ଫ୍ଲେଲ ଚେଷ୍ଟ

ଉଇକିପିଡ଼ିଆ‌ରୁ
Flail chest
A 3D reconstruction from a CT scan showing a flail chest. Arrows mark the rib fractures.
ବିଭାଗEmergency medicine
ଲକ୍ଷଣChest pain, trouble beathing[୧]
କାରଣBlunt chest wall trauma[୨]
ବିପଦ କାରକOld age, osteogenesis imperfecta[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[୨]
ସଠିକ ରୋଗ ନିର୍ଣ୍ଣୟAortic dissection, pulmonary embolism, sternal fracture, esophagitis[୨]
ଚିକିତ୍ସାOxygen therapy, non-invasive ventilation, mechanical ventilation, pain management, surgery[୨]
ପୁନଃପୌନିକ7% of major chest trauma[୨]
ମୃତ୍ୟୁ ସାନ୍ଦ୍ରତା15% risk[୨]

ଫ୍ଲେଲ ଚେଷ୍ଟ (flail chest) ହୋଇଥିବା କୁହାଯାଏ ଯେତେବେଳେ କୌଣସି ଆଘାତ ଯୋଗୁ ଛାତି କାନ୍ଥର ଏକ ଅଂଶ ଅଲଗା ହୋଇଯାଏ ।[୨] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା ଏବଂ ଅଣନିଶ୍ୱାସ ହୋଇପାରେ ।[୧] ଅବସ୍ଥା ଜଟିଳ ହେଲେ ଫୁସଫୁସ ସଂକ୍ରମଣ (ଫୁସଫୁସ ଟିସୁର କ୍ଷତ) ଏବଂ ନିମୋଥୋରାକ୍ସ ହୋଇପାରେ ।[୨]

ଏହାର କାରଣ ମଧ୍ୟରେ ସାଧାରଣତଃ ଛାତିରେ ବିନା ଧାର ଆଘାତ ଯୋଗୁ ଯେପରିକି ମୋଟର ଯାନ ଧକ୍କା ସମୟରେ ହୋଇଥାରେ ।[୨] ବିପଦ କାରଣଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା ଏବଂ ଓଷ୍ଟିଓଜେନେସିସ ଇମ୍ପରଫେକ୍ଟା ଅନ୍ତର୍ଭୁକ୍ତ ।[୨] ଆଘାତ ଶୈଳୀରେ ଅନ୍ତତ ପକ୍ଷେ ଦୁଇଟି ସ୍ଥାନରେ ଅତି କମରେ ତିନୋଟି ସଂଲଗ୍ନ ପାଖାପାଖି ପଞ୍ଜରା ହାଡ଼ ଭାଙ୍ଗିଯାଇଥାଏ ଓ ସେଥି ନିମନ୍ତେ ସେହି ଭଙ୍ଗା ଅଂଶ ସ୍ୱାଧୀନ ଭାବରେ ଗତି କରେ ।[୨][୩] ଏହା ଫଳରେ ଏହି ଅଂଶ ଛାତିରେ ଅନ୍ୟ ଅଂଶର ବିପରୀତ ଦିଗକୁ ଗତି କରେ ।[୨] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ ।[୨]

ପ୍ରାରମ୍ଭିକ ପରିଚାଳନାରେ ଅମ୍ଳଜାନ ଚିକିତ୍ସା, ନ‌ନ୍-ଇନଭେସିଭ ଭେଣ୍ଟିଲେସନ କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ କରାଯାଇପାରେ ।[୨] ଇଞ୍ଜେକସମ ସାହାଯ୍ୟରେ ସ୍ନାୟୁ ଅବରୋଧ କରି ଯନ୍ତ୍ରଣା ପରିଚାଳନା କରାଯାଇପାରେ ।[୨] ଭଙ୍ଗା ଅଂଶକୁ ଯୋଡ଼ିବା ପାଇଁ ଅସ୍ତ୍ରୋପଚାର କଲେ ଭଲ ଫଳାଫଳ ହେବା ଦେଖାଯାଏ ।[୪] [୩] ପୁନରୁଦ୍ଧାର ପରେ କିଛି ଲୋକଙ୍କର ସ୍ଥାୟୀ ବା କ୍ରନିକ ଯନ୍ତ୍ରଣା ହୁଏ କିମ୍ବା ଅକ୍ଷମତା ରହିଥାଏ ।[୩]

ବଡ଼ ଛାତି ଆଘାତର ପ୍ରାୟ ୭% କ୍ଷେତ୍ରରେ ଏହି ଅବସ୍ଥା ହୋଇପାରେ ।[୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୫% ଅଟେ; ଯଦିଓ ପ୍ରାୟତ ସଂପୃକ୍ତ ଆଘାତ ହେତୁ ହୋଇଥାଏ ।[୨] ଏହି ଅବସ୍ଥା ପ୍ରଥମେ ୧୯୫୫ ମସିହାରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Flail Chest - Trauma - Orthobullets". www.orthobullets.com. Archived from the original on 8 November 2021. Retrieved 6 July 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Perera, TB; King, KC (January 2022). "Flail Chest". PMID 30475563. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ Majercik, Sarah; Pieracci, Fredric M. (May 2017). "Chest Wall Trauma". Thoracic Surgery Clinics. 27 (2): 113–121. doi:10.1016/j.thorsurg.2017.01.004.
  4. Coughlin, TA; Ng, JW; Rollins, KE; Forward, DP; Ollivere, BJ (August 2016). "Management of rib fractures in traumatic flail chest: a meta-analysis of randomised controlled trials". The Bone & Joint Journal. 98-B (8): 1119–25. doi:10.1302/0301-620x.98b8.37282. PMID 27482027.