ଫୁଲକରି

ଉଇକିପିଡ଼ିଆ ରୁ
Jump to navigation Jump to search

ଫୁଲକରି

ପଟିଆଲାରୁ ଫୁଲକରି

ଫୁଲକରି (ପଞ୍ଜାବୀ: ਫੁਲਕਾਰੀ) ଛୁଞ୍ଚିକାର୍ଯ୍ୟ ସମ୍ବନ୍ଧିତ ଏକ ପ୍ରଯୁକ୍ତିବିଦ୍ୟା, ଯାହା ପଞ୍ଜାବ ଅଞ୍ଚଳରୁ (ଭାରତପାକିସ୍ତାନ ମଧ୍ୟରେ ଭାଗ ହୋଇଯାଇଛି) ଆସିଅଛି, ତା'ର ସାହିତ୍ୟିକ ଅର୍ଥ ହେଉଛି ଫୁଲ କାର୍ଯ୍ୟ । ଏକ ସମୟରେ ଏହା ଛୁଞ୍ଚିକାର୍ଯ୍ୟ ପାଇଁ ଏକ ଶବ୍ଦ ହିସାବରେ ବ୍ୟବହୃତ ହେଉଥିଲା । ମାତ୍ର ବର୍ତ୍ତମାନ ଏହି ଫୁଲକରି ଶବ୍ଦ ଚଦର ଓ ମୁଣ୍ଡ scarfsର ଛୁଞ୍ଚିକାର୍ଯ୍ୟ ମଧ୍ୟରେ ସୀମିତ ରହିଛି । ସାଧାରଣ ଓ sparsely ଛୁଞ୍ଚିକାର୍ଯ୍ୟ ହୋଇଥିବା ଓଢ଼ଣୀ (ମୁଣ୍ଡ scarfs), ଓନି ଓ ଚଦର ସମସ୍ତଙ୍କ ବ୍ୟବହାର ପାଇଁ ତିଆରି କରାଯାଏ, ଯାହାକୁ ଫୁଲକରିଜ୍ କୁହାଯାଏ । ମାତ୍ର ପର୍ବପର୍ବାଣି ତଥା ଉତ୍ସବ ଯଥା ବିବାହ ଓ ଏକ ପୁଅର ଜନ୍ମଦିନ ଉପଲକ୍ଷେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଉଥିବା, ଛୁଞ୍ଚିକାର୍ଯ୍ୟର ଏହି ବୁଣାପୋଷାକକୁ ବାଗସ୍ (ବଗିଚା) କୁହାଯାଏ ଓ fabric ଉପରେ ବିଚ୍ଛୁରିତ କାର୍ଯ୍ୟକୁ ଆଧା ବାଗସ୍ (ଅଧା ବଗିଚା) କୁହାଯାଏ । ଏହି ସମସ୍ତ କାର୍ଯ୍ୟ କାର୍ପାସ ଖଦଡ ଉପରେ ଧଳା କିମ୍ବା ହଳଦିଆ ରେଶମୀ ସୂତାଦ୍ୱାରା କରାଯାଏ । ଏହି କାର୍ଯ୍ୟ ବୁଣାଲୁଗା ଉପରେ କେନ୍ଦ୍ରରୁ ଆରମ୍ଭ ହୋଇ ଚାରିଆଡ଼କୁ ଖେଳାଇହୁଏ, ଯାହାକୁ ଚଷମେ-ଏ-ବୁଲବୁଲ କୁହାଯାଏ ।

ଶବ୍ଦ ପ୍ରକରଣ[ସମ୍ପାଦନା]

ଫୁଲ ଶବ୍ଦର ଅର୍ଥ ଫୁଲ ଓ କରି ଶବ୍ଦର ଅର୍ଥ ହସ୍ତତନ୍ତ । ଏହିପରି ଭାବେ ଏହାର ସାହିତ୍ୟିକ ଅର୍ଥ ହେଉଛି ଫୁଲକାର୍ଯ୍ୟ ବା ଫୁଲ ହସ୍ତତନ୍ତ

