ପ୍ରସନ୍ନ କୁମାର ପାଳ (୧୯୪୬ ଜନ୍ମ)
ପ୍ରସନ୍ନ କୁମାର ପାଳ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଲୋକନାଥ ରାୟ |
ପର ଅଧିକାରୀ | ରାମ ପ୍ରସାଦ ମିଶ୍ର |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୫ | |
ପୂର୍ବ ଅଧିକାରୀ | ରମେଶ ଚନ୍ଦ୍ର ସିଂହ ଭୋଇ, ମୁରଲୀଧର ପଣ୍ଡା |
ପର ଅଧିକାରୀ | ତପି ଜାଲ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ମାର୍ଚ୍ଚ ୧୯୪୬ |
ମୃତ୍ୟୁ | ୨୨ ସେପ୍ଟେମ୍ବର ୨୦୧୮ | (ବୟସ ୭୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ଶିବଶଙ୍କର ପାଳ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରସନ୍ନ କୁମାର ପାଳ (୧୫ ମାର୍ଚ୍ଚ ୧୯୪୬ - ୨୨ ସେପ୍ଟେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ପ୍ରସନ୍ନ କୁମାର ପାଳ ୧୯୪୬ ମସିହାର ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବଶଙ୍କର ପାଳ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରସନ୍ନ କୁମାର ପାଳ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଜନତା ଦଳ |
ବିବାଦ
[ସମ୍ପାଦନା]ପ୍ରସନ୍ନ କୁମାର ପାଳ ୧୯୭୪ ମସିହାର ଯୁବନେତା ତଥା ସାମ୍ବାଦିକ ପର୍ଶୁରାମ ଶତପଥୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିଲେ ।[୩][୪] ୨୦୧୫ ମସିହାରେ ସର୍ବୋଚ୍ଚ ନ୍ୟାୟଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।[୫][୬] ଏହି ହତ୍ୟାକାଣ୍ଡଟି ବଲାଙ୍ଗୀର ଜିଲ୍ଲାର ପ୍ରଥମ ରାଜନୈତିକ ହତ୍ୟା ଥିଲା ।[୭]
ମୃତ୍ୟୁ
[ସମ୍ପାଦନା]ପ୍ରସନ୍ନ କୁମାର ପାଳ ୨୦୧୮ ମସିହାର ସେପ୍ଟେମ୍ବର ୨୨ ତାରିଖରେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Pioneer, The. "Ex-K'banji MLA Pal passes away". The Pioneer (in ଇଂରାଜୀ). Retrieved 2021-10-08.
- ↑ ୨.୦ ୨.୧ "Shri Prasanna Pal". odishaassembly.nic.in. Odisha Assembly. Retrieved 8 October 2021.
- ↑ Correspondent (2015-05-06). "Justice delayed, not denied". The Hindu (in Indian English). ISSN 0971-751X. Retrieved 2021-10-08.
- ↑ "Justice at Last for Convicts Invloved in 1974 Murder Case". The New Indian Express. Retrieved 2021-10-08.
- ↑ "Surrender in 4 weeks, SC tells convicts in 41-yr old Odisha murder case | Sambad English" (in ଆମେରିକୀୟ ଇଂରାଜୀ). 2015-05-21. Retrieved 2021-10-08.
- ↑ Pioneer, The. "Parsuram murder: Another convict surrenders". The Pioneer (in ଇଂରାଜୀ). Retrieved 2021-10-08.
- ↑ "Odisha HC Awards Life Imprisonment to 9 in 41-Year-Old Murder Case". The New Indian Express. Retrieved 2021-10-08.