ଯଅ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଯଅ
Illustration Hordeum vulgare0B.jpg
ଯଅର ଚିତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଅଶ୍ରେଣୀକୃତ: Commelinids
ଗଣ: Poales
କୁଳ: Poaceae
ଉପକୁଳ: Pooideae
ଗୋଷ୍ଠୀ: Triticeae
ପ୍ରଜାତି: Hordeum
ଜାତି: H. vulgare[୧]
ବାଇନୋମିଆଲ ନାମ
Hordeum vulgare
L.
Synonyms[୨]

ଯଅ (Hordeum vulgare L.), ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ନାତିଷିତୋଷ୍ଣ୍ଣ ଜଳବାୟୁରେ ବଢୁଥିବା ଏକ ଶସ୍ୟ ଜାତୀୟ ଫସଲ । ୧୩,୦୦୦ ବର୍ଷ ପୂର୍ବେ ବିଶେଷତଃ ୟୁରେସିଆ ଅଞ୍ଚଳରେ ଚାଷ କରାଯାଉଥିବା ପ୍ରଥମ ଫସଲ ମଧ୍ୟରୁ ଗୋଟିଏ । ଯଅ ମଧ୍ୟ ପଶୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ, ମଦ ପାଇଁ ଅମ୍ଳୀଭବନ ଜିନିଷର ଉତ୍ସ ଭାବେ ଓ ନିର୍ଦ୍ଦିଷ୍ଟ ବିଶୁଦ୍ଧ ସୁସ୍ଵାଦୁ ପାନୀୟ ଓ ବିଭିନ୍ନ ସ୍ଵାସ୍ଥ୍ୟକର ଖାଦ୍ୟର ଉପାଦାନ ଭାବେ ବ୍ୟବହୃତ ହୁଏ । ଏହାକୁ ସୁପ୍, ସିଝା ଖାଦ୍ୟରେ ଓ ବିଭିନ୍ନ ପ୍ରକାରର ଯଅ ପାଉଁରୁଟିରେ ମଧ୍ୟ ବ୍ୟବହାର କରାଯାଏ । ସାଧାରଣତଃ ଯଅ ଦାନାକୁ ପାରମ୍ପରିକ ଉପାୟରେ ପାଣିରେ ବତୁରାଇ ଗଜା ବାହାର କରାଯାଏ । ୨୦୦୭ ମସିହାରେ ପୃଥିବୀରେ ଖାଦ୍ୟ ଶସ୍ୟ ତାଲିକାରେ, ଉଭୟ ଉତ୍ପାଦନ ପରିମାଣ (୧୩୬ ନିୟୁତ ଟନ୍) ଓ ଚାଷଜମି କ୍ଷେତ୍ରଫଳ (୫୬୬,୦୦୦ square କିଲୋମିଟର or ୨୧୯,୦୦୦ square ମାଇଲ) ହିସାବରେ ଚତୁର୍ଥ ସ୍ଥାନରେ ଥିଲା ।[୩]

ଶବ୍ଦର ବ୍ୟୁତ୍ପତି[ସମ୍ପାଦନା]

ଯଅର ପୁରୁଣା ଇଂରାଜୀ ଶବ୍ଦ ହେଉଛି bære, ଯାହା ପ୍ରୋଟୋ-ଇଣ୍ଡୋ-ୟୁରୋପିଆନ୍ ଶବ୍ଦର ସମୟକୁ ନେଇଯାଇଥାଏ ଏବଂ ଲାଟିନ ଶବ୍ଦ ଫରିନା ତଥା ଫ୍ଲୋର ଜାତୀୟ ଅଟେ । ପୁରୁଣା ଇଂରାଜୀରେ ଆଧୁନିକ ଇଂରାଜୀର ସିଧାସଳଖ ପୂର୍ବଜ ହେଉଛି ବ୍ୟୁତ୍ପାଦିତ ବିଶେଷଣ bærlic, ଯାହାର ଅର୍ଥ ଯଅ-ର[୪] bærlic ଶବ୍ଦର ପ୍ରଥମ ଆଧାର ୯୬୬ ଖ୍ରୀଷ୍ଟାବ୍ଦରେ ଅକ୍ସଫୋର୍ଡ ଇଂରାଜୀ ଅଭିଧାନରେ ଯୌଗିକ ଶବ୍ଦ bærlic-croftରେ ଦେଖିବାକୁ ମିଳେ ।[୫] ମୂଳ ଶବ୍ଦ bære ଉତ୍ତର ସ୍କଟଲ୍ୟାଣ୍ଡରେ ବିଅର ଭାବେ ବଞ୍ଚିରହିଛି ଏବଂ ଏହା ସେଠାରେ ବଢୁଥିବା ଏକ ସ୍ୱତନ୍ତ୍ର ୬ ଧାଡ଼ିକିଆ ଯଅର ପ୍ରଜାତିକୁ ଦର୍ଶାଏ ।[୬] ବାର୍ନ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଯଅ-ଘର ("barley-house"), ଯାହା ମଧ୍ୟ ଏହି ଶବ୍ଦର ଆସିଅଛି ।[୪]

