ପାବକ କାନୁନଗୋ
Appearance
ପାବକ କାନୁନଗୋ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ | ୧୬ ଜାନୁଆରୀ ୧୯୪୭
ମୃତ୍ୟୁ | ୩୦ ଅକ୍ଟୋବର ୨୦୨୪ କଟକ | (ବୟସ ୭୭)
ଜୀବନସାଥୀ | ଦୁର୍ଗାବତୀ |
ସମ୍ପର୍କୀୟ | ବିନୋଦ କାନୁନଗୋ (ପିତା) ଆଲୋକ କାନୁନଗୋ (ଭାଇ) ଦୀପକ କାନୁନଗୋ (ଭାଇ) |
ପାବକ କାନୁନଗୋ (୧୬ ଜାନୁଆରୀ ୧୯୪୭–୩୦ ଅକ୍ଟୋବର ୨୦୨୪)[୧] ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ । ନିଜ ଜୀବନୀ ପୁସ୍ତକ ଓଡ଼ଶା ଓ ଗାନ୍ଧୀ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୨] ପାଇଥିଲେ ।[୩] ଅଭିଧାନକାର ବିନୋଦ କାନୁନଗୋ ତାଙ୍କର ପିତା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପାବକ କାନୁନଗୋ ୧୯୪୭ ଜାନୁଆରୀ ୧୬ରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷାକୋଷ ଜ୍ଞାନମଣ୍ଡଳର ସ୍ରଷ୍ଟା ବିନୋଦ କାନୁନଗୋ ତାଙ୍କର ପିତା । ସେ କେନ୍ଦୁପତ୍ର ଓ ଓଡ଼ିଶା ରାଜନୀତି ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ପାଇଥିଲେ ।[୪] ଉଚ୍ଚଶିକ୍ଷା ପରେ ସେ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରାଧ୍ୟାପକ ତଥା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରିଥିଲେ ଓ ସେଠାରୁ ସେହି ପଦରୁ ଅବସର ନେଇଥିଲେ । ସେ ବିଭିନ୍ନ ଓଡ଼ିଆ ଖବର କାଗଜରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବାବଦରେ ସ୍ତମ୍ଭ ରଚନା କରିଥିଲେ ।
୨୦୨୪ ମସିହା ଅକ୍ଟୋବର ୩୦ ତାରିଖରେ କଟକଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ରଚନାବଳୀ
[ସମ୍ପାଦନା]- ଓଡ଼ିଶା ଓ ଗାନ୍ଧୀ[୫]
- ଆମ ଜାତିସଂଘ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୧)
ଆଧାର
[ସମ୍ପାଦନା]- ↑ https://samajaepaper.in/imageview_4_21120242118715_4_73_02-11-2024_12_i_1_sf.html
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ଶା ବୁକ୍ ଷ୍ଟୋର. pp. ୬୦୬. ISBN 81-7400-331-2.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.http://odishasahityaakademi.org/. odisha sahitya akademi. p. ୮. Archived from the original on 13 October 2021. Retrieved 13 October 2021.
{{cite web}}
: External link in
(help)|website=
- ↑ https://sambadepaper.com/imageview_42745_186886_4_72_02-11-2024_2_i_1_sf.html
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୧୫୧. ISBN 81-7586-097-9.