ଜ୍ଞାନମଣ୍ଡଳ

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଆ ଭାଷାର ସବୁଠାରୁ ଅଧିକ ଜଣାଶୁଣା ଏନସାଇକ୍ଲୋପିଡ଼ିଆ ହେଉଛି ଶ୍ରୀ ବିନୋଦ କାନୁନଗୋଙ୍କ ପ୍ରଣୀତ ଜ୍ଞାନମଣ୍ଡଳ । ବିନୋଦବାବୁ ୧୯୫୪ ମସିହା ବେଳକୁ ଜ୍ଞାନମଣ୍ଡଳର ପରିକଳ୍ପନା କରିଥିଲେ ।[୧] ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୩୦ ମସିହା ବେଳକୁ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେଥିପାଇଁ ତାଙ୍କୁ ଦଶମ ଶ୍ରେଣୀ ପ୍ରାରମ୍ଭରୁ ସ୍କୁଲ ଛାଡ଼ିବାକୁ ହୋଇଥିଲା । ସ୍ଵାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ, ରମାଦେବୀ, ଗୋପବନ୍ଧୁ ଚୌଧୁରୀ ଆଦି ଅନେକ ମହାନ ବ୍ୟକ୍ତିଙ୍କଦ୍ଵାରା ପ୍ରଭାବିତ ହୋଇଥିଲେ । ଦେଶ ସ୍ଵାଧୀନ ହେବା ପରେ ସେ ରାଜନୀତିକୁ ପାଥେୟ ନ କରି ସାଧରଣଲୋକଙ୍କ ନିମନ୍ତେସରଳଭାଷାରେ ଲେଖିବା ପାଇଁ ସ୍ଥିର କଲେ । ସେଇଥିରୁ ଜନ୍ମ ନେଲା ଜ୍ଞାନମଣ୍ଡଳ ।

ଜ୍ଞାନମଣ୍ଡଳ ଲେଖା ଆରମ୍ଭ ବେଳକୁ ତାଙ୍କର ସଂଗୃହୀତ ତଥ୍ୟସବୁକୁ ବିଷୟ ଅନୁସାରେ ସେ ୩୦ଟି ଫ।ଇଲରେ ସଜାଇ ରଖିଥିଲେ । କିନ୍ତୁ ଶେଷ ବେଳକୁ ଏହା ବଢ଼ି ବଢ଼ି ୩୦,୦୦୦ ଫ।ଇଲରେ ପହଞ୍ଚିଥିଲା । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏସବୁ ଫ।ଇଲର ବିଷୟ ବିନୋଦବାବୁଙ୍କର ମନରେ ଥିଲା ।

ଜ୍ଞାନମଣ୍ଡଳର ମୋଟ ୪୦ ଖଣ୍ଡ ପ୍ରକାଶିତ ହୋଇଛି । ପୂରା ସେଟରେ ୫୦ ଖଣ୍ଡ ଏବଂ ୨୫ଟି ସ୍ଵତନ୍ତ୍ର ଖଣ୍ଡ ରହିବାର ଯୋଜନା ରହିଥିଲା । ପ୍ରତିଖଣ୍ଡରେ ପ୍ରାୟ ୨୦୦ ପୃଷ୍ଠା ଏବଂ ବିଷୟଗୁଡ଼ିକ ଅକ୍ଷର କ୍ରମରେ ସଜାଇ ହୋଇରହିଛି । ଏଥିରେ ବିଜ୍ଞାନ, ସାମାଜିକ ବିଜ୍ଞାନ, ସାଧାରଣ ଜ୍ଞାନ, ଜୀବନୀ, ଭୂଗୋଳ ଆଦି ଅନେକ ବିଷୟରେ ଲେଖା ରହିଛି । ପ୍ରକାଶିତ ୪୦ ଖଣ୍ଡରେ ମୋଟ ୩୫୧୯ଟି ଲେଖା ରହିଛି । କିଛି ଲେଖା ସଂକ୍ଷିପ୍ତ ହୋଇଥିବା ବେଳେ କେତେକ ଲେଖା ବେଶ ଗଭୀର ଏବଂ ବିସ୍ତୃତ । ଏଥିରେ '' ଠାରୁ '' ଅକ୍ଷର ଯାଏଁ ଲେଖା ରହିଛି ।

ଜ୍ଞାନମଣ୍ଡଳ ଖଣ୍ଡ ସଂଖ୍ୟା[ସମ୍ପାଦନା]

