Jump to content

ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ

ଉଇକିପିଡ଼ିଆ‌ରୁ
(Purnachandra Pratihariରୁ ଲେଉଟି ଆସିଛି)
ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ
ଜନ୍ମ
ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ

ପୁରୀ, ଓଡ଼ିଶା, ଭାରତ
ମୃତ୍ୟୁ୨୦ ଜୁଲାଇ ୨୦୧୮ (୭୮ ବର୍ଷ)
ହରଚଣ୍ଡୀସାହି, ପୁରୀ, ଓଡ଼ିଶା
ବୃତ୍ତି(ଓଡ଼ିଆ) ଅଭିନେତା

ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ, ଜଣେ ଓଡ଼ିଆ ଅଭିନେତା ।[] ସେ ଓଡ଼ିଆ କଥାଚିତ୍ର ସମେତ ମଞ୍ଚ ଏବଂ ଥିଏଟରରେ ଅଭିନୟ କରୁଥିଲେ । ସେ ଅଭିନୟ ବ୍ୟତୀତ କିଛି ନାଟକ ତ‌ଥା ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଜଣେ ସେବାୟତ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ ।[] ସତୁରୀ ଦଶକରେ ମଞ୍ଚ ଅଭିନୟ ଜରିଆରେ ପୂର୍ଣ୍ଣଚନ୍ଦ୍ର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜର ଅଭିନୟ ଆରମ୍ଭ କରିଥିଲେ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର ସିନ୍ଦୂର ବିନ୍ଦୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ପକା କମ୍ବଳ ପୋତ ଛତା, ଏମିତି ଭାଇ ଜଗତେ ନାହିଁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଅନ୍ନପୂ୍ର୍ଣ୍ଣା ଥିଏଟରରେ ସେ ପ୍ରାୟ ଶହେରୁ ଅଧିକ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ନାଟକମାନଙ୍କ ମଧ୍ୟରୁ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଅଧିକ ଲୋକପ୍ରିୟତା ପାଇଥିଲା । ରବୀନ୍ଦ୍ର ମଣ୍ଡପରେ ତାଙ୍କଦ୍ୱାରା ନିର୍ଦ୍ଦେଶିତ ନାଟକ ପଦ୍ମପାଖୁଡ଼ା ସୂର୍ଯ୍ୟ ଲୋକପ୍ରିୟ ହୋଇଥିଲା । ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ଅଭିନୀତ ନାଟକ

[ସମ୍ପାଦନା]
  • ମହିଷା ମର୍ଦ୍ଦିନୀ
  • କଂସା କବାଟ
  • ପୁଣି ଚାଖିଆ ଲେଉଟିଲା
  • ରେବତୀ

ନିର୍ଦ୍ଦେଶିତ ନାଟକ

[ସମ୍ପାଦନା]
  • ପଦ୍ମପାଖୁଡ଼ା ସୂର୍ଯ୍ୟ

ମୃତ୍ୟ

[ସମ୍ପାଦନା]

୨୦୧୮ ମସିହା ଜୁଲାଇ ୨୦ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।[] ସେ ମୃତ୍ୟୁ ପୂର୍ବରୁ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ବିଭିନ୍ନ ହସ୍ତାତାଳରେ ଚିକିତ୍ସିତ ହେବାପରେ ଶେଷରେ ସେ ପୁରୀର ହରଚଣ୍ଡୀସାହିସ୍ଥିତ ତାଙ୍କର ନିଜ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ, ଯେଉଁଠି ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।[]

  1. ୧.୦ ୧.୧ ୧.୨ "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.
  2. ୨.୦ ୨.୧ "ପରପାରିରେ ବର୍ଷିଆନ୍‌ ଅଭିନେତା ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ - Dharitri.Com". Dharitri.com (in ଇଂରାଜୀ). Retrieved 24 August 2018.

ବାହାର ଆଧାର

[ସମ୍ପାଦନା]