ପିତ୍ତକୋଷ କର୍କଟ
Gallbladder cancer | |
---|---|
ବିଭାଗ | General surgery, oncology |
ଲକ୍ଷଣ | None, abdominal pain, yellowish skin, weight loss, vomiting[୧] |
ଆକ୍ରାନ୍ତ ସମୟ | >65 years old[୨] |
କାରଣ | Often unknown[୩] |
ବିପଦ କାରକ | Inflammation of the gallbladder, salmonella typhi, isoniazid, radon, smoking, obesity, primary sclerosing cholangitis, inflammatory bowel disease[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, medical imaging, biopsy[୪] |
ସଠିକ ରୋଗ ନିର୍ଣ୍ଣୟ | Cholecystitis, bile duct tumors[୧] |
ଚିକିତ୍ସା | Surgery, chemotherapy, radiation therapy[୧] |
Prognosis | Five-year survival rate ~19% (US)[୫] |
ପୁନଃପୌନିକ | 11,740 (2017 US)[୧] |
ମୃତ୍ୟୁ ସାନ୍ଦ୍ରତା | 3,830 (2017 US)[୧] |
ପିତ୍ତକୋଷ କର୍କଟ ହେଉଛି ଏକ ପ୍ରକାର କର୍କଟ ରୋଗ ଯାହା ପିତ୍ତକୋଷ ମଧ୍ୟରେ ଆରମ୍ଭ ହୁଏ | [୬] ଏହି ରୋଗ ଲକ୍ଷଣ ବିହୀନରୁ ଆରମ୍ଭ କରି ଡାହାଣ ପାର୍ଶ୍ୱରେ ଉଦର ଯନ୍ତ୍ରଣା, ହଳଦିଆ ଚର୍ମ, ଓଜନ ହ୍ରାସ ଏବଂ ବାନ୍ତି ପର୍ଯ୍ୟନ୍ତ ହୋଇପାରେ | [୧] ରୋଗ ଜଟିଳ ହେଲେ ଯକୃତ ପରି ଅନ୍ୟାନ୍ୟ ଅଙ୍ଗମାନଙ୍କୁ ବିସ୍ତାରିତ ହୋଇପାରେ | [୬]
ଏହାର କାରଣ ଜଣା ପଡ଼ିନାହିଁ | [୩] ସଙ୍କଟ କାରକ ମଧ୍ୟରେ ପିତ୍ତାସ୍ନରୀ, ପିତ୍ତକୋଷ ପଲିପ, ଏବଂ ଜନ୍ମଗତ ବିଲିଆରି ସିଷ୍ଟ ହୋଇପାରେ କାରଣ ଏଗୁଡ଼ିକଦ୍ୱାରା ପ୍ରଦାହ ହୁଏ ।[୧] ଅନ୍ୟାନ୍ୟ ସଙ୍କଟ କାରକମାନଙ୍କ ନାମ ସାଲମାନେଲା ଟାଇଫି, ଆଇସୋନିଆଜିଡ, ର୍ୟାଡ଼ନ, ଧୂମପାନ, ମେଦବହୁଳତା, ପ୍ରାଥମିକ ସ୍କ୍ଲେରୋଜିଂ କୋଲାଙ୍ଗାଇଟିସ୍ ଏବଂ ପ୍ରଦାହ ଜନିତ ଖାଦ୍ୟନଳୀ ରୋଗ ଭଳି ଦୀର୍ଘକାଳୀନ ସଂକ୍ରମଣ ଅନ୍ତର୍ଭୁକ୍ତ ।[୧] ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ ।[୬]
ପ୍ରାରମ୍ଭିକ ପର୍ଯ୍ୟାୟରେ ଅସ୍ତ୍ରୋପଚାରଦ୍ୱାରା ଏହି ରୋଗ ଆରୋଗ୍ୟ ହୋଇପାରେ | [୧] କେତେକ କ୍ଷେତ୍ରରେ କେମୋଥେରାପି ବା ବିକିରଣ ଥେରାପି ବ୍ୟବହୃତ ହୋଇପାରେ | [୧] ଯୁକ୍ତରାଷ୍ଟରେ ଏହାର ପାଞ୍ଚ ବର୍ଷ ଆୟୁଷ ହାର ପ୍ରାୟ ୧୯% ଯଦିଓ ଏହା ପ୍ରାରମ୍ଭିକ ରୋଗରେ ଏହା ୬୨% ଓ ଶରୀରର ଦୂର ସ୍ଥାନକୁ ଏହି କର୍କଟ ବ୍ୟାପିଥିଲେ ୨% ହୋଇପାରେ ।[୫]
ପିତ୍ତକୋଷ କର୍କଟ ଏକ ଅପେକ୍ଷାକୃତ ଅସାଧାରଣ ରୋଗ, ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ 100,000 ଲୋକରେ ୨ରୁ କମ୍ ନୂଆ ରୋଗ ହୁଏ।[୭] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [୬] ପ୍ରାୟ ୬୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ ।[୨] ସାଧାରଣତଃ ଏହା ଦକ୍ଷିଣ ଆମେରିକା, ଭାରତ, ପାକିସ୍ତାନ, ଜାପାନ, ଏବଂ ଦକ୍ଷିଣ କୋରିଆରେ ହୁଏ ଓ ଚିଲିରେ ପ୍ରତି ୧୦୦,୦୦୦ ଲୋକରେ ୧୦ ଜଣ ହାରରେ ହୁଏ ।[୧][୮] ସ୍ଥାନୀୟ ଆମେରିକାବାସୀଙ୍କ ସମେତ କେତେକ ଜାତିରେ ବାରମ୍ବାର ହୁଏ | [୧] ଏହାକୁ ପ୍ରଥମେ ୧୭୭୭ ମସିହାରେ ମ୍ୟାକ୍ସିମିଲିଆନ୍ ଡି ଷ୍ଟୋଲ୍ ବର୍ଣ୍ଣନା କରିଥିଲେ | [୯]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Recio-Boiles, A; Kashyap, S; Babiker, HM (January 2020). "Gallbladder Cancer". PMID 28723031.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ "Risk Factors for Gallbladder Cancer". www.cancer.org (in ଇଂରାଜୀ). Retrieved 16 February 2021.
- ↑ ୩.୦ ୩.୧ Hoppe, Richard; Phillips, Theodore L.; Roach, Mack (2010). Leibel and Phillips Textbook of Radiation Oncology - E-Book: Expert Consult (in ଇଂରାଜୀ). Elsevier Health Sciences. p. 829. ISBN 978-1-4377-3775-2.
- ↑ "Gallbladder Cancer Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 24 March 2004. Retrieved 16 February 2021.
- ↑ ୫.୦ ୫.୧ "Gallbladder Cancer - Statistics". Cancer.Net (in ଇଂରାଜୀ). 25 June 2012. Retrieved 16 February 2021.
- ↑ ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NCI2021Pt
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "CDC - Gallbladder Cancer Incidence and Death Rates". www.cdc.gov (in ଆମେରିକୀୟ ଇଂରାଜୀ). 2018-09-27. Retrieved 2018-12-10.
- ↑ Barreto, Savio George; Windsor, John A. (2018). Surgical Diseases of the Pancreas and Biliary Tree (in ଇଂରାଜୀ). Springer. p. 392. ISBN 978-981-10-8755-4.
- ↑ Barreto, Savio George; Windsor, John A. (2018). Surgical Diseases of the Pancreas and Biliary Tree (in ଇଂରାଜୀ). Springer. p. 392. ISBN 978-981-10-8755-4.