  • ୧ମ ଖଣ୍ଡ - ଅ - ଅଜୟ ଚନ୍ଦ୍ର ଦାସ [୨]
  • ୨ୟ ଖଣ୍ଡ - ଅଜ - ଅତ୍ତିଲା
  • ୩ୟ ଖଣ୍ଡ - ଅତୀତ - ଅନ୍ତ୍ର
  • ୪ର୍ଥ ଖଣ୍ଡ - ଅନ୍ଧ - ଅଭିଧାନ
  • ୫ମ ଖଣ୍ଡ - ଅଭିନୟ - ଅସ୍ତ୍ର
  • ୬ଷ୍ଠ -ଅସ୍ଥିବିଭାଗ - ଆଡ୍ରିଆଟିକ ସାଗର -୧୦୩
  • ୭ମ -ଆଡ୍ରିଆଟିକ ସାଗର - ଆନ୍ତର୍ଜାତିକ ସଂସ୍ଥା - ୮୭
  • ୮ମ -ଆନ୍ତର୍ଜାତିକ ସାଧାରଣ ଆଇନ - ଆପୋଲୋ - ୫୯
  • ୯ମ -ଆଫ୍ରିକା ଭାଷା - ଆୟର୍ଲାଣ୍ଡ - ୬୯
  • ୧୦ମ -ଆଯୁବ-ପାକ-ଭାରତ - ଆଲପସ -୧୬୫
  • ୧୧ଶ -ଆଲ ଫି ୟେରୀ ଭିତ୍ତୋରିଓ - ଆହୋମ -୧୨୯
  • ୧୨ଶ -ଇଉରୋପ - ଇକ୍ଵେଡ଼ର - ୨୦
  • ୧୩ଶ -ଇକୋଲଜୀ - ଇତିହାସ - ୬୭
  • ୧୪ଶ -ଇନ୍ଦ୍ରିୟ - ଇସପାତ -୧୦୧
  • ୧୫ଶ - ଇସରାଏଲ - ଉଡ଼ନ୍ତାମାଛ -୧୨୦
  • ୧୬ଶ -ଉଡ଼ାଜାହାଜ - ଡେନମାର୍କ - ୧୬
  • ୧୭ଶ -ଉତ୍ତର ଗୋଲାର୍ଦ୍ଧ -୧୮୫
  • ୧୮ଶ - ଏନସାଇକ୍ଲୋପିଡ଼ିଆ - ହେଇଟୀ - ୩୯
  • ୧୯ଶ - ଜୀବକୋଷ-ରାଲଫ ୱାଲଡୋ ଏମରସନ - ୧୦୭
  • ୨୦ଶ - ଏମାକି - ଔଚିତ୍ୟ - ୨୦୧
  • ୨୧ଶ - କଂଗ୍ରେସ - କଟଲାସ ମାଛ - ୪୭
  • ୨୨ଶ - କଟକ - କନ୍ନଡ଼ ଭାଷା - ୫୬
  • ୨୩ଶ - କୃଷି - କଂପିଉଟର - ୪୪
  • ୨୪ଶ - କର୍ଜନ, ଲର୍ଡ - କଲିକତା - ୪୧
  • ୨୫ଶ - ସ୍ଵତନ୍ତ୍ର ପ୍ରବନ୍ଧ (ଜଳ, ୧୯୮୦ ଓ ପୃଥିବୀ, ଏସିଆ, ଇଉରୋପ, ଆଫ୍ରିକା) - ୦୫
  • ୨୬ଶ - କଲିକତା - କସ୍ତୁରବା - ୨୦
  • ୨୭ଶ - କସ୍ତୁରୀ - କାଛାଡ଼ୀ - ୮୭
  • ୨୮ଶ - କାଛୁକୁଣ୍ଡିଆ - କାତ୍ୟାୟନ - ୮୮
  • ୨୯ଶ - କାଥର, ଉଇଲା-କାବରାଲ ପେଡେ୍ରା ଅଲଉଇସ - ୫୬
  • ୩୦ଶ - କାନ - କାନମାନ - ୧୧୪
  • ୩୧ଶ - କାରାସାଗର - କିଆମଲ ପାଶା - ୧୧୪
  • ୩୨ଶ - କାଳ - କୃପାଳିନୀ - ୧୦୩
  • ୩୩ଶ - କୃପାସିନ୍ଧୁ ମିଶ୍ର - କୋଷ୍ଠକାଠିନ୍ୟ - ୧୨୫
  • ୩୪ଶ - କୋସିଗିନ - ଖୋରାନା - ୧୮୦
  • ୩୫ଶ - ଖୋସଲା, ଅଯୋଧ୍ୟାନାଥ - ଗଣତନ୍ତ୍ର - ୧୬୧
  • ୩୬ଶ - ଗାଲି - ଗୁହାଚିତ୍ର - ୧୩୭
  • ୩୭ଶ - ଗୋବିନ୍ଦ ବିଦ୍ୟାଧର - ଘଡ଼ି-ଜୈବ - ୧୩୧
  • ୩୮ଶ - ଘର - ଚ-କରମଣ ପିଲାଇ - ୮୧
  • ୩୯ଶ - ଚମ୍ବଲନଦୀ - ଚସର - ୧୮
  • ୪୦ଶ - ଛ - ଜୟାକର ମୁକୁନ୍ଦ ରାମରାଓ - ୧୦୯

ଏହାଛଡ଼ା ଆଉ କିଛି ସ୍ଵତନ୍ତ୍ର ଲେଖା ମଧ୍ୟ ରହିଛି । ଏଗୁଡ଼ିକ କିନ୍ତୁ ଅକ୍ଷରକ୍ରମରେ ରଖାଯାଇନାହିଁ । ଉଦାହରଣ ସ୍ଵରୂପ:

  • ୧୮ଶ ଖଣ୍ଡରେ - ଏନସାଇକ୍ଲୋପିଡ଼ିଆ (୨୦ ପୃ.),
    • ମହୁ ଓ ମହୁମାଛି (୩୦ ପୃ.),
    • ତିମି (୨୦ ପୃ.),
    • ଉତ୍ତରଗୋଲାର୍ଦ୍ଧ,
  • ୨୧ଶ ଖଣ୍ଡରେ ସ୍ନାୟୁ (୨୮ ପୃ.),
  • ୨୪ଶ ଖଣ୍ଡରେ ସଭ୍ୟତା (୨୬ ପୃ.)
    • ହୃତପିଣ୍ଡ (୫୦ ପୃ.),
    • ମେସୋପଟାମିଆ (୨୦ ପୃ.),
  • ୨୬ଶ ଖଣ୍ଡରେ ଯେଉଁ ଯାତ୍ରାର କେବେହେଲେ ଶେଷ ନାହିଁ - (୮୪ ପୃ.),
  • ୨୭ଶ ଖଣ୍ଡରେ ଦୁଇଟି ଧର୍ମ ମୁଣ୍ଡ ଟେକିଲେ (୨୩ ପୃ.),
    • ସତ୍ୟ ହିଁ ବିଜ୍ଞାନ (୨୯ ପୃ.),
    • ବିଂଶ ଶତାବ୍ଦୀ (୧୦ ପୃ.),
  • ୨୮ଶ ଖଣ୍ଡରେ ନୋବେଲ ପୁରସ୍କାର (୭୬ ପୃ.) ।

ଏହି ଲେଖାଗୁଡ଼ିକ ଅକ୍ଷର କ୍ରମରେ ନଥିବାରୁ ଏଗୁଡ଼ିକୁ ଖୋଜି ପାଇବା ସହଜ ନୁହେଁ ।
ଜ' ଅକ୍ଷର ପର ଲେଖାଗୁଡ଼ିକ ଅପ୍ରକାଶିତ । ତେବେ ଏହି ସାରଣୀକୁ ଦେଖିଲେ ଜଣାଯିବ ଯେ 'ଅ' ଅକ୍ଷରରେ ୬ଟି ଭାଗରେ ଲେଖା ରହିଥିବା ବେଳେ ଖ, ଗ, ଘ, ଚ, ଜ ଆଦି ଲେଖା ମାତ୍ର ୨-୩ଟି ସଂଖ୍ୟା ଭିତରେ ରହିଛି । କେବଳ "ଅ' ଅକ୍ଷରର ବର୍ଣ୍ଣନା ୧୪ ପୃଷ୍ଠା ରହିଛି । ମାତ୍ର ସେହିଭଳି ଅନ୍ୟ ଅକ୍ଷରଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରାଯାଇ ନାହିଁ । ଏଭିତରୁ କିଛି ଲେଖା ମାତ୍ର ଗୋଟିଏ ପାରାଗ୍ରାଫ ତ ଆଉ କେତେକ ଲେଖା ବେଶ ଲମ୍ବା । ଲମ୍ବା ଲେଖା ଭିତରୁ କିଛି ଉଦାହରଣ ହେଉଛି:

