ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ
ଜନ୍ମ
ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ

ପୁରୀ, ଓଡ଼ିଶା, ଭାରତ
ମୃତ୍ୟୁ୨୦ ଜୁଲାଇ ୨୦୧୮ (୭୮ ବର୍ଷ)
ହରଚଣ୍ଡୀସାହି, ପୁରୀ, ଓଡ଼ିଶା
ବୃତ୍ତି(ଓଡ଼ିଆ) ଅଭିନେତା

ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ, ଜଣେ ଓଡ଼ିଆ ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର ସମେତ ମଞ୍ଚ ଏବଂ ଥିଏଟରରେ ଅଭିନୟ କରୁଥିଲେ । ସେ ଅଭିନୟ ବ୍ୟତୀତ କିଛି ନାଟକ ତ‌ଥା ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଜଣେ ସେବାୟତ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ ।[୨] ସତୁରୀ ଦଶକରେ ମଞ୍ଚ ଅଭିନୟ ଜରିଆରେ ପୂର୍ଣ୍ଣଚନ୍ଦ୍ର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜର ଅଭିନୟ ଆରମ୍ଭ କରିଥିଲେ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର ସିନ୍ଦୂର ବିନ୍ଦୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ପକା କମ୍ବଳ ପୋତ ଛତା, ଏମିତି ଭାଇ ଜଗତେ ନାହିଁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଅନ୍ନପୂ୍ର୍ଣ୍ଣା ଥିଏଟରରେ ସେ ପ୍ରାୟ ଶହେରୁ ଅଧିକ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ନାଟକମାନଙ୍କ ମଧ୍ୟରୁ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଅଧିକ ଲୋକପ୍ରିୟତା ପାଇଥିଲା । ରବୀନ୍ଦ୍ର ମଣ୍ଡପରେ ତାଙ୍କଦ୍ୱାରା ନିର୍ଦ୍ଦେଶିତ ନାଟକ ପଦ୍ମପାଖୁଡ଼ା ସୂର୍ଯ୍ୟ ଲୋକପ୍ରିୟ ହୋଇଥିଲା । ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଅଭିନୀତ ନାଟକ[ସମ୍ପାଦନା]

  • ମହିଷା ମର୍ଦ୍ଦିନୀ
  • କଂସା କବାଟ
  • ପୁଣି ଚାଖିଆ ଲେଉଟିଲା
  • ରେବତୀ

ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ପଦ୍ମପାଖୁଡ଼ା ସୂର୍ଯ୍ୟ

ମୃତ୍ୟ[ସମ୍ପାଦନା]

୨୦୧୮ ମସିହା ଜୁଲାଇ ୨୦ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।[୨] ସେ ମୃତ୍ୟୁ ପୂର୍ବରୁ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ବିଭିନ୍ନ ହସ୍ତାତାଳରେ ଚିକିତ୍ସିତ ହେବାପରେ ଶେଷରେ ସେ ପୁରୀର ହରଚଣ୍ଡୀସାହିସ୍ଥିତ ତାଙ୍କର ନିଜ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ, ଯେଉଁଠି ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.
  2. ୨.୦ ୨.୧ "ପରପାରିରେ ବର୍ଷିଆନ୍‌ ଅଭିନେତା ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ - Dharitri.Com". Dharitri.com (in ଇଂରାଜୀ). Retrieved 24 August 2018.

ବାହାର ଆଧାର[ସମ୍ପାଦନା]