ମହାଧମନୀ ବ୍ୟବଚ୍ଛେଦନ

ଉଇକିପିଡ଼ିଆ ରୁ
(Aortic dissection ରୁ ଲେଉଟି ଆସିଛି)
Jump to navigation Jump to search
ମହାଧମନୀ ବ୍ୟବଚ୍ଛେଦନ
AoDissekt scheme StanfordB en.png
ବାମ ସବକ୍ଲାଭିଆନ ଧମନୀ ପରେ ଡିସେଣ୍ଡିଙ୍ଗ ଆଓର୍ଟାରେ(୩) ବ୍ୟବଚ୍ଛେଦନ ଆରମ୍ଭ ହୋଇ ଆବଡୋମିନାଲ ଆଓର୍ଟା(୪) ପର୍ଯ୍ୟନ୍ତ ବ୍ୟାପିଛି । ଆସେଣ୍ଡିଙ୍ଗ ଆଓର୍ଟା(୧) ଓ ଆଓର୍ଟିକ ଆର୍ଚ୍ଚରେ(୨) ଅସୁବିଧା ହୋଇନାହିଁଁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିରକ୍ତନଳୀ ଶଲ୍ୟ, ହୃଦଛାତି ଶଲ୍ୟ
ଆଇସିଡ଼ି-୧୦I71.0
ଆଇସିଡ଼ି-୯-ସିଏମ୍441.0
ଓଏମ୍‌ଆଇଏମ୍607086
ରୋଗ ଡାଟାବେସ805
ମେଡ଼ିସିନ-ପ୍ଲସ000181
ଇ-ମେଡ଼ିସିନemerg/28
Patient UKମହାଧମନୀ ବ୍ୟବଚ୍ଛେଦନ
GeneReviews

ମହାଧମନୀ ବ୍ୟବଚ୍ଛେଦନ (ଇଂରାଜୀ ଭାଷାରେ ଆଓର୍ଟିକ ଡିସେକସନ/Aortic dissection) ରୋଗ କୁହାଯାଏ ଯେତେବେଳେ ମହାଧମନୀର (aorta) ଟ୍ୟୁନିକା ଇଣ୍ଟିମା (the inside) ସ୍ତରରେ ଫାଟ ସୃଷ୍ଟି ହେବା ପରେ ସେହି ପଥରେ ରକ୍ତ ଗତି କରି ମହାଧମନୀ କାନ୍ଥର ସ୍ତରମାନଙ୍କୁ ବ୍ୟବଚ୍ଛେଦ (forcing the layers apart) କରିଦିଏ ବା ଚିରି ମେଲାକରିଦିଏ । [୧] ଅଧିକାଂଶ କେଶ୍‌ରେ ଏହି ରୋଗ ହେଲେ ପିଠି ବା ଛାତିରେ ଅତ୍ୟଧିକ ଚିରିଦେବା ଭଳି ଯନ୍ତ୍ରଣା ଅନୁଭବ ହୁଏ ଯାହାକୁ ଆକ୍ୟୁଟ ଆଓର୍ଟିକ ସିଣ୍ଡ୍ରୋମ (chest or back pain) କୁହାଯାଏ ।[୨][୩] ଯନ୍ତ୍ରଣା ସ‌ହିତ ବାନ୍ତି, ଝାଳ ବୋହିବା (sweating) ଓ ମୁଣ୍ଡ ହାଲୁକା (lightheadedness) ଲାଗିବା ଭଳି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ଅଙ୍ଗମାନଙ୍କୁ ରକ୍ତ ସରବରାହ କମିଯିବାରୁ ସ୍ଟ୍ରୋକ (stroke) ଓ ମେସେଣ୍ଟେରିକ ଇସକେମିଆ (mesenteric ischemia) ଆଦି ଲକ୍ଷଣ ଦେଖାଯାଏ । ଏହି ରୋଗ ଫଳରେ ହୃତପେଶୀ ଅରକ୍ତ‌ତା/ମାୟୋକାର୍ଡ଼ିଆଲ ଇସକେମିଆ (not enough blood flow to the heart) ବା ମହାଧମନୀ ଫାଟିଯିବା (rupture of the aorta) ଫଳରେ ତୁରନ୍ତ ମୃତ୍ୟୁ ହୁଏ ।[୩]