  • ଅ - ୧୪ ପୃଷ୍ଠା
  • ଅଦଳ - ୧୦ ପୃଷ୍ଠା
  • ଅଙ୍କ - ୨୧ ପୃଷ୍ଠା
  • ଅଦାଲତ - ୧୫ ପୃଷ୍ଠା
  • ଅଙ୍ଗ।ର - ୨୦ ପୃଷ୍ଠା
  • ଅନିଦ୍ରା - ୨୩ ପୃଷ୍ଠା
  • ଅଙ୍ଗୁର - ୮ ପୃଷ୍ଠା
  • ଅନୁବାଦ - ୧୬ ପୃଷ୍ଠା
  • ଅଣ୍ଡା - ୨୯ ପୃଷ୍ଠା
  • ଅଗ୍ନି - ୧୧ ପୃଷ୍ଠା
  • ଅନ୍ତରୀକ୍ଷ - ୯ ପୃଷ୍ଠା
  • ଅନ୍ଧ - ୧୪ ପୃଷ୍ଠା
  • ଅଗ୍ନିମାନ୍ଦ୍ୟ - ୧୪ ପୃଷ୍ଠା
  • ଅଟୋମଶେନ -୩୦ ପୃଷ୍ଠା
  • ଅପରାଧ - ୧୦ ପୃଷ୍ଠା
  • ଅଟୋମୋବାଇଲ -୧୨ ପୃଷ୍ଠା
  • ଅଣୁପରମାଣୁ - ୪୩ ପୃଷ୍ଠା
  • ଅପରେଶନ -୨୮ ପୃଷ୍ଠା
  • ଅଣୁବୀକ୍ଷଣ - ୯ ପୃଷ୍ଠା
  • ଅତିକାୟ ସରୀସୃପ-୧୧ ପୃଷ୍ଠା
  • ଆପୋଲୋ - ୨୭ ପୃଷ୍ଠା
  • ଆଫଗାନିସ୍ଥାନ-୨୭ ପୃଷ୍ଠା
  • ଆଫ୍ରିକା - ୭୩ ପୃଷ୍ଠା
  • ଆମରେିକା-୪୭ ପୃଷ୍ଠା
  • ଇଜିପଟ - ୫୪ ପୃଷ୍ଠା
  • ଇଟାଲୀ-୨୧ ପୃଷ୍ଠା
  • ଇଞ୍ଜିନ ଓ ଇଞ୍ଜିନିୟରିଙ୍ଗ -୩୩ ପୃଷ୍ଠା
  • ଇସରାଏଲ - ୩୦ ପୃଷ୍ଠା
  • ଉଇ - ୧୮ ପୃଷ୍ଠା
  • ଜୀବକୋଷ - ୩୦ ପୃଷ୍ଠା
  • ମାଂସପେଶୀ - ୨୯ ପୃଷ୍ଠା
  • ନିଗେ୍ରା - ୩୩ ପୃଷ୍ଠା
  • ରକ୍ତ - ୩୨ ପୃଷ୍ଠା
  • କୃଷି - ୪୭ ପୃଷ୍ଠା
  • ସଭ୍ୟତା - ୨୬ ପୃଷ୍ଠା
  • ହୃତପିଣ୍ଡ - ୫୦ ପୃଷ୍ଠା
  • କସ୍ତୁରବା - ୪୬ ପୃଷ୍ଠା
  • ପାଣି - ୩୧ ପୃଷ୍ଠା
  • ଚୀନ - ୨୧ ପୃଷ୍ଠା
  • ଚନ୍ଦ୍ର - ୧୮ ପୃଷ୍ଠା
  • ନୋବେଲ ପୁରସ୍କାର-୨୦ ପୃଷ୍ଠା
  • କୀଟପତଙ୍ଗ - ୨୦ ପୃଷ୍ଠା
  • ଅଥର୍ବ ବେଦ - ୧୦ ପୃଷ୍ଠା
  • ଅସ୍ତ୍ରଶସ୍ତ୍ର - ୧୩ ପୃଷ୍ଠା
  • ଅଭିଧାନ - ୧୩ ପୃଷ୍ଠା
  • ଅର୍ଥଶାସ୍ତ୍ର - ୯ ପୃଷ୍ଠା
  • ଅଷ୍ଟେ୍ରଲିଆ - ୧୬ ପୃଷ୍ଠା
  • ଅସହଯୋଗ ଆନ୍ଦୋଳନ-୨୨ ପୃଷ୍ଠା

ଅନେକ ଲେଖା ୪-୫ ପୃଷ୍ଠା ଲମ୍ବାର ମଧ୍ୟ ରହିଛି । ପ୍ରତି ଲେଖାରେ ଅନେକ ଚିତ୍ର ରହିଛି । ଲେଖାର ବିଷୟବସ୍ତୁ, ଉପସ୍ଥାପନା ଶୈଳୀ, ଭାଷା ଏତେ ସାବଲୀଳ ଯେ ଜଣେ ପ୍ରାଥମିକ ସ୍ତରର ପିଲା ମଧ୍ୟ ଅତି ସହଜରେ ବୁଝିପାରିବ ।

ଜ୍ଞାନମଣ୍ଡଳରେ ଜୀବନୀ[ସମ୍ପାଦନା]