ସାଧାରଣ ସମୀକ୍ଷା[ସମ୍ପାଦନା]

ବିଂଶ ଶତାବ୍ଦୀରେ ପଞ୍ଜାବ, ଭାରତର ଫୁଲକରି
ମୁଖ୍ୟ ପୋଷାକ (ଫୁଲକରି) ଊନବିଂଶ ଶତାବ୍ଦୀ ପଞ୍ଜାବ LACMA M.64.24.1

ପଞ୍ଜାବ ଏହାର ଫୁଲକରି ପାଇଁ ପ୍ରସିଦ୍ଧ । ଏହାର ସୂତାକାର୍ଯ୍ୟ କାର୍ପାସ ଉପରେ ଖଦଡା ରେଶମୀ ସୂତାରେ ହାତଦ୍ୱାରା ବୁଣା ଯାଇଥାଏ । ସାଧାରଣତଃ ଫୁଲକରି ଉପରେ ଜ୍ୟାମିତିକ ନକ୍ସାର ସୂତା କାର୍ଯ୍ୟ କରାଯାଇଥାଏ । ସମଗ୍ର ପଞ୍ଜାବରେ ବିବାହ ପର୍ବ ଓ ଅନ୍ୟାନ୍ୟ ଆନନ୍ଦ ମୂହୁର୍ତ୍ତରେ ମହିଳମାନେ ଫୁଲକରି ଓ ବାଗ୍ ପିନ୍ଧନ୍ତି । ସେଗୁଡ଼ିକ ମହିଳାମାନଙ୍କଦ୍ୱାରା ନିଜର ତ୍ଥା ନିଜ ପରିବାରର ସଦସ୍ୟଙ୍କ ବ୍ୟବହାର ପାଇଁ ତିଆରି କରାଯାଇଥାଏ, ବଜାରରେ ବିକ୍ରି ପାଇଁ ନୁହେଁ । ଏହିପରି ଏହା ଏକ ସମ୍ପୂର୍ଣ୍ଣ ଘରୋଇ କଳା, ଯାହା କେବଳ ସେମାନଙ୍କ ତିଆରି କରିବା କଳାକୁ ବିକଶିତ କରି ନ ଥାଏ, ବରଂ ଦୈନ୍ୟନ୍ଦିନ ଜୀବଙ୍କୁ ମଧ୍ୟ ରଙ୍ଗୀନ କରିଥାଏ । ଏହା ଏକ ପ୍ରକାରର ଲୋକ କଳା ।ବିବାହ ସମୟରେ ଫୁଲକରି ଓ ବାଗ୍‌କୁ କନ୍ୟାକୁ ଦେବା ପ୍ରଥା ରହି ଆସିଛି । ବାଗ୍ ପାଇଁ ଅତି ଉତ୍ତମ ମାନର ସୂତା କାର୍ଯ୍ୟ ହଜାରା,[୧] ପେଶୱାର,[୧] ସିଆଲକୋଟ,[୧] ଝେଲମ,[୧] ରାୱଲପିଣ୍ଡି,[୧] ମୁଲତାନ,[୧] ଅମୃତସର,[୧] ଜଳନ୍ଧର,[୧] ଅମ୍ବାଲା,[୧] Ludhiana,[୧] ନଭା,[୧] ଜିନ୍ଦ,[୧] ଫରିଦକୋଟ,[୧] କାପୁରଥାଲା[୧]ପଞ୍ଜାବ ପ୍ରଦେଶର ଛକୱାଲାରେ ହୁଏ ବୋଲି ଜଣାଯାଏ । ବାଗ୍ ଓ ଫୁଲକରିର ସୂତାକାର୍ଯ୍ୟ ଗୁଜରାଟର ପ୍ସିଦ୍ଧ ସୂତାକାର୍ଯ୍ୟ 'ହେର ଭାରତ'କୁ ଏହାର ଜ୍ୟାମିତିକ ନକ୍ସାରେ ଅନୁପ୍ରାଣିତ କରିଛି[୨]

