Jump to content

ପୁଦିନା

ଉଇକିପିଡ଼ିଆ‌ରୁ

ପୁଦିନା
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
M. arvensis
Binomial name
Mentha arvensis

ପୁଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଅତି ବେଶୀରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ସର୍ବାଙ୍ଗ ସୁଗନ୍ଧମୟ । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷାନାମ
ଓଡ଼ିଆପୋଦନା, ପୋଦିନା, ପୁଦିନା
ସଂସ୍କୃତଅଜୀର୍ଣ୍ଣହର, ସୁଗନ୍ଧିପତ୍ର, ସୌଗନ୍ଧିକ, ସୁରପ୍ରିୟା
ହିନ୍ଦୀପୋଦନା,ପୁଦିନା
ତେଲୁଗୁପୁରି
ବଙ୍ଗଳାପୁଦିନା

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]
ପୁଦିନା ପତ୍ର

ଶୀତଳ, ରୁଚିକର, କ୍ଷୁଧାବର୍ଦ୍ଧକ, ପାଚକ, ଅଗ୍ନୀଉଦ୍ଦିପକ, ବଳକର। ମାତ୍ରା ଚାରିଅଣାରୁ ଆଠଅଣା ।

ବ୍ୟବହାର

[ସମ୍ପାଦନା]

ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ । ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳିଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ ।

ପୋଦିନା ପତ୍ର ଚଟଣି ଏକ ଲୋକପ୍ରିୟ ବ୍ୟଞ୍ଜନ।

ବାହାର ଆଧାର

[ସମ୍ପାଦନା]