ଜ୍ଞାନମଣ୍ଡଳରେ ଅନେକ ଜୀବନୀ ରହଛି । ସେ ଭିତରୁ କିଛି ମୁଖ୍ୟ ଜୀବନୀ ହେଉଛି: ଅତ୍ରି, ଅନନ୍ତ ପଟ୍ଟନାୟକ, ଅଦୈ୍ଵତବଲ୍ଲଭ, ଅନକ୍ସାଗୋରସ , ଅନାକ୍ରିୟୋନ, ଅନ୍ନଦାପ୍ରସାଦ ଚୌଧୁରୀ, ଅନ୍ନଦାଶଙ୍କର ରାୟ, ଅନ୍ନପୂର୍ଣ୍ଣା ମହାରଣା, ନାରୀକବି ଅପର୍ଣ୍ଣାଦେବୀ,ଅବଦୁଲ ଗଫର ଖାଁ, ଅବନୀନ୍ଦ୍ରନାଥ ଠାକୁର, ଅବୁଲ ଫଜଲ, ଅଭିମନ୍ୟୁ ସାମନ୍ତସିଂହାର, ଅମୀର ଖୁସରୋ, ଅମୃତା ଶେରଗିଲ, ଅଲବିରୁନୀ, ଅଶ୍ଵିନୀକୁମାର ଘୋଷ, ଉପେନ୍ଦ୍ରଭଞ୍ଜ , ଟମାସ ଆଲଭା ଏଡ଼ିସନ, କନଫୁ ସିଅସ, କନିଷ୍କ, କପିଳେନ୍ଦ୍ର ଦେବ, ବଳଦେବ ରଥ, କବୀର, କମଳା ନେହେରୁ, କର୍ଣ୍ଣୱାଲିସ, କସ୍ତୁରବା, ଲର୍ଡ କର୍ଜନ, ଜିମି କାଟର, ଇମାନୁଏଲ କାଣ୍ଟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, କାଳୀଚରଣ ପଟ୍ଟନାୟକ, କାହ୍ନୁଚରଣ ମହାନ୍ତି, କାଭେଣ୍ଡିସ, ଜନ କୀଟସ, ଜେମସ କୁକ, କୁତବୁଦ୍ଦିନ ଆଇବାକ, କୁନ୍ତଳାକୁମାରୀ ସାବତ, ରବର୍ଟ କ୍ଲାଇବ, ଖୁଦିରାମ ବସୁ, ହରଗୋବିନ୍ଦ ଖୋରାନା, ଆଯୋଧ୍ୟାନାଥ ଖୋସଲା, ଗଙ୍ଗ।ଧର ମେହେର, ୟୁରୀ ଗାଗରିନ, ଇନ୍ଦିରା ଗାନ୍ଧୀ, ମହାତ୍ମା ଗାନ୍ଧୀ, ସୁନୀଲ ମନୋହର ଗାଭାସ୍କର, ଗାଲିଲିଓ, ଗୋପବନ୍ଧୁ ଦାସ, ଗୋପିନାଥ ନନ୍ଦ, ଗୌରୀଶଙ୍କର ରାୟ, ଗୋଦାବରୀଶ ମହାପାତ୍ର, ଗୋଦାବରୀଶ ମିଶ୍ର, ଗୋପାଳଚନ୍ଦ୍ର ପ୍ରହରାଜ, ଚନ୍ଦ୍ରଶେଖର ଆଜାଦ, ଚନ୍ଦ୍ରଶେଖର ସିଂହସା ମନ୍ତ, ଜଗଦୀଶଚନ୍ଦ୍ର ବୋଷ, ଜଗନ୍ନାଥ ଦାସ, ଜବାହରଲାଲ ନେହେରୁ, ଜୟଦେବ, ଜୟପ୍ରକାଶ ନାରାୟଣ ଓ ଆହୁରି ଅନେକ । ଏମାନଙ୍କ ବ୍ୟତୀତ ଇସି, ଇସୀଅସ, ବରସ୍କାଇଲସ, ଉପାଲି, ଏଜରା ପାଉଣ୍ଡ, ୟାସୁନାରୀ କବାବତା, କାଂଗ-ସୀ, କାରବାରା ଏକିକନ, କାଉଣ୍ଡା, ବାମନ କାତୋ, କାନିଉଟ, କାବଟ ଜନ, କାଭିଫି , କାମୁ-ଆଲକଟଙ୍କ ଭଳି ଅନେକ ବ୍ୟକ୍ତିଙ୍କ ଜୀବନୀ ମଧ୍ୟ ରହିଛି ।

ବିଜ୍ଞାନ ଲେଖା[ସମ୍ପାଦନା]

ଏଥିରେ ଥିବା ଲେଖା ଭିତରେ କିଛି ବିଜ୍ଞାନ ଲେଖା ମଧ୍ୟ ରହିଛି । ଏହା ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ଜୀବନୀର ମଧ୍ୟ ବର୍ଣ୍ଣନା କରାଯାଇଛି । ବିଜ୍ଞାନ ଲେଖା ଭିତରେ ୩-୪ ପୃଷ୍ଠାରୁ ଆରମ୍ଭ କରି ୪୩ ପୃଷ୍ଠାର ଅଣୁପରମାଣୁ ବିଷୟ ରହିଛି । ଏଭିତରୁ କିଛି ମୁଖ୍ୟ ବିଷୟ ହେଉଛି:-

  • ଅଙ୍ଗାରକାମ୍ଳ
  • ଅଁଳା
  • ଅକପକ୍ଷୀ
  • ଅକ୍ଟୋପସ
  • ଅଏଣ୍ଟମଣ୍ଟେ
  • ଅକ୍ସିଜେନ
  • ଅଗ୍ନି
  • ଅଗ୍ନିମାନ୍ଦ୍ୟ
  • ଅଗର ଅଗର
  • ଅଜଗର
  • ଅଣ୍ଡକୋଷ
  • ଅଣୁପରମାଣୁ
  • ଅଣୁବୀକ୍ଷଣ
  • ଅତିକାୟ ସରୀସୃପ
  • ଅନଗ୍ରଦନ୍ତ
  • ଅନିଦ୍ରା
  • ଅନୁପାତ
  • ଅନ୍ତରୀକ୍ଷ
  • ଅନ୍ତ୍ର
  • ଅମ୍ଳ,
  • ଅନ୍ଧାରକଣା
  • ଅପରେଶନ
  • ଅଭ୍ର
  • ଅୟଷ୍ଟର
  • ଅରଣ୍ୟ
  • ଅରିକ୍ସ
  • ଅର୍ଶ
  • ଅଲିଭ
  • ଅଶ୍ଵଗନ୍ଧା
  • ଅଶ୍ଵତଥ
  • ଅସଟ୍ରିଚ
  • ଇଣ୍ଡିୟମ
  • ଇସିଜି
  • ଉଭୟଚର ପ୍ରାଣୀ
  • ଉଲକା
  • ଉର୍ଜା
  • ଏଣ୍ଟିମନି
  • ଏନଜାଇମ
  • ମହୁ ଓ ମହୁମାଛି
  • ତିମି
  • ସ୍ନାୟୁ
  • କଠିନବର୍ଗ
  • କମ୍ପୋଷ୍ଟ
  • କର୍ପୁର
  • କାଇନେଟିକ ଏନର୍ଜି
  • କାଉ
  • କାଡ଼ମିୟମ୍
  • କ୍ୟାଲସିୟମ୍
  • କ୍ୟାଲୋରୀ
  • କାନ
  • କାର୍ବନ୍
  • କାରାମାଇନ୍
  • କାର୍ବୋହାଇଡ୍ରେତଟ୍
  • କାର୍ବନ ଚକ୍ର
  • କେମିଷ୍ଟ୍ରି
  • କ୍ୟୁରିୟମ୍
  • କୋଲେଷ୍ଟ୍ରଲ
  • ଗନ୍ଧକ
  • କାଲୋକେନ ତନ୍ତୁ
  • କାନସର୍
  • କ୍ରାୟୋଜେନିକ୍ସ
  • କ୍ରୋମିୟମ୍
  • ଗାମାକିରଣ
  • ଗାଲଭାନୋମିଟର
  • ଗ୍ରନ୍ଥି
  • ଗ୍ରାଫାଇଟ୍
  • ଗ୍ଲୁଓନ
  • ଗ୍ଲୁକୋଜ
  • ଛାୟାପଥ
  • ଆଇସୋଟୋପ
  • ଆବ୍ଧିଭେସନ ଆନାଲିସିସ
  • ଆବର୍ତ୍ତନୀୟମ
  • ଆଲୋକ
  • ଆକାଶଗଙ୍ଗା
  • ଆଖି
  • ଆମୋନିଆ
  • ଆକୁପଙ୍କଚର୍
  • ଆଗ୍ନେୟଗିରି
  • ଆଣ୍ଠୁ
  • ଆମିନୋଏସିଡ
  • ଆସ୍ପିରିନ
  • ଇକୋଲେଜୀ
  • ଆପେଣ୍ଡିସାଇଟିସ
  • ଇଗୁଆନା
  • ଇଗଲ୍
  • ଆପେକ୍ଷିକ ତତ୍ତ୍ଵ
  • ଆପୋଲେ
  • ଆଲକାତରା
  • ଆଲୁମିନିୟମ
  • ଇଥର
  • ଇନଫ୍ଲୁଏଞ୍ଜା
  • ଇନସୁଲିନ୍
  • ଉଦଜାନ୍
  • ଉଦରପାଦ
  • ଉଦ୍ଭିଦବିଦ୍ୟା
  • ଉପଗ୍ରହ
  • ଉପଗ୍ରହ ଯୋଗାଯୋଗ

