Jump to content

ପେଗଭାଲାଇଏସ

ଉଇକିପିଡ଼ିଆ‌ରୁ
ପେଗଭାଲାଇଏସ
Clinical data
Pronunciationpeg val' i ase
Trade namesPalynziq
SynonymsPegvaliase-pqpz; PEG-PAL; RAvPAL-PEG
AHFS/Drugs.commonograph
data
Pregnancy
category
    Routes of
    administration
    Subcutaneous
    Legal status
    Legal status
    Identifiers
    • (2S)-2-amino-6-[6-(2-methoxyethoxy)hexanamido]hexanoic acid
    Chemical and physical data
    FormulaC15H30N2O5
    Molar mass୩୧୮.୪୧ g·mol−1
    3D model (JSmol)
    • COCCOCCCCCC(=O)NCCCC[C@H](N)C(O)=O
    • InChI=1S/C15H30N2O5/c1-21-11-12-22-10-6-2-3-8-14(18)17-9-5-4-7-13(16)15(19)20/h13H,2-12,16H2,1H3,(H,17,18)(H,19,20)/t13-/m0/s1
    • Key:NPOCDVAOUKODSQ-ZDUSSCGKSA-N

    ପେଗଭାଲାଇଏସ, ପାଲିଞ୍ଜିକ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫିନାଇଲକିଟୋନୁରିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ବ୍ୟବହୃତ ହୁଏ ଯେତେବେଳେ ରୋଗୀର ଉପ‌ଯୁକ୍ତ ଖାଦ୍ୟ ଏବଂ ସାପ୍ରୋପ୍ଟେରିନ୍ ସହିତ ଚିକିତ୍ସା ଯଥେଷ୍ଟ ନୁହେଁ ।[] [] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ଆଞ୍ଜିଓଇଡିମା ଏବଂ ସେରମ ଅସୁସ୍ଥତା ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁ ପାଇଁ ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। [] ଏନଜାଇମ୍ ଫିନାଇଲଆଲାନିନ ଆମୋନିଆ ଲାଇଏସ ସ‌ହିତ ପଲିଥିନ୍ ଗ୍ଲାଇକଲ୍ ସଂଯୁକ୍ତ ହେବାଦ୍ୱାରା ଫିନାଇଲଆଲାନିନ ଭାଙ୍ଗି ଦେଇ କାର୍ଯ୍ୟକ୍ଷମ ହୁଏ ।[] []

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେଗଭାଲାଇଏସ ଅନୁମୋଦିତ ହୋଇଥିଲା ।[] [] ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ଉପଲବ୍ଧ ହୋଇନଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୦ ମିଗ୍ରା ବିଶିଷ୍ଟ ଏକ ମାତ୍ରାର ମୂଲ୍ୟ ପ୍ରାୟ ୫୬୦ ଡଲାର ଥିଲା ।[]

    1. 1 2 "Palynziq". Therapeutic Goods Administration (TGA). 23 July 2021. Archived from the original on 5 September 2021. Retrieved 5 September 2021.
    2. 1 2 3 4 5 6 "Palynziq". Archived from the original on 20 October 2021. Retrieved 27 October 2021.
    3. 1 2 3 4 5 6 "Pegvaliase-pqpz Monograph for Professionals". Drugs.com (in ଇଂରାଜୀ). Retrieved 27 October 2021.
    4. "Pegvaliase". SPS - Specialist Pharmacy Service. 31 March 2015. Archived from the original on 27 October 2021. Retrieved 27 October 2021.
    5. "Palynziq Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 27 October 2021.