ପ୍ରସନ୍ନ କୁମାର ପାଳ

ଉଇକିପିଡ଼ିଆ‌ରୁ
(Prasanna Palରୁ ଲେଉଟି ଆସିଛି)
ପ୍ରସନ୍ନ କୁମାର ପାଳ
ବିଧାୟକ: ୨ୟ, ୩ୟ, ୪ର୍ଥ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୭୩
ପୂର୍ବ ଅଧିକାରୀକରୁଣାକର ପାଣିଗ୍ରାହୀ
ପର ଅଧିକାରୀଗଦାଧର ଗିରି
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-05-04)୪ ମଇ ୧୯୨୨
ମୃତ୍ୟୁ୨୫ ଡିସେମ୍ବର ୨୦୦୫(2005-12-25) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀହେମାଙ୍ଗିନୀ ପାଳ
ସନ୍ତାନ୩ ପୁଅ, ୪ ଝିଅ
ବାପା/ବୋଉଗୋପିନାଥ ପାଳ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରସନ୍ନ କୁମାର ପାଳ (୪ ମଇ ୧୯୨୨ - ୨୫ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରସନ୍ନ କୁମାର ପାଳ ୧୯୨୨ ମସିହାର ମଇ ମାସ ୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ପାଳ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ୧୯୫୦ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ପରେ ୧୯୫୨ ମସିହାରେ ଶିକ୍ଷକତାରୁ ବାହାରି ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କ ପତ୍ନୀଙ୍କ ନାମ ହେମାଙ୍ଗିନୀ ପାଳ । ପ୍ରସନ୍ନଙ୍କର ୩ ପୁଅ ଓ ୪ ଝିଅଙ୍କ ସମେତ ୭ ଜଣେ ସନ୍ତାନସନ୍ତତି ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରସନ୍ନ ୧୯୫୨ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ଏବଂ ପ୍ରଜା ସ୍ୱତନ୍ତ୍ର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ସେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ୪ ଥର ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।

୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ସେ ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ପ୍ରଜା ସ୍ୱତନ୍ତ ପାର୍ଟିର ପ୍ରାର୍ଥୀ ଭାବରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚନରେ ବିଜୟୀ ହୋଇ ଯଥାକ୍ରମେ ୨ୟ, ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଜଳେଶ୍ୱର ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଜଳେଶ୍ୱର ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଜଳେଶ୍ୱର ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଜଳେଶ୍ୱର ପ୍ରଜା ସୋସିଆଲିଷ୍ଟ ପାର୍ଟି

ଆଧାର[ସମ୍ପାଦନା]

  1. "Late Prasanna Kumar Paul". odishaassembly.nic.in. Odisha Assembly. Retrieved 9 June 2019.