ପ୍ରତି ଲେଖାରେ ପ୍ରାୟ ରଙ୍ଗୀନ ଓ କଳାଧଳା ଚିତ୍ର ରହିଛି । ଲେଖାର ଭାଷା ଖୁବ ସାବଲୀଳ କିନ୍ତୁ କେତେକ ଲେଖା ବହୁତ ଅଧିକ ଲମ୍ବା । ମହୁମାଛି, ତିମି ଭଳି ଆଉ କିଛି ଲେଖା ଅକ୍ଷରକ୍ରମରେ ନାହିଁ । ଏଗୁଡ଼ିକ ସେସବୁ ଖଣ୍ଡରେ କାହିଁକି ରଖାଯାଇଥିଲା ତାହା ବିଷୟରେ କିଛି ତଥ୍ୟ ନହିଁ।

ଏ ଭିତରୁ ଅନେକ ଇଂରାଜୀ ଶବ୍ଦକୁ ଓଡ଼ିଆ ଅକ୍ଷରରେ ଲେଖି ରଖାଯାଇଛି । ଏଠାରେ ପ୍ରଶ୍ନ ଉଠିପାରେ ଯେ ଇଂରାଜୀ ଭାଷାରେ ଅନେକ ବିଜ୍ଞାନ ଓ କାରିଗରୀ ଶବ୍ଦ ରହିଛି । ସେ ଭିତରୁ ବାଛି ମାତ୍ର ଏତିକି ଶବ୍ଦ କାହିଁକି ଗ୍ରହଣ କରାଯାଇଥିଲା ? କେତେକ ଇଂରାଜୀ ଶବ୍ଦର ପ୍ରଚଳିତ ଓଡ଼ିଆ ପ୍ରତିଶବ୍ଦ ମଧ୍ୟ ରହିଛି । ସେଗୁଡ଼ିକୁ ଓଡ଼ିଆରେ କାହିଁକି ବ୍ୟବହାର କରାଯାଇ ନ ଥିଲା ? ଉଦାହରଣ ସ୍ଵରୂପ କାର୍ବନଚକ୍ର ବଦଳରେ "ଅଙ୍ଗାରକଚକ୍ର", କାଇନେଟିକ ଏନର୍ଜି ବଦଳରେ "ଗତିଜ ଶକ୍ତି" , କାର୍ବନ ବଦଳରେ "ଅଙ୍ଗାରକ", କାର୍ବୋହାଇଡ୍ରେଟ୍ ବଦଳରେ "ଶ୍ଵେତସାର", କେମିଷ୍ଟ୍ରି - "ରସାୟନ ବିଜ୍ଞାନ", କାନସର- "କର୍କଟ", ଗ୍ଲୁକୋଜ -"ଶର୍କରା"।

ବିଜ୍ଞାନ ଭଳି ଅନେକ ସାଧାରଣ ଇଂରାଜୀ ଶବ୍ଦ ମଧ୍ୟ ରଖାଯାଇଛି । ଆଇସ୍‌କ୍ରିମ, ଆଇସବର୍ଗ, ଆଗ୍ଲୋଇଣ୍ଡିଆନ, ଆଜବେଷ୍ଟସ, ଆଟର୍ଣ୍ଣି ଜେନେରାଲ୍, ଆଡଭୋକେତଟ୍ ଜେନେରାଲ, ଆପାର୍ଟମଣ୍ଟେ, ଆମେରିକାନିଜମ୍, ଆମ୍ବାସାଡ଼ର, ଆଲର୍ଜି, ଆସାସିନ୍, ଇନଷ୍ଟିଚ୍ୟୁଟସ୍, ଇଞ୍ଜିନ, କଂକ୍ରିଟ, କଣ୍ଟ୍ରୋଲ୍, କନସଲ୍, କପବୋର୍ଡ, କମିଉନ୍, କାଡ଼ିଆକ୍, କାଟୁନ୍, କ୍ୟାପିଟାଲ୍, କାରାଭାନ୍, କାଲିଗ୍ରାଫୀ, ଗାଙ୍ଗଷ୍ଟର, ଗାଲାକଟୋସ୍, ଗୋଲଡସ୍ମିଥ୍ , ଆରକାଇଭସ୍, ଆଲ୍!କୋହଲ୍ ଆଦି ଏ ଭିତରୁ କିଛି । ଏତେଗୁଡ଼ିଏ ଇଂରାଜୀ ଶବ୍ଦ ମଧ୍ୟରୁ କେବଳ କିଛି ନିର୍ଦ୍ଦିଷ୍ଟ ଶବ୍ଦ କାହିଁକି ବଛା ଯାଇଥିଲା ତାହା ସ୍ପଷ୍ଟ ବୁଝା ପଡେନାହିଁ । ଏହିଭଳି ଆହୁରି ଅନେକ ଶବ୍ଦ ମଧ୍ୟ ରହିଛି ଯାହା ଜ୍ଞାନକୋଷରେ ରଖାଯାଇ ପାରିଥା'ନ୍ତା । ଏସବୁ ଶବ୍ଦ ଭିତରୁ ଅନେକ ଶବ୍ଦର ପ୍ରଚଳିତ ଓଡ଼ିଆ ଶବ୍ଦ ମଧ୍ୟ ରହିଛି।

ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ଭଳି ଅନ୍ୟ ବହୁଳ ବ୍ୟବହୃତ ବିଖ୍ୟାତ ଏନସାଇକ୍ଲୋପିଡ଼ିଆ ଗୁଡ଼ିକରେ ସାଧାରଣତଃ ଦୁଇଟି ଭାଗ ଥାଏ । ପ୍ରଥମ ଭାଗରେ ଲେଖା ଗୁଡ଼ିକର ସଂକ୍ଷିପ୍ତ ପରିଚୟ, ଦ୍ଵିତୀୟ ଭାଗରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥାଏ । ଶେଷରେ ସଂକ୍ଷିପ୍ତ ଓ ବିସ୍ତୃତ ଉଭୟ ଲେଖା ସୂଚୀ ପ୍ରସ୍ତୁତ ହୋଇଥାଏ । ଫଳରେ ଦରକାର ଅନୁଯାୟୀ ତଥ୍ୟ ମିଳିପାରେ ।

ଜ୍ଞାନମଣ୍ଡଳରେ ମଧ୍ୟ ଲେଖାଗୁଡ଼ିକ ସେହିଭଳି ସଜା ହୋଇଥିଲେ ଭଲ ହୋଇଥା'ନ୍ତା । ସଂକ୍ଷିପ୍ତ ଓ ବିସ୍ତୃତ ଲେଖା ଅଲଗା ଖଣ୍ଡରେ ରହିଥା'ନ୍ତା । ଏତେ ଛୋଟ ଲେଖା ଭିତରେ କିଛି ଅତି ଲମ୍ବା ଲେଖା ରହୁଥିବାରୁ ପଢ଼ିବା ପାଇଁ ସେତେ ସୁବିଧାଜନକ ବା ସୁଖପାଠ୍ୟ ହେଉନାହିଁ।

ଜ୍ଞାନମଣ୍ଡଳରେ ଅନେକ ଇଂରାଜୀ ଶବ୍ଦକୁ ଓଡ଼ିଆ ଶବ୍ଦ ଭାବରେ ନେଇ ସେ ବିଷୟରେ ଲେଖାଯାଇଛି । ସେଭିତରୁ କିଛି ହେଉଛି ଅଏଣ୍ଟମଣ୍ଟେ, ଅବ୍ଧୋପସ୍, ଅବ୍ଧୋଷ୍ଟାଇଲ୍, ଅକ୍!ଟ୍ରୱା, ଅକ୍ସିଜେନ, ଅଗର ଅଗର, ଅଟର, ଅଟୋକଥନ୍, ଅଟୋଗ୍ରାଫ ହଣ୍ଟର୍, ଅଟୋଟମୀ , ଅଡିତଟ୍, ଅନାକ୍ରିୟୋଣ୍ଟିକ୍ସ, ଅପରେଶନ୍, ଅପୋସମ , ଅମ୍ବୁସମାନ, ଅୟଷ୍ଟର୍ , ଅର୍ଫିଉସ୍ , ଅସ୍!ଟ୍ରିଚ, ଅଟୋମାବୋଇଲ, ଅଟୋଜୀରୋ ଆଦି । ଇଂରାଜୀ ଭାଷାରେ ଅନେକ ଶବ୍ଦ ରହିଛି । ସେଭିତରୁ କେବଳ ଏତିକି ଶବ୍ଦ ବାଛି କାହିଁକି ଏଠାରେ ଦିଆଯାଇଛି ସେ ବିଷୟରେ କୌଣସି ଜାଗାରେ ଉଲ୍ଲେଖ ନାହିଁ । ଜ୍ଞାନମଣ୍ଡଳରେ ରଖାଯିବା ପାଇଁ ଶବ୍ଦଚୟ ନ ମଧ୍ୟ କିଭଳି କରାଯାଇଛି ତାହା ସ୍ପଷ୍ଟ ନୁହେଁ । କେଉଁ ବିଷୟ ନିଆଯିବ ଓ କେଉଁ ଶବ୍ଦ ଛଡ଼ାଯିବ ସେ ବିଷୟରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ ।

ଜ୍ଞାନମଣ୍ଡଳରେ 'ଅ'[ସମ୍ପାଦନା]

ଜ୍ଞାନମଣ୍ଡଳର ରୂପରେଖ ବିଷୟରେ ଏକ ଧାରଣା ଦେବା ପାଇଁ ଏଠାରେ କେବଳ 'ଅ' ଅକ୍ଷରର ରଚନା ଉପରେ କିଛି ସୂଚନା ଦିଆଯାଇଛି । "ଅ' ଅକ୍ଷର କ୍ରମର ପ୍ରଥମ ଲେଖା ହେଉଛି "ଅ' ଯାହା ୧୪ ପୃଷ୍ଠାର ଏକ ଆଲୋଚନା । ଭାଷାର ଗୁରୁତ୍ଵ, ମଣିଷ କିପରି କଥା କହେ, କଥା କହିବା ପାଇଁ ଜିଭର ଭୂମିକା, ସଙ୍କେତଦ୍ଵାରା ଭାବର ପରିପ୍ରକାଶ, ଭାଷାର ବିକାଶ, ଲିପିର ବିକାଶ, ବର୍ଣ୍ଣମାଳା ଏହିଭଳି ବିଭିନ୍ନ ଦିଗରୁ ଏହାର ଉପସ୍ଥାପନ କରାଯାଇଛି । ଜ୍ଞାନମଣ୍ଡଳରେ ପ୍ରଥମ ୬ଟି ଖଣ୍ଡରେ "ଅ' ଅକ୍ଷରରେ ଆରମ୍ଭ ହେଉଥିବା ମୋଟ ୫୦୬ଟି ଲେଖା ରହିଛି ।

ଶେଷକଥା[ସମ୍ପାଦନା]