ଉଚ୍ଚ ରକ୍ତଚାପ (high blood pressure) ଇତିହାସ ଥିଲେ, ରକ୍ତନଳୀ କାନ୍ଥକୁ ଦୁର୍ବଳ କରୁଥିବା ଅନେକ ସଂଯୋଜକ ତନ୍ତୁରୋଗ (connective tissue disease) ଯେପରିକି ମାର୍ଫାନ ସିଣ୍ଡ୍ରୋମରେ (Marfan syndrome), ବାଇକସପିଡ ଆଓର୍ଟିକ ଭଲ୍‌ଭ ([:en:[bicuspid aortic valve|]]) ଥିଲେ ଓ ପୁର୍ବରୁ ହୃତ୍‌ପିଣ୍ଡ ଅପରେଶନ କରାଯାଇଥିଲେ ଏହି ରୋଗ ସମ୍ଭାବନା ଅଧିକ ହୋଇଥାଏ ।[୧][୩] ମୂଖ୍ୟ ଆଘାତ (Major trauma), ଧୂମ୍ରପାନ (smoking), କୋକେନ (cocaine) ବ୍ୟବ‌ହାର, ଗର୍ଭାବସ୍ଥା, ବକ୍ଷ ମହାଧମନୀ ଆନିଉରିଜମ୍ (thoracic aortic aneurysm), ରକ୍ତନଳୀ ପ୍ରଦାହ (inflammation of arteries), ଓ ଡିସଲିପିଡେମିଆ (abnormal lipid levels) ରୋଗମାନଙ୍କରେ ମଧ୍ୟ ଏହି ମହାଧମନୀ ବ୍ୟବଚ୍ଛେଦନ ରୋଗ ସମ୍ଭାବନ ରହିବ ।[୨][୩] ସିଟି ସ୍କାନ (computed tomography), ଏମଆରଆଇ (magnetic resonance imaging) ବା ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗକୁ ଦୁଇ ଟାଇପରେ ବିଭକ୍ତ କରାଯାଏ: ସ୍ଟାନଫୋର୍ଡ଼ ଟାଇପ ଏ (first part of the aorta) ଯେଉଁଥିରେ ଆସେଣ୍ଡିଙ୍ଗ ଆଓର୍ଟାରେ ରୋଗ ଥାଏ ଓ ଟାଇପ ବିରେ ଏହା ବ୍ୟତୀତ ଅନ୍ୟ ଆଓର୍ଟା ସ୍ଥାନରେ ରୋଗ ହୁଏ ।[୨]

ରକ୍ତଚାପ ନିୟନ୍ତ୍ରଣ ଓ ଧୂମ୍ରପାନ ବନ୍ଦ କଲେ ମହାଧମନୀ ବ୍ୟବଚ୍ଛେଦନ ରୋଗର ପ୍ରତିଷେଧ ସମ୍ଭବ ହୋଇପାରିବ । ଆଓର୍ଟାର ରୋଗାକ୍ରାନ୍ତ ସ୍ଥାନ ଉପରେ ଚିକିତ୍ସା ନିର୍ଭର କରେ ।[୨] ଆଓର୍ଟାର ପ୍ରଥମ ଭାଗରେ ବ୍ୟବଚ୍ଛେଦନ ଥିଲେ ଅପରେଶନ ଆବଶ୍ୟକ ହୁଏ; ଅନ୍ୟ ସ୍ଥାନରେ ଥିଲେ ଓ ଜଟିଳତା ନ ଥିଲେ ରକ୍ତଚାପ ଓ ହୃଦଗତି ହାର କମ କରି ତାହାର ଚିକିତ୍ସା କରାଯାଏ ।[୨][୩] ଅପରେଶନ ଦୁଇ ପ୍ରକାର କରାଯାଇପାରେ: ଛାତି ଖୋଲି ବା ରକ୍ତନଳୀ ଭିତର ଦେଇ ମରାମତ (endovascular aneurysm repair) କରାଯାଏ ।[୨]

ମହାଧମନୀ ବ୍ୟବଚ୍ଛେଦନ ଏକ ଦୁର୍ଲଭ ରୋଗ, ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୩ ଜଣକୁ ହୁଏ ।[୨][୧] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ ।[୨] ରୋଗ ନିର୍ଣ୍ଣୟର ହାରାହାରି ବୟସ ପ୍ରାୟ ୬୩ ବର୍ଷ, କିନ୍ତୁ ୪୦ ବର୍ଷ ବୟସ ପୂର୍ବରୁ ୧୦% ଲୋକଙ୍କୁ ହୁଏ ।[୨][୧] ଟାଇପ ଏ ରୋଗରେ ୩ ଦିନ ମଧ୍ୟରେ ପ୍ରାୟ ଅଧା ଲୋକ ମୃତ୍ୟୁ ବରଣ କରନ୍ତି ଓ ଟାଇପ ବି ରୋଗରେ ୧୦% ଲୋକଙ୍କର ଏକ ମାସ ମଧ୍ୟରେ ମୃତ୍ୟୁ ହୁଏ । ସନ ୧୭୬୦ରେ ଇଂଲଣ୍ଡର ରାଜା ଜର୍ଜ ୨ଙ୍କର ମୃତ୍ୟୁ ପରେ ତାଙ୍କୁ ପରୀକ୍ଷା କରି ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା । ସନ ୧୯୫୦ରେ ମାଇକେଲ ଇ ଡିବାକେ (Michael E. DeBakey) ପ୍ରଥମେ ଏହାର ଅପରେଶନ ଆରମ୍ଭ କରିଥିଲେ ।[୧]

ରୋଗର ଭିଡିଓ ଚିତ୍ର

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Criado FJ (2011). "Aortic dissection: a 250-year perspective". Tex Heart Inst J. 38 (6): 694–700. PMC 3233335. PMID 22199439.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Nienaber, CA; Clough, RE (28 February 2015). "Management of acute aortic dissection". Lancet (London, England). 385 (9970): 800–11. PMID 25662791.
  3. ୩.୦ ୩.୧ ୩.୨ ୩.୩ ୩.୪ White, A; Broder, J; Mando-Vandrick, J; Wendell, J; Crowe, J (2013). "Acute aortic emergencies--part 2: aortic dissections". Advanced emergency nursing journal. 35 (1): 28–52. PMID 23364404.