ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ

ଉଇକିପିଡ଼ିଆ‌ରୁ
Frontotemporal dementia
Frontotemporal degeneration disease,[୧] frontotemporal neurocognitive disorder[୨]
Brain MRI of a female of 65 years with frontotemporal dementia. Cortical and white matter atrophy of the frontal lobes is clear in all images.
ବିଭାଗPsychiatry, neurology
ଲକ୍ଷଣPersonality changes, lack of emotions, repetitive behavior, loss of vocabulary, decreased ability to understand language[୩][୪]
ଆକ୍ରାନ୍ତ ସମୟ50s and 60s[୫]
କାରଣUnknown[୬]
ବିପଦ କାରକFamily history, head injury, thyroid disease[୭][୪]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and MRI[୫]
ସଠିକ ରୋଗ ନିର୍ଣ୍ଣୟAlzheimer, vascular dementia, Lewy body dementia, alcoholism[୪]
ଚିକିତ୍ସାSupportive care[୫]
PrognosisLife expectancy 7.5 yrs[୪]
ପୁନଃପୌନିକ2 per 10,000 (45 to 65 year old)[୫]

ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ ( FTD ) ରୋଗରେ ଫ୍ରଣ୍ଟାଲ ଏବଂ ଟେମ୍ପୋରାଲ ଲୋବ ସହିତ ଜଡିତ ଅନେକ ପ୍ରକାରର ଡିମେନ୍ସିଆ ଥାଏ | [୮] [୯] ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଆଚରଣ କିମ୍ବା ଭାଷା ଅନିୟମିତ ଥାଏ | [୭] ଏଥିରେ ବ୍ୟକ୍ତିତ୍ୱ ପରିବର୍ତ୍ତନ, ଭାବପ୍ରବଣତାର ଅଭାବ, ବ୍ୟବ‌ହାରର ପୁନରାବୃତ୍ତି, ବାକ୍ ଶକ୍ତି ହରାଇବା ଏବଂ ଭାଷା ବୁଝିବାର କ୍ଷମତା ହ୍ରାସ ହୋଇପାରେ | [୩] [୧୦] ଏହି ରୋଗ ସାଧାରଣତଃ ଧୀରେ ଧୀରେ ଆରମ୍ଭ ହୋଇ ଅନେକ ବର୍ଷ ମଧ୍ୟରେ ଖରାପ ଦିଗକୁ ଗତି କରନ୍ତି | [୧୧] ସ୍ମୃତି ଏବଂ ମୋଟୋର କାର୍ଯ୍ୟଗୁଡ଼ିକ ଅପେକ୍ଷାକୃତ ସଂରକ୍ଷିତ ରହିଥାଏ | [୩]

ଏହାର କାରଣ ଜଣା ପଡିନାହିଁ। [୧୨] ପାରିବାରିକ ଇତିହାସ, ମୁଣ୍ଡରେ ଆଘାତ ଓ ଥାଇରଏଡ ରୋଗ ଥିଲେ ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ ସଙ୍କଟ ରହେ । [୯] [୧୦] ଅନ୍ତର୍ନିହିତ ପ୍ରଣାଳୀରେ ନିଉରନ ଗୁଡ଼ିକ ନଷ୍ଟ ହୋଇଯାଇଥାଏ ବିଶେଷତଃ ସ୍ପିଣ୍ଡଲ ନିଉରନ | [୪] [୧୩] ତିନୋଟି ମୁଖ୍ୟ ଉପ-ପ୍ରକାର ଅଛି: ଆଚରଣଗତ ପ୍ରକାର (bvFTD), ପ୍ରାଥମିକ ପ୍ରଗତିଶୀଳ ଆଫାସିଆ-ସେମାଣ୍ଟିକ ଭାରିଆଣ୍ଟ ଓ ନନ୍‌ଫ୍ଲୁଏଣ୍ଟ ଭାରିଆଣ୍ଟ (nfvPPA) | [୭] [୧୪] ସମ୍ପର୍କୀୟ ରୋଗମାନଙ୍କର ନାମ ପ୍ରଗତିଶୀଳ ସୁପ୍ରାନିଉକ୍ଲିଆର ପାଲସି, କର୍ଟିକୋବାସାଲ ସିଣ୍ଡ୍ରୋମ ଏବଂ ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (FTD-ALS) | [୧୧]

ଏହି ରୋଗର କୌଣସି ଉପଶମ ନାହିଁ | [୧୨] ପରିଚାଳନାରେ ସାମାଜିକ ସମର୍ଥନ, ଆଚରଣବିଧି ଚିକିତ୍ସା ଏବଂ ବକ୍ତବ୍ୟ ଚିକିତ୍ସା ଆବଶ୍ୟକ ହୁଏ | [୧୦] ଅନ୍ୟାନ୍ୟ ପ୍ରୟାସରେ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର, ଆଣ୍ଟିସାଇକୋଟିକ୍ସ ଏବଂ ଗାଲାଟାମାଇନ ସାହାଯ୍ୟରେ ଲକ୍ଷଣ ଉନ୍ନତ କରିବାକୁ ଚେଷ୍ଟା କରାଯାଏ | [୬] ଅନେକ ପ୍ରକାରର ଚିକିତ୍ସା ଅନୁଶୀଲନ ଚାଲିଛି ।[୪] ରୋଗ ନିର୍ଣ୍ଣୟ ପରେ ହାରାହାରି ଆୟୁଷ ପ୍ରାୟ ୭.୫ ବର୍ଷ ।[୪]

ଏହି ରୋଗ ବର୍ଷକୁ ପ୍ରାୟ ୪୦ ବର୍ଷ ଦଶକରେ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ହୁଅନ୍ତି, ୫୦ ବର୍ଷ ଦଶକରେ ୧୦୦,୦୦୦ରେ ୩ ଜଣ ଏବଂ ୬୦ ବର୍ଷ ଦଶକରେ ୧୦୦,୦୦୦ ଜଣରେ ୯ ଜଣ ପ୍ରଭାବିତ ହୁଅନ୍ତି | [୧୦] ୬୫ ବର୍ଷ ବୟସ ପୂର୍ବରୁ ବାରମ୍ବାର ରୋଗ ହେବାରେ ଆଲଜିମର ରୋଗ (AD) ପରେ ଏହା ଦ୍ୱିତୀୟ ଅଟେ | [୧୧] ୪୦ରୁ ୬୦ଦଶକରେ ଥିବା ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୫] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୫] ଏହାକୁ ପ୍ରଥମେ ୧୮୯୨ମସିହାରେ ଆର୍ନୋଲ୍ଡ ପିକ ବର୍ଣ୍ଣନା କରିଥିଲେ ଏବଂ ଏହାକୁ ପ୍ରଥମେ ପିକ୍ ରୋଗ କୁହାଯାଉଥିଲା, ଯାହା ବର୍ତ୍ତମାନ bvFTD ପାଇଁ ସଂରକ୍ଷିତ | [୧୫] [୧୨]

ଆଧାର[ସମ୍ପାଦନା]

  1. Perez, L., "Ron Oberman, Senior Record Executive and Former Publicist to David Bowie, Dies at 76" Archived 2021-05-07 at the Wayback Machine., The Hollywood Reporter, November 24, 2019.
  2. Diagnostic and statistical manual of mental disorders : DSM-5 (5th ed.). Arlington, VA: American Psychiatric Association. 2013. pp. 614–618. ISBN 9780890425541.
  3. ୩.୦ ୩.୧ ୩.୨ "ICD-11 - Mortality and Morbidity Statistics". icd.who.int. Archived from the original on 2018-08-01. Retrieved 2020-10-17.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Khan, I; De Jesus, O (January 2021). "Frontotemporal Lobe Dementia". PMID 32644712. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Finger, EC (April 2016). "Frontotemporal Dementias". Continuum (Minneapolis, Minn.). 22 (2 Dementia): 464–89. doi:10.1212/CON.0000000000000300. PMID 27042904.
  6. ୬.୦ ୬.୧ Cardarelli R, Kertesz A, Knebl JA (December 2010). "Frontotemporal dementia: a review for primary care physicians". Am Fam Physician. 82 (11): 1372–7. PMID 21121521. Archived from the original on 2021-03-04. Retrieved 2014-08-31.
  7. ୭.୦ ୭.୧ ୭.୨ Sivasathiaseelan, H; Marshall, CR; Agustus, JL; et al. (April 2019). "Frontotemporal Dementia: A Clinical Review". Seminars in Neurology. 39 (2): 251–263. doi:10.1055/s-0039-1683379. PMID 30925617. Archived from the original on 2021-08-28. Retrieved 2020-12-30.
  8. "ICD-11 - Mortality and Morbidity Statistics". icd.who.int. Archived from the original on 2018-08-01. Retrieved 2020-10-17.
  9. ୯.୦ ୯.୧ Sivasathiaseelan, H; Marshall, CR; Agustus, JL (April 2019). "Frontotemporal Dementia: A Clinical Review". Seminars in Neurology. 39 (2): 251–263. doi:10.1055/s-0039-1683379. PMID 30925617. Archived from the original on 2021-08-28. Retrieved 2020-12-30. {{cite journal}}: Unknown parameter |displayauthors= ignored (|display-authors= suggested) (help)
  10. ୧୦.୦ ୧୦.୧ ୧୦.୨ ୧୦.୩ Khan, I; De Jesus, O (January 2021). "Frontotemporal Lobe Dementia". PMID 32644712. {{cite journal}}: Cite journal requires |journal= (help)
  11. ୧୧.୦ ୧୧.୧ ୧୧.୨ Finger, EC (April 2016). "Frontotemporal Dementias". Continuum (Minneapolis, Minn.). 22 (2 Dementia): 464–89. doi:10.1212/CON.0000000000000300. PMID 27042904.
  12. ୧୨.୦ ୧୨.୧ ୧୨.୨ Cardarelli R, Kertesz A, Knebl JA (December 2010). "Frontotemporal dementia: a review for primary care physicians". Am Fam Physician. 82 (11): 1372–7. PMID 21121521. Archived from the original on 2021-03-04. Retrieved 2014-08-31.
  13. "Brain Cells for Socializing". Smithsonian. Archived from the original on 22 March 2021. Retrieved 30 October 2015.
  14. "What is frontotemporal dementia". Dementia UK. Archived from the original on 17 April 2021. Retrieved 19 October 2020.
  15. "What are the Different Types of Frontotemporal Disorders?". National Institute on Aging (in ଇଂରାଜୀ). Archived from the original on 9 July 2021. Retrieved 1 November 2020.