ସେ ଯାହାହେଉ, ଯେଉଁ ଜ୍ଞାନମଣ୍ଡଳରେ କାନୁନଗୋଙ୍କ ରକ୍ତ ଦ୍ରବୀଭୂତ ତାର ଭାଗ୍ୟ କ'ଣ, ଭବିଷ୍ୟତ କ'ଣ ? ୧୭୬୮ ସାଲରେ ସ୍କଟଲାଣ୍ଡର ଏଡିନବରାରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ପ୍ରଥମେ ବହି ଆକାରରେ ପ୍ରକାଶ ପାଇଲା । ୨୪୪ ବର୍ଷ ପରେ ଏହି ପ୍ରକାଶନ ସଂସ୍ଥାନର ସଭାପତି ଜର୍ଜ କଜ (Jorge Cauz) ଘୋଷଣା କଲେ ଯେ ଏଣିକି ଏଇ ଜ୍ଞାନ କୋଷ ଆଉ ଛପା ଯିବନାହିଁ । [୩] କାରଣ ୧୯୯୦ ସାଲରେ ଏହାର ୧,୨୦,୦୦୦ ସେଟ ବିକ୍ରି ହୋଇଥିଲା । ଛଅ ବର୍ଷ ପରେ ଏଇ ସଂଖ୍ୟା, ୪୦,୦୦୦କୁ ଖସିଗଲା । ଏହାର ଆଉ ଭବିଷ୍ୟତ ନାହିଁ । ଡିଜିଟାଲ ଫର୍ମ ଓ ଇଣ୍ଟରନେଟରେ ଏଣିକି ଖୁବ କମ ଦାମରେ ଏହା ଉପଳବ୍ଧ ହେବ । ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଶହେ ନିୟୁତ ପାଠକ ଏଇ ଫର୍ମାଟରେ ଏହାର ଉପଯୋଗ ବର୍ତ୍ତମାନ କରୁଛନ୍ତି । ପୁଣି ଏଥିରେ ପାଠକମାନେ ନିଜ ମତାମତ ଓ ପ୍ରତିକ୍ରିୟା ପ୍ରକାଶ କରିବା ସୁବିଧା ରହିଛି ।

କେବଳ ଜ୍ଞାନକୋଷ କାହିଁକି, ନେଟର ପ୍ରଭାବରୁ ବହିବଜାର ମାନ୍ଦା । ଡେଲି ଟେଲିଗ୍ରାଫର ସମ୍ବାଦ ଅନୁଯାୟୀ ୨୦୦୫ ସାଲରେ ବ୍ରିଟେନରେ ୪,୦୦୦ ବହିଦୋକାନ ଥିବା ବେଳେ ଜୁଲାଇ ୨୦୧୧ରେ ଏହା ୨,୧୭୮କୁ ହ୍ରାସ ପାଇଲା । ୫୮୦ଟି ଟାଉନରେ ଆଉ ଗୋଟିଏ ମଧ୍ୟ ବହି ଦୋକାନ ନାହିଁ । ପୁସ୍ତକବିକ୍ରେତା ସଂଗଠନର ମୁଖ୍ୟ ଟିମ ଗଡଫ୍ରେ ମତ ଦେଇଛନ୍ତି, ପ୍ରକୃତରେ ବହି ବ୍ୟବସାୟ ସଙ୍କଟାପନ୍ନ । ଏହି ପୃଷ୍ଠଭୂମିରେ ଜ୍ଞାନମଣ୍ଡଳର ଭବିଷ୍ୟତ ବିଚାର୍ଯ୍ୟ ।

ଦୂରଦୃଷ୍ଟିସଂପନ୍ନ କାନୁନଗୋଙ୍କ ସ୍ଵପ୍ନ ଥିଲା, ସଂପୂର୍ଣ୍ଣ ସେଟଟି ଛପା ସରିଲା ପରେ ପ୍ରତିବର୍ଷ ଶେଷରେ ଗୋଟିଏ ଲେଖାଏ ବହି ବାହାରିବ । ଅର୍ଥାତ ଏହା ପରିବର୍ଦ୍ଧିତ ଓ ସଂଶୋଧିତ ହେଉଥିବ ପ୍ରତିବର୍ଷ । ସେଥିରେ ରହୁଥିବ ସେ ବର୍ଷକ ଭିତରେ ଯେତେ ଯେତେ ନୂଆ କଥା ଘଟିଥିବ । ଆଜିକାଲିର ଦୁନିଆ ଏମିତି ଯେ ଗୋଟିଏ ବିଷୟ ଛପା ଶେଷ ହେଲା ବେଳକୁ ହୁଏତ ପୁରୁଣା ହୋଇଗଲାଣି । ତେଣୁ ବର୍ତ୍ତମାନ ଯୁଗରେ ବହି ସହ ଦରକାର ଇ-ଫର୍ମାଟ । ଆମେ ଏହାର ରୂପାୟନ କରି ପାରିବା ତ ? ଆମ ଦେଶରେ ନଗେନ୍ଦ୍ରନାଥ ବସୁଙ୍କ ଉଦ୍ୟମରେ ୧୯୧୧ ମସିହାରେ ପ୍ରଥମେ ବଙ୍ଗଳା ଭାଷାରେ ୨୨ ଖଣ୍ଡରେ ଜ୍ଞାନକୋଷ ପ୍ରକାଶ ପାଇଥିଲା । ଓଡ଼ିଶାକୁ ହୀନମନ୍ୟତାରୁ ବଞ୍ଚାଇବା ପାଇଁ, ସ୍ଵାଭିମାନ ଦୃଷ୍ଟିରୁ ବିନୋଦ କାନୁନଗୋ ଲାଗି ପଡ଼ି ପ୍ରାୟ ପଚାଶ ବର୍ଷପରେ ଏହି କାର୍ଯ୍ୟରେ ସଫଳ ହେଲେ । କିନ୍ତୁ ଆମେ ତାଙ୍କ ଆଶା ଓ ଆକଂକ୍ଷାକୁ କେତେଦୂର ଦୀର୍ଘସ୍ଥାୟୀ ଓ ଫଳପ୍ରଦ କରିପାରିବା - ତାହା ଏକ ବିରାଟ ପ୍ରଶ୍ନବାଚୀ । ବିଶେଷତଃ ଏହା ଦିନେ ଓଳିଏର କାମ ନୁହେଁ । ପ୍ରତି ମୁହୂର୍ତ୍ତରେ ଏହାର ଅପଡେଟିଂ ଆବଶ୍ୟକ ।

ଅନେକ ନିରପେକ୍ଷ ସମାଲୋଚକଙ୍କ ମତରେ ମାତୃଭାଷା ଓ ମାତୃଭୂମିର ସୁରକ୍ଷା କ୍ଷେତ୍ରରେ ଓଡ଼ିଆମାନେ "ଅମରେୁଦଣ୍ଡୀ"ପରି । ଭୂପତିତ ହୋଇ ଆମେ ମାଟି କାମୁଡୁଛୁ ଆମ ଗତିବିଧି ଦେଖି ଜ୍ଞାନମଣ୍ଡଳର ପ୍ରଣେତା ବିନୋଦ କାନୁନଗୋ ସ୍ଵର୍ଗରେ ରହି ହତାଶବୋଧରେ ଜର୍ଜରିତ ନ ହୁଅନ୍ତୁ - ଏହା ହିଁ କାମ୍ୟ । ବିଶେଷତଃ ଓଡ଼ିଆ ଯୁବକମାନେ ସଂପ୍ରତି ଦେଶ ବିଦେଶରେ ଇ-କ୍ଷେତ୍ରରେ ଅପରିମିତ ପ୍ରଶଂସାର ପାତ୍ର ହୋଇଥିବା ଦୃଷ୍ଟିରୁ ନିଜ ମାତୃଭାଷାର ଏକ ଅମୂଲ୍ୟ ସଂପଦକୁ ହତାଦର ବା ଅଣଦେଖା କରିବେ ନାହିଁ ବୋଲି ଆମର ଭରସା ରହିଛି - କାରଣ ଏହା ହେଉଛି ଏକ ଅପରିହାର୍ଯ୍ୟ ଜାତୀୟ କର୍ତ୍ତବ୍ୟ । ଭିନ୍ନ ଭିନ୍ନ ବ୍ୟକ୍ତି ଯଦି ନିଜସ୍ଵ ଢଙ୍ଗରେ ଓଡ଼ିଆରେ ଏକାଧିକ ଜ୍ଞାନମଣ୍ଡଳ ପ୍ରଣୟନ କରିବେ, ଏହା ମଧ୍ୟ ସ୍ଵାଗତଯୋଗ୍ୟ । ଏହାଦ୍ଵାରା ଆମେ ଜ୍ଞାନପିପାସୁ ବିନୋଦ କାନୁନଗୋଙ୍କୁ ଅବଶ୍ୟ ଯଥାର୍ଥ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବା । [୪]

ଜ୍ଞାନମଣ୍ଡଳରେ ହୁଏତ ଅନେକ ଦୁର୍ବଳତା ରହିଥାଇପାରେ । କିନ୍ତୁ ଜଣେ ଦଶମ ଶ୍ରେଣୀରୁ ପାଠପଢ଼ା ଛାଡ଼ିଥିବା ଲୋକର ଏଭଳି ଅଭିଯାନ ନିଶ୍ଚୟ ପ୍ରଶଂସାର ଯୋଗ୍ୟ । ସେତେବେଳେ ତାଙ୍କର ଏହି ସ୍ଵପ୍ନ କଥା ଶୁଣି ଅନେକେ ହସୁଥିଲେ । ପୁଣି ସେ ସମୟରେ ଓଡ଼ିଆ ଭାଷାରେ ସହାୟକ ଗ୍ରନ୍ଥ ବା ଆଜିକାଲି ଭଳି ଇଣ୍ଟରନେଟର ସୁବିଧା କିଛି ନ ଥିଲା । ଇଂରାଜୀ ଓ ଅନ୍ୟ ଭାଷାର ବହିସବୁ ମିଳିବା ମଧ୍ୟ ସେତେ ସହଜ କଥା ନ ଥିଲା । ସବୁଠାରୁ ମଜାର କଥା ହେଉଛି ସେତେବେଳେ ତାଙ୍କର ସମ୍ବଳ । ପକେଟରେ ମାତ୍ର ଗୋଟିଏ ଟଙ୍କ। ଧରି ବିନୋଦବାବୁ ତାଙ୍କ ଯୋଜନା ଆରମ୍ଭ କରିଥିଲେ । ନିଜ ମନର ଦୃଢ଼ତା ଓ ଦେହର ପରିଶ୍ରମ ଫ ଳରେ ସେ ତାଙ୍କ ଯୋଜନାକୁ କାମରେ ପରିଣତକରି ଦେଖାଇ ଦେଇଥିଲେ ।
କିନ୍ତୁ ତାଙ୍କ ସ୍ଵପ୍ନ ଅଧାରେ ରହିଗଲା । ପୂରା ୫୦ ଖଣ୍ଡ ପ୍ରକାଶିତ ହୋଇପାରି ନ ଥିଲା । ସେ କିନ୍ତୁ ବିଷୟବସ୍ତୁ ଓ ସେଥିପାଇଁ ଆବଶ୍ୟକ ତଥ୍ୟ ଏକାଠି କରି ରଖିଦେଇ ଯାଇଥିଲେ । ଏବେ ଏଥିରୁ ସଂକ୍ଷିପ୍ତ କରାଯାଇ ଶିଶୁ ଜ୍ଞାନମଣ୍ଡଳ, କିଶୋର ଜ୍ଞାନମଣ୍ଡଳ ଆଦି ପ୍ରକାଶିତ ହେଉଛି । କିନ୍ତୁ ଯଦି ତାଙ୍କର ଅପ୍ରକାଶିତ ୧୦ ଖଣ୍ଡ ପ୍ରକାଶିତ ହୋଇପାରନ୍ତା ତେବେ ବୋଧହୁଏ ତାହା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହୁଅନ୍ତା ।

ଆଧାର[ସମ୍ପାଦନା]

  1. Amaresh Datta (୧୯୮୮). Encyclopaedia of Indian Literature: devraj to jyoti. Sahitya Akademi. pp. ୧୧୬୯–. ISBN ୯୭୮-୮୧-୨୬୦-୧୧୯୪-୦. Retrieved ୧୪ December ୨୦୧୨. 
  2. http://www.orissabigyanacademy.nic.in/pdf/June-2012-SH.pdf Monthly Odia magazine "Bigyan Diganta"(June,2012 )
  3. "Encyclopaedia Britannica to stop printing after 244 years - Times Of India". indiatimes.com. 2012. Retrieved 15 December 2012. After 244 years, the Encyclopaedia Britannica is going out of print. 
  4. ଡକ୍ଟର ସୁରେନ୍ଦ୍ର କୁମାର ମହାରଣା, "ଓଡ଼ିଆ ସାହିତ୍ୟର ଇତିହାସ"