କେତେକଙ୍କ ମତରେ ଏହା ମଧ୍ୟ ଏସିଆରୁ ଜାଠ ଜାତି ସହ ଆସିଅଛି, ଯେଉଁମାନେ ଭାରତକୁ ପ୍ରବାସୀ ଭାବେ ଆସି ପଞ୍ଜାବ, ହରିଆଣାଗୁଜରାଟରେ ସ୍ଥାୟୀ ଭାବେ ରହି ଯାଇଥିଲେ । ଏହା ବେଦ, ମହାଭାରତ, ଗୁରୁ ଗ୍ରନ୍ଥ ସାହିବ ଓ ପଞ୍ଜାବ ଲୋକ ଗୀତରେ ଦେଖିବାକୁ ମିଳେ ଯେ ପଞ୍ଚଦଶ ଶତାବ୍ଦୀରୁ ଫୁଲକରିର ଲୋକପ୍ରିୟତା ରହୁଛି ।[୩]

ଫୁଲକରି ସୂତାକାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ଯ ହେଉଛି, କାର୍ପାସର ଅପର ପାର୍ଶ୍ୱରେ ରେଶମି ସୁତାରେ ଚିରି ଯାଇଥିବା ଅଂଶର ସିଲାଇ କରିବା । ପଞ୍ଜାବୀ ମହିଳାମାନେ ସେମାନଙ୍କର ଦକ୍ଷତାଦ୍ୱାରା ଚିରି ଯାଇଥିବା ଅଂଶରେ ମଧ୍ୟ ସୁନ୍ଦର ଭାବେ କାରୁକାର୍ଯ୍ୟ କରିବା । ଏହାର ମୁଖ୍ୟ ଖଦର ଲୁଗା ଯାହା ପଶ୍ଚିମ ପଞ୍ଜାବରେ ବ୍ୟଭୃତ ହୁଏ ମଧ୍ୟ ପଞ୍ଜାବ ଅପେକ୍ଷା ଅଧିକ ସୂକ୍ଷ୍ମ । କଳା/ନୀଳ ପଶ୍ଚିମ ପଞ୍ଜାବରେ ପସନ୍ଦ କରାଯାଏନାହିଁ, ମାତ୍ର ଧଳା ପୂର୍ବ ପଞ୍ଜାବରେ ବ୍ୟବହାର କରାଯାଏ ନାହିଁ । ପଶ୍ଚିମ ପଞ୍ଜାବରେ ୨ ବା ୩ ଖଣ୍ଡ କନାକୁ ଏକାଠି କରି ଯୋଡ଼ି ଦିଆଯାଏ । ପୂର୍ବ ପଞ୍ଜାବରେ ପ୍ରଥମେ କନାକୁ ଜୋଡ଼ାଯାଏ ଓ ପରେ ସେଥିରେ ସୂତା କାର୍ଯ୍ୟ କରାଜାଏ ।

ଫୁଲକରି କନାରେ ହେଉଥିବା କାମ, ମାତ୍ର ବାଗରେ ଏହି କାମ ସମ୍ପୂର୍ଣ୍ଣ ଭାବେ କନାକୁ ଘୋଡ଼ାଇଥାଏ, ଯେପରି ଏହା ଦେଖାଯିବ ନାହିଁ ।[୪] ପଲ୍ଲବର ଶେଷ ପାର୍ଶ୍ୱରେ ଫୁଲକରି କାର୍ଯ୍ୟ ହୋଇଥାଏ ।

