରାଗ
- ମୋତେ ଭୁଲ ବୁଝନା
- ଆମ ସମାଜ
- ବିଷଦୃଷ୍ଟି
- ଝିମିଟି ଖେଳ (ବେତାର ନାଟକ)
- ଶଙ୍ଖ ମହୁରୀ (ଚଳଚ୍ଚିତ୍ରରେ ରୂପାନ୍ତରିତ ନାଟକ)
- ରକ୍ତ ଗୋଲାପ (ଚଳଚ୍ଚିତ୍ରରେ ରୂପାନ୍ତରିତ ନାଟକ)
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବଳରାମ ମିଶ୍ର
- ଇଣ୍ଟରନେଟ ଆର୍କାଇଭରେ "ବନ୍ଦିତା" ନାଟକ
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |