ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | neurology[*] |
ଆଇସିଡ଼ି-୧୦ | G12.2 |
ଆଇସିଡ଼ି-୯-ସିଏମ୍ | 335.20 |
ଓଏମ୍ଆଇଏମ୍ | 105400 |
ରୋଗ ଡାଟାବେସ | 29148 |
ମେଡ଼ିସିନ-ପ୍ଲସ | 000688 |
ଇ-ମେଡ଼ିସିନ | neuro/14 emerg/24 pmr/10 |
Patient UK | ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ |
MeSH | D000690 |
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ (ଇଂରାଜୀରେ amyotrophic lateral sclerosis ସଂକ୍ଷେପରେ ALS, ଅନ୍ୟ ନାମ ଲାଓ ଗେହ୍ରିଗ ରୋଗ Lou Gehrig's disease ଓ ସାର୍କୋ ରୋଗ Charcot disease), ଏକ ନିର୍ଦ୍ଦିଷ୍ଟ ସ୍ନାୟ୍ୟ କ୍ଷୟକାରୀ ରୋଗ ଯେଉଁଥିରେ ସ୍ନାୟୁକ୍ଷୟ ହୋଇ ସ୍ନାୟୁମାନଙ୍କର ମୃତ୍ୟୁ ହୁଏ ।[୧] ଇଂଲଣ୍ଡରେ ଏହି ରୋଗକୁ ମୋଟୋନିଉରନ୍ ରୋଗ (motor neurone disease ବା MND) କୁହାଯାଏ, [୨] କିନ୍ତୁ ଅନ୍ୟମାନେ ସେହି ନାମକୁ ଗୋଟିଏ ଦଳର ନାମ ହିସାବରେ ବ୍ୟବହାର କରନ୍ତି ଯେଉଁଥିରେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଏକ ରୋଗ ଥାଏ । [୩] ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗରେ ମାଂସପେଶୀ ଦୃଢ଼ ହୋଇଯାଏ, କ୍ଷଣିକ ପେଶୀ ସଂକୋଚନ ହୁଏ ଓ କ୍ରମଶଃ ପେଶୀ ପତଳା ହୋଇ ଦୁର୍ବଳ ହୋଇଯାଏ । ଏହା ଫଳରେ ଭଲରେ କଥା କହି ହୁଏନି ଓ କହିବା କଥା ସ୍ପଷ୍ଟ ହୁଏନି, ଗିଳିବାରେ ଅସୁବିଧା ହୁଏ ଓ କଷ୍ଟକର ଶ୍ୱାସକ୍ରିୟା ହୁଏ । [୪]
ଏହି ରୋଗର କାରଣ ୯୦ରୁ ୯୫ % କେଶ୍ରେ ଅଜଣା ରହିଛି । [୪] ୫ରୁ ୧୦ % ରୋଗୀର ପିତାମାତାଙ୍କଠାରୁ ବଂଶାନୁକ୍ରମିକ ଆସିଥାଏ । [୫] ଏହି ଜେନେଟିକ୍ କେଶ୍ଗୁଡ଼ିକ ମଧ୍ୟରୁ ଅଧା ସଂଖ୍ୟାରେ ଦୁଇତି ନିର୍ଦ୍ଦିଷ୍ଟ ଜିନ୍ ଯୋଗୁ ହୋଇଥାଏ । ଏହା ଫଳରେ ଇଚ୍ଛାକୃତ ମାଂସପେଶୀକୁ ସଂଯୋଗ କରୁଥିବା ସ୍ନାୟୁମାନଙ୍କର ମୃତ୍ୟୁ ହୁଏ । ରୋଗୀର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନାକୁ ଦୂରୀଭୁତ କରାଯାଏ । [୬]
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗ ଆରୋଗ୍ୟ ହୁଏନି । [୪] ରିଲୁଜୋଲ୍ (Riluzole) ନାମକ ଏକ ଔଷଧ ଦେଲେ ୨ରୁ ୩ ମାସ ଆୟୁଷ ବଢ଼ିପାରେ । [୭] ନନ୍ ଇନ୍ଭେସିଭ୍ ଭେଣ୍ଟିଲେସନ୍ଦ୍ୱାରା ଜୀବନଧାରାର କିଛି ଉନ୍ନତି ହୋଇପାରେ । [୮] ଏହି ରୋଗ ପ୍ରାୟ ୬୦ ବର୍ଷ ବୟସରୁ ଆରମ୍ଭ ହୁଏ କିନ୍ତୁ ବଂଶାନୁଗତ ରୋଗ ଥିଲେ ୫୦ରୁ ଆରମ୍ଭ ହୋଇପାରେ । [୫] ରୋଗ ଆରମ୍ଭ ପରେ ମୃତ୍ୟୁ ହେବାକୁ ୩ରୁ ୪ ବର୍ଷ ଲାଗେ । [୯] ମାତ୍ର ୧୦ % ରୋଗୀ ୧୦ ବର୍ଷରୁ ଅଧିକ ବଞ୍ଚିପାରନ୍ତି । [୪] ଅଧିକାଂଶ ଲୋକ ଶ୍ୱାସକ୍ରିୟା ବନ୍ଦ ଯୋଗୁ ମରିଯାଆନ୍ତି । ପୃଥିବୀରେ ଏହି ରୋଗ ହାର ଜଣାନାହିଁ । [୫] ୟୁରୋପ ଓ ଆମେରିକାରେ ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗ ଭୋଗନ୍ତି । [୫][୧୦]
ଚାର୍ଲ୍ସ ବେଲ୍ ୧୮୨୪ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [୧୧] ସନ ୧୮୬୯ରେ ଜିନ-ମାର୍ଟିନ ସାର୍କୋ (Jean-Martin Charcot) ଏହି ରୋଗର ଲକ୍ଷଣ ସହିତ ସ୍ନାୟୁଗତ ସମ୍ପର୍କ ଥିବା ଲେଖିଥିଲେ ଓ ୧୮୭୪ ମସିହାରେ ଏହାକୁ ଆମାୟୋଟ୍ରପିକ ଲାଟେରାଲ ସ୍କ୍ଲେରୋସିସ୍ ନାମକରଣ କରିଥିଲେ । [୧୧] ଆମେରିକାର ପ୍ରସିଦ୍ଧ ବେସ୍ ବଲ୍ ଖେଳାଳୀ ଲୁଇ ଗେହରିଗ (Lou Gehrig) ଏହି ରୋଗରେ ପୀଡ଼ିତ ହେବାରୁ ସେ ଦେଶରେ ଏ ରୋଗ ସୁପରିଚିତ ହୋଇଗଲା, [୧] ଓ ବିଂଶ ଶତାବ୍ଦୀରେ ସ୍ଟିଫେନ୍ ହକିଙ୍ଗ ବିଖ୍ୟାତ ହୋଇଗଲେ । [୧୨] ସନ ୨୦୧୪ରେ ଇଣ୍ଟରନେଟରେ ଏକ ଭିଡିଓ ବରଫ ବାଲ୍ଟି ଚାଲେଞ୍ଜ (ice bucket challenge) ଭାଇରାଲ୍ ହୋଇ ଜନ ସଚେତନତା ଲାଭ କଲା । [୧୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Kelly, Evelyn B. (2013). Encyclopedia of human genetics and disease. Santa Barbara, Calif.: Greenwood. pp. 79–80. ISBN 978-0-313-38713-5.
- ↑ "Motor neurone disease". www.nhs.uk/. Retrieved 2 January 2015.
- ↑ Ellison, edited by Seth Love, David N. Louis, David W. (2008). Greenfield's neuropathology (8th ed. ed.). London: Hodder Arnold. p. 947. ISBN 978-0-340-90681-1.
{{cite book}}
:|edition=
has extra text (help);|first1=
has generic name (help)CS1 maint: multiple names: authors list (link) - ↑ ୪.୦ ୪.୧ ୪.୨ ୪.୩ "Motor Neuron Diseases Fact Sheet: National Institute of Neurological Disorders and Stroke (NINDS)". www.ninds.nih.gov. Archived from the original on 13 April 2014. Retrieved 7 November 2010.
- ↑ ୫.୦ ୫.୧ ୫.୨ ୫.୩ Kiernan, MC; Vucic, S; Cheah, BC; Turner, MR; Eisen, A; Hardiman, O; Burrell, JR; Zoing, MC (12 March 2011). "Amyotrophic lateral sclerosis". Lancet. 377 (9769): 942–55. doi:10.1016/s0140-6736(10)61156-7. PMID 21296405.
- ↑ "Amyotrophic Lateral Sclerosis (ALS) Fact Sheet". www.ninds.nih.gov/. September 19, 2014. Archived from the original on 4 January 2015. Retrieved 2 January 2015.
- ↑ Miller, RG; Mitchell, JD; Moore, DH (14 March 2012). "Riluzole for amyotrophic lateral sclerosis (ALS)/motor neuron disease (MND)". The Cochrane database of systematic reviews. 3: CD001447. doi:10.1002/14651858.CD001447.pub3. PMID 22419278.
- ↑ McDermott, CJ; Shaw, PJ (22 March 2008). "Diagnosis and management of motor neurone disease". BMJ (Clinical research ed.). 336 (7645): 658–62. doi:10.1136/bmj.39493.511759.be. PMID 18356234.
- ↑ Malamut, edited by Joseph I. Sirven, Barbara L. (2008). Clinical neurology of the older adult (2nd ed. ed.). Philadelphia: Wolters Kluwer Health/Lippincott Williams & Wilkins. p. 421. ISBN 978-0-7817-6947-1.
{{cite book}}
:|edition=
has extra text (help);|first1=
has generic name (help)CS1 maint: multiple names: authors list (link) - ↑ "Epidemiology of Sporadic ALS". aces.stanford.edu/. Archived from the original on 8 October 2015. Retrieved 2 January 2015.
- ↑ ୧୧.୦ ୧୧.୧ Rowland LP (March 2001). "How amyotrophic lateral sclerosis got its name: the clinical-pathologic genius of Jean-Martin Charcot". Arch. Neurol. 58 (3): 512–5. doi:10.1001/archneur.58.3.512. PMID 11255459.[permanent dead link]
- ↑ Youngson, David B. Jacoby, Robert M. (2004). Encyclopedia of family health (3rd ed. ed.). Tarrytown, NY: Marshall Cavendish. p. 1256. ISBN 978-0-7614-7486-9.
{{cite book}}
:|edition=
has extra text (help)CS1 maint: multiple names: authors list (link) - ↑ Song, P (August 2014). "The Ice Bucket Challenge: The public sector should get ready to promptly promote the sustained development of a system of medical care for and research into rare diseases". Intractable & rare diseases research. 3 (3): 94–6. doi:10.5582/irdr.2014.01015. PMID 25364651.