ପାଳୁଅ

ଉଇକିପିଡ଼ିଆ ରୁ
Jump to navigation Jump to search

ପାଳୁଅ
Indian Medicinal Plants and Drugs Wellcome L0032802.jpg
ପାଳୁଅ ଗଛର ଚିତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malpighiales
କୁଳ: Calophyllaceae
ପ୍ରଜାତି: Curcuma
ଜାତି: angustifolia
ବାଇନୋମିଆଲ ନାମ
Ochrocarpus_longifolius

ପାଳୁଅ (ବୈଜ୍ଞାନିକ ନାମ Curcuma angustifolia ) ଏକ ଗୁଳ୍ମ ଜାତୀୟ ଉଦ୍ଭିଦ।ଏହା ଅଦା ପରିବାର ଅର୍ଥାତ ଜିଞ୍ଜିବରେସି ପରିବାରର ଗୁଳ୍ମ । ଏହି ପରିବାରରେ ଏହାର ଏକ ନିକଟ ସଦସ୍ୟ ହଳଦି।[୩]ଏହି ପ୍ରଜାତି ଭାରତୀୟ ଉପମହଦ୍ୱିପର ଏକ ସ୍ଥାନୀୟ ଉଦ୍ଭିଦ। ଏହାର ଇଂରାଜୀ ନାମ East Indian arrowroot (ଈଶ୍ଟ ଈନ୍ଡିଆନ୍ ଆରାରୁଟ୍) । [୨] ଅନେକ ପ୍ରାଚ୍ୟ ସମାଜରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି.[୪]

ବର୍ଣ୍ଣନା[ସମ୍ପାଦନା]

ପାଳୁଅ ଫୁଲ

ଏହା ଅଦା ପରିବାର ଅର୍ଥାତ ଜିଞ୍ଜିବରେସି ପରିବାରର ଏକ ସପୁଷ୍ପକ ଗୁଳ୍ମ। ଏକ ଭୁନିମ୍ନସ୍ଥ କନ୍ଦ ( rhizome) ବା ଏକ ରୂପାନ୍ତରିତ କାଣ୍ଡରୁ ଏହି ଉଦ୍ଭିଦ ଜନ୍ମିଥାଏ । ଅତିବେଶୀରେ .9–1.2 m (3.0–3.9 ft) ପର୍ଯ୍ୟନ୍ତ ଉଚ୍ଚତାରେ ବଢୁଥିବା ଏହି ଗଛର କାଣ୍ଡ ଖୁବ ଛୋଟ ଓ ସେଥିରୁ ଗୋଛାଏ ସିଧା ପତ୍ର ବାହାରିଥାଏ । ପତ୍ର ଫୁଟେରୁ ଅଧିକ ଦୈର୍ଘ୍ୟ ଓ ୪-୫ ଇଞ୍ଚ ପ୍ରସ୍ଥ ବିଶିଷ୍ଟ । ଏହାର ପତ୍ରର ଗନ୍ଧ ଏବଂ ସ୍ୱାଦ ହଳଦୀ ପତ୍ର ପରି | [୫]ଏହା ଏକ ବାରମାସୀ ଉଦ୍ଭିଦ। ଧଳା ଓ ଆଂଶିକ ହଳଦିଆ ରଙ୍ଗର ଫୁଲଗୁଡ଼ିକ ଏକ କଣ୍ଟାଳିଆ ସ୍ତବକରୁ ବାହାରିଥାଆନ୍ତି । ଫୁଲଗୁଡିକ ମଧ୍ୟମ ଆକାରର ଓ ଓ ଏହାର ଫଳ ହୋଇନଥାଏ । କନ୍ଦରୁ ହିଁ ବଂଶବିସ୍ତାର ହୋଇଥାଏ ।[୪][୬] ପାଳୁଅ ଗଛରେ ସାଧାରଣତ ଜୁଲାଇରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ (ବର୍ଷା ଋତୁ ଆରମ୍ଭରେ) ଫୁଲ ଫୁଟିଥାଏ । ପତ୍ରଗୁଡିକ ସମ୍ପୂର୍ଣ୍ଣରୂପେ ବିକଶିତ ହେବାର ସୁଯୋଗ ପାଇବା ପୂର୍ବରୁ, ଏବଂ ପତ୍ରଗୁଡିକ ସମ୍ପୂର୍ଣ୍ଣ ବିକଶିତ ହେବା ପରେ ମଧ୍ୟ ଫୁଲ ଫୁଟିଥାଏ |[୪]

