ଫୁସଫୁସ ଆଘାତ

ଉଇକିପିଡ଼ିଆ‌ରୁ
Pulmonary contusion
Lung contusion
A CT scan showing a pulmonary contusion (red arrow) accompanied by a rib fracture (blue arrow)
ବିଭାଗEmergency medicine
ଲକ୍ଷଣShortness of breath, coughing[୧]
ଆକ୍ରାନ୍ତ ସମୟHours to days[୧]
ଅବଧି5 to 7 days[୧]
କାରଣBlunt chest trauma, explosions, penetrating injuries[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟHemothorax, pulmonary edema including transfusion-associated lung injury[୧]
ଚିକିତ୍ସାSupportive care[୧]
ପୁନଃପୌନିକCommon[୨]

ଫୁସଫୁସ ଆଘାତ ( ଯାହାକୁ ଫୁସଫୁସ କଣ୍ଟ୍ୟୁଜନ ମଧ୍ୟ କୁହାଯାଏ) ଫୁସଫୁସର ଏକ କ୍ଷତ ଅଟେ । [୧] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଛାତି କାନ୍ଥରେ ଦରଜ ଏବଂ କାଶ ହେବା ସହିତ ରକ୍ତ କଫ ହୋଇପାରେ। [୧] [୨] ଆଘାତର କିଛି ଘଣ୍ଟା ବା ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୋଇପାରେ ।[୧] ରୋଗ ଜଟିଳ ହେଲେ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମ, ନିମୋନିଆ, ଫୁସଫୁସ ରକ୍ତସ୍ରାବ ଏବଂ ଶ୍ୱାସକ୍ରିୟାରେ ବିଫଳତା ହୋଇପାରେ। [୧] ଫୁସଫୁସ ଲେସରେସନ ପରି, ଫୁସଫୁସ ଆଘାତରେ ଫୁସଫୁସ ତନ୍ତୁର କଟିବା କିମ୍ବା ଛିଣ୍ଡିବା ସହିତ ଜଡିତ ହୁଏ ନାହିଁ ।[୧]

ଏହା ସାଧାରଣତଃ ସ୍ଥୁଳ ଆଘାତଦ୍ୱାରା ହୋଇଥାଏ । [୧] ଅନ୍ୟାନ୍ୟ କାରଣରୁ ବିସ୍ଫୋରଣ କିମ୍ବା ଅନୁପ୍ରବେଶକାରୀ ଆଘାତରୁ ହେଉଥିବା ସକ ଯୋଗୁ ହୋଇପାରେ ।[୧] ଏହାର ମୂଳ ପ୍ରଣାଳୀରେ ଫୁସଫୁସ ପାରେନ‌କାଇମାରେ ଆଘାତ ଲାଗିବା ଯୋଗୁ କ୍ୟାପିଲାରୀରୁ ଆଲଭୋଲାଇକୁ ତରଳ ପଦାର୍ଥର ନିର୍ଗତ ହୋଇଥାଏ। [୧] ଛାତି ଏକ୍ସ-ରେ, ସିଟି ସ୍କାନ କିମ୍ବା ଅଲଟ୍ରାସାଉଣ୍ଡ ଭଳି ମେଡିକାଲ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। [୧] ସଂପୃକ୍ତ ଆଘାତରେ ପଞ୍ଜରାସ୍ଥି ଭାଙ୍ଗିଥିବା କିମ୍ବା ନିମୋଥୋରାକ୍ସ ହୋଇପାରେ । [୨]

ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ ବ୍ୟବହାର କରିବାଦ୍ୱାରା ଗାଡିରେ ଥିବା ଲୋକଙ୍କ ପାଇଁ ବିପଦ କମିଯାଏ । [୩] ସହାୟକ ଯତ୍ନ ସହିତ ଏହି ଅବସ୍ଥା ସ୍ୱୟଂ ସୁସ୍ଥ ହୁଏ । [୧] ଏଥିରେ ମନିଟରିଂ, ସପ୍ଲିମେଣ୍ଟାରୀ ଅମ୍ଳଜାନ ଏବଂ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଏ ।[୧] [୨] ଯଦି ଶ୍ୱାସକ୍ରିୟା ଗୁରୁତର ହେଲେ ଯାନ୍ତ୍ରିକ ଭେଣ୍ଟିଲେସନ୍ ଆବଶ୍ୟକ ହୋଇପାରେ । [୨] ପର୍ଯ୍ୟାପ୍ତ ରକ୍ତ ପରିମାଣ ନିଶ୍ଚିତ କରିବା ପାଇଁ ଫ୍ଲୁଇଡ୍ ରିପ୍ଲେସମେଣ୍ଟ ଆବଶ୍ୟକ ହୋଇପାରେ, କିନ୍ତୁ ଫ୍ଲୁଇଡ୍ ଯତ୍ନର ସହିତ ଦିଆଯାଏ କାରଣ ଏହାର ଓଭରଲୋଡ଼ ହେଲେ ଫୁସଫୁସ ଇଡିମା ଖରାପ ଦିଗକୁ ଗତି କରିପାରେ । [୧]

ପ୍ରାୟ ୩୦%ରୁ ୭୫% କ୍ଷେତ୍ରରେ ସାଧାରଣତଃ ଛାତିରେ ଆଘାତ ହେତୁ ଫୁସଫୁସ ଆଘାତ ହୁଏ । [୨] [୧] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୦%ରୁ ୨୫% ଅଟେ । [୧] ଏହି ଅବସ୍ଥା ପ୍ରଥମେ ୧୭୬୧ ମସିହାରେ ଇଟାଲୀର ମୋର୍ଗାଗ୍ନି ବର୍ଣ୍ଣନା କରିଥିଲେ । [୧] ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିସ୍ଫୋରକ ବ୍ୟବହାର ଜନିତ ବିସ୍ଫୋରଣରୁ ଫୁସଫୁସ ଆଘାତ ଅଧିକ ମାନ୍ୟତା ପାଇଲା। [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ Choudhary, S; Pasrija, D; Mendez, MD (January 2020). "Pulmonary Contusion". PMID 32644340. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Pulmonary Contusion - Injuries; Poisoning". Merck Manuals Professional Edition. Archived from the original on 1 December 2020. Retrieved 11 December 2020.
  3. Miller DL, Mansour KA (2007). "Blunt traumatic lung injuries". Thoracic Surgery Clinics. 17 (1): 57–61. doi:10.1016/j.thorsurg.2007.03.017. PMID 17650697.