ଜୀବ ବିଜ୍ଞାନ[ସମ୍ପାଦନା]

ଯଅ
ଏକ ଯଅ ମୂଳର cross-section

ଯଅ ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ଏକ ସ୍ୱ-ସଙ୍ଗମ କରୁଥିବା ୧୪ଟି ଗୁଣସୂତ୍ର ଥିବା diploid ପ୍ରଜାତି । ଚାଷ କରାଯାଉଥିବା ଯଅର ବନ୍ୟ ପୂର୍ବଜ ହେଉଛି, Hordeum vulgare subsp. ସ୍ପୋଣ୍ଟାନିଅମ, ଯାହା ପଶ୍ଚିମ ଏସିଆ ଓ ଉତ୍ତର-ପୂର୍ବ ଆଫ୍ରିକାର ଜଙ୍ଗଲ ଓ ତୃଣଭୂମି ଅଞ୍ଚଳ ଏବଂ disturbed habitatsରେ ମଧ୍ୟ ବହୁଳ ଭାବେ ଦେଖିବାକୁ ମିଳେ । ଏହି ଅଞ୍ଚଳ ଛଡା ବନ୍ୟ ଯଅ ଦେଖିବା ବିରଳ ଓ ସାଧାରଣତଃ ବିଚ୍ଛିନ୍ନ ଭାବେ ଦେଖିବାକୁ ମିଳେ ।[୭] ତଥାପି genome-wide ବିବିଧତା ଚିହ୍ଙକାରୀତ ଥୟ ଅନୁଯାୟୀ ତିବତ ଯଅ ଚାଷର ଅନ୍ୟ ଏକ ଅତିରିକ୍ତ କେନ୍ଦ୍ର ।[୮]

ଚାଷ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Hordeum vulgare". Integrated Taxonomic Information System. 
  2. The Plant List: A Working List of All Species, http://www.theplantlist.org/tpl1.1/record/kew-419563 
  3. "FAOSTAT". Food and Agriculture Organization of the United Nations. Archived from the original on 8 May 2009. Retrieved 2009-05-18. 
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Ayto1990 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. J. Simpson; E. Weiner, eds. (1989). "barley". Oxford English Dictionary (2nd ed.). Oxford: Clarendon Press. ISBN 0-19-861186-2. 
  6. "Dictionary of the Scots Language: "DSL - DOST Bere, Beir"". Retrieved 2008-11-19. 
  7. Zohary, Daniel; Maria Hopf (୨୦୦୦). Domestication of Plants in the Old World: The Origin and Spread of Cultivated Plants in West Asia, Europe, and the Nile Valley (୩rd ed.). Oxford University Press. pp. ୫୯–୬୯. ISBN ୦-୧୯-୮୫୦୩୫୭-୧. 
  8. Dai, F.; Nevo, E.; Wu, D.; Comadran, J.; Zhou, M.; Qiu, L.; Chen, Z.; Beiles, A. et al. (2012). "Tibet is one of the centers of domestication of cultivated barley". Proceedings of the National Academy of Sciences 109 (42): 16969–16973. doi:10.1073/pnas.1215265109.