ସବୁଠୁ ଅଧିକ ପସନ୍ଦର ରଙ୍ଗ ହେଉଛି ନାଲି, କାରଣ ବାଗ୍ ଓ ଫୁଲକରି ବିବାହରେ ବ୍ୟବହୃତ ହୁଏ । ହିନ୍ଦୁଶିଖମାନଙ୍କଦ୍ୱାରା ନାଲିକୁ ଶୁଭ ଭାବେ ଗ୍ରହଣ କରାଯାଇଥାଏ । ଅନ୍ୟ ରଙ୍ଗଗୁଡ଼ିକ ହେଲା ମାଟିଆ, ନୀଳ, କଳା, ଧଳା । ଅଧିକ ବୟସର ମହିଳମାନଙ୍କ ପାଇଁ ବାଗ୍‌ରେ ଧଳା ରଙ୍ଗ ଥାଏ । ରେଶମୀ ସୂତା କାଶ୍ମୀର, ଆଫଗାନିସ୍ଥାନ ଓ ବେଙ୍ଗଲରୁ ଆସିଥାଏ ।ସବୁଠାରୁ ଭଲ ରେଶମୀ ସୂତା ଚୀନରୁ ଆସିଥାଏ ।.

ଧର୍ମ ସମ୍ବନ୍ଧୀୟ କୌଣସି ପରଦାରେ ସୂତାକାର୍ଯ୍ୟ କରାଯାଇ ନ ଥାଏ । ଫୁଲକରି ଗାଁ ଜୀବଙ୍କୁ ଘେରି ରହିଥାଏ । ପଞ୍ଜାବୀ ମହିଳାମାନଙ୍କ ସୃଜନଶୀଳତା ବହୁ ପ୍ରକାରର ଚିତ୍ର କରିବାରେ ସାହାଜ୍ୟ କରିଥାଏ । ତଥାପି ଦୈନ୍ୟନ୍ଦିନ ଜୀବନରେ ମୋତିଫ ଚିତ୍ର ଥାଏ । ଗହମଯଅର କାନ ସହିତ ଚିତ୍ର ସାଧାରଣତଃ ଥାଏ ।

ପ୍ରକାର[ସମ୍ପାଦନା]

ଚୋପ ଓ ସୁବାର[ସମ୍ପାଦନା]

କନ୍ୟାଦ୍ୱାରା ଦୁଇଟି ପ୍ରକାରର ଚୋପ ଓ ସୁଭାର ପିନ୍ଧାଯାଏ । କନାର ଦୁଇ ପାର୍ଶ୍ୱରେ ସୂତାକାର୍ଯ୍ୟ କରାଗଲେ ତାହାକୁ ଚୋପ କୁହାଯାଏ । ସୂକ୍ଷ୍ମ ସୂତାକାର୍ଯ୍ୟରେ କେବଳ ଧଡି ଓ ଚାରୋଟିଯାକ ଧାରରେ କରାଯାଏ ।[୫] ସୁଭାରରେ କେନ୍ଦ୍ରରେ ଗୋଟିଏ ଓ ଚାରୋଟି କୋଣରେ ଚାରୋଟି କାର୍ଯ୍ୟ କରାଯାଇଥାଏ ।[୬]

ଟିଲ ପତ୍ର[ସମ୍ପାଦନା]

ଟିଲ ପତ୍ରରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥାଏ, ଯେପରି ଏଥିରୁ ରାଶି ମଞ୍ଜି ବୁଣି ହୋଇଯୌଛି ।[୫] The term til patra means 'the sprinkling of seeds'.[୭]

ଟିଲକ[ସମ୍ପାଦନା]

ନିଲକ ଫୁଲକରି କଳା ଓ ନାଲି ପ୍ରଚ୍ଚଦପଟରେ ହଳଦିଆ କିମ୍ବା ଫିକା ନାଲି ରଙ୍ଗର ସୂତାକାର୍ଯ୍ୟରେ ହୋଇଥାଏ । ଫୁଲକରିର ରଙ୍ଗରେ ଧାତୁ ମିଶିଥାଏ ।[୫]

ଘୁଙ୍ଘଟ ବାଗ[ସମ୍ପାଦନା]