ପାଳୁଅ ଗଛର ମୁଖ୍ୟ ଅଂଶ ଏହାର, କନ୍ଦ । ଏହା 1.5 m (4.9 ft) ପର୍ଯ୍ୟନ୍ତ ବଢିପାରେ । . ଏହି କନ୍ଦ ଉଭୟ ଖାଦ୍ୟ ଓ ଔଷଧ ଭାବେ ବ୍ୟବହୃତ ହୁଏ |[୪] ପାଳୁଅ ଗଛର ବଂଶବିସ୍ତାର କନ୍ଦଦ୍ୱାରା ହୋଇଥାଏ.[୭]

ବଣ୍ଟନ[ସମ୍ପାଦନା]

ପାଳୁଅ ଗଛ ପ୍ରାୟ ଜଙ୍ଗଲରେ ଦେଖିବାକୁ ମିଳେ. ଏହା ଭାରତର ଅନେକ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ , ହିମାଚଳପ୍ରଦେଶ , ଓଡ଼ିଶା , ମଧ୍ୟପ୍ରଦେଶ ,ମହାରାଷ୍ଟ୍ର , ଛତିଶଗଡ , ତାମିଲନାଡୁ ଓ କେରଳରେ ଦେଖ ଯାଏ । ଏହା ମ୍ୟାମାର, ଲାଓସ, ନେପାଳ, ଓ ପାକିସ୍ତାନ୍ ମଧ୍ୟ ଦେଖା ଯାଏ.[୪]

ବ୍ୟବହାର[ସମ୍ପାଦନା]

ପ୍ରାଚ୍ୟ ସମାଜରେ ଏହା ସାଧାରଣତଃ ଖାଦ୍ୟ ଏବଂ ଚିକିତ୍ସାରେ ବ୍ୟବହୃତ ହୁଏ |

Food uses[ସମ୍ପାଦନା]

ପାଳୁଆର କନ୍ଦ ଏକ ଶ୍ୱେତସାରଯୁକ୍ତ ଖାଦ୍ୟଭାବେ ବ୍ୟବହୃତ ହୁଏ | ପାଳୁଅରୁ ତିଆରି ଖିରି ଶିଶୁମାନଙ୍କ ପାଇଁ ଏକ ପୁଷ୍ଟିକର ଖାଦ୍ୟ ଭାବରେ ବ୍ୟବହୃତ ହୁଏ | [୪]

ଏହା ଏକ ପ୍ରାଥମିକ ଉପାଦାନ ଭାବରେ ପାଳୁଅ ଲଡୁ, କେକ୍, ଆରାରୁଟ୍ ବିସ୍କୁଟ୍ , ଓ ପୁଡିଙ୍ଗ୍ ବ୍ୟବହୃତ ହୁଏ |[୫]

ଆଧାର[ସମ୍ପାଦନା]

  1. "Plants Profile for Curcuma angustifolia (East Indian arrowroot)". USDA PLANTS. Retrieved 2020-09-29.
  2. ୨.୦ ୨.୧ "Curcuma angustifolia Roxb. GRIN-Global". npgsweb.ars-grin.gov. Retrieved 2020-09-29.
  3. Sasikumar, B. (26 April 2005). "Genetic resources of Curcuma: diversity, characterization and utilization". Plant Genetic Resources. 3 (2): 230–251. doi:10.1079/PGR200574.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Ravindran, P.N.; Lutfun Nahar; Satyajit D. Sarker; J. Skornickova; T. Rehse; M. Sabu (2007). P.N. Ravindran (ed.). Turmeric: The Genus Curcuma. Florida: Taylor and Francis Group. pp. 4, 10–11, 43, 72, 458. ISBN 9781420006322. Retrieved 7 March 2012.
  5. ୫.୦ ୫.୧ Doble, Bhavana; Sumeet Dwivedi; Kushagra Dubey; Hemant Joshi (April–June 2011). "Pharmacognostical and antimicrobial activity of leaf of Curcuma angustifolia Roxb" (PDF). International Journal of Drug Discovery and Herbal Research. 1 (2): 46–49. Archived from the original (PDF) on February 2, 2014. Retrieved 17 March 2012.
  6. Roxburgh, William (1832). W. Carey (ed.). Flora Indica (2 ed.). Serampore. pp. 20, 31–32. Retrieved 5 March 2012.
  7. Shukla, S.K.; Susmita Shukla; Vijaya Koche; S.K. Mishra (April 2007). "In vitro propagation of tikhur (Curcuma angustifolia Roxb.): A starch yielding plant". Indian Journal of Biotechnology. 6: 274–276.