ପୂଜା ହେଗଡ଼େ
ପୂଜା ହେଗଡ଼େ | |
---|---|
ଜନ୍ମ | ପୂଜା ହେଗଡ଼େ ୧୩ ଅକ୍ଟୋବର ୧୯୯୦ |
ଜାତୀୟତା | ଭାରତୀୟ |
ଶିକ୍ଷା | ବିଣିଜ୍ୟରେ ସ୍ନାତକୋତ୍ତର |
ବୃତ୍ତି | ମଡେଲ ଏବଂ ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୦- ଏବେଯାଏଁ |
ଉଚ୍ଚତା | 1.72 m (5 ft 8 in)[୧] |
ପିତାମାତା | ମଞ୍ଜୁନାଥ ଏବଂ ଲତା ହେଗଡ଼େ |
ପୂଜା ହେଗଡ଼େ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ପୂଜା ୨୦୧୦ର ମିସ୍ ଇଉନିଭରସ୍ ଇଣ୍ଡିଆ ପ୍ରତିଯୋଗିତାରେ ୩ୟ ସ୍ଥାନରେ ରହିଥିଲେ । ଏହା ପରେ ୨୦୧୨ରେ ସେ ତାମିଲ ଚଳଚ୍ଚିତ୍ର ମୁଗାମୁଡ଼ି ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ଓକ୍କା ଲୈଲା କୋସମ୍ରେ ଅକ୍କିନେନି ନାଗା ଚୈତନ୍ୟ ସହ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୬ରେ ପୂଜା ହିନ୍ଦୀ କଥାଚିତ୍ର ମହେଞ୍ଜୋଦାରୋ ଚଳଚ୍ଚିତ୍ରରେ ଅଭିନେତା ହ୍ରିତିକ ରୋଶନଙ୍କ ସହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପୂଜାଙ୍କର ପରିବାର କର୍ଣ୍ଣାଟକର ମାଙ୍ଗାଲୋରେ ନିବାସୀ ହୋଇଥିଲେ ମଧ୍ୟ ସେ ମୁମ୍ବାଇରେ ଛୋଟରୁ ବଡ଼ ହୋଇଥିଲେ । ସେ ପ୍ରାଞ୍ଜଳ ଭାବରେ ତୁଲୁ ଭାଷା, ଇଂରାଜୀ, କନ୍ନଡ଼ ଭାଷା ଏବଂ ହିନ୍ଦୀ କହିପାରନ୍ତି ।[୪] ସେ ଛୋଟବେଳୁ ନୃତ୍ୟ ଏବଂ ମଡେଲିଂ ପ୍ରତି ଆକର୍ଷିତ ହୋଇଥିଲେ ଏବଂ କଲେଜରେ ପଢ଼ୁଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ ।[୫]
ଅଭିନୟ ଜୀବନ
[ସମ୍ପାଦନା]୨୦୦୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ପୂଜା ଅଂଶଗ୍ରହଣ କରିଥିଲେ, କିନ୍ତୁ ପ୍ରଥମରୁ ହିଁ କଟିଯାଇଥିଲେ । ଏହା ପରେ ସେ ପୁଣିଥରେ ସେହି ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ । ସେହି ପ୍ରତିଯୋଗିତାରେ ତାଙ୍କର ଦକ୍ଷିଣ ଭାରତୀୟ କେଶ ପାଇଁ ତାକୁ ଏକ ଉପାଧି ମଧ୍ୟ ମିଳିଥିଲା । ଏହା ପରେ ସେ ୨୦୧୨ରେ ତାମିଲ କଥାଚିତ୍ର ମୁଗାମୁଡ଼ି ଜରିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୬][୭][୮][୯][୧୦] ଏହି ଚଳଚ୍ଚିତ୍ର ପାଇଁ ସେ ୨ୟ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ମନୋନୀତ ହୋଇଥିଲେ ।[୧୧]
ଏହା ପରେ ୨୦୧୪ରେ ପୂଜା ତେଲୁଗୁ ଚଳଚ୍ଚିତ୍ର ଓକ୍କା ଲୈଲା କୋସମ୍ରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ଅଭିନୟ କରିଥିଲେ । ତେଲୁଗୁ ଭାଷାରେ ତାଙ୍କର ଏହି ପ୍ରଥମ ଅଭିନୀତ ଚଳଚ୍ଚିତ୍ର ପାଇଁ ସେ ୬୨ତମ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ଭାବରେ ମନୋନୀତ ହୋଇଥିଲେ ।[୧୨]
୨୦୧୬ରେ ପୂଜା ଅଭିନେତା ହ୍ରିତିକ ରୋଶନଙ୍କ ସହ ହିନ୍ଦୀ କଥାଚିତ୍ର ମହେଞ୍ଜୋଦାର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୩][୧୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୧୨: ମୁଗାମୁଡ଼ି (ତାମିଲ)
- ୨୦୧୪: ଓକ୍କା ଲୈଲା କୋସମ୍ (ତେଲୁଗୁ)
- ୨୦୧୪: ମୁକୁନ୍ଦ (ତେଲୁଗୁ)
- ୨୦୧୬: ମହେଞ୍ଜୋଦାର (ହିନ୍ଦୀ)
- ୨୦୧୭: ଦେବୁଡ଼ା ଜଗନ୍ନାଧମ୍ (ତେଲୁଗୁ)
- ୨୦୧୮: ରଙ୍ଗସ୍ଥଲମ୍ (ତେଲୁଗୁ)
- ୨୦୧୮: ସାକ୍ଷମ୍ (ତେଲୁଗୁ)
- ୨୦୧୮: ଅରବିନ୍ଦ ସମିତା ବୀରା ରାଘବ (ତେଲୁଗୁ)
- ୨୦୧୯: ମହର୍ଷି (ତେଲୁଗୁ)
- ୨୦୧୯: ଗଡ୍ଡାଲକୋଣ୍ଡା ଗଣେଶ (ତେଲୁଗୁ)
- ୨୦୧୯: ହାଉସ୍ଫୁଲ୍ ୪ (ହିନ୍ଦୀ)
- ୨୦୨୦: ଆଲା ବୈକୁଣ୍ଠପୁରମୁଲୋ (ତେଲୁଗୁ)
ଆଧାର
[ସମ୍ପାଦନା]- ↑ "Pooja Hegde". The Times of India. Archived from the original on 10 April 2015. Retrieved 30 May 2015.
- ↑ "It's not Amala Paul, a newbie bags it – Amala Paul -Pooja Hegde". behindwoods.com. 5 August 2011.
- ↑ Mohenjo Daro star Pooja Hegde gives us a sneak peek into her wardrobe | fashion and trends. Hindustan Times (9 October 2016). Retrieved on 2016-11-04.
- ↑ 'Working with Bal Asha was amazing' – Pooja Hegde. coolage.in. 19 September 2012
- ↑ Manigandan, K. R. (19 August 2012). "Picture of confidence". The Hindu.
- ↑ "Pooja Hegde is Mugamoodi`s girlfriend!". Sify. 15 September 2011
- ↑ Upadhyaya, Prakash (3 September 2012) "Interview: Jeeva’s down-to-earth actor – Pooja Hegde". www.filmibeat.com.
- ↑ "Review: Mugamoodi fails to impress". Rediff. 31 August 2012.
- ↑ "Movie Review : Mugamoodi". Sify.
- ↑ Rangarajan, Malathi (1 September 2012). "Mugamoodi: Unmasked!". The Hindu.
- ↑ South Indian International Movie Awards. IMDb
- ↑ "Nominations for the 62nd Britannia Filmfare Awards (South)". Retrieved 23 August 2016.
- ↑ "Pooja Hegde signed opposite Hrithik Roshan in Mohenjo-Daro". Bollywood Hungama News Network. 12 July 2014.
- ↑ "Bengaluru is home for me: Pooja Hegde". Deccan Chronicle.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ହେଗଡ଼େ
- ଫେସବୁକରେ ପୂଜା ହେଗଡ଼େ