ରାୱଲପିଣ୍ଡିରୁ ସୃଷ୍ଟି ଘୁଙ୍ଘଟ ବାଗରେ ମଝି ଓ ଧାରରେ ଓଜନିଆ ସୂତା କାମ ହୋଇଥାଏ, ଯାହାକୁ ମୁଣ୍ଡରେ ପିନ୍ଧାଯାଏ । ସୂତାକାର୍ଯ୍ୟ ହୋଇଥିବା ମଝି ଅଂଶକୁ ଓଢ଼ଣା ଭଳି ମୁହଁରେ ଘୋଡ଼ାଯାଏ ।[୫]

ଛମାସ[ସମ୍ପାଦନା]

ଏହି ଫୁଲକରି ରୋହତକ, ଗୁରଗାଓଁ, ହିସାରଦିଲ୍ଲୀରୁ ଅଣାଯାଇଛି । ଏଥିରେ ଛୋଟ ଛୋଟ ଦର୍ପଣକୁ ହଳଦିଆ, ଧଳା ବା ନୀଳ ରଙ୍ଗର ସୂତାରେ ଲଗା ଯାଇଥାଏ ।[୫]

ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ପଞ୍ଝାବର ଫୁଲକରି[ସମ୍ପାଦନା]

ଏହି ଫୁଲକରିରେ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ପଞ୍ଜାବ ଅଞ୍ଚଳରେ ପଶୁପକ୍ଷୀଙ୍କ ଚିତ୍ର କରାଯାଇଥାଏ । ଏଥିରେ ଚୋପ ଭଳି କନାର ଦୁଇ ପଟରେ ସୂତା କାର୍ଯ୍ୟ କରାଯାଇଥାଏ ।[୫] South and southwestern Punjab region includes the south Punjab, India, south and south west of Punjab, Pakistan.

ସେଞ୍ଚି ଫୁଲକରି[ସମ୍ପାଦନା]

ଏହି ଫୁଲକରୋ ଫିରୋଜପୁରରେ ଖୁବ ଲୋକପ୍ରିୟ । ଏଥିରେ ପକ୍ଷୀ, ଅଳଙ୍କାର ଯେପରି କାନଫୁଲ, ମୁଦି, ହାର ପ୍ରଭୃତିର ଚିତ୍ର କରାଯାଇଥାଏ ।[୫]

ପୁନଃଉତ୍ଥାନ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା[ସମ୍ପାଦନା]

ପାରମ୍ପରିକ ଭାବେ ଫୁଲକରି ପୋଷାକ ଏକ ନବବିବାହିତା ଝିଅର ବିବାହ ପୋଷାକ ଭାବେ ଦିଆଯାଏ । ଏହା ତାର ଭାବନାକୁ ପ୍ରହାଶ କରେ ଓ ଫୁଲକରି ପୋଷାକର ସଂଖ୍ୟା ତାର ପରିବାରର ମର୍ଯ୍ୟାଦା ଦେଖାଏ ।[୮] ବର୍ଷ ବର୍ଷ ଧରି ସରକାର ଫୁଲକରିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି, ଯେପରି କି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ, ମେଳା ଓ ପଦର୍ଶନୀ ।[୪] ଯେହେତୁ ଅଧିକାଂଶ ମହିଳା କାରିଗର ଅଣସଂଗଠିତ ଅନୁଷ୍ଠାନରେ ଦଲାଲମାନଙ୍କଦ୍ୱାରା କାର୍ଯ୍ୟ କରୁଛନ୍ତି, ତେଣୁ ସେମାନେ ନିଜ ଜିନିଷର ସଠିକ ମୂଲ୍ୟ ପାଇପାରନ୍ତି ନାହିଁ । ଏହି ଅସୁବିଧା ଦୂର କରିବା ପାଇଁ ପଞ୍ଜାବ କ୍ଷୁଦ୍ର ଶିଳ୍ପ ରପ୍ତାନୀ ଆୟୋଗ (Punjab Small Industries and Export Corporation , PSIEC) ସିଧାସଳଖ ଉତ୍ପାଦ ବିକ୍ରି କରି ଅଧିକ ଲାଭ ପାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନ ତିଆରି କରିଛନ୍ତି ।.[୯]

ଇନ୍ଦିରା ଗାନ୍ଧୀ ଜାତୀୟ କଳା ଅନୁଷ୍ଠାନ (Indira Gandhi National Centre for the Arts (IGNCA) ୧୯୯୪ରେ ଏହାର ଅଭିଲେଖା ପାଇଁ କେତେକ ବଛା ବଛା ଫୁଲକରି ଅଧିଗ୍ରହଣ କରିଥିଲା ।[୧୦] କେତେକ ଆଧୁନିକ ପୋଷାକ ନକ୍ସାକାର ଏହି ସୁତାକାର୍ଯ୍ୟକୁ ସେମାନଙ୍କର ପୋଷାରେ ବ୍ୟବହାର କରୁଛନ୍ତି ଓ ଏହାର ପ୍ରଚଳନ ସାଲୱାର କମିଜଦୁପଟ୍ଟା ବାହାରେ ଜ୍ୟାକେଟ, ମୁଣା, ତକିଆ ଖୋଳ, ମେଜର ଚଟ, ଜୋତା ଓ ପିଲାଙ୍କ ପୋଷାକ ପ୍ରଭୃତିରେ ବ୍ୟବହାର ହେଲାଣି ।[୪][୧୧]

୨୦୧୧ରେ, ଦୀର୍ଘ ପାଞ୍ଚ ବର୍ଷର ମକୋଦ୍ଦମା ପରେ ଭାରତରେ ଫୁଲକରିକୁ ଭୌଗୋଳିକ ସଙ୍କେତ (geographical indication , GI) ସମ୍ମାନ ଦିଆଯାଇଥିଲା , ଯାହାର ଅର୍ଥ କେବଳ ପଞ୍ଜାବ ହରିୟାଣାରାଜସ୍ଥାନର ସ୍ୱୀକୃତିପ୍ରାପ୍ତ ନିର୍ମାଣକାରୀ ଓ ବ୍ୟବସାୟକାରୀମାନେ ହିଁ ପାରମ୍ପରିକ ହସ୍ତତନ୍ତରେ ଏହାକୁ ବ୍ୟବହାର କରିପାରିବେ ଓ ମାତ୍ର ପେଟେଣ୍ଟ ସୂଚନା କାର୍ଯ୍ୟାଳୟ (patent information centre , PIC) ଓ ପଞ୍ଜାନ ରାଜ୍ୟ ବିଜ୍ଞାନ କାଉନସିଲ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଲୋଗୋ ଦେବା ପରେ ।[୧୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Sukaadas (1992) Fabric Art: Heritage of India
  2. Naik, Shailaja D. (1996) Traditional Embroideries of India
  3. Phulkari embroidery
  4. ୪.୦ ୪.୧ ୪.୨ "SPIRIT OF ENTERPRISE: Crafting an artistic future". The Tribune. December 1, 2002. Retrieved Apr 23, 2013.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Mohinder Singh Randhawa. (1960) Punjab: Itihas, Kala, Sahit, te Sabiachar aad.Bhasha Vibhag, Punjab, Patiala.
  6. Naik, Shailaja D. (1996) Traditional Embroideries of India
  7. Rajinder Kaur, Ila Gupta. American International Journal of Research in Humanities, Arts and Social Sciences. Phulkari and Bagh folk art of Punjab: a study of changing designs from traditional to contemporary time [୧]
  8. "Everyone's talking about: Phulkari". Vogue India. 15 Apr 2013. Retrieved April 23, 2013.
  9. "Phulkari workers get peanuts". The Hindu. Aug 3, 2008. Retrieved April 23, 2013.
  10. "Phulkari, Then and Now". Indian Express. Apr 19, 2013. Retrieved Apr 23, 2013.
  11. Poonam Bajaj (25 Mar 2013). "Blooming tales of Phulkari". Deccan Chronicle. Retrieved April 23, 2013.
  12. "GI status for Phulkari". The Times of India. an 19, 2011. Retrieved April 23, 2013. Check date values in: |date= (help)

ବାହ୍ୟ ସଂଯୋଗ[ସମ୍